ପୁଣି ପାଳନ ହେବ ଆଯାଦୀ କି ଅମୃତ ଉତ୍ସବ
ଭୁବନେଶ୍ୱର: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଆଯାଦୀ କି ଅମୃତ ଉତ୍ସବ ପାଳନ ସଂକ୍ରାନ୍ତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶାସନ ସଚିବ ଡ଼ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ଉତ୍ସବ ଓଡିଶା ସାରା ଗ୍ରାମରୁ ସହର ଓ ସରକାରଙ୍କର ଅନ୍ୟ ବିଭାଗଗୁଡିକ ସହ ମିଳିତ ଭାବେ ପାଳନ ପାଇଁ ଆଲୋଚନା କରିଥିଲେ।
ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୨ପର୍ଯ୍ୟନ୍ତ ପାଳନ ପାଇଁ ଭାରତ ସରକାରଙ୍କ ଧାର୍ଯ୍ୟ କରିଛନ୍ତି।ଏହି ଅନୁସାରେ ଓଡ଼ିଶା ସରକାର ମାର୍ଚ୍ଚ ୨୦୨୧ରୁ ଏହି ଉତ୍ସବ ପାଳନ କରିଆସୁଛନ୍ତି।ପୁନର୍ବାର ଅଗଷ୍ଟ ମାସରୁ ଏହି ଉତ୍ସବ ପାଳନ ପାଇଁ ସ୍ଥିର ହୋଇଛି।ଏଥିରେ ସଂସ୍କୃତି ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ,କ୍ରୀଡା ଓ ଯୁବ ବ୍ୟାପାର,ସୂଚନା ଓ ଲୋକସମ୍ପର୍କ, ସ୍କୁଲ ଓ ଗଣଶିକ୍ଷା,ଉଚ୍ଚଶିକ୍ଷା ଏବଂ ଅନ୍ୟ ବିଭାଗର ମିଳିତ ଭାବେ ଏହି ଉତ୍ସବ କୁ ପାଳନ କରିବା ପାଇଁ ଆଲୋଚନା ହୋଇଥିଲା।
ଏହି ବୈଠକରେ ସଂସ୍କୃତି ବିଭାଗ ଉପସଚିବ ସଞ୍ଜୟ ମିଶ୍ର, ଉପ ନିର୍ଦ୍ଦେଶକ ଦେବନନ୍ଦ ବରିହା, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଡ଼ ଭାଗ୍ୟଲିପି ମଲ୍ଲ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ,ରାଜ୍ୟ ଅଭିଲେଖଗାରର ଅଧିକ୍ଷକ ଡ଼ ଶେଖ ସୋଲେମାନ ଅଲି, ଉର୍ଧୁ ଏକାଡେମୀ ସଚିବ ଡ଼ ସୟିଦ ମୁସିର ଆଲାମ, ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ,ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଅଶ୍ୱିନ କୁମାର ଶତପଥୀ ସହ ବିଭାଗ ଅଧିନ ବିଭିନ କାର୍ଯ୍ୟାଳୟର ମୁଖ୍ୟମାନେ ଉପସ୍ଥିତ ଥିଲେ।
