ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ବଜ୍ରପାତ ନେଇ ଆଲର୍ଟ କଲା ପାଣିପାଗ ବିଭାଗ। ଭୁବନେଶ୍ୱର ସହର ବ୍ଲକ ଓ ବାଲିଅନ୍ତା ବ୍ଲକ କୁ କରାଯାଇଛି ଆଲର୍ଟ। ଦିନ ୧୨:୪୫ ଯାଏଁ ସତର୍କ ରହିଭାକୁ ପରାମର୍ଶ ଦିଆଯାଇଛି
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ବଜ୍ରପାତ ନେଇ ଆଲର୍ଟ କଲା ପାଣିପାଗ ବିଭାଗ। ଭୁବନେଶ୍ୱର ସହର ବ୍ଲକ ଓ ବାଲିଅନ୍ତା ବ୍ଲକ କୁ କରାଯାଇଛି ଆଲର୍ଟ। ଦିନ ୧୨:୪୫ ଯାଏଁ ସତର୍କ ରହିଭାକୁ ପରାମର୍ଶ ଦିଆଯାଇଛି
ପୁରୀ: ଜଳପଥ ଦେଇ ପୁରୀ ଆସୁଥିବା ପ୍ରବାସୀଙ୍କ ଉପରେ କଡ଼ା ନଜର ରଖିଛି ମେରାଇନ ପୋଲିସ। ସମୁଦ୍ର ପଥରେ ପୁରୀ କୁ ଆସୁଥିବା ଆନ୍ଧ୍ର ଫେରନ୍ତା ମତ୍ସ୍ୟଜୀବୀ ଙ୍କ ଉପରେ କଟକଣା ଲଗାଇଲା ପୋଲିସ।ସମୁଦ୍ର ପଥରେ ଚେନ୍ନାଇ ରୁ ବି ଫେରିବାକୁ ଆରମ୍ଭ କରିଛନ୍ତି ପ୍ରବାସୀ।କିଛିଦିନ ତଳେ ଚନ୍ଦ୍ରଭାଗା ରେ କିଛି ଆନ୍ଧ୍ରା ମତ୍ସ୍ୟଜୀବିଙ୍କୁ ଦେଖିବାକୁ ମିଳିଥିଲା।ତେଣୁ ଡଙ୍ଗା କିମ୍ବା ଗାଡ଼ିରେ ପୁରୀ, କୋଣାର୍କ, କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ଅଞ୍ଚଳକୁ ଆସୁଥିବା ଆନ୍ଧ୍ର ଫେରନ୍ତା ନଜର କୁ ଆସିଲେ ତାଙ୍କୁ ବାଧ୍ୟତାମୂଳକ ସଂଗରୋଧ ରେ ରଖାଯିବ।
ଭୁବନେଶ୍ୱର, ତା୯.୫: ସାହିତ୍ୟ ସବୁବେଳେ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ । ବ୍ୟକ୍ତି ଓ ବିଶ୍ୱ ମଧ୍ୟରେ ଥିବା ସମ୍ପର୍କ ଭିତରେ ଅସଂଖ୍ୟ ଅନୁଭବକୁ ବ୍ୟକ୍ତ କରିଥାଏ ସାହିତ୍ୟ । ସମୟର ସ୍ନାୟୁରେ ଶବ୍ଦ ସଂରଚନା ପ୍ରତ୍ୟେକ ସୃଜନଶୀଳତାର ଆଧାର ବୋଲି 'କୋଠଘର ଆମ ସାହିତ୍ୟ ପରିବାର'ର ବାର୍ଷିକ ଉତ୍ସବ ଓ 'କୋଠଘର' ପୁସ୍ତକ ଉନ୍ମୋଚନ ପର୍ବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।
ରବିବାର ଅପରାହ୍ଣରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ଏହି ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ ଓ ପୂର୍ବତନ ପୋଲିସ୍ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ଉଦ୍ଘାଟନ କରି ସାହିତ୍ୟର ଆଉ ଏକ ଦାଣ୍ଡିଯାତ୍ରା ଆରମ୍ଭ ହେଉ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଦସ୍ୟମାନଙ୍କ କବିତାରେ ସମୃଦ୍ଧ 'କୋଠଘର' ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ଶକୁନ୍ତଳା ବଳିଆରସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟର ପ୍ରାଣସ୍ପନ୍ଦନ ପ୍ରତ୍ୟେକଙ୍କୁ ପ୍ରଭାବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ତଥା ବିଶିଷ୍ଟ କବି ଡକ୍ଟର ହୁସେନ ରବିଗାନ୍ଧୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କବି ଅନାଦି ଓ ଅମର ବୋଲି ମତଦେଇ ସେ ସୃଜନ ଓ ସ୍ୱପ୍ନର ସଂକଳ୍ପମୟ ସୌଦାଗର ବୋଲି କହିଥିଲେ । ଓଡ଼ିଶାର ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ମହେଶ୍ୱର ସ୍ୱାଇଁ ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟର ଉନ୍ନତିକଳ୍ପେ 'କୋଠଘର' ସାହିତ୍ୟାନୁଷ୍ଠାନର କାର୍ଯ୍ୟଧାରାକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବରେ ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଅନୁଷ୍ଠାନ ପ୍ରତି ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ଭାଷାବିଜ୍ଞାନୀ ଡକ୍ଟର ଦେବାଶିଷ ମହାପାତ୍ରଙ୍କ ସୁଦକ୍ଷ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ କଣ୍ଠଶିଳ୍ପୀ ଅଧ୍ୟାପିକା ହିମାଦ୍ରୀ ତନୟା ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲାବେଳେ ସମ୍ପାଦିକା ଅମ୍ବିକା ସ୍ୱାଇଁ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରି ଅନୁଷ୍ଠାନର ଆଭିମୁଖ୍ୟ ଅବତାରଣା କରିଥିଲେ । ବୈଷୟିକ ପରିଚାଳନା କରିଥିଲେ ସମ୍ପାଦନା ମଣ୍ଡଳୀ ସଦସ୍ୟ ଅରୁଣ କୁମାର ମହାନ୍ତି । ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଶିଷ୍ଟ କବି ରକ୍ଷକ ନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବ୍ରହ୍ମାନନ୍ଦ ବିଶ୍ୱାଳ, କିଶୋର ଚନ୍ଦ୍ର ସ୍ୱାଇଁ, ବିରଜା ଦେବୀ, ଡକ୍ଟର ସଂଘମିତ୍ରା ଭଞ୍ଜ, ଭାବଗ୍ରାହୀ ବଳ, ଡକ୍ଟର ରଶ୍ମି ଦାସ, ବାଉରିବନ୍ଧୁ ଲେଙ୍କା, ଡକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଆଶୁତୋଷ ପାତ୍ର, ସୌମ୍ୟରଞ୍ଜନ ଦାସ, ମଞ୍ଜୁଲତା ସିଂ, ବସନ୍ତ ମିଶ୍ର, ବୀଣାପାଣି ଚୌଧୁରୀ, ମନିକା ମହାପାତ୍ର, ଗୀତାଞ୍ଜଳି ସ୍ୱାଇଁ, ଦୁଷ୍ମନ୍ତ ଚୌଧୁରୀ, ବୈଜୟନ୍ତୀ ସାହୁ, ଗାୟତ୍ରୀ ତ୍ରିପାଠୀ, ସରୋଜିନୀ ବେହେରା, କମଳିନୀ ଦେବୀ, ଭାରତୀ ପରିଡ଼ା ପ୍ରମୁଖ ପଚାଶରୁ ଊର୍ଦ୍ଧ୍ୱ କବି କବିତା ପାଠ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଶିଷ ମିଶ୍ର, ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ଅଶୋକ ସାମନ୍ତ, ଡକ୍ଟର ଅଞ୍ଜଳି ତ୍ରିପାଠୀ, ମମତା ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର, ମମତା ବାରିକ, ପ୍ରମୋଦ କୁମାର ଦାସ, ଅକ୍ଷୟ କୁମାର ସାହୁ, ଅଲେଖ ଚନ୍ଦ୍ର ରାଉତ, ଆଶୁତୋଷ ମେହେର, ନିବେଦିତା ଭଞ୍ଜ, ପ୍ରଶାନ୍ତ କୁମାର ନାଥ, ବିଜୟିନୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ, ବିନୟ ଭୂଷଣ ମହାପାତ୍ର, ପୁଷ୍ପାଞ୍ଜଳି ପଣ୍ଡା, ବ୍ରତତୀ ମହାନ୍ତି, ସୁଷମା ପରିଜା, ରାଜଲକ୍ଷ୍ମୀ ତ୍ରିପାଠୀ, ରମେଶ ପଶାଏତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ୍ତ କୁମାର ସାହୁ ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ନିମ୍ନୋକ୍ତ ସକଳ୍ପ ଗୃହୀତ ହୋଇଛି । କୋଭିଡ଼19 ମହାମାରୀ ବିରୁଦ୍ଧରେ ଆମର ଲଢ଼େଇ ରେ ଆମର କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟ ତାର ଉଚ୍ଚ ପ୍ରଶଂସା କରୂଛି । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇ ରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା testing tracing vaccination lockdown ଇତ୍ୟାଦି ରେ ଓଡ଼ିଶା ବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞ। ।ଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟ ବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଇସ୍ରାଏଲ ପରି ଦେଶ ଯେଉଁ ମାନେ କି ତାଙ୍କ ଜନସଂଖ୍ୟା ର ବୃହତର ଭାଗର ଟୀକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି । ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି ।ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ବେ କୋଭିଡ଼ ଯୁଦ୍ଧ ରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବା ରେ ନିୟୋଜିତ କର୍ମଚାରୀ ମାନେ ଯେଉଁ ମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଯାଇଛି। ଟୀକା ନେଇଥିବା ବ୍ୟକ୍ତି ମାନଙ୍କ ର ସକ୍ରମଣ ହେଲେ ବି ତାହା ବହୁତ କମ୍ ଲଷଣ ଯୁକ୍ତ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟୀକା ସଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟ ବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ । ଏହି ଉଦ୍ଦେଶ୍ୟ ରେ ଓଡ଼ିଶା ବାସୀ ଯେପରି ସୁବିଧା ରେ ଟୀକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା କମ୍ପାନୀରୁ ଟୀକା ସଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ ।ଏଥିପାଇଁଏକ global tender ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି । ଆମର ବିପଦସକୁଳ ଜନସାଧାରଣ ଙ୍କ ର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟ ବାନ ଜୀବନ ର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ର ପୁନସ୍ଥାପନରେ ଏହା ସହାୟକ ହେବ ।ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ।ଏବଂ ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ । ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ । ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇ କୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି । ଏହି ଅଵସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦି କୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜନସାଧାରଣ ଙ୍କୁ ବିନମ୍ର ଅନୁରୋଧ ଜଣାଉଛି୍
ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ଆଜି କମିଶନରେଟ ପୋଲିସ ଚଢ଼ାଉ କରିଛି। କୋଭିଡ଼ ନିୟମ ଉଲଂଘନ କରୁଥିବା ଦୋକାନୀ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଝାରପଡ଼ା ହାଟ ରେ କିଛି ଦୋକାନ ସିଲ ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱର ଠାରେ ଦେହାନ୍ତ ସନ୍ଧ୍ୟା ୬.୪୫ ମି ରେ ହୋଇଯାଇଛି। ଭଗବାନ ତାଙ୍କ ସ୍ବର୍ଗ୍ଷୀୟ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ପରିବାରକୁ ଏ ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ର ପ୍ରତିଷ୍ଠାତାଭାବରେ ଜଗନ୍ନାଥ ଙ୍କ ମହିମା ପ୍ରଚାରରେ ତାଙ୍କ ଅବଦାନ ର ତୁଳନା ନାହିଁ, ସମସ୍ତଙ୍କ ପାଖରେ ଚିର ଅମର ରହିବେ, ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଏମିତି ଏକ କର୍ମଠ ନିଷ୍ଠାପର ଓ ତାଙ୍କର ପ୍ରିୟ ଭକ୍ତକୁ କୋଳେଇ ନିଅନ୍ତୁ। ଆତ୍ମାର ସଦଗତି ହେଉ। ପରିବାରକୁ ଭରସା ହୁଅନ୍ତୁ ଓ ସାହସ ଦିଅନ୍ତୁ ବୋଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ।
ଭୁବନେଶ୍ୱର: କାଲିଠାରୁ ଭୁବନେଶ୍ୱରରେ ଖୋଲିବ ଆଉ ୩ ଟି ଡ୍ରାଇଭ ଇନ ଟୀକା କେନ୍ଦ୍ର। ୪୫ ବର୍ଷ ଉର୍ଦ୍ଧ ବୟସ୍କ ଙ୍କୁ ଦିଆଯିବ ଟୀକା।କଳ୍ପନା ଛକ ରେ ଥିବା ଉତ୍କଳ କନିକା ଗ୍ୟାଲେରିଆ,ପାହାଳ ନିକଟସ୍ଥ ସିମ୍ଫୋନି ମଲ ଓ ପଟିଆ କିଟ ବିଶ୍ୱବିଦ୍ୟାଳୟ କ୍ରିକେଟ ପଡ଼ିଆରେ ମେ ୧୫ ଯାଏ ହେବ ଟୀକାକରଣ। ପୂର୍ବରୁ କେବଳ ରାସୁଲଗଡ଼ ରେ ଥିବା ଏସପ୍ଲାନେଡ ମଲ ରେ ଡ୍ରାଇଭ ଇନ ଟୀକାକରଣ ର ବ୍ୟବସ୍ଥା କରରଯାଇଥିଲା।