• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

କିଛି ବର୍ଷ ଭିତରେ ଓଡ଼ିଶାରେ ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
26 January 2026

ଭୁବନେଶ୍ବର: ଚାଷୀ, ଯୁବ ଓ ମହିଳାଙ୍କ ବିକାଶ ଓଡ଼ିଶା ସରକାରଙ୍କ ପ୍ରାଥମିକତା। ୧୯ ମାସ ହେଲା ଦ୍ରୁତ ବିକାଶର ଯାତ୍ରୀ ହେଉଛି ଓଡ଼ିଶା। କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ଏହା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, କିଛି ବର୍ଷ କିଛି ଭିତରେ ଓଡ଼ିଶାରେ ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ନାରୀ ସୁରକ୍ଷା ଆମ ସରକାରଙ୍କ ପ୍ରାଥମିକତା। ମହିଳାଙ୍କ ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ଜେଲ୍। ଓଡ଼ିଶା ହେଉଛି ନିବେଶକଙ୍କ ପ୍ରଥମ ପସନ୍ଦ। ଆସନ୍ତା ୧୦ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି ବୋଲି ନିଜ ଅଭିଭାଷଣରେ କହିଲେ ମୁଖ୍ୟମନ୍ତ୍ରୀ। ପରେଡ୍‌ରେ ସାମିଲ୍ ହୋଇଥିଲେ ୪୭ଟି କଣ୍ଟିଜେଣ୍ଟ ଓ ୯ଟି ସରକାରୀ ପ୍ରଜ୍ଞାପନ ମେଢ଼ I ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଅୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରି ବାବୁ କମ୍ଭମପତି। ଗାନ୍ଧି ମାର୍ଗରେ ଭବ୍ୟ ପରେଡ୍ ର ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ। ପରେଡ୍‌ରେ ୫୪ଟି କଣ୍ଟିଜେଣ୍ଟଙ୍କ ଅଂଶଗ୍ରହଣ କରିଥିଲେ।

powered by social2s

ରାଜ୍ୟସ୍ତରୀୟ ଦୌଡ଼କୁଦ ଓ ହକି ଚୟନ ଶିବିର ଆୟୋଜିତ

Details
Odia Ray Admin
ଓଡିଶା
25 January 2026

ଭୁବନେଶ୍ୱର: ବରୁଣେଇ ଠାରେ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ ରେ ଗତ କାଲି ଠାରୁ ସ୍ପେଶିଆଲ ଅଲିମ୍ପିକ୍ ଭାରତ ଓଡ଼ିଶା ର ରାଜ୍ୟସ୍ତରୀୟ ଦୌଡକୁଦ ଓ ହକି ଚୟନ ଶିବିର ଆରମ୍ଭ ହୋଇଛି। ଏଥିରେ ସାରା ଓଡ଼ିଶା ରୁ ପାଖାପାଖି ୨୦୦ ପ୍ରତିଭାଗି ଯୋଗ ଦେଇଛନ୍ତି । ଉଦ୍ଘାଟନୀ ଦିବସରେ ଦୌଡକୁଦ ର ୫୦ ମି., ୧୦୦ ମି., ୪୦୦ ମି., ଓ ୧୦୦ x ୪ ରିଲେ ରେସ୍ ସହିତ ହକି ର ଦକ୍ଷତା ନିରୁପଣ କରାଯାଇ ଥିଲା। ଆଜିର ଦିବସରେ ପାରା ଅଲିମ୍ପିକ୍ ର ଅସି ଚାଳନା ରେ ବିଶ୍ଵ ରେ ଅନେକ ପଦକ ର ଅଧିକାରୀ ରାଖାଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି କ୍ରୀଡ଼ାବିତ୍ ମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଶିବିର କୁ ଏସ୍ ଓ ବି ଓଡ଼ିଶା ର କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ମାନସିକ ବିଶେଷଜ୍ଞ ମନତୋଷ ବେହେରା, ରାଜ୍ୟ ସଞ୍ଜୋଜକ ଅର୍ପିତା ମହାପାତ୍ର, କେ ଟି ଗ୍ଲୋବାଲ ସ୍କୁଲ୍ ର ଅଂଶୁମାନ ମହାନ୍ତ ଓ ଜ୍ୟୋତି ଶଙ୍କର ନନ୍ଦ ଓ ତାଙ୍କ ସହାୟକ ଦଳ ପରିଚାଳନା କରିଥିଲେ । ଏହି ଶିବିର ରୁ ଚୟନିତ ହୋଇଥିବା କ୍ରୀଡ଼ାବିତ ମାନେ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ସ୍ପେଶିଆଲ୍ ଅଲମ୍ପିକ୍ସ ଭାରତ ଓଡ଼ିଶା ର ନିର୍ଦ୍ଦେଶକ ପ୍ରକାଶ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରା ଯାଇଛି

powered by social2s

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଦେଲେ ରାଷ୍ଟ୍ରପତି

Details
Odia Ray Admin
ଓଡିଶା
25 January 2026

ଭୁବନେଶ୍ବର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୭୭ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଲେ ଯେ, ପୂର୍ବଜମାନେ ଆମକୁ ରାଷ୍ଟ୍ରୀୟ ସାଂସ୍କୃତିକ ଏକତା ଶିଖାଇଛନ୍ତି। ରାଷ୍ଟ୍ରର ନବନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।. ଜନସେବାରେ ଜନ ପ୍ରତିନିଧିମାନେ କାମ କରୁଛନ୍ତି, ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।.ମହିଳା ସଶକ୍ତିକରଣର ଏହା ବରିଷ୍ଠ ଉଦାହରଣ। ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଉଛି ବୋଲି ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

powered by social2s

ଓଡ଼ିଶାର ୩ ଜଣଙ୍କୁ ‘ପଦ୍ମ’ ସମ୍ମାନ

Details
Odia Ray Admin
ଓଡିଶା
25 January 2026

ଭୁବନେଶ୍ୱର: ୨୦୨୬ ବର୍ଷ ପାଇଁ ଓଡ଼ିଶାରୁ ୩ ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ସମ୍ମାନ ପାଇଁ ଚୟନ କରାଯାଇଛି। ସାନ୍ତାଳୀ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଲେଖକ ଚରଣ ହେମ୍ବ୍ରମ୍ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ। ସେହିପରି, ସଖୀ ନାଟ ଥିଏଟର ଶିଳ୍ପୀ ସୀମାଞ୍ଚଳ ପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ଦିଆଯିବ।

powered by social2s

"ବିପ୍ରଶ୍ରୀ ଗୌରବ"ସମ୍ମାନ ପାଇଲେ "ମୋ ପରିବାର"ପ୍ରତିଷ୍ଠାତା

Details
Odia Ray Admin
ଓଡିଶା
25 January 2026

ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ତିଳ ସପ୍ତମୀ ଅବସରରେ ରାଉରକେଲାର ବେଦବ୍ୟାସରେ ଥିବା କଲ୍ୟାଣ ଆଶ୍ରମ ଠାରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଭା ଓ ରାଉରକେଲା ବ୍ରାହ୍ମଣ ମହାସଭା ମିଳିତ ଉଦ୍ୟମରେ ଏକ ବିଶାଳ କାର୍ଯ୍ୟକାରୀଣି ବୈଠକରେ "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କୁ "ବିପ୍ରଶ୍ରୀ ଗୌରବ"ସମ୍ମାନରେ ସମ୍ମାନିତ କରାଯାଇଛି l ସଂସ୍ଥାର ମହାସଚିବ ତଥା ରାଉରକେଲା ସଭାପତି ଶ୍ରଦ୍ଧା ଷଡ଼ଙ୍ଗୀ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଶ୍ରମର ପ୍ରତିଷ୍ଠାତା ଅଗ୍ନି ବାବା, ଅତିଥି ଭାବେ ବ୍ରାହ୍ମଣ ଦେବତା ମାନେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ"ମୋ ପରିବାର"ର ପ୍ରତିଷ୍ଠାତା ତଥା ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ପର୍ଶୁରାମ ବାହିନୀର ରାଜ୍ୟ ସମ୍ପାଦକ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କୁ "ବିପ୍ରଶ୍ରୀ ଗୌରବ ସମ୍ମାନ"ରେ ସମ୍ମାନୀତ କରିଥିଲେ l ଓଡିଶାର କଟକ,ପୁରୀ,ଭୁବନେଶ୍ୱର,ଯାଜପୁର,ଢେଙ୍କାନାଳ,ଖୋର୍ଦ୍ଧା,ଜଗସିଂହପୁର,କେନ୍ଦ୍ରାପଡ଼ା,ବରଗଡ଼,ବଲାଙ୍ଗୀର ଓ ସୁନ୍ଦରଗଡ଼ ବ୍ରାହ୍ମଣ ମାନେ ବ୍ରାହ୍ମଣ ସଭାରେ ଯୋଗ ଦେଇଥିଲେ l ବିଶ୍ୱ କଲ୍ୟାଣ ଓ ଶାନ୍ତି ପାଇଁ ରାଉରକେଲା ମହାସଭା ତରଫରୁ ପତେକ ବର୍ଷ ପରି ଚଳିତ ବର୍ଷ ଶଙ୍ଖ,କୋଇଲି ଓ ବ୍ରାହ୍ମଣୀର ସଙ୍ଗମ ବେଦବ୍ୟାସ ନଦୀ କୂଳରେ ସଙ୍ଗମ ଆଳତି,ଆଶ୍ରମରେ ଯଜ୍ଞ ପରେ ବ୍ରାହ୍ମଣର କର୍ତ୍ତବ୍ୟ ଓ ଆଜିର ପରିସ୍ଥିତି ବ୍ରାହ୍ମଣ କାହିଁକି ଅବହେଳା ଆଲୋଚନା ଚକ୍ର ପରେ ବ୍ରାହ୍ମଣ ଦେବତାଙ୍କୁ ସମ୍ମାନିତ କରାଯାଇଥିଲା l

powered by social2s

ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ

Details
Odia Ray Admin
ଓଡିଶା
25 January 2026

ଭୁବନେଶ୍ୱର: ଭୁବନେଶ୍ବର ଲୋକସେବା ଭବନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି।ଏହି ଦିବସ ରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। ଅଧିକ ରୁ ଅଧିକ କେମିତି ମତଦାନ ହେଇପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ସହରାଞ୍ଚଳ ଭୋଟ ହାର ବଢ଼େଇବା ଉପରେ ଗୁରୁତ୍ୱ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ରେ ୪୫ପ୍ରତିଶତ ରୁ କମ ମତଦାନ ହୋଇଥିଲା। ଆଗାମୀ ନିର୍ବାଚନରେ କିପରି ଏହା ଅଧିକ ହେଇପାରିବ ଏବଂ ଯେଉଁମାନଙ୍କ ବୟସ ୧୮ ବର୍ଷ ହେଇଥିବ ସେମାନେ ଭୋଟର ତାଲିକାରେ ନିଶ୍ଚିତ ନାମ ପଞ୍ଜିକରଣ କରନ୍ତୁ। ଗଣତନ୍ତ୍ର ରାଷ୍ଟ୍ର ନିମନ୍ତେ ସେମାନେ ନିରପେକ୍ଷ ଭାବେ ନିଜର ମତ ସାବ୍ୟସ୍ତ କରନ୍ତୁ।ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ପ୍ରକିୟାରେ ଭାଗନେଇ ନିଜରନାମ କୁ ଭୋଟର ତାଲିକାରେ ନିଶ୍ଚିତକରନ୍ତୁ ଏବଂ ଦୈତ କିମ୍ବା ଦୁପ୍ଲିକେଟ ଭୋଟର ହେବାରୁ ନିବୃତ୍ତ ରହିବାକୁ ଶ୍ରୀ ପାଢ଼ୀ ନିଜର ବକ୍ତବ୍ୟ ରେ ଦୋହରାଇଥିଲେ।ଆହୁରି କହିଥିଲେ ଯେ ଓଡ଼ିଶାରେ ଏସ ଆଇ ଆର ଆରମ୍ଭ ନେଇ ୩୦ ଟି ଜିଲ୍ଲାର ୩୦ ଟି ପଞ୍ଚାୟତ ରେ ଏସଆଇଆର ର ପାଇଲଟ ପ୍ରକଳ୍ପ ଆରମ୍ଭ କରି ଦେଖିଥିଲୁ ଯେଉଁମାନେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୭.୫ ପ୍ରତିଶତ ଙ୍କ ନାମ ୨୦୨୫ ଭୋଟର ଲିଷ୍ଟ ରେ ନାହିଁ।ନିର୍ବାଚନ ପୂର୍ବରୁ ପ୍ରକାଶ ପାଉଥିବା ଚୂଡାନ୍ତ ଭୋଟର ତାଲିକାରେ ନାମ ନଥିଲେ ତୁରନ୍ତ ଆବେଦନ ମାଧ୍ୟମରେ ଯୋଡ଼ିହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ ନିଜ ବକ୍ତବ୍ୟ ରେ କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଠିକ ମାର୍ଗଦର୍ଶନ ଓ ସଚେତନତା ସୃଷ୍ଟି କରାଯାଉଛି।। ନୂତନ ଭୋଟର ମାନଙ୍କୁ ଅଭିନନ୍ଦନ ଜଣେଇ ଦେଶର ଭବିଷ୍ୟତ ସେମାନଙ୍କ ହାତରେ,ସମ୍ବିଧାନ ସେମାନଙ୍କୁ ଏକ ଭୋଟର କାର୍ଡ ଦେଇଛି ଯାହା କାମଧେନୁ ସଦୃଶ ,ଦେଶ ପାଇଁ ଯାହା ଦରକାର ସେମାନେ ନିରପେକ୍ଷ ମତ ଦେଇ ସାକାର କରିପାରିବେ। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ରିତ ଋତୁରାଜ କହିଥିଲେ ନୂତନ ଭୋଟର ଙ୍କ କାନ୍ଧରେ ରାଷ୍ଟ୍ରର ଭାର ନ୍ୟସ୍ତ ହୋଇଛି ଏବଂ ଆଗକୁ ସେଇ ଗଣତନ୍ତ୍ର ର ମୂଲ୍ୟବୋଧ କୁ ପରିବଦ୍ଧତା କରିବା ପାଇଁ ଆପଣମାନେ ସମସ୍ତେ ସାରଥୀ ହେବେ।ମତଦାନକୁ କେବଳ ଏକ ଅଧିକାର ଭାବେ ସୀମିତ ନ ରଖି ଏହାକୁ କର୍ତ୍ତବ୍ୟ, ଦାୟିତ୍ୱ ଭାବେ ପରିଗଣିତ କରିବା ଉଚିତ। ଏହି ଅବସରରେ ରାମ ମନ୍ଦିର ଛକ ଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକ ପଦଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ନାଟକ ପରିବେଷଣ ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟଳୟ ତରଫରୁ ହୋଇଥିବା ରିଲସ, ସ୍ଲୋଗାନ, ପ୍ରତିଯୋଗିତା ରୁ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ ୮ଜଣ ନୂତନ ଯୁବ ଭୋଟର ଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।ସେହିପରି ଇସିଆଇ ପିଡବ୍ଲୁଡି ଆଇକନ କମଳାକାନ୍ତ ନାୟକ ଏବଂ ଷ୍ଟେଟ ଆଇକନ ଓ ସମାଜସେବୀ ସାଧନା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ,ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ସେହିପରି ନିର୍ବାଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖୋର୍ଦ୍ଧା, ସୁବର୍ଣ୍ଣପୁର, ମାଲକାନଗିରି, ସମ୍ବଲପୁର, ବୌଦ୍ଧ,ନୂଆପଡ଼ା,ସୁନ୍ଦରଗଡ ,ବାଲେଶ୍ଵର, କେଉଁଝର ,ଅନୁଗୁଳ, କଳାହାଣ୍ଡି ଆଦି ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଡେ଼ପୁଟି କଲେକ୍ଟର(ନିର୍ବାଚନ) ଙ୍କୁ ସମ୍ମାନିତ କରାଯାଇଥିଲା।ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ଧନ୍ୟବାଦ ଦେଇଥିଲେ।

powered by social2s

ଖଣ୍ଡଗିରି ମେଳା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ

Details
Odia Ray Admin
ଓଡିଶା
25 January 2026

ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରେ ପ୍ରସିଦ୍ଧ ଖଣ୍ଡଗିରି ମେଳା ଆରମ୍ଭ ହୋଇଛି। ମେଳାକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଏସିପି ତାପସ ପ୍ରଧାନ କହିଛନ୍ତି ଯେ, ମେଳାରେ ଜଣେ ଡିସିପି, ଜଣେ ଏସିପି, ୩ ଜଣ ଇନ୍ସପେକ୍ଟର ସହ ମୋଟ ୨୭ ଜଣ ଅଧିକାରୀ ନିୟୋଜିତ ରହିବେ। ଭିଡ଼ ଥିବା ସ୍ଥାନଗୁଡ଼ିକରେ ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ପୋଲିସ ମଧ୍ୟ ପଇଁତରା ମାରିବ। ଏହା ସହ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜରଦାରି ବ୍ୟବସ୍ଥା କରାଯାଇଛି। ଜୟଦେବ ବାଟିକା ଅଞ୍ଚଳରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ କଡା ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି।

powered by social2s

More Articles ...

  1. କୋରାପୁଟରେ ଆମିଷ ବିକ୍ରି କଟକଣା ହଟାଇଲେ ଜିଲ୍ଲାପାଳ
  2. ଖଣ୍ଡଗିରି କୁମ୍ଭମେଳା ଆରମ୍ଭ
  3. ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ପରଲୋକ
Page 248 of 2255
  • Start
  • Prev
  • 243
  • 244
  • 245
  • 246
  • 247
  • 248
  • 249
  • 250
  • 251
  • 252
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.