ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରେଡ କ୍ରସ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରସ୍ତୁତ
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରେଡ କ୍ରସ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରସ୍ତୁତ ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ପାଇଁ ଓଡ଼ିଶା ରେଡ କ୍ରସ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରାଯାଇଛି। ୨୦୦୦ ରୁ ଅଧିକ ପ୍ୟାକେଟ ରେ ରହିଛି ଚୂଡ଼ା, ଗୁଡ଼, ବିସ୍କୁଟ, ଛତୁଆ କ୍ୟାଣ୍ଡେଲ, ଦିଆସିଲ, ମାସ୍କ ଓ ସାନିଟାଇଜ଼ର। ଏସବୁ ସାମଗ୍ରୀ ଭୁବନେଶ୍ୱର ରେଡ କ୍ରସ କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ପଠାଯାଇଛି। ବାଲେଶ୍ଵର, ଭଦ୍ରକ କୁ ମଧ୍ୟ ପଠେଇବାର ବ୍ୟବସ୍ଥା କରାଯାଉଛି।
ଭୁବନେଶ୍ୱର: ପାରାଦୀପ ରାଡାର ରେ ଦେଖାଗଲା ବାତ୍ୟା ୟାସ ର ଆଖି। ବାତ୍ୟାର ଆଖି ୩୫ ରୁ ୪୦ କିଲୋମିଟର ଵ୍ୟାସାର୍ଦ୍ଧ ବିଶିଷ୍ଠ ସୂଚନା। ରାଡାର ପରିଧିକୁ ଆସିଲା ପରେ ସ୍ପଷ୍ଟ ହେଲା ଆଖି। ବାତ୍ୟାର କେନ୍ଦ୍ରସ୍ଥଳରେ ରହିଥାଏ ଆଖି। ଆଖି ଯେଉଁ ଅଂଚଳ ଦେଇ ଯାଇଥାଏ ସେଠି ଭୟଙ୍କର କ୍ଷତି କରିଥାଏ। ଓଡ଼ିଶା ସରକାରଙ୍କ ପକ୍ଷରୁ ବାତ୍ୟା ବେଳେ ବାଇକ ଚଲାଇବା, ସେଲ୍ଫି ନେବା ଓ ଭିଡିଓ ରେକର୍ଡ କରିବାକୁ ମନା କରାଯାଇଛି। ବର୍ତମାନ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ରହିଛି ବାତ୍ୟା। ବାଲେଶ୍ୱରରୁ ୨୫୦ କିଲୋମିଟର ଦୂରରେ ଅଛି।