ଓଡିଶାରେ ଆସନ୍ତା ସପ୍ତାହରେ ହେବ ଦ୍ରୃତ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ସପ୍ତାହରେ ଦ୍ରୃତ କରୋନା ସଂକ୍ରମଣ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ. ନିରୋଜ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଗୋଟାଏ ସପ୍ତାହ ପର୍ଯ୍ୟନ୍ତ ୧୦ ରୁ ୧୨ ହଜାର କରୋନା ପଜେଟିଭ ସଂଖ୍ୟା ରହିବ। ଏବେ ପଜେଟିଭ୍ ରେଟ ୨୦% ରହିଛି। ତେବେ ଟେଷ୍ଟ ବଢିଲେ ପଜେଟିଭ ସଂଖ୍ୟା ବଢିବ। ମେ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଖସିବ। ଏହାସହ ଜୁନ ମାସରେ କରୋନାରୁ ଟିକେ ଆଶ୍ୱସ୍ତି ମିଳିବ ବୋଲି ସେ କହିଛନ୍ତି।
ଗୁଜୁରାଟ ଉପକୂଳ ରେ ବାତ୍ୟା ନେଇ ଟ୍ରେନ ବାତିଲ
ଗୁଜୁରାଟ ଉପକୂଳ ରେ ବାତ୍ୟା ନେଇ ଟ୍ରେନ ବାତିଲ ଭୁବନେଶ୍ୱର: ଆଜି ପୁରୀରୁ ପୁରୀ-ଓଖା ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି ।ମେ ୧୯ ତାରିଖ ରେ ଓଖା ଠାରୁ ବାତିଲ ରହିବ ପୁରୀ ସ୍ପେଶାଲ ଟ୍ରେନ।ଗୁଜୁରାଟ ଉପକୂଳ ରେ ବାତ୍ୟା ଆଶଙ୍କା ଥିବାରୁ ରେଳବାଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ ଗଲା NDRF ଟିମ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜରାଟ ଗଲା NDRF ଟିମ। କଟକ ଡେପୁଟି କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ଗଲେ ୫ ଟି ଟିମ। ୫ ଟି ଟିମ ରେ ଅଛନ୍ତି ୧୨୬ ଜଣ ସଦସ୍ୟ। ମେ ୧୬ ଓ ୧୭ ତାରିଖରେ ଅତି ଭୀଷଣ ରୂପ ନେବ ସାଇକ୍ଲୋନିକ ସ୍ଟର୍ମ। ଘଣ୍ଟା ପ୍ରତି ପବନର ବେଗ ୧୬୦ ରୁ ୧୭୫ କିମି ରହିବ। ଆଜି ପବନର ବେଗ ୭୦ ରୁ ୧୦୦ କିମି ରହିବ। ମେ ୧୮ ରେ ଗୁଜୁରାଟ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି।
ଝାରପଡ଼ା ଜେଲ୍ ରେ ବିଚାଆରାଧୀନ କଏଦୀ ମୃତ
ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲର ବିଚାରାଧୀନ ବନ୍ଦୀ ତ୍ରପତି ମହାନ୍ତି ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତ୍ରପତି ମହାନ୍ତି କିଛି ଦିନ ତଳେ କଟକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ପୂର୍ବରୁ ସେ ମଧୁମେହ ରୋଗ ଓ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡିତ ଥିଲେ ବୋଲି କହିଛନ୍ତି ଡିଆଇଜି।
ଆଜିକୁ ୧୮ଦିନ ହେଲା କରୋନା ପୀଡ଼ିତ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ ବଣ୍ଟନ
ଭୁବନେଶ୍ୱର ତା୧୫୫.୨୧ ଭୁବନେଶ୍ୱର ରେ ରହୁଥିବା ବହୁ ଜନସାଧରଣଙ୍କ ମଧ୍ୟରୁ ବହୁ ବରିଷ୍ଠ ନାଗରିକ ଓ ସେମାନଙ୍କର ପରିବାର କରୋନା ରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରି ପାରୁନାହାନ୍ତି, ସେମାନଙ୍କ ସାଙ୍ଗରେ ଏହି ଦୁର୍ଦ୍ଦିନ ସମୟରେ ଛିଡ଼ା ହୋଇଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସହୋଯୋଗର ହାଥ ବଢାଉଛନ୍ତି। ଆଜିକୁ ୧୮ଦିନ ହେଲା ସେମାନଙ୍କ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ ଦିଆଯାଉଛି।
ଭୁବନେଶ୍ୱରର ପ୍ରଶାନ୍ତିବିହାର, ମୈତ୍ରୀବିହାର, ଲକ୍ଷ୍ମୀସାଗର,ଭି ଏସ ଏସ ନଗର, ଇୟୁନିଟ ୯, ଜୟଦେବ ବିହାର, ରସୁଲଗଡ଼, ବ୍ରମହେଶ୍ୱର୍ ପାଟଣା, ନାଗେଶ୍ଵରଟାଙ୍ଗୀ,ବରମୁଣ୍ଡା, ଚନ୍ଦ୍ରଶଖରପୁର, ନୀଳାଦ୍ର ବିହାର , ବଙ୍କୁଆଲ,ଲକ୍ଷ୍ମିଶାଗର, ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଗଡ଼ଗୋପିନାଥ ପ୍ରସାଦ କଲୋନୀ ଓ ଅନ୍ୟାନ୍ୟ ଜାଗା ଗୁଡିକରେ ରହୁଥିବା ମହାମାରୀରେ ପୀଡ଼ିତ ପରିବାର ମାନଙ୍କୁ ଦେୟ ମୁକ୍ତ ଖାଦ୍ୟ ବଣ୍ଟା ଯାଉଛି।
ଏହି କାର୍ଯ୍ୟକ୍ରମକୁ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘର ମିଳିତ ସହଯୋଗରେ କରାଯାଉଛି।
କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଦିଲ୍ଲୀପ ପଟନାୟକ, ଶ୍ରୀ ଉମାନାଥ ମିଶ୍ର,, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ରାହୁଲ ପଲେଇ , ହେମନ୍ତ କୁମାର ମଳିଆ, ଚିତ୍ତରଞ୍ଜନପଟନାୟକ,ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି।
