ଜାନୁଆରୀ ୨୨ରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ଜାନୁଆରୀ ୧୮ ନୁହେଁ, ୨୨ରେ ମିଳିବ ସୁଭଦ୍ରା ଟଙ୍କା। ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୪ ଲକ୍ଷ ୫୭ ହଜାର ନୂଆ ହିତାଧିକାରୀ ପାଇବେ ଟଙ୍କା। ବାଦ ପଡ଼ିଥିବା ଓ ନୂଆ ହିତାଧିକାରୀ ପାଇବେ ଟଙ୍କା।
ଭୁବନେଶ୍ବର: ଜାନୁଆରୀ ୧୮ ନୁହେଁ, ୨୨ରେ ମିଳିବ ସୁଭଦ୍ରା ଟଙ୍କା। ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୪ ଲକ୍ଷ ୫୭ ହଜାର ନୂଆ ହିତାଧିକାରୀ ପାଇବେ ଟଙ୍କା। ବାଦ ପଡ଼ିଥିବା ଓ ନୂଆ ହିତାଧିକାରୀ ପାଇବେ ଟଙ୍କା।
ଭୁବନେଶ୍ବର: ଆଜି ଭରପୂର ଜନସାଧାରଣ ଜଟଣୀ ବାସୀ ମନଭରି ଉପଭୋଗ କରନ୍ତି ବୋଲି ମୂଖ୍ୟ ଆୟଯୋକ ଡଃ ରୁଷି ପଟ୍ଟନାୟକ କହିଥିଲେ। ଆଜିର ଏହି ୨ୟ ପଥ ଉତ୍ସବକୁ ସ୍ବତନ୍ତ୍ର ଭାବରେ ରେପବ୍ଲିକ ଡେ ଏସ୍ପିସିଆଲ କରଯାଇଥିଲା ବୋଲି ମୂଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ କହିଥିଲେ।ଉତ୍ସବ ଅଧକ୍ଷ ଶ୍ରୀ ବିଶ୍ୱରଞ୍ଜନ୍ ବଡ଼ଜେନାଙ୍କ ନେତୃତ୍ଵ ରେ ଆଜି ବିରାଟ ସଫଳତା ହାସଲ କରିଛି।ଅଧ୍ୟକ୍ଷ 6ବଡ଼ଜେନା କହିଥିଲେ ଯେ ଆଜି ଜଟଣୀ ରାଜରାସ୍ତା ଖାଲି ଦେଶପ୍ରେମ ଉବୁଟୁବୁ ହେଉଛି4, ଚାରିଆଡ଼େ ଲୋକାରଣ୍ୟ। ଆଜି ଭୁବନେଶ୍ବର ର ମାନନୀୟ। ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିଲେ, ଆଉ କହୁଥିଲେ ଯେ ଯେଭଳି ରୁଷି ପଟ୍ଟନାୟକ ଙ୍କ ନେତୃତ୍ଵ ରେ ରହାଗିରି ଆୟୋଜିତ ହେଉଥିଲା ଏବେ ପଥ ଉତ୍ସବ କୁ ଭୁବନେଶ୍ବର ମ୍ୟୁନିସିପାଲଟି କରୁଛି ଆଗମୀ ଦିନରେ ଜଟଣୀ ମ୍ୟୁନିସିପାଲଟି ତାର ନିଜସ୍ୱ ପାଣ୍ଠି ରୁ କରିବା ପାଇଁ ଅନୁରୋଧ କରିଥିଲେ, ବର୍ତ୍ତମାନ ସୁଦ୍ଧା ଦୁଇଟି ଯାକ ପଥ ଉତ୍ସବ ଲୁଲୁ ବଡ଼ଜେନା ତାଙ୍କର ନିଜସ୍ୱ ପାଣ୍ଠିରୁ ପାଳନ କହୁଛନ୍ତି । ଅଧ୍ୟକ୍ଷ ଲୁଲୁ ବଡ଼ଜେନା ତଥା ଜଟଣୀ ବିକାଶ ପରିଷଦ ର ସଭାପତି ସୁଦର୍ଶନ ସୁନ୍ଦରାୟ କହିଥିଲେ କି ଜଟଣୀ ବାସୀଙ୍କ ବାହୁ ଦିନର ଆଶା ଡ଼ଃ ରୁଷି ପଟ୍ଟନାୟକ ପୁରାଣ କରିନାହାନ୍ତି ବରଂ ସମଷ୍ଟଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରି ଏକ ବିରାଟ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଉତ୍ସବ ରେ ପୌରରିଷଦର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଶ୍ରୀ ସୁଦୀପ୍ତ ରାୟ,, ଜଟଣୀ ବିଡ଼ିଓ ଶ୍ରୀ ବସନ୍ତ କୁମାର ହାତୀ, ତହସିଲଦାର ଶ୍ରୀ ଶିବ କୁମାର ପରିଡ଼ା, ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ଦୁଇ ମେଡିକାଲ୍ ଅଧିକାରୀ ଡାକ୍ତର ଜିତେନ୍ଦ୍ର ପଣ୍ଡା, ଡାକ୍ତର କ୍ରିଷ୍ଣା ରାଜ, ଅଗ୍ନିରିବାହି ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ସାଂସଦ ଙ୍କଦୁଇ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ବିକାଶ ପରିଷଦ ସଭାପତି ବିଜୁ ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, କୈଳାଶ ମହାପାତ୍ର,ଜଟଣୀ ବଜାର କମିଟି କର୍ମକର୍ତ୍ତା, ଖୋରଧା ଜିଲ୍ଲା ବିଜେପି ର ସମସ୍ତ କର୍ମକର୍ତା, ମ୍ୟୁନିସିପାଲଟି ସମସ୍ତ କାଉନସିଲର ମଞ୍ଚରେ ଯୋଗ ଦେଇ ବିଶ୍ୱରଂଜନ ବଡ଼ଜେନା ଙ୍କ ନେତୃତ୍ଵ ପ୍ରତି ସମର୍ଥନ ଜଣାଇଥିଲେ। ସ୍ଵାଗତ ଅଭିଭାଷଣ ଲୁଲୁ ବଢ଼ଜେନ। ପ୍ରଦାନ କରୁଥିଲେ ଆଉ ଡଃ ଉମାକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରୁଥିଲେ। ସ୍ଵତନ୍ତ୍ର ଅତିଥି ଭାବରେ ସ୍ଵର୍ଣ୍ଣ ଧନତିର ର ଆୟୋଜକ ଡଃ ଅନିଲ ଜୟନ୍ ଓ ସୋମୀୟ ରଞ୍ଜନ ପ୍ରଧାନ ଯୋଗଦେଇଥିଲେ ଏବଂ ଧନଯାତ୍ରା ମଧ୍ଯ ହେଇଥିଲା। ଏହି ଉତ୍ସବ ରେ ପ୍ରାୟ ୧୪୫ରୁ ଉର୍ଦ୍ଧ ପ୍ରକାର ଅନୁଷ୍ଠାନ ତାଙ୍କର ନିଜସ୍ଵ କଳା, ନୃତ୍ୟ, ଗୀତ, ସ୍ବାସ୍ଥ୍ୟ ସେବା, ସଚେତନତା, ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି, କ୍ରୀଡା, ଚିତ୍ରାଙ୍କନ, ପାରମ୍ପରିକ କଳା ନୃତ୍ୟ ଗୀତ, ଚାଳଚିତ୍ର ପ୍ରଦର୍ଶିନି, ସ୍କ।ଉ ଗାଇଡ, ଏନସିସି, ଜିମ୍, ଜୁମ୍ବା, ଯୋଗ ଆଦି ଅନେକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଛି। ଶେଷରେ ମୁଖ୍ୟ ଅଟିଥି ଜଟଣୀର ୪ଟି ସମାଜ ତେଲୁଗୁ ସମାଜ, ଗୁଜରାଟୀ ସମାଜ, ଅଙ୍ଗଲୋଇଣ୍ଡିଆ ସମାଜ, ବଙ୍ଗାଳୀ ସମାଜ, ତଥା ୬ଜଣ ବେକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଛି।
ଭୁବନେଶ୍ବର: ଭୁବନେଶ୍ବର ବାଣୀବିହାର ଓଭର ବ୍ରିଜରେ ଟ୍ରକ୍କୁ ଧକ୍କା ଦେଲା କାର୍। ଘଟଣାସ୍ଥଳରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ବଡଗଡ ବ୍ରିଟ କଲୋନୀ ଅଞ୍ଚଳର ହୋଇଥିବା ସୂଚନା। ଗାଡ଼ି ଜବତ କଲା ପୋଲିସ।
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ଜଲ୍ଦା ପାଖରେ ହୋଇଥିଲା ଦୁର୍ଘଟଣା। ୨ ପାଇଲଟ୍ଙ୍କ ସମେତ ୬ ଆହତ ହୋଇଥିଲେ।
ଭୁବନେଶ୍ବର: ଭୁବନେଶ୍ବର ଜାଗମରା ଅଞ୍ଚଳର ନିୟୁ ରୋଡ଼ରେ ଆଜି ବେଶ ଜମିଥିଲା ପଥ ଉତ୍ସବ। ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦ୍ୱିତୀୟ ପଥ ଉତ୍ସବରେ ଦେଖିବାକୁ ମିଳିଛି ଓଡ଼ିଶୀ, ଆଧୁନିକ ଗୀତ, ଯୋଗ, ରେଙ୍ଗାଲିର ଝଲକ୍ । ପଥପ୍ରାନ୍ତ ନାଟକ, ସ୍କେଟିଂ ଓ ପାରମ୍ପରିକ ନୃତ୍ୟରେ ଦୁଲୁକିଲା ରାଜରାସ୍ତା।
ଭୁବନେଶ୍ବର: ଆଜିଠୁ ଚିଲିକା ଓ ସମ୍ବଲପୁର ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଚିଲିକାର ୫ଟି ରେଞ୍ଜରେ ସାମିଲ ହୋଇଛନ୍ତି ୨୨ଟି ଟିମ୍। କୋରାପୁଟ ବନଖଣ୍ଡର ୫ଟି ବନାଞ୍ଚଳରେ ହେଉଛି ପକ୍ଷୀ ଗଣନା। ବଣାଇର ୮ଟି ରେଞ୍ଜରେ ପକ୍ଷୀ ଗଣନା ଜାରି ରହିଛି।
ଭୁବନେଶ୍ୱର: ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମେଗା ମେଳା ‘ଶିଶିର ସରସ-୨୦୨୬’ ଏହାର ଅଷ୍ଟମ ଦିନରେ ପହଞ୍ଚିଛି। ଏହି ଅବସରରେ ଓରମାସ ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନସ୍ଥ ସେଣ୍ଟ୍ରାଲ ପ୍ଲାଣ୍ଟେସନ୍ କ୍ରପ୍ସ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ (ସିପିସିଆରଆଇ), କେରଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସାକ୍ଷରିତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଦିଗ ଦେବ। ଏହି ବୁଝାମଣାପତ୍ର ମାଧ୍ୟମରେ ସିପିସିଆରଆଇ ପକ୍ଷରୁ ଓରମାସକୁ ଆବଶ୍ୟକ ପ୍ରଯୁକ୍ତି ହସ୍ତାନ୍ତର କରାଯିବ, ଯାହା ଦ୍ୱାରା ନଡ଼ିଆ ଚାଷ ସମ୍ପର୍କିତ ବିଭିନ୍ନ ମୂଲ୍ୟବର୍ଦ୍ଧିତ ଉତ୍ପାଦର ବାଣିଜ୍ୟିକ ଉତ୍ପାଦନ ସମ୍ଭବ ହେବ। ଏହି ଅବସରରେ ଆଇସିଏଆର-ସିପିସିଆରଆଇର ନିର୍ଦ୍ଦେଶକ ଡ. କେ. ବି. ହେବ୍ବାର କହିଥିଲେ ଯେ, ବଜାର ସମ୍ଭାବନାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଓଡ଼ିଶାକୁ ନଡ଼ିଆ ଚାଷ ପାଇଁ ଦେଶର ଦୁଇଟି ସବୁଠୁ ଉପଯୁକ୍ତ ରାଜ୍ୟ ମଧ୍ୟରେ ଚିହ୍ନଟ କରିଛନ୍ତି। ଓରମାସ ସହିତ ଏହି ସହଯୋଗ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ବିପୁଳ ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ଏଥି ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ଏମଓୟୁ ପ୍ରକ୍ରିୟାକୁ ତ୍ୱରିତ ଭାବେ ସମ୍ପନ୍ନ କରାଯାଇଥିବାରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଯୋଗଦେଇଥିଲେ । ‘ଶିଶିର ସରସ’କୁ କେବଳ କିଛି ଦିନର ମେଳାରେ ସୀମିତ ନ ରଖିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପୋଷାକ, ଘରସଜ୍ଜା ଓ ଦୈନନ୍ଦିନ ଜୀବନରେ ହସ୍ତତନ୍ତ ଓ ସ୍ୱଦେଶୀ ଉତ୍ପାଦର ବ୍ୟବହାର ବଢ଼ାଇବା ସହ, ଜନ୍ମଦିନ, ବିବାହ ବାର୍ଷିକ ଓ ପର୍ବପର୍ବାଣୀ ପରି ଅବସରରେ ହସ୍ତତନ୍ତ ଉପହାର ଦେଇ କାରିଗର ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସଶକ୍ତିକରଣରେ ଭାଗୀଦାର ହେବା ସହ ‘ଭୋକାଲ୍ ଫର୍ ଲୋକାଲ୍’କୁ ଜୀବନଶୈଳୀର ଅଂଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ‘ଶିଶିର ସରସ-୨୦୨୬’ ଅବସରରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସିବିଓ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗୁଜରାଟର ସିୟୁ ସଖୀ ମଣ୍ଡଳକୁ ‘ଶ୍ରେଷ୍ଠ ଡିସ୍ପ୍ଲେ’ ପୁରସ୍କାର, ସୁନ୍ଦରଗଡ଼ର ସୁନ୍ଦରଗଡ଼ ଆଗ୍ରିକ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀକୁ ‘ଶ୍ରେଷ୍ଠ ନବୀନ ଉତ୍ପାଦ’ ପୁରସ୍କାର, କୋରାପୁଟର ପୋଟାଙ୍ଗୀ ଆଗ୍ରୋ ପ୍ରଡ୍ୟୁସର କମ୍ପାନୀକୁ ‘ଶ୍ରେଷ୍ଠ ପ୍ୟାକେଜିଂ’ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମୟୂରଭଞ୍ଜର ମୟୂର ପ୍ରଡ୍ୟୁସର ଗ୍ରୁପ୍କୁ ସର୍ବାଧିକ ବିକ୍ରୟ ସହ ‘ଶ୍ରେଷ୍ଠ ଫୁଡ୍ ଷ୍ଟଲ୍’ ପୁରସ୍କାର, ତ୍ରିପୁରାର ଆଶାର ଆଲୋକୁ ‘ଶ୍ରେଷ୍ଠ ବାହ୍ୟ ରାଜ୍ୟ ନବୀନ ଉତ୍ପାଦ’ ପୁରସ୍କାର, ବାଲେଶ୍ୱରର ନୀଳଗିରି ଲାକର୍ ପ୍ରଡ୍ୟୁସର ଗ୍ରୁପ୍କୁ ‘ଶ୍ରେଷ୍ଠ ଥିମ୍ ଷ୍ଟଲ୍’ ପୁରସ୍କାର ଓ ଯାଜପୁରର ଲକ୍ଷ୍ମୀ ନାରାୟଣ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ‘ଶ୍ରେଷ୍ଠ ବିକ୍ରୟ କୌଶଳ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମୋନିକା ପ୍ରିୟଦର୍ଶିନୀ, ଓରମାସ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସିଂହଙ୍କ ସମେତ ଅନେକ ବଶିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଓରମାସ ଓ ସୁଭଦ୍ରା ଶକ୍ତିର ସମ୍ପୂର୍ଣ୍ଣ ଟିମ୍କୁ ମେଳାକୁ ସଫଳ କରିବା ପାଇଁ ତାଙ୍କର ସଂଗଠିତ ପରିକଳ୍ପନା, ପରିଶ୍ରମ ଓ ସମର୍ପଣ ପାଇଁ ଅଭିନନ୍ଦନ ଜଣାଇଥିଲେ। ଗ୍ରାମରୁ ସହର ପର୍ଯ୍ୟନ୍ତ ଏକ ଦୃଢ଼ ଆର୍ଥିକ ଓ ସାଂସ୍କୃତିକ ସଂଯୋଗ ସୃଷ୍ଟି କରିବାରେ ଏହି ପ୍ରୟାସ ଏକ ମାଇଲ୍ଖୁଣ୍ଟ ବୋଲି ସେ କହିଥିଲେ। ଅପରପକ୍ଷରେ, ଶନିବାର ସନ୍ଧ୍ୟାବେଳେ ଭଜନ ସଂଧ୍ୟା, ଲୋକନୃତ୍ୟ ଓ ସଙ୍ଗୀତ ପ୍ରସ୍ତୁତି ମେଳା ପରିସରକୁ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ରଙ୍ଗରେ ଭରିଦେଇଥିଲା। ଫୁଡ୍ଷ୍ଟଲ୍, କିଡ୍ଜୋନ୍ ଓ ହସ୍ତତନ୍ତ-ହସ୍ତଶିଳ୍ପ ଷ୍ଟଲ୍ଗୁଡ଼ିକରେ ପରିଦର୍ଶକଙ୍କ ଭିଡ ଜମିଥିଲା । ସୂଚନାଯୋଗ୍ୟ ଯେ, ବଢ଼ୁଥିବା ଲୋକସମାଗମ ଓ ଆଗ୍ରହକୁ ଦୃଷ୍ଟିରେ ରଖି ମେଳାର ଅବଧି ଆହୁରି ଦୁଇ ଦିନ ପାଇଁ ବୃଦ୍ଧି କରାଯାଇଛି।