ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଓଡିଶାର ଗଣ ପର୍ବ ରଜର ଦ୍ଵିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଓଡିଶାର ଗଣ ପର୍ବ ରଜର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମଧ୍ୟମ ର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦାନ କରିଥିଲେ I ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସଭାପତି ଶ୍ରୀ ବିଶ୍ବ ପ୍ରସାଦ ମହାନ୍ତି ଉତ୍ତରୀ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ସମିତି ର ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ଧନ୍ୟବାଦ ଭାଷଣ ଦେଇଥିଲେ I ଶ୍ରୀ ଜେନା ସହିଦନଗର ର ସମସ୍ତ କର୍ମକର୍ତ୍ତା, ସଭ୍ଯ ବୃନ୍ଦ ଓ ଦର୍ଶକ ମଣ୍ଡଳି କୁ ରଜ ପର୍ବ ର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ, ସେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ଅନୁସରଣ କରିବା ପାଇଁ ସମସ୍ତ ଙ୍କୁ ଆହ୍ଵାନ କରିଥିଲେ I ଆଜି ସନ୍ଧ୍ୟାରେ ଓଡିଶୀ ର ସୁନାମଧନ୍ୟ କଣ୍ଠଶିଳ୍ପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ତାହା ସହିତ ଆଜିର ବିଶେଷତ୍ବ ଥିଲା ସମସ୍ତ ମହିଳା ମାନଙ୍କ ପାଇଁ ମାଗଣାରେ ରେ ମହେନ୍ଦୀ କରିବାର ଆୟୋଜନ କରାଯାଇଥିଲା I ଏହା ସହ ରଜ ପର୍ବ କୁ ଆଧାରିତ କରି କୁଇଜ ପ୍ରତିଯୋଗିତା, skipping ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଜୟୀ ପ୍ରତିଯୋଗିତା ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି I ଏହି ସବୁକୁ ସମିତି ର ଉପଦେଷ୍ଟା ଶ୍ରୀ ମନୋରଞ୍ଜନ ଦାସ, ଶ୍ରୀ ସୁଧିର କୁମାର ଶତପଥୀ, ଶ୍ରୀ ସୁରେଶ ଚନ୍ଦ୍ର ଦାସ,ଶ୍ରୀ ଚନ୍ଦନ କୁମାର ପାଲିତ,ଶ୍ରୀ ଦିଲ୍ଲୀପ କୁମାର ଦାସ,କାର୍ଯ୍ୟକାରୀ ସଭାପତି ଶ୍ରୀ ସଚ୍ଚି ନନ୍ଦନ ନାୟକ,ଶ୍ରୀ ସରୋଜ କୁମାର ପାତ୍ର,କୋଷାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ତ୍ରିପାଠୀ, ସହ କୋଷାଧ୍ଯକ୍ଷ ଶ୍ରୀ ସୁଦର୍ଶନ ସାହୁ, ଉପସଭାପତି ଶ୍ରୀ ଆଶିଷ ମହାପାତ୍ର, ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା ,କର୍ପୋରେଟର ଶ୍ରୀ ରାଜକିଶୋର ଦାସ, ଯୁଗ୍ମସଂପାଦକ ଶ୍ରୀ ସ୍ମୃତି ରଞ୍ଜନ ଜେନା, ଶ୍ରୀ ଗୋପାଳ ମହାନ୍ତି, ଶ୍ରୀ ସତ୍ୟନାରାୟଣ ମହାପାତ୍ର, ଶ୍ରୀ ରଞ୍ଜନ କୁମାର ମହାପାତ୍ର ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ I
