ଭୁବନେଶ୍ବର: ଭୁବନେଶ୍ବରର ଏକ୍ସ ଆଇ ଏମ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସଷ୍ଟେନେବିଲିଟି ୧୫ ଜାନୁଆରୀ ୨୦୨୬ ତାରିଖରେ “ସର୍କୁଲାର ସିନର୍ଜିସ୍: ରିଡିଫାଇନିଂ କନ୍ସମ୍ପସନ୍ ଏଣ୍ଡ ପ୍ରଡକ୍ସନ୍ ଫର୍ ଇନକ୍ଲୁସିଭ୍ ପ୍ରସ୍ପେରିଟି” ବିଷୟବସ୍ତୁ ଉପରେ ତାଙ୍କର ୧୧ତମ ବାର୍ଷିକ ସଷ୍ଟେନେବିଲିଟି ସମିଟ୍ ଆୟୋଜନ କରିଥିଲେ, ଯାହା ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ସ –୧୨ (ଏସ.ଡି.ଜି. ୧୨): ଦାୟିତ୍ୱଶୀଳ ଖପତି ଓ ଉତ୍ପାଦନ ସହ ସମନ୍ୱୟ ରାଖିଥିଲା। ସମ୍ମିଳନୀର ପ୍ରାରମ୍ଭରେ ସ୍କୁଲ ଅଫ୍ ସଷ୍ଟେନେବିଲିଟିର ଡିନ୍ ପ୍ରଫେସର ଡ. ସୁତପା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିଷୟବସ୍ତୁ ଉପସ୍ଥାପନ କରିବା ସହ ବ୍ୟବହାର ଓ ଉତ୍ପାଦନ ଶୈଳୀରେ ବ୍ୟବସ୍ଥିତ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ୍ସ ଆଇ ଏମ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର୍ ଡଃ. ଫାଦର୍ କେ.ଏସ୍. କାସିମିର୍ ଏସ୍.ଜେ ଆମକୁ ସମ୍ବୋଧିତ କରି କମ୍ ସେବନ କରିବା ଏବଂ ଆମର ଇଚ୍ଛାକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏସ.ଡି.ଜି. ୧୨ ସମ୍ପର୍କରେ ଆମର ଯେଉଁ ମାନସିକତା ରହିବା ଆବଶ୍ୟକ ତାହା ସେ ଆମ ସହ ବାଣ୍ଟିଥିଲେ। ସମ୍ମାନୀତ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରାୟିବା ପରେ ସଙ୍କ୍ଷିପ୍ତ ପରିଚୟ ପ୍ରଦାନ କରାୟାଇଥିଲା। ବିଶିଷ୍ଟ ଅତିଥିମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା, ଯାହା ପରେ ସମସ୍ତ ବକ୍ତାଙ୍କ ଦ୍ୱାରା ସଂକ୍ଷିପ୍ତ ପରିଚୟାତ୍ମକ ଉଦ୍ବୋଧନ ଦିଆଯାଇଥିଲା। କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ‘ପରିତ୍ରାଣ’ର ବିଶେଷ ସମିଟ୍ ସଂସ୍କରଣ ମ୍ୟାଗାଜିନ୍ର ଉନ୍ମୋଚନ, ଯାହାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ, ଶିକ୍ଷକ ମେଣ୍ଟର୍ମାନେ ଓ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ କରାଯାଇଥିଲା। ଏହି ଟେକ୍ନିକାଲ୍ ସେସନ୍ରେ ଶ୍ରୀ ଠାକୁର ଏସ ଫେରବାନୀ (ସିଏସ୍ଓ, ଟିଭିଏସ୍ ମୋଟର୍ସ), ଶ୍ରୀ ଜଗଦାନନ୍ଦ ଜେ (ମେଣ୍ଟର ମେଣ୍ଟର୍ ଓ ସହ-ସ୍ଥାପକ- ସେଣ୍ଟର୍ ଫର୍ ୟୁଥ୍ ଏଣ୍ଡ ସୋସିଆଲ୍ ଡିଭେଲପମେଣ୍ଟ), ଶ୍ରୀ ରଞ୍ଜନ କେ. ପଣ୍ଡା (ଓଡ଼ିଶାର ‘ୱାଟର ମ୍ୟାନ୍’, ସ୍ଥାପକ-ମେଣ୍ଟର୍- ଯୁଥ୍ ଫର୍ ୱାଟର୍ ଇଣ୍ଡିଆ), ଶ୍ରୀମତୀ ତନୟା ପଟ୍ଟନାୟକ (ମୁଖ୍ୟ ସମ୍ପାଦକ, ସମ୍ବାଦ ଗ୍ରୁପ୍), ଶ୍ରୀ କ୍ରିଷ୍ଟୁଦାସ କାରାୟିଲ୍ ଭିକ୍ଟର୍ (ଉପଦେଷ୍ଟା, ଇ.ଏସ୍.ଏ.ଏଫ୍. କୋଅପରେଟିଭ୍) ଏବଂ ଡ. ପ୍ରତ୍ୟୁଷ ପଣ୍ଡା (ସି.ଇ.ଓ., ଓନ୍ ଷ୍ଟେଜ୍)ଙ୍କ ଉଦ୍ବୋଧନ ସାମିଲ ଥିଲା। ଏହି ଅଧିବେଶନରେ ପୃଥିବୀର ପରିବେଶୀୟ ସୀମା ଉଲ୍ଲଂଘନ, ବିଶ୍ୱ ଆର୍ଥିକ ଓ ପରିବେଶୀୟ ଜୋଖିମ, ମହାନଦୀ ଆଞ୍ଚଳରେ ଜଳ ଅଭାବ, ସମାବେଶୀ, ସବୁଜ ଓ ନ୍ୟାୟସଂଗତ ପରିବର୍ତ୍ତନ, ଉପଭୋକ୍ତାଙ୍କ ମନୋଭାବର ପରିବର୍ତ୍ତନ, ଟିକାଉ ଖରିଦ ପ୍ରକ୍ରିୟା, ସର୍କୁଲାର ଡିଜାଇନ୍, ଅବଞ୍ଜନାରୁ ସମ୍ପଦ ସୃଷ୍ଟି ଏବଂ ପରିସ୍ଥିତିକ ତନ୍ତ୍ରର ସହନଶୀଳତା ପରି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ସମିଟ୍ରେ ପିଏଚ୍ଡି, ଅଣ୍ଡର ଗ୍ରାଜୁଏଟ୍ ଓ ଏମ୍ବିଏ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ପାଞ୍ଚଟି ପାଇଲଟ୍ ଗବେଷଣା ପ୍ରକଳ୍ପର ରିପୋର୍ଟ ମଧ୍ୟ ପରିଚୟ କରାଯାଇଥିଲା। ସେଗୁଡିକ ହେଲା - ଦୟା ନଦୀ ପରିସ୍ଥିତିତନ୍ତ୍ର ସସ୍ଥେନବିଲିଟି ପ୍ରକଳ୍ପ; ‘ନିର୍ମାଲ୍ୟ’ – ମନ୍ଦିରର ଫୁଲ ଅବଞ୍ଜନାର ଅପସାଇକ୍ଲିଂ; କ୍ୟାମ୍ପସ୍ ଅବଞ୍ଜନା ସସ୍ଥେନବିଲିଟି ମଡେଲ୍; ଜୈବ ବିବିଧତା ପ୍ରକଳ୍ପ; ଏବଂ ଏକ୍ସ ଆଇ ଏମ୍ ବିଶ୍ୱବିଦ୍ୟାଳୟର ନେଟ୍ ଜିରୋ ଭିଜନ୍। ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟମୁଖୀ ସସ୍ଥେନବିଲିଟି ଓ ପ୍ରଭାବଶାଳୀ ଗବେଷଣା ପ୍ରତି ପ୍ରତିଷ୍ଠାନର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ସ୍ଥାପିତ କରେ।