ଭୁବନେଶ୍ବର: ଇସ୍କନ ର ଅଦିନିଆ ରଥଯାତ୍ରା ବିଷୟରେ ଏକ ପ୍ରତିବାଦ ସଭା ହାଉସିଂ ବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ବରରେ ଥିବା ଚନ୍ଦ୍ରଶେଖରାୟ ମନ୍ଦିର ପ୍ରାଙ୍ଗଳରେ ରେ ଅନୁଷ୍ଠିତ ହୋଇଯାଇଛି। ଇସ୍କନ ପକ୍ଷରୁ ଦିଲ୍ଲୀ ଓ ଦେଶ ବାହାରେ ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା କରାଯାଉଛି। ଶ୍ରୀ ଭଗବାନ ଦାଶ, ସଭାପତି, ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ଓ ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକ ଅଦିନିଆ ରଥଯାତ୍ରା ପାଇଁ ଇସ୍କନ କୁ ତୀବ୍ର ନିନ୍ଦା କରାଯାଇଛି। ଏହି ବୈଠକ ରେ ସମରେନ୍ଦ୍ର ସାହୁ, ଜେସି ରଥ, ସବ୍ୟସାଚୀ ପଟ୍ଟନାୟକ, ଚକ୍ରଧର ସାହୁ, ନୀଳାମ୍ବର ପାଢ଼ୀ, ବସନ୍ତ ପ୍ରଧାନ, ପବିତ୍ର ପରିଜା,ରବି ନାରାୟଣ ତ୍ରିପାଠୀ,ପ୍ରଭାତ କାନୁନଗୋ, ଧୂର୍ବ ଚରଣ ସାହୂ, ନଗେନ କୁମାର ବିଷୋୟୀ,ବିଜୟ ରାଉତ, ଅଭିମନ୍ୟୁ ସୁନୀଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସ୍କନ୍ଦ ପୁରାଣ ଅନୁଯାଇ ଆଶାଡ ଶୁକ୍ଲ ପକ୍ଷ ଦ୍ୱତୀୟା ରେ ରଥଯାତ୍ରା ବିଗତ ଶହ ଶହ ବର୍ଷ ଧରି ହୋଇ ଆସୁଛି। ରଥଯାତ୍ରା ସେହି ଦିନ ହିଁ ହେବ, ସମସ୍ତେ ଅଦିନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ମତାମତ ଦେଇଥିଲେ। ପୂର୍ବରୁ ବରିଷ୍ଠ ଜ୍ୟୋତିଷ ବିଦ୍ୟା ଅନୁସାରେ ତିଥି ବାର ନକ୍ଷେତ୍ର ବିଷୟରେ ଆଲୋଚନା କରି ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟ ରେ ହିଁ ହୋଇପାରିବ, ତାହା ସ୍ୱତନ୍ତ୍ର ଓ ପ୍ରଭୁ ଏହା ଦ୍ୱାରା ପ୍ରୀତ ହୁଅନ୍ତି,ପ୍ରତେକ ପୂଜା ପାର୍ବଣ ଦିବସ ତିଥି ପୂର୍ଣ୍ଣିମା ଅମାବାସ୍ୟା ଜ୍ୟୋତିଶିକ ଗଣନା ଅନୁସାରେ ସମୟ ମୁହୂର୍ତ ନିର୍ଘଣ୍ଟ ହୋଇଥାଏ ଏବଂ ନକ୍ଷେତ୍ର ଚୟନ କରାଯାଏ। ଅସମୟରେ ରଥଯାତ୍ରା କରି ଇସ୍କନ ଜଗନ୍ନାଥ ଙ୍କ ନାମରେ ବ୍ୟବସାୟ କରୁଛି ଓ ଜଗନ୍ନାଥ ପ୍ରେମି ଭକ୍ତଙ୍କୁ ମାନସିକ ଆଘାତ ଦେଉଛି, ପୂଜ୍ୟ ଗଜପତି ମହାରାଜ ଓ ପୁରୀ ଜଗନ୍ନାଥ ଧାମ ପୀଠ ର ଶଙ୍କରା ଚର୍ଯ୍ୟ ପୂଜ୍ୟ ନିଶ୍ଚଳଆନନ୍ଦ ସରସ୍ବତୀ ମଧ୍ୟ ଏହା ନ କରି ବାକୁ ପରାମର୍ଶ ଦେଇ ଛନ୍ତି, ଶ୍ରୀମନ୍ଦିର ସମସ୍ତ ସେବାୟତ ସୁଆର ନିଯୋଗ ଓ ଆଚାର୍ଯ୍ୟ ମାନେ ମଧ୍ୟ ଏହାକୁ ନିନ୍ଦା କରି ସରକାର ତୁରନ୍ତ ଏହା ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଆପିଲ କରିଛନ୍ତି । ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତି ବିକୃତ ହେଉଛି ଗୋଟିଏ ଦିନରେ ସବୁ ଜାଗାରେ ରଥଯାତ୍ରା ହେଉ ଯେଉଁମାନେ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନ ଙ୍କ ବିରୋଧ ରେ ସରକାର ଦୃଢ ପଦକ୍ଷେପ ନେବାକୁ ସମସ୍ତେ ମତ ଦେଇଥିଲେ ମନ୍ଦିର ର ରେକର୍ଡ ଅଫ ରାଇଟସ ଅନୁଯାଇ ଏହି ରଥଯାତ୍ରା ୧୩୬୦ ଶତାବ୍ଦୀ ରୁ ଆରମ୍ଭ ହୋଇ ଥିଲା ଏହା ମଧ୍ୟ ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ସ୍କନ୍ଦ ପୁରାଣ ରେ ଲେଖା ଯାଇଛି ଏହାକୁ ଘୋଷ ଯାତ୍ରା ମଧ୍ୟ କୁହାଯାଏ। ଏହା ଅଚ୍ୟୁତାନନ୍ଦ ମାଳିକା ରେ ମଧ୍ୟ ଲେଖାଯାଇଅଛି। ଅଦିନ ରେ ରଥଯାତ୍ରା ଭିଆଇବେ ଜଗନ୍ନାଥ ଧାମ କୁ ଖେଳ ଘର ମଣୁ ଥିବେ। ଆଶିନ ଓ ପୌଷ ମାସରେ ରଥଯାତ୍ରା କରିବେ ମାନବ ସମାଜ ଓ ପୃଥିବୀ ର ବିନାଶ ଘଟାଇବେ ପୁରାଣ ଶାସ୍ତ୍ର ଅନୁଯାଇ ପ୍ରଭୁ ଚୈତନ୍ୟ ୧୫୦୯ ରେ ପୁରୀ ଆସିଥିଲେ। ସେହି ସମୟରୁ ଶ୍ରୀଜଗନ୍ନାଥ ଙ୍କୁ କୃଷ୍ଣ ଭାବେ ପ୍ରଚାର କରିବା ଆରମ୍ଭ କରିଥିଲେ କେତେବେଳେ ପ୍ରଥମେ ଶ୍ରୀକୃଷ୍ଣ ତା ପରେ ବଳରାମ ଓ ଶେଷରେ ସୁଭଦ୍ରା ତ ଆଉ କେତେବେଳେ ନନ୍ଦିଘୋଷ ରେ ରେ ମା ସୁଭଦ୍ରା, ଦର୍ପଦଳନ ରଥ ରେ ପ୍ରଭୁ ବଳରାମ ଓ ତାଳଦ୍ୱଜ ରଥ ରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ରଖି ଶ୍ରୀକୃଷ୍ଣ ଭାବେ ପ୍ରଚାର କରିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସେଥିରେ ସେ ସେତେବେଳେ ବିଭିନ୍ନ କାରଣ ରୁ ତାହା ହୋଇ ପାରି ନ ଥିଲା, ସେବେ ଠାରୁ ଇସ୍କନ ରେ ଏହା ଗୁପ୍ତ ଏଜେଣ୍ଡା ରହି ଆସିଛି ଏବେ ଆରଟିଫିସିଆଲ୍ ଇଣ୍ଟିଲିଜେନ୍ସ ଟେକନୋଲୋଜି ଆସିଲା ପରେ ପୁନଶ୍ଚ ଶ୍ରୀକୃଷ୍ଣ ବଳରାମ ମା ସୁଭଦ୍ରା ଙ୍କ ଫଟୋ ଆଉ କେତେବେଳେ ଶ୍ରୀବଳରାମ, ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ଙ୍କ ସୁନ୍ଦର ଫଟୋ ର ବହୁଳ ଭାବେ ପ୍ରଚାର ଓ ପ୍ରସାର କରାଯାଉଛି ଆମେ ଜାଣିନୁ ଏହା କିଏ କରିବାକୁ ଚେଷ୍ଟା କରୁଛି କିନ୍ତୁ ଫେସବୁକ ଓ ଅନ୍ୟାନ୍ୟ ମେଡ଼ିଆ ର ତାର ଫଟୋ ଦେଖିବାକୁ ମିଳୁଛି । ଆଶା କରୁଛୁ ଆମର ଜ୍ଞାନୀ ଗୁଣି ଶାସ୍ତ୍ରକାର ଓ ପଣ୍ଡିତ ତ ମାନେ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରକାଶ କରାଯାଇଛି।