• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ

Details
Odia Ray Admin
ଓଡିଶା
29 August 2025

ଭୁବନେଶ୍ଵର: ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କୀର୍ତ୍ତି ଓ କୃତି ଦ୍ଵାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ବଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୯ ତାରିଖ ଦିନ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି। ଏହି ସମାରୋହରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଯେଉଁ ପିଲାମାନେ କ୍ରୀଡା କ୍ଷେତ୍ର କୁ ଆସୁଛନ୍ତି ସେମାନଙ୍କ ଠାରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାକୁ ପୋଷଣ କରି ସେମାନଙ୍କୁ ଉତ୍କର୍ଷତା ପ୍ରତିପାଦନ ଦିଗରେ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ହେବା ଉଚିତ। ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ କୃତୀ କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସେମାନଙ୍କ ସଫଳତା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସାମୁହିକ ଗର୍ବ। ସେମାନେ ଓଡ଼ିଶାର କ୍ରୀଡା ମନୋଭାବର ମଶାଲ ବାହକ ଏବଂ ଆଗାମୀ ପିଢ଼ି ପାଇଁ ଆଦର୍ଶ । ସେହିପରି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ସାହସ ଏବଂ ନିଃସ୍ଵାର୍ଥପର କାର୍ଯ୍ୟ ଓଡ଼ିଶାର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ ଏବଂ ନିର୍ଭୀକତା ଏବଂ ମାନବତାର ସହିତ ସେବା କରିବା ପାଇଁ ଅଗଣିତ ଯୁବ ହୃଦୟକୁ ପ୍ରେରାଣା ଦେଇ ଚାଲିବ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ହକି ଯାଦୁକର ମେଜର ଧ୍ୟାନଚାନଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟପାଳ କହିଥିଲେ ଯେ ତାଙ୍କ ଜୀବନ ଓ ଜୟନ୍ତୀ ଆମକୁ ମନେ ପକେଇ ଦିଏ ଯେ, କ୍ରୀଡା କେବଳ ଶକ୍ତି କିମ୍ବା ଦକ୍ଷତାର ପ୍ରତିଯୋଗିତା ନୁହେଁ, ବରଂ ଶୃଙ୍ଖଳା, ଦୃଢ଼ ନିଷ୍ପତି ଏବଂ ଅଦମ୍ୟ କ୍ରୀଡା ଭାବନାର ଉତ୍ସବ। କ୍ରୀଡାକୁ ଗ୍ରହଣ କରୁଥିବା ସମାଜ କେବଳ ସୁସ୍ଥ ନାଗରିକଙ୍କୁ ପୋଷଣ କରେନାହିଁ ବରଂ ସାମୁହିକ ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଶକ୍ତିଶାଳୀ ଗୋଷ୍ଠୀ ନିର୍ମାଣରେ ସହାୟକ ହୁଏ। ଦଶନ୍ଧି ଧରି ଓଡ଼ିଶା କ୍ରୀଡା ଉତ୍କର୍ଷତା ପାଇଁ ହବ୍ ହୋଇ ରହିଛି । ବିଭିନ୍ନ ପ୍ରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରି ସାରା ବିଶ୍ବରେ ନିଜର ଛାପ ଛାଡ଼ିଛି । ସାରା ବିଶ୍ୱର ଖେଳାଳୀମାନଙ୍କୁ ଏକତ୍ରିତ କରି ଆମର ଯୁବପିଢିଙ୍କୁ ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଉଛି। କ୍ରୀଡା କ୍ଷେତ୍ରରେ ଏପରି ପରିବର୍ତ୍ତନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵ ଏବଂ ଓଡ଼ିଶା ସରକାରଙ୍କ ସକ୍ରିୟ ପ୍ରୟାସ ଦ୍ବାରା ପରିଚାଳିତ ହୋଇଛି। ତୃଣମୂଳ ସ୍ତରରୁ କ୍ରୀଡା ଓ ତାଲିମଙ୍କୁ ପ୍ରୋତ୍ସାହନ ଭଳି ପଦକ୍ଷେପ କ୍ରୀଡାକୁ ଏକ ବୃତ୍ତି ଏବଂ ଜୀବନ ଶୈଳୀ ଭାବରେ ଏକ ସମୃଦ୍ଧ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟପାଳ କହିଛନ୍ତି। ଏହି ସମାରୋହରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏକାମ୍ର - ଭୁବନେଶ୍ଵର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନକରି ଓଡ଼ିଶାରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ନିଆ ଯାଉଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସଫଳତାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏତଦ୍ ବ୍ୟତୀତ ଓଡ଼ିଶା କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ଇଭେଣ୍ଟ ଆୟୋଜନ କରି ସୁନାମ ଅର୍ଜନ କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଏଦୁଲା ବିଜୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ୮ ଜଣ କୃତୀ କ୍ରୀଡାବିତଙ୍କୁ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, ଅସାଧାରଣ ସାହସିକତା ପ୍ରଦର୍ଶନ ପାଇଁ ଦୁଇ ଜଣକୁ ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।

powered by social2s

କୋରାପୁଟ ଶାବର ଶ୍ରୀକ୍ଷେତ୍ର

Details
Odia Ray Admin
ଓଡିଶା
29 August 2025

ମୋ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଅଟଇ ବନବାସୀ ଜନତାଙ୍କ ପ୍ରିୟ କ୍ଷେତ ଶବରଙ୍କ ଭକ୍ତିରେ ବେଗେ ଧାଇଁ ଆସିଲେ ଆମ ଭାବର ଠାକୁର ଜଗନ୍ନାଥ ll ଥିଲା ଏକ ଅପୂର୍ଵ ଅଲୌକିକ ଘଟଣା ହେଲା ମହାପ୍ରଭୁଙ୍କ ଏଇ ଶ୍ରୀକ୍ଷେତ୍ର ପ୍ରସିଦ୍ଧି ହେଲା ଅପୂର୍ଵ ଜଗନ୍ନାଥ ଧାମ ଆମ ଶାବର ଏଇ ନୀଳ ଶ୍ରୀକ୍ଷେତ୍ର ll ୧୯୭୨ ସାଲରେ ସ୍ଥାପିତ ଏଇ କ୍ଷେତ ଅଭିହିତ ହେଲା ଏଇ ଶୈଳକ୍ଷେତ୍ର ଶବରୁଣୀଙ୍କ ଜଗନ୍ନାଥ ପ୍ରେମଭକ୍ତି ରେ ନାମିତ ହୋଇଲା ଶବର ଶ୍ରୀକ୍ଷେତ୍ର ll କୋରାପୁଟ ପାହାଡ଼ ମଧ୍ୟେ ଗଢି ଉଠିଲା ଅଭିହିତ ହେଲା ଏଇ ନୀଳଶୈଳ ଯଜ୍ଞକର୍ମାଦି ସହ ଠାକୁରଙ୍କ ହୋଇଲା ଗୁପ୍ତ ପୂଜା ଅପୂର୍ଵ ଦର୍ଶନ ମେଳ ll ଶ୍ରୀକ୍ଷେତ୍ର ପୁରୀ ପରେ ନାମିତ ଆଜ ହେଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ଶାବର ଶ୍ରୀକ୍ଷେତ୍ର ପୁରୀ ଶ୍ରୀକ୍ଷେତ୍ର ଆଗତ ବିନ୍ଧାଣୀଙ୍କ ହସ୍ତେ ତିନିଏଁ ଦାରୁମୂର୍ତ୍ତି ହେଲା ନିର୍ମିତ ll *ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ* *ରାଧାକୃଷ୍ଣ ଡିଗ୍ରୀ ମହାବିଦ୍ୟାଳୟ, ପାଡ଼ୱା,ଜିଲ୍ଲା: କୋରାପୁଟ)* *ଗ୍ରାମ:ଗାନ୍ଧୀ ନଗର* *ପୋ:/ଜିଲ୍ଲା:କୋରାପୁଟ* *ମୋ:୮୯୧୭୩୧୯୩୭୭*

powered by social2s

ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

Details
Odia Ray Admin
ଓଡିଶା
29 August 2025

ଭୁବନେଶ୍ୱର: ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ବୋଲି ସୂଚନା ଦେଲେ ଡିଜିପି ୱାଇବି ଖୁରାନିଆ। ଏନେଇ ସବୁ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପୋଲିସ ଡିଜି। ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି, ଡ୍ରୋନ୍ ବ୍ୟବହାର କରାଯିବ। ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯିବ ।

powered by social2s

ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ

Details
Odia Ray Admin
ଓଡିଶା
29 August 2025

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉପସ୍ଥିତ ଥିଲେ। ସବୁ ରାଜ୍ୟର ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଥିବା ସୂଚନା। ଏହି ସମ୍ମିଳନୀର ପ୍ରଧାନ ଲକ୍ଷ୍ୟ ହେଉଛି ସଂବିଧାନୀୟ ସୁରକ୍ଷାବଳୀକୁ ଅଧିକ ଶକ୍ତିଶାଳୀ କରିବା, ଜନଜାତି ଓ ଜନୁସୂଚିତ ଜାତି ଗୋଷ୍ଠୀର ସାମାଜିକ-ଆର୍ଥିକ ଉନ୍ନତି ବଢ଼େଇବା ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଉତ୍ତମ ପଦ୍ଧତି ଅଦାନ-ପ୍ରଦାନ କରିବା।

powered by social2s

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଗଣ ସବୁ ସମୟରେ ଦଳମତରୁ ଉର୍ଦ୍ଧ୍ୱରେ ଥାଇ ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି

Details
Odia Ray Admin
ଓଡିଶା
29 August 2025

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଗଣ ସବୁ ସମୟରେ ଦଳମତରୁ ଉର୍ଦ୍ଧ୍ୱରେ ରହି ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି। ଆଜି ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯାହା ବି ଉନ୍ନତି ହୋଇଛି, ତାହା ଏହି ସବୁ କମିଟିର ପ୍ରସ୍ତାବ, ଅନୁଶୀଳନ ଓ ତଦାରଖ ଯୋଗୁ ସମ୍ଭବ ହୋଇପାରିଛି। ଦଳମତ ନିର୍ବିଶେଷରେ ସଂସଦୀୟ ଓ ବିଭିନ୍ନ ରାଜ୍ୟର କମିଟି ମାନେ ଏହି ବର୍ଗର ସାମଗ୍ରିକ ଉନ୍ନତି ଉପରେ ଧ୍ୟାନଦେଇ ଆସିଛନ୍ତି ବୋଲି ଶ୍ରୀ ବିର୍ଲା କହିଥିଲେ। ସେ ଆହୁରି ମଧ୍ୟ କହିଲେ ଯେ, ଭୁବନେଶ୍ୱରର ବର୍ତ୍ତମାନର ବଦଳୁଥିବା ପରିସ୍ଥିତି ଅନୁଯାୟୀ ଏହି ସମ୍ମିଳନୀରେ, କମିଟି ଯାହା ପ୍ରସ୍ତାବ ଦେବ, ତାହାକୁ କାର୍ଯ୍ୟକାରୀ କରାଯିବ। ଏହାଫଳରେ ଦେଶରେ ଏକ ସମତା ଭିତ୍ତିକ ସମାଜ ଗଠନ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି ତାହା ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇପାରିବ। ଏହାଦ୍ୱାରା ବିକଶିତ ଭାରତ ଗଠନର ଲକ୍ଷ୍ୟ ମଧ୍ୟ ସଫଳ ହେବ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ଯେ ବାବା ସାହେବ ଆମ୍ବେଦକରଙ୍କର ବିଚାରକୁ ନେଇ ସମ୍ବିଧାନର ମୂଳ ସିଦ୍ଧାନ୍ତ ପ୍ରସ୍ତୁତ କରାଯାଇଛି। ଦୀର୍ଘ ୭୮ ବର୍ଷ ଧରି ଏହି ସିଦ୍ଧାନ୍ତକୁ ନେଇ ଦେଶ ଆଗକୁ ବଢୁଛି। ଏହି ସିଦ୍ଧାନ୍ତ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ତଥା ବିଭିନ୍ନ ପଛୁଆ ବର୍ଗଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଆଜିର ଏହି କମିଟିର ଆଲୋଚନା ଓ ଅନୁଶୀଳନରୁ ଯେଉଁ ଯେଉଁ ନୂଆ ଚିନ୍ତାଧାରାର ପରିପ୍ରକାଶ ହେବ, ତାକୁ ଗ୍ରହଣ କରି, ତଥା ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଷ୍ଟ ପ୍ରାକ୍ଟିସେସ୍‌କୁ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକାରୀ କରାଯାଇ, ଏହି ବର୍ଗର ଲୋକଙ୍କ ପାଇଁ ଏକ ସମତା ଭିତ୍ତିକ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇ ପାରିବ ବୋଲି ଶ୍ରୀ ବିର୍ଲା କହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ ୨୫ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି, ଏବଂ ତାହା ମଧ୍ୟ ଓଡିଶାରେ ହେଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ। ଆଗରୁ ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଓଡିଶାରେ ଆୟୋଜିତ ହୋଇଛି ବୋଲି ପ୍ରକାଶ କରି, ଏହାଦ୍ୱାରା ଜାତୀୟ ସ୍ତରରେ ଓଡିଶାର ଗୁରୁତ୍ୱ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି ମାନଙ୍କର ବର୍ତ୍ତମାନର ପରିସ୍ଥିତି ଭଲଅଛି ବୋଲି ମନ୍ତବ୍ୟଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆମର ଆଜି ଭଲ ଅଛି, ଆଗାମୀ କାଲି ଖୁବ୍ ଭଲ ହେବ, ନିଶ୍ଚୟ ଭଲ ହେବ।” ଭୁବନେଶ୍ୱରର ଏହି ସମ୍ମିଳନୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତର ରାସ୍ତା ନିର୍ମାଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢକ୍ତି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସମୟରେ ଦେଶର ସାମାଜିକ ଓ ରାଜନୈତିକ ସ୍ତର ବହୁତ ସମସ୍ୟା ଦେଇ ଗତି କରୁଥିଲା। ସବୁଠୁ ବଡ ସମସ୍ୟା ଥିଲା ଦଳିତ, ଆଦିବାସୀ ମାନଙ୍କର। ତେବେ ବାବା ସାହେବ ଆମ୍ବେଦକରଙ୍କ ସିଦ୍ଧାନ୍ତ ଓ ମାର୍ଗ ଅନୁସରଣ କରି ଆଜି ଦେଶରେ ଦଳିତ ଓ ଆଦିବାସୀ ମାନଙ୍କର ଅବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ସେମାନେ ଯେପରି ସମ୍ପୂର୍ଣ୍ଣ ଭାବେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ଏବଂ ବିକଶିତ ଭାରତ ଗଠନରେ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିପାରିବେ, ସେ ଦିଗରେ ଉଦ୍ୟମ ତ୍ୱରାନ୍ୱିତ ହୋଇଛି। ପିଏମ୍ ଜନମନ୍, ଧର୍‌ତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ ପରି ଯୋଜନା ଗୁଡିକ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡିଶାର ୪୦ ପ୍ରତିଶତ ଜନସାଧାରଣ ଦଳିତ ଓ ଜନଜାତି ବର୍ଗର ପ୍ରତିନିଧିତ୍ୱ କରନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକାଶ ସହିତ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରୁଛନ୍ତି। ଜନଜାତି ଭାଷାରେ ପାଠପଢାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ସବୁ ଦୃଷ୍ଟିରୁ ଏକ ଐତିହାସିକ ସମ୍ମିଳନୀ ହେବ। ଏହି ସମ୍ମିଳନୀର ମତାମତକୁ ନେଇ ନୂଆ ନୂଆ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ମୁଖ୍ୟସ୍ରୋତରେ ସାମିଲ ହୋଇ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଲେ ଯେ ପିଏମ ଜନମନ ଏବଂ ଧରତୀଆବା ଗ୍ରାମ ଉତ୍କର୍ଷ ଯୋଜନା ରେ ବିଭିନ୍ନ ଆଦିବାସୀ ଗୋଷ୍ଠୀ ଗୁଡିକୁ ଫୋକସ କରାଯାଇଛି | ଏହି ଦୁଇଟି କାର୍ଯ୍ୟକ୍ରମ ରେ 5 କୋଟି ଆଦିବାସୀ ଲୋକ ସିଧାସଳଖ ଲାଭ ପାଇବେ | ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଏବଂ ବିଭିନ୍ନ ଆଶ୍ରମ ସ୍କୁଲ ଦ୍ୱାରା ଆଦିବାସୀ ପିଲାଙ୍କ ପାଇଁ ଏକ ଶୈଖିକ ପରିବେଶ କରାଯାଇ ପିଲାଙ୍କୁ ଶିକ୍ଷିତ କରାଯାଇ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ | କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ନୂତନ ଶିକ୍ଷା ନୀତିରେ ବଞ୍ଚିତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ଲାଭ ପାଇବେ, ସେଥିପ୍ରତି ସରକାର ଦାୟିତ୍ୱବାନ ଅଛନ୍ତି | ବିଗତ କିଛି ବର୍ଷରେ ଶିକ୍ଷାର୍ଥୀଙ୍କ ସଂଖ୍ୟା 46 ରୁ 66 ଲକ୍ଷ ପର୍ଯ୍ୟନ୍ତ ବଢିଛି | ସମାଜରେ ବଂଚିତ ବର୍ଗ ଉପରକୁ ଆସିଲେ ଦେଶ ଓ ରାଜ୍ୟର ଉନ୍ନତି ହେବ | ଏହି କର୍ମଶାଳାରୁ ସମସ୍ତଙ୍କ ପରାମର୍ଶରୁ ଯେଉଁ ନିଷ୍କର୍ଷ ବାହାରିବ ସେଥିରେ ସମାଜର କଲ୍ୟାଣ ହେବ ବୋଲି ସେ ମତ ଦେଇଥିଲେ | ରାଜ୍ୟସଭା ଡେପୁଟି ସ୍ପିକର ଶ୍ରୀ ହରିବଂଶ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ବୋଲି କହିଥିଲେ | ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ପାଇଁ ବିଗତ 10 ବର୍ଷ ରେ ବଜେଟ 4 ଗୁଣା ବଢିଛି ଏବଂ ଏଥିରେ ଆଦିବାସୀ ଅଧ୍ୟୁଷିତ ରାଜ୍ୟଗୁଡିକର ଉନ୍ନତି ହେବା ଫଳରେ ନକ୍ସଲବାଦ ଭଳି ସମସ୍ୟା କୁ ନିୟନ୍ତ୍ରଣ କରାଯାଇପାରିଛି | ତେବେ କେବଳ ଆରକ୍ଷଣ ପାଇଁ ଚିନ୍ତା ନ କରି ଏହି କମିଟି ସାମାଜିକ ସମାନତା ପାଇଁ କାମ କରୁ ବୋଲି ସେ ମତ ଦେଇଥିଲେ | ଲୋକସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ଶ୍ରୀ ଫଗନ ସିଂ କୁଲସ୍ତେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କେବଳ ଯୋଜନାର ଲାଭ ପାଇବା ପାଇଁ ନୁହେଁ ବରଂ ଦେଶର ପ୍ରତିଷ୍ଠାକୁ ଉଜ୍ଜ୍ୱଳ କରିବାରେ ଏବଂ ଦେଶକୁ ବିକାଶର ମାର୍ଗରେ ନେବା ପାଇଁ ପ୍ରତ୍ୟେକ୍ଷ ଭୂମିକା ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ | ଏହି ଅବସରରେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ବିଧାନସଭା ହେଉଛି ଗଣତନ୍ତ୍ରର କେନ୍ଦ୍ର। ଏହି ବିଧାନସଭାର ପ୍ରତ୍ୟେକ ବିଧାୟକଙ୍କ କାର୍ଯ୍ୟ ହେଉଛି ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା ଏବଂ ସେହି ନୀତିକୁ ଦୁର୍ଗମ ଅଞ୍ଚଳର ଶେଷ ଲୋକଙ୍କ ନିକଟକୁ ପହଂଚାଇବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଏହି କମିଟିର ବୈଠକ ଏ ଦିଗରେ ମାର୍ଗଦର୍ଶନ କରିବ ବୋଲି ସେ ମତ ଦେଇଥିଲେ। ବିଧାନସଭା ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଲୋକସଭା ବାଚସ୍ପତି କନ୍‌ଭେନ୍‌ସନ୍‌ ହଲ୍‌ ମଧ୍ୟରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବୁଲି ଦେଖିଥିଲେ। ସୂଚନାଯୋଗ୍ୟ ଯେ ଏପରି ସମ୍ମିଳନୀର ଆୟୋଜନ ପ୍ରଥମେ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ପରେ ଏହା ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପ୍ରଥମ ଥର ପାଇଁ ଏହା ଦିଲ୍ଲୀ ବାହାରେ ଓଡିଶାରେ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଯେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଆଲୋଚନା ପ୍ରତ୍ୟାଲୋଚନାର ଏକ ପରମ୍ପରା ସୃଷ୍ଟି କରିବା। ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦଳିତ, ଆଦିବାସୀ ମାନଙ୍କର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିବା, ସେମାନଙ୍କୁ ମୁଖ୍ୟ ସ୍ରୋତରେ ନେବା ପାଇଁ ରହିଥିବା ଆହ୍ୱାନ ଗୁଡିକୁ ଚିହ୍ନଟ କରିବା ଏବଂ ସମାଧାନ ପାଇଁ ମାର୍ଗଦର୍ଶନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହାଦ୍ୱାରା ଆଗାମୀ ଦିନରେ ସମତା (equitable) ଓ ନ୍ୟାୟ (just) ଭିତ୍ତିକ ଏକ ସମାବେଶୀ (inclusive) ଭାରତ ଗଠନ କରାଯାଇ ପାରିବ।

powered by social2s

ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଲା

Details
Odia Ray Admin
ଓଡିଶା
29 August 2025

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଛି। ଚଳିତ ବର୍ଷ ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା। ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା। ଏନେଇ ଝାରପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ମିଳିଛି ସୂଚନା।

powered by social2s

ଭୁବନେଶ୍ୱରରେ ଜଳିଗଲେ ଆଇନଜୀବୀ

Details
Odia Ray Admin
ଓଡିଶା
29 August 2025

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଳିଯାଇଥିବା ଓକିଲ ଦୀପକ କୁମାର ସାହୁ। ଆତ୍ମହତ୍ୟା ନା ହତ୍ୟା ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ। ଦୀପକଙ୍କର ଦୁଇ ଥର ବ୍ରେନ୍ ଡେଡ୍ ହୋଇଥିଲା। ସେ କିଛି ଦିନ ହେବ ଔଷଧ ଖାଇବା ବନ୍ଦ କରିଦେଇଥିଲେ।

powered by social2s

More Articles ...

  1. ପ୍ୟାସନ କ୍ଲବ ର ୨୦ତମ ବାର୍ଷିକୀ ଅବସରରେ ପୂଜା କରାଯାଇଛି ୨୦ ଫୁଟ ଉଚ୍ଚତା ର ଗଣେଶ ମୂର୍ତ୍ତି
  2. ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ଲୋକସଭା ବାଚସ୍ପତି
  3. ଡୁଡ୍‌ନୁ ପ୍ରେରଣା ସମ୍ମାନ ପାଇଲା "ମୋ ପରିବାର"
Page 366 of 2256
  • Start
  • Prev
  • 361
  • 362
  • 363
  • 364
  • 365
  • 366
  • 367
  • 368
  • 369
  • 370
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.