ପୁରୀ ସହର ହେବ ପ୍ଲାଷ୍ଟିକ ବୋତଲ୍ ମୁକ୍ତ: ନଗର ଉନ୍ନୟନ ମନ୍ତ୍ରୀ
ପୁରୀ: ପୁରୀ ସହରକୁ ପ୍ଲାଷ୍ଟିକ ବୋତଲ ମୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା | ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଛି ଏହି ପ୍ରକଳ୍ପ | ଏଥିରେ ଅଢ଼େଇ ଲକ୍ଷ ପୁରୀ ସହର ବାସି ଓ ପ୍ରତି ବର୍ଷ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ | ୧୬ ଟି ପୌରାଞ୍ଚ ମାର୍ଚ୍ଚ ମାସ ସୁଧା ଏଇ ପ୍ରକଳ୍ପ କାଜ୍ୟ ପାଇଁଁ ଲକ୍ଷ ରଖାଯାଇଛି | ୨୦୨୪ ସୁଧା ୧୧୪ ଟି ପୌରାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଲକ୍ଷ ରହିଛି |
ଭୁବନେଶ୍ୱରରେ ସତ ପ୍ରତିଶତ କୋଭିଡ ଟୀକାକରଣ
ଭୁବନେଶ୍ୱର: ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟୀକାକରଣ ହୋଇଥିବା ନେଇ BMC ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ କହିଛନ୍ତି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି। ୨ଟି ଡୋଜ ହିସାବରେ ୧୮ଲକ୍ଷ୍ୟ ୧୪ହଜାର ଡୋଜ ଦେବାକୁ ଲକ୍ଷ୍ୟ ଥିଲା।ଗତକାଲି ସୁଦ୍ଧା ୧୮ଲକ୍ଷ୍ୟ ୩୫ହଜାର ୯୦୩ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୦ଲକ୍ଷ୍ୟ ୫୯ହଜାର ୭୫୩ଜଣ ପ୍ରଥମ ଡୋଜ ନେଇଛନ୍ତି। ୭ଲକ୍ଷ୍ୟ ୭୬ହଜାର ୧୫୦ଜଣ ୨ଟି ଡୋଜ ଟିକା ନେଇ ସାରିଛନ୍ତି। ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ସବୁ ଟିକା କେନ୍ଦ୍ର ଖୋଲା ରହିଛି ବୋଲି ସେଠୀ ସୂଚନା ଦେଇଛନ୍ତି।
ଓଡ଼ିଶାରେ ୬୧୪ ଡେଙ୍ଗୁ ରୋଗୀ ଚିହ୍ନଟ, ଭୁବନେଶ୍ୱରରେ ୩ ଟି ସ୍ଥାନରେ ଖୋଲିଲା ମାଗଣା ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର: ଜୁଲାଇରେ ଓଡ଼ିଶାରେ ବଢିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୪୮୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି କଟକରେ ୩୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଅଧିକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ୩ ଟି ସ୍ଥାନରେ ଖୋଲିଛି ମାଗଣା ଡେଙ୍ଗୁ ପରୀକ୍ଷା କେନ୍ଦ୍ର। ଡେଙ୍ଗୁ ଚିହ୍ନଟ ହେଲେ ବା ଏଥିରେ ମୃତ୍ୟୁ ହେଲେ ସ୍ୱାସ୍ଥ୍ୟ ବିଭାଗ କୁ ଜଣାଇବାକୁ କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।
ଓଡ଼ିଶା ସରକାରଙ୍କ ଅଗଷ୍ଟ ମାସ କୋଭିଡ ଗାଇଡଲାଇନ୍ ଜାରି
ଭୁବନେଶ୍ୱର: ଆଜି ଓଡିଶା ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୨୭ଟି ଜିଲ୍ଲାରେ କୋଭିଡ଼ ସଂକ୍ରମଣ ହାର ନଗନ୍ୟ ରହିଛି। ତେବେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଥିବା ଦେଖାଦେଇଛି। ତେଣୁ ରାଜ୍ୟରେ ଜୀବନ ଜୀବିକାର ସମନ୍ୱୟ ରକ୍ଷା ପାଇଁ ଧୀରେ ଧୀରେ ଅନଲକ ପକ୍ରିୟା ଆରମ୍ଭ ହୋଇଛି। ଆଜି ଏହି ଅନଲକ ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ୍ ପୂର୍ବ ଭଳି ବଳବତ୍ତର ରହିବ। ତେବେ ଏହି ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ବିଭିନ୍ନ ମଲ୍, ପାର୍କ, ସମୁଦ୍ରକୂଳ ଆଦି ଖୋଲାଯିବ। ସେହିପରି ସିନେମା ହଲ, ଥିଏଟର ଓ ଯାତ୍ରା ଆଦି ୫୦% ଲୋକଙ୍କ କ୍ଷମତାରେ ଖୋଲାଯାଇ ପାରିବ। ସେହିଭଳି ବାର, ରେସ୍ତୋରାଁ ଓ ଢାବା ଆଦିରେ ୫୦% କ୍ଷମତାରେ ଲୋକେ ବସି ଖାଇପାରିବେ। କରୋନାର ଗାଇଡଲାଇନ୍ ମାନି ରାସ୍ତାକଡ଼ ଜଳଖିଆ ଦୋକାନରେ ଲୋକେ ଏବେ ଖାଇପାରିବେ। ସେହିଭଳି ଆହାର କେନ୍ଦ୍ରରେ ମଧ୍ୟ ଲୋକେ ବସି ଖାଇପାରିବେ। ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ସ୍ଥାନୀୟ ପ୍ରଶାସନ ର ଅନୁମତି ନେଇ ଖୋଲାଯାଇପାରିବ। ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା ଓ ତାଲିକା କାର୍ଯ୍ୟକ୍ରମ କରାଯାଇପାରିବ। ୱଟର ପାର୍କ, ସୁମିଙ୍ଗପୁଲ ଓ ମୀନାବଜାର ଆଦି ଖୋଲାଯାଇ ପାରିବ। ପୂର୍ବଭଳି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ତେବେ ଅଗଷ୍ଟ ମାସର ନୂଆ ଗାଇଡଲାଇନ୍ ରେ ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ମହୋତ୍ସବ କୁ ମନା କରାଯାଇଛି। ସେହିଭଳି ପ୍ରଦର୍ଶନୀ, ବାଣିଜ୍ୟମେଳା ଓ ମହୋତ୍ସବ କୁ ମନା କରାଯାଇଛି। ପୂର୍ବଭଳି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିର କଟକଣା ବଳବତ୍ତର ରହିବ।
ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ୧୦ ଫୁଟ ଘାଇ
ମାଲକାନଗିରି ଜିଲ୍ଲାର ଉନ୍ନୟନ କାର୍ଯ୍ୟ ନେଇ ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ତୁସାରକାନ୍ତି ବେହେରା ଙ୍କ ବୈଠକ
ଭୁବନେଶ୍ୱର: ଇଲକ୍ଟ୍ରୋନିକ୍ସ,ସୂଚନା ପ୍ରଯୁକ୍ତି,କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁସାରକାନ୍ତି ବେହେରା ଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନଗିରି ଜିଲ୍ଲାର ଗରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ ଜିଲ୍ଲାର କ୍ରୀଡା ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳସେଚନ, ଗମନାଗମନ, ମୋବାଇଲ ନେଟୱାର୍କ ସେବା ,ଜୀବନ ଜୀବିକା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଜନଜାତି କଲ୍ୟାଣ ଆଦି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀ ମାନଙ୍କ ସହାଲୋଚନା କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶ ଧାରା କୁ ଆଗେଇ ନେବା ଲାଗି ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶାସନ ଭାର ହାତକୁ ନେବା ପରେ ଜିଲ୍ଲାରେ ବହୁତ ଗୁଡିଏ ଉନ୍ନତି ମୁଳକ କାର୍ଯ୍ୟ ସମ୍ଭବ ହୋଇପାରିଛି। ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ଙ୍କ ଆନ୍ତରିକ ଉଦ୍ୟମ ଓ ଜନ ସାଧାରଣଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଜିଲ୍ଲା ପ୍ରଶାସନ ର କାର୍ଯ୍ୟ ଶୈଳି କୁ ନେଇ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିଥିଲେ ।
ଏହି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲାପାଳ ଶ୍ରୀ ଵିଶାଲ ସିଂ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ପରେ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ବାଳିକା ହାଇ ସ୍କୁଲ ରେ ବୃକ୍ଷରୋପଣ କରିବା ସହିତ ବିଦ୍ୟାଳୟ ର ଭିତିଭୂମି ସମ୍ପର୍କରେ ପଚାରି ବୁଝିଥିଲେ।
