କାଲିଠୁ ପୁରୀ ରେ ଦୈନିକ ୨୦୦ ଲୋକଙ୍କୁ ଟୀକାକରଣ
ପୁରୀ: କାଲିଠାରୁ ପୁରୀ ରେ ଦୈନିକ ୨୦୦ ଲୋକ ଙ୍କୁ କରାଯିବ ଟୀକାକରଣ ।
ପେଣ୍ଠକଟା ରେଷ୍ଟ ହାଉସ ରେ ଦିଆଯିବ ଟୀକା। ଚନ୍ଦନଯାତ୍ରା ରେ ନିୟୋଜିତ ସେବାୟତ ଓ ରଥ କାମ କରୁଥିବା ମହାରଣା ମାନଙ୍କର ହେବ କୋଭିଡ ଟେଷ୍ଟ।
ପୁରୀ: କାଲିଠାରୁ ପୁରୀ ରେ ଦୈନିକ ୨୦୦ ଲୋକ ଙ୍କୁ କରାଯିବ ଟୀକାକରଣ ।
ପେଣ୍ଠକଟା ରେଷ୍ଟ ହାଉସ ରେ ଦିଆଯିବ ଟୀକା। ଚନ୍ଦନଯାତ୍ରା ରେ ନିୟୋଜିତ ସେବାୟତ ଓ ରଥ କାମ କରୁଥିବା ମହାରଣା ମାନଙ୍କର ହେବ କୋଭିଡ ଟେଷ୍ଟ।
ବାଲେଶ୍ୱର: କାଲିଠାରୁ ବାଲେଶ୍ୱର ଜିଲ୍ଲାର ସମସ୍ତ କେନ୍ଦ୍ରରେ ଆରମ୍ଭ ହେବ ଟୀକାକରଣ। ଆଜି ରାତିରେ ପହଞ୍ଚିବ ୧୧ ହଜାର ୫ ଶହ ଡୋଜ କୋଭିସିଲଡ଼ ଟୀକା । ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ଦିଆଯିବ ଅଗ୍ରାଧିକାର।

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ୨ ସେବାୟତଙ୍କ ମଧ୍ୟରେ ମାରପିଟ ହୋଇଥିବା ର ସୂଚନା ମିଳିଛି। ଆହତ ସେବାୟତ ହରେକୃଷ୍ଣ ସୁଆର ପୁରୀ ବଡ଼ ମେଡିକାଲରେ ଭର୍ତି ହୋଇଛନ୍ତି। ସେବାୟତ ବୁଲୁ ପଣ୍ଡାଙ୍କ ଆକ୍ରମଣରେ ତାଙ୍କ ମୁଣ୍ଡରେ ଆଘତ ଲାଗିଥିବାର ଜଣାପଡ଼ିଛି।
ବ୍ରହ୍ମପୁର: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ନାବାଳକ ର ମୃତ୍ୟୁ ହୋଇଥିବାର ଜଣାପଡିଛି।ନାବାଳକ ର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।ସୂଚନା ଅନୁଯାୟୀ ଗତ ଶନିବାର ଦିନ ଗଞ୍ଜାମ ଜିଲ୍ଲା ସୋରଡା ଆଞ୍ଚଳ ର ୧୦ ବର୍ଷର ନାବାଳକର ବାନ୍ତି ହେବା ପରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।ଏହାପରେ ଶିଶୁଟିକୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ରେ ଭର୍ତି କରାଯାଇ ଥିଲା ଓ ପରେ ତା ର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିଲା। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥା ରେ ପିଲାଟିର ମୃତ୍ୟୁ ହୋଇଥିଲା।ସେ ହେମୋଫିଲିଆ ରୋଗରେ ପୀଡ଼ିତ ଥିବା କହିଛନ୍ତି ପରିବାର ଲୋକେ।
ଭୁବନେଶ୍ୱର: ଓଡ଼ିଶାରେ ବ୍ଲାକଫଙ୍ଗସ ନଜରକୁ ଆସିନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ଲାକଫଙ୍ଗସ ମଧୁମେୟ ରୋଗୀ ମାନଙ୍କୁ ଅଧିକ ହୋଇପାରେ । ଏହା ଗୁଜୁରାଟ ଓ ମହାରାଷ୍ଟ୍ର ରେ ଚିହ୍ନଟ ହୋଇଛି। କୋଭିଡରୁ ସୁସ୍ଥ ହେବା ପରେ ଏହିରୋଗ ଦେଖାଯାଉଥିବାର ଜଣାପଡିଛି।
ଭୁବନେଶ୍ୱର ତା ୧୦.୫.୨୧: ମନମ ଫାଉଣ୍ଡେସନ, ଇଣ୍ଟରନେସନାଲ, ଆନ୍ଧ୍ରପ୍ରଦେଶ, ଭାରତ ତାର ନୂତନ ଓଡ଼ିଶା, ଶାଖାର ଚେୟାରମ୍ୟାନ ଭାବେ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାଙ୍କୁ ନିଯୁକ୍ତି ଦେଇଛନ୍ତି, ଓ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ମଧ୍ୟ ପ୍ରଦାନ କରିଛନ୍ତି। ମନମ ଫାଉଣ୍ଡେସନ, ଇଣ୍ଟରନେସନାଲ ଗୋଟେ ISO 9001-2015 ସିକୃତି ପ୍ରାପ୍ତ ପ୍ରତିଷ୍ଠାନ। ଏହାର କାମ ମାନବ, ବରିଷ୍ଠ ନାଗରିକ, ଛୋଟ ପିଲା ଓ ମହିଳାଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବା ସହିତ, ଗରିବ ଲୋକଙ୍କୁ ସାହାଯ୍ୟ ଓ ତାଙ୍କର ଉନ୍ନତି କରିବା ନିମନ୍ତେ କାର୍ଯ୍ୟ କରି ଥାଏ, ଆମକୁ ଏହି ଅନୁଷ୍ଠାନ ର ଓଡ଼ିଶା ଶାଖାର ଚେୟାରମ୍ୟାନ ଭାବେ ନିଯୁକ୍ତି, ଓ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଥିବାରୁ, ଆମେ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଚେୟାରମ୍ୟାନ ଡ. କେ. ଚକ୍ରବ୍ରତି ଙ୍କୁ ବହୁତ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଅନୁଷ୍ଠାନକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା ସବୁ ସମୟ ରେ କରିବୁ ବିଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର।
ଭୁବନେଶ୍ୱର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ, ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ସମଗ୍ର କଳା ଓ ଭାସ୍କର୍ଯ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିବା ସହ ରାଜ୍ୟ ଏକ ମହାନ ବ୍ୟକ୍ତି ତଥା ବିଶିଷ୍ଟ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି I ଏଥି ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଆମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I