ଓଡ଼ିଶାରେ ବ୍ଲାକ ଫଙ୍ଗସ ରୋଗୀଙ୍କୁ ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର: ଓଡ଼ିଶାରେ ଜଣେ ବ୍ଲାକ ଫଙ୍ଗସ ରୋଗୀଙ୍କୁ ସଫଳ ଅସ୍ତ୍ରୋପଚାର କରାଯାଇଛି। ଢେଙ୍କାନାଳ ଜିଲ୍ଲାର ଜଣେ ମହିଳା ବ୍ଲାକ ଫଙ୍ଗସ ରେ ପୀଡ଼ିତ ଥିଲେ। ସେ ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଓ ଏହା ପରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। କୋଭିଡ ର ମୁକାବିଲା ପରେ ବ୍ଲାକ ଫଙ୍ଗସ ରେ ପୀଡ଼ିତ ଥିଲେ। ସଫଳ ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଥିବା ସୂଚନା ମିଳିଛି।
କରୋନା ମୁକାବିଲା ପାଇଁ ମେ ୧୭ ରେ ସର୍ବଦଳୀୟ ବୈଠକ
କୋଭିଡ ମୁକାବିଲା ପାଇଁ ବଲାଙ୍ଗୀର କୁ ଦୁଇ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ବର: କୋଭିଡ଼ ଦ୍ଵିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାର କୋଟି ଟଙ୍କା ମଞ୍ଜୁର କରିଥିଲେ ।
ବ୍ରହ୍ମପୁର ମଣ୍ଡଳ କାରାଗାର ରୁ ୪୮ ଜଣ ବିଚାରାଧିନ କଏଦୀ କରୋନା ପଜିଟିଭ ଚିହ୍ନଟ
ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାର ରେ ୪୮ ଜଣ ବିଚାରାଧିନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨ ଦିନ ତଳେ ୮୪ ଜଣ କଏଦୀଙ୍କର କରାଯାଇଥିଲା RTPCR ଟେଷ୍ଟ। ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି ମୋଟ ୯୨୭ ଜଣ କଏଦୀ। କଏଦୀଙ୍କ ପାଇଁ କାରାଗାରରେ ହୋଇଛି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର।
ନମଲ ଜିୱାନାନବ୍ଦ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ
ଭୁବନେଶ୍ୱର ତା ୧୩.୫.୨୧: ନମଲ ଜିୱାନାନବ୍ଦ ଫାଉଣ୍ଡେସନ, ଶ୍ରୀଲଙ୍କା, ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ପୂର୍ବରୁ ମନମ ଫାଉଣ୍ଡେସନ, ଇଣ୍ଟରନେସନାଲ ଆନ୍ଧ୍ରପ୍ରଦେଶ ଶ୍ରୀ ନାରାୟଣ ମହାପାତ୍ର ଙ୍କୁ ଓଡ଼ିଶା ଶାଖାର ଚେଆରମ୍ୟାନ ଭାବେ ନିଯୁକ୍ତି ଦେବା ସହିତ ସମାଜ ସେବା ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ମଧ୍ୟ ଦେଇଥିଲେ।
ଫାଉଣ୍ଡେସନ ର ପ୍ରତିଷ୍ଠାତା ଡ ନମଲ ଜିୱାନାନନ୍ଦ, ଶ୍ରୀଲଙ୍କା ଙ୍କୁ ଧନ୍ୟବାଦ ଦେବା ସହ ଏହି ସମ୍ମାନ ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା କରିବା ନିମନ୍ତେ ପ୍ରେରଣା ଦେବ ବୋଲି କହିଛନ୍ତି ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର।
ବହୁ ଅଭିଯୋଗ ଓ ଭିଡିଓ ଭାଇରାଲ୍ ପରେ ଓଡ଼ିଶାର ବିଭିନ୍ନ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବଦଳି
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜେଲ୍ ମାନଙ୍କରେ କଏଦି ମାନଙ୍କଠାରୁ ମୋବାଇଲ ଫୋନ ଓ ନାନା ମାଦକ ଦ୍ରବ୍ୟ ଜବତ କରାଯିବା ପରେ ରାଜ୍ୟ ସରକାର ସୁପରିଟେଣ୍ଡେଣ୍ଟ ମାନଙ୍କର ଅଦଳବଦଳି କରିଛନ୍ତି। ଝାରପଡା ଜେଲ୍ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ଜେଲକୁ ବଦଳି କରାଯାଇଛି। ସେହିଭଳି ପୁରୀ ଜେଲ୍ ଦାୟିତ୍ୱ ରେ ଥିବା ସରୋଜ କୁମାର ବିଶ୍ୱାଳଙ୍କୁ ବର୍ତ୍ତମାନ ଝାରପଡା ଜେଲ୍ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗୀର ଜେଲ୍ ସୁପରିଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲ୍ କୁ ବଦଳି କରାଯାଇଛି।
