ଭୁବନେଶ୍ୱର: ତା୨୪.୫.୨୧ ୱାଲ୍ଫ ହ୍ୟୁମାନ ରାଇଟ, ଓଡ଼ିଶା ଶାଖା ତରଫରୁ ଏହି ମହାମାରୀ ସମୟରେ ଭୁବନେଶ୍ୱରରେ ରହୁଥିବା ବହୁ ଲୋକଙ୍କ ମଧ୍ୟରୁ ବହୁ ବରିଷ୍ଠ ନାଗରିକ ଓ ସେମାନଙ୍କର ପରିବାର କରୋନାରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରି ପାରୁନାହାନ୍ତି, ସେମାନଙ୍କ ସାଙ୍ଗରେ ଏହି ଦୁର୍ଦ୍ଦିନ ସମୟରେ ସେମାନଙ୍କ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ ଦିଆଯାଉଛି ଓ କିଛି ଜାଗାରେ ଅନ୍ୟାନ୍ୟ ଅନୁଷ୍ଠାନକୁ କହି ଶୁଖିଲା ରେଶନ ଦେବାର ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱରର ମୈତ୍ରୀ ବିହାର, ବିଜେବିନଗର, ଖଣ୍ଡଗିରି, ସମ୍ ହସପିଟାଲ ନିକଟ, ଭୀମ ଟାଙ୍ଗୀ, ପଟିଆ, ଇନକମ୍ ଟାକ୍ସ କଲୋନୀ, ବରଗଡ, ଜଗନ୍ନାଥବିହାର, ପ୍ରଶାନ୍ତିବିହାର, ମୈତ୍ରୀବିହାର, ଲକ୍ଷ୍ମୀସାଗର, ଭି ଏସ ଏସ ନଗର, ଇୟୁନିଟ ୯, ଜୟଦେବ ବିହାର, ରସୁଲଗଡ଼, ବ୍ରମହେଶ୍ୱର୍ ପାଟଣା, ନାଗେଶ୍ଵରଟାଙ୍ଗୀ,ବରମୁଣ୍ଡା, ଚନ୍ଦ୍ରଶଖରପୁର, ନୀଳାଦ୍ର ବିହାର, ଲକ୍ଷ୍ମିଶାଗର , ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା ଓ ଅନ୍ୟାନ୍ୟ ଜାଗା ଗୁଡିକରେ ରହୁଥିବା ମହାମାରୀରେ ପୀଡ଼ିତ ପରିବାର ମାନଙ୍କୁ ଦେୟ ମୁକ୍ତ ଖାଦ୍ୟ ବଣ୍ଟା ଯାଉଛି। ଏହି କାର୍ଯ୍ୟକ୍ରମକୁ ୱାଲ୍ଦ ହ୍ୟୁମାନ ରାଇଟସ୍, ଓଡ଼ିଶା ଶାଖାର ଚେଆରମ୍ୟାନ ଶ୍ରୀ ନାରାୟଣ ମହାପାତ୍ରଙ୍କ ନେତୃତ୍ଵରେ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ଦିଲ୍ଲୀପ ପଟନାୟକ, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ର ନିରୋଦ ବରଣ ମହାପାତ୍ର,ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ହେମନ୍ତ କୁମାର ମଳିଆ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି।