• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଆଜି କଳାହାଣ୍ଡି ଗଡ଼ଜାତରେ ନୂଆଁଖାଇ

Details
Odia Ray Admin
ଓଡିଶା
02 September 2025

କଳାହାଣ୍ଡି: ଆଜି କଳାହାଣ୍ଡି ଗଡ଼ଜାତରେ ପାଳନ ହେଉଛି ନୂଆଁଖାଇ। ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀଙ୍କ ପୀଠରେ ଲାଗିହେଲା ନବାନ୍ନ। ମା ମାଣିକେଶ୍ଵରୀଙ୍କୁ ସକାଳ ୮.୪୫ ରୁ ୯.୦୫ ମଧ୍ୟରେ ଲାଗି ହେଲା ନବାନ୍ନ। ଭବାନୀପାଟଣା, ଲାଞ୍ଜିଗଡ଼, ମ. ରାମପୁର, ଥୁ. ରାମପୁରରେ ଆଜି ନୂଆଁଖାଇ। ମୁଖିଗୁଡା, ମହୁଲପାଟଣା, ଜୟପାଟଣା ସହରରେ ମଧ୍ୟ ଆଜି ନୂଆଁଖାଇ।

powered by social2s

ଦୁର୍ଗାପୂଜା ଭସାଣିରେ ଡିଜେ ମନା

Details
Odia Ray Admin
ଓଡିଶା
01 September 2025

ଭୁବନେଶ୍ବର: ଭସାଣି ବେଳେ ବାଜିବନି ଡିଜେ। କେବଳ ପାରମ୍ପରିକ ବାଜାରେ ହେବ ଭସାଣି। ଲାଗିବନି ଲେଜର ଲାଇଟ। ବାଣ ଫୁଟାଇବା ଉପରେ ମଧ୍ଯ ରହିବ କଟକଣା । ପୋଲିସ ସେବା ଭବନରେ ବସିଥିବା ବୈଠକରେ ନିଆଯାଇଛି ନିଷ୍ପତ୍ତି। ବୈଠକରେ ପୋଲିସ କମିଶନର, ଅତିରିକ୍ତ କମିଶନର, DCP, ଏକାମ୍ର ବିଧାୟକ, ପୂଜା କମିଟି କାର୍ଯ୍ୟକର୍ତ୍ତା ସାମିଲ ଥିବା ସୂଚନା।

powered by social2s

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

Details
Odia Ray Admin
ଓଡିଶା
01 September 2025

ଭୁବନେଶ୍ୱର: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ www.owjws.odisha.gov.in ରେ ଆବେଦନ କରିପାରିବେ ।

powered by social2s

ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

Details
Odia Ray Admin
ଓଡିଶା
31 August 2025

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି I ନୀରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ରବିବାର ଦିନ ଏସ.ସି.ବି ମେଡିକାଲ କଲେଜ, କଟକର ସେଣ୍ଟ୍ରାଲ ଅଡିଟୋରିୟମ ଠାରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ (RSSDI ), ଓଡ଼ିଶା ଚାପ୍ଟର ର ୧୩ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ ସମାଜର ସମସ୍ତ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣେଇ ସ୍ୱାସ୍ଥ୍ୟ ସଚେତନାର ସଂସ୍କୃତି ସୃଷ୍ଟି ପାଇଁ ସାମୁହିକ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି I ମଧୁମେହ ରୋଗକୁ ଏକ ନୀରବ ମହାମାରୀ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରି ଭାରି ବୋଝ ପକାଇଥାଏ I ଏହି ରୋଗର ଜଟିଳତା ହୃଦରୋଗ ଏବଂ ବୃକକ ବିଫଳତାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ହ୍ରାସ ଏବଂ ନ୍ୟୁରୋପାଥି ଇତ୍ୟାଦି ସମସ୍ୟା ସୃଷ୍ଟିର କାରଣ ହୋଇଥାଏ ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ ହୋଇଥାଏ ବୋଲି କହିଥିଲେ I କୃତ୍ରିମ ବୁଦ୍ଧିମତା, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ନୂତନ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଚିକିତ୍ସା ଅଗ୍ରଗତି କରିଥିଲେ ହେଁ ନିବାରଣ ହିଁ ସବୁଠାରୁ ପ୍ରଭାଶାଳୀ ରଣନୀତି ହୋଇ ରହିଛି I ସନ୍ତୁଳିତ ପୁଷ୍ଟିସାର, ନିୟମିତ ବ୍ୟାୟାମ, ମାନସିକ ଚାପ ପରିଚାଳନା ଏବଂ ସମୟ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ I ଏ ଦିଗରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କର୍ମକ୍ଷେତ୍ର, ନାଗରିକ ସମାଜ ଏବଂ ଗଣମାଧ୍ୟମ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ I ପୋଲିଓ ନିରାକାରଣରେ ଭାରତର ସଫଳତା ସମ୍ପର୍କରେ ରାଜ୍ୟପାଳ ଅବତାରଣା କରି କହିଥିଲେ ଯେ ମଧୁମେହ ବିରୁଦ୍ଧରେ ଜିତିବା ପାଇଁ ସେହିପରି ସାମୁହିକ ମନୋଭାବ ଆବଶ୍ୟକ I କର୍କଟ, ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ ନିବାରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCDCS) ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ନିଶ୍ଚିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ଗବେଷକ ଏବଂ ସାମାଜିକ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ରହିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ I ସମ୍ମିଳନୀରେ ଅଂଶଗ୍ରହଣକାରୀମାନେ ଏଠାରେ ପ୍ରାପ୍ତ ଜ୍ଞାନ ଓ ଅନ୍ତର୍ଦୃଷ୍ଟିକୁ ଆଗକୁ ବଢ଼ାଇ ଅର୍ଥପୂର୍ଣ୍ଣ ଭାବେ କାର୍ଯ୍ୟରେ ବିନିଯୋଗ କଲେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଶା ଏବଂ ଆରୋଗ୍ୟ ଆଣିପାରିବ I ମିଳିତ ଭାବରେ କରୁଣା, ପ୍ରତିବଦ୍ଧତା ଏବଂ ସହଯୋଗ ସହିତ ଆମେ ଏକ ଭବିଷ୍ୟତ କଳ୍ପନା କରିପାରିବା ଯେଉଁ ଠାରେ ମଧୁମେହ ଆମ ଲୋକଙ୍କ ଉପରେ ଛାପ ପକାଇବ ନାହିଁ ବୋଲି ରାଜ୍ୟପାଳ କହିଥିଲେ I ଏହି ଅବସରରେ ରାଜ୍ୟପାଳ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ସୁସ୍ଥ ଓଡ଼ିଶା ଏବଂ ସଶକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କର ଉତ୍ସର୍ଗୀକୃତ ପ୍ରୟାସ କାମନା କରିଥିଲେ I ଏହି ସମାରୋହରେ ଆପୋଲୋ ହସ୍ପିଟାଲ ହାଇଦ୍ରାବାଦର ବରିଷ୍ଠ ପରାମର୍ଶଦାତା ଡ଼ା ସିଏଚ ବସନ୍ତ କୁମାର, ଆରଏସଏସଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡ଼ା ସିଦ୍ଧାର୍ଥ ଦାଶ, ଆରଏସଏସଡିଆଇ ଓଡ଼ିଶାର ଚେୟାରମ୍ୟାନ ଡ଼ା ରମେଶ କୁମାର ଗୋଏଙ୍କା ଏବଂ ସମ୍ପାଦକ ଡ଼ା ସୁରେଶ କୁମାର ବଂଶଲ ବକ୍ତବ୍ୟ ପ୍ରଦାନ କରିଥିଲେ I ପ୍ରାରମ୍ଭରେ ଅନୁଷ୍ଠାନର ସାଂଗଠନିକ ଚେୟାରମ୍ୟାନ ପ୍ରଫେସର ଡ଼ା ଜୟନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଂଗଠନିକ ସମ୍ପାଦକ ଡ଼ା ଦେବାର୍ଚ୍ଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଜୀବନବ୍ୟାପୀ କୃତିତ୍ୱ ପାଇଁ ପ୍ରଫେସର ଡ଼ା ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆରଏସଏସଡିଆଇ ରୁରାଲ ଆଉଟରିଚ ପ୍ରୋଗ୍ରାମର ଶୁଭାରମ୍ଭ କରାଯିବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା I

powered by social2s

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ଜାତୀୟ ଶିକ୍ଷା, ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ୬୫ତମ ପ୍ରତିଷ୍ଠା ଦିବସ ପାଳନ

Details
Odia Ray Admin
ଓଡିଶା
01 September 2025

ଭୁବନେଶ୍ବର : ଜାତୀୟ ଶିକ୍ଷା, ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର (NCERT) ୬୫ତମ ପ୍ରତିଷ୍ଠା ଦିବସ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ଆଭାସି ମାଧ୍ୟମରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଶିକ୍ଷା ,ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ଦିଲ୍ଲୀସ୍ଥିତ ପ୍ରତିଷ୍ଠାନରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ଯାହାର ସିଧାପ୍ରସାରଣ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ନୁତନ ସଭାଗୃହରେ ହୋଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର୍ ମାନସୀ ଗୋସ୍ବାମୀଙ୍କ ସଭାପତିତ୍ବରେ ଓ ପ୍ରଫେସର୍ ରମାକାନ୍ତ ମହାଲିକ୍ ଙ୍କ ତତ୍ତ୍ଵାବଧନରେ ଉକ୍ତ କାର୍ଯ୍ୟକ୍ରମରେ ncert ର ପୁର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ହୃଷିକେଶ ସେନାପତି,ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ,ସମସ୍ତ ପ୍ରଫେସର୍, ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ, ଗବେଷକ ଓ ପ୍ରତିଷ୍ଠାନ ସହ ଜଡ଼ିତ ସମସ୍ତ ସଦସ୍ୟ ଯୋଗଦେଇଥିଲେ। ଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା, ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ କାର୍ଯ୍ୟକ୍ରମରେ ,ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଓ D.M School ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ସେଠାରେ ଜାତୀୟ ଏକତା ବୋଧକ ସଙ୍ଗୀତ ଓ ନୁତନ ଶିକ୍ଷାନୀତି ପାଠ୍ୟକ୍ରମ ଆଧାରିତ ଏକ ଲଘୁ ନାଟିକା ପରିବେଷଣ କରିଥିଲେ ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ତଥ୍ୟଭିତ୍ତିକ ରହିଥିଲା। କାର୍ଯକ୍ରମରେ ନୁତନ ଶିକ୍ଷା ପାଠ୍ୟକ୍ରମ ଆଧାରିତ ଆପ୍ ଓ ପୁସ୍ତକମାନ ଉନ୍ମୋଚନ ହୋଇଯାଇଛି ଏହି କ୍ରମରେ ଓଡ଼ିଆ ପୁସ୍ତକ "ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ " ପୁସ୍ତକ ମଧ୍ୟ ମାନନୀୟ ଶିକ୍ଷାମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି।

powered by social2s

ଗଣେଶ ମୂର୍ତ୍ତି ଭସାଣିରେ ସଂଘର୍ଷ:ଜଣେ ମୃତ, ୧୦ ଆହତ

Details
Odia Ray Admin
ଓଡିଶା
01 September 2025

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲାରେ ଗଣେଣ ମୂର୍ତ୍ତି ଭସାଣି ବେଳେ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିବା ସୂଚନା। ଫତେଗଡ଼ ଥାନା କରଡ଼ାପଲ୍ଲୀ ଓ ପାଥପୁର ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଡିଜେକୁ ନେଇ ଉଭୟ ଗାଁ ମଧ୍ୟରେ ସଂଘର୍ଷ ଘଟିଥିଲା ।କରଡ଼ାପଲ୍ଲୀ ଗାଁର ହରିହର ସ୍ୱାଇଁ ନାମକ ଜଣେ ବୃଦ୍ଧ ପ୍ରାଣ ହରାଇଥିବା ଜଣାପଡ଼ିଛି। ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି।

powered by social2s

୧୬ଟି ସହରକୁ ନୂଆ ଏନ୍ ଏ ସି ଘୋଷଣା

Details
Odia Ray Admin
ଓଡିଶା
31 August 2025

ଭୁବନେଶ୍ୱର: ଓଡ଼ିଶାର ୧୬ଟି ସହରକୁ ନୂଆ ଏନ୍ ଏ ସି ଘୋଷଣା କଲେ ରାଜ୍ୟ ସରକାର। ୧୬ NAC- ଲୋଇସିଂହା, ସୋହେଲା, ବଡ଼ମ୍ବା ନରସିଂହପୁର ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ ପାତ୍ରପୁର ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗି ବରିଗୁମ୍ମା କପ୍ତିପଦା, ଯଶିପୁର ଓ ରାସଗୋବିନ୍ଦପୁର। ସ୍ବାୟତ୍ତ ଶାସନ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୭ଟି ଏନ୍ ଏ ସି କୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଛି। ୭ ମ୍ୟୁନିସିପାଲିଟି- କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା।

powered by social2s

More Articles ...

  1. ମନ୍‌ କି ବାତ୍‌ରେ ଓଡ଼ିଆ ଝିଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ
  2. ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରୟୋଗ ହେବା ଆବଶ୍ୟକ
  3. ରେଳ ଲାଇନ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର
Page 364 of 2256
  • Start
  • Prev
  • 359
  • 360
  • 361
  • 362
  • 363
  • 364
  • 365
  • 366
  • 367
  • 368
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.