• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ୧୭୬ତମ କଥାମୃତ କାର୍ଯ୍ୟକ୍ରମରେ ଦେବସ୍ନାନ ଦେବସ୍ନାନ ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ ପ୍ରବଚନ

Details
Odia Ray Admin
ଓଡିଶା
24 June 2021

 

 

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୭୬ତମ କଥାମୃତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଅଧ୍ୟକ୍ଷତା କରି ସମସ୍ତଙ୍କୁ ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ। ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ ପ୍ରବଚନ ଦେଇଥିଲେ। 

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରୀୟ ମତ ଓ ଲୋକ କଥା ବିଷୟରେ ବହୁ ରୋଚକ ତଥ୍ୟ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ଦାମୋଦର ସେନାପତି, ମଧୁସ୍ମିତା ଦାସ ଭଜନ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଡ ଆରତୀ କର, ଡ ହରପ୍ରସନ ଦାସ,ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, ମାମ ସଞ୍ଚିତ। ମହାନ୍ତି, ବାବାଜୀ ବିଶ୍ଵାଳ, କାମେଶ୍ୱର୍ ରାଓ, ଦୁର୍ଯୋଧନ ସାହୁ, ହରପ୍ରିୟା ପାତ୍ର, ଗାନ୍ଧୀ ଚୌଧୁରୀ, ହରପ୍ରିୟା ବେହେରା, ନିବେଦିତା ଭଞ୍ଜ , ଉଷାମିଶ୍ର ସୁଲୋଚନା ଚାନ୍ଦ ଗୌରାଙ୍ଗ ନାୟକ,ଶରତ କୁମାର ବଳ,କଲ୍ୟାଣ ପତି, ତନୁଷ୍ରୀ ଜେନା ଗିରିଜା ଶଙ୍କର ମହାପାତ୍ର, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ବିମ୍ବାଧର ପଣ୍ଡା,ମଙ୍ଗରାଜ ମହାନ୍ତି, ସ୍ଵର୍ଣ୍ଣ ପଣ୍ଡା, ବିପିନ ବିହାରୀ ସ୍ୱାଇଁ, ଗାନ୍ଧୀ ଚୌଧୁରୀ,ବୀଣାପାଣି ଚୌଧୁରୀ, ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ଲାବଣ୍ୟନେନ୍ଦୁ ମହାନ୍ତି, ଅଶୋକ ବଳ ଓ ପରିଷଦର ପ୍ରମୁଖ ସଦସ୍ୟ ଓସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

 

powered by social2s

ଓଡ଼ିଶାରେ ୪୧ ଅବୈତନିକ ବନ୍ୟପ୍ରାଣୀ ୱାର୍ଡନ ନିଯୁକ୍ତ

Details
Odia Ray Admin
ଓଡିଶା
24 June 2021

ଭୁବନେଶ୍ୱର: ଓଡ଼ିଶାରେ ୪୧ ଜଣ ଅବୈତନିକ ବନ୍ୟପ୍ରାଣୀ ୱାର୍ଡନଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ବିଭିନ୍ନ ଜିଲ୍ଲାରେ ଦୁଇ ବର୍ଷ ପାଇଁ ସେମାନେ କାମ କରିବେ। Gazette ପ୍ରକାଶ ପାଇବା ଦିନ ଠାରୁ କାମ କରିବେ। ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲା ପାଇଁ ୩ ଜଣ ଲେଖାଏଁ ନିଯୁକ୍ତ। ଅନୁଗୁଳ, ଢେଙ୍କାନାଳ, ଗଂଜାମ ଜିଲ୍ଲା ପାଇଁ ଦୁଇ ଜଣ ଲେଖାଏଁ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗତସିଂହପୁର, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦୁଇ ଜଣ ଲେଖାଏଁ ନିଯୁକ୍ତି ପାଇଛନ୍ତି।

powered by social2s

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

Details
Odia Ray Admin
ଓଡିଶା
24 June 2021

ଭୁବନେଶ୍ବର: ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକ୍‌ଡାଉନ ଏବଂ ସଟ୍‌ଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି, ତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍‌ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍‌ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଏହା ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।

powered by social2s

ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେଲା ବନ୍ଦେ ଉତ୍କଳ ଜନନୀ

Details
Odia Ray Admin
ଓଡିଶା
23 June 2021

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେଲା ବନ୍ଦେ ଉତ୍କଳ ଜନନୀ। ୧୯୧୨ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରଚନା କରିଥିଲେ। ଜୁନ ୭, ୨୦୨୦ ରେ ଓଡ଼ିଶା କ୍ୟାବିନେଟ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିଲେ। ଗତବର୍ଷ କୋଭିଡ ଯୋଗୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ କାଟ କରାଯାଇଥିଲା । ଏହା ଚଳିତ ବର୍ଷ ମଧ୍ୟ ଜାରି ରହିବ।

powered by social2s

ଓଡ଼ିଶା, ହକି ଓ ଅଲମ୍ପିକ

Details
Odia Ray Admin
ଓଡିଶା
24 June 2021

ଭୁବନେଶ୍ୱର: 'ଓଡ଼ିଶା, ହକି, ଅଲମ୍ପିକ' ଏହି ତିନିଟି ଶବ୍ଦର ପରସ୍ପର ମଧ୍ୟରେ ବେଶ ଘନିଷ୍ଟ ସମ୍ପର୍କ ଥିଲା ଭଳି ମତେ ମନେ ହୁଏ। ଈଶ୍ୱରଙ୍କ ଆଶୀର୍ବାଦ ଓ ମୋର କଠିନ ପରିଶ୍ରମ ଯୋଗୁଁ ପ୍ରଥମ ଥର ପାଇଁ ମତେ ୧୯୯୬ ମସିହାରେ ଆଟଲାଣ୍ଟା ଅଲମ୍ପିକରେ ଦେଶ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସିଡ଼ନୀ ଅଲମ୍ପିକ ଓ ୨୦୦୪ ମସିହାରେ ଏଥେଏନ୍ସ ଅଲମ୍ପିକରେ ଖେଳିବାର ସୁଯୋଗ ମିଳିଛି। ମୋ ସହ ଓଡ଼ିଶାର ଲାଜାରୁସ, ଇଗ୍ନେସ, ଉଇଲିୟମ ଭଳି ପ୍ରତିଭାବାନ ଖେଳାଳି ଦେଶ ପାଇଁ ଅଲମ୍ପିକ ଖେଳିବାର ଧାରାକୁ ଆଗକୁ ନେଲେ। ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଗୌରବମୟ ଯାତ୍ରା ଆଜି ମଧ୍ୟ ବଜାୟ ରହିଛି। ଟୋକିଓ ଅଲମ୍ପିକରେ ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଦୀପ ଗ୍ରେସ ଏକ୍କା ଦେଶ ପାଇଁ ଖେଳିବେ ତେଣୁ ମୁଁ ବହୁତ ଖୁସି। ସେହିପରି ବିରେନ୍ଦ୍ର ଓ ଦୀପଗ୍ରେସଙ୍କୁ ଉପ ଅଧୀନାୟକର ଦାୟିତ୍ୱ ମଧ୍ୟ ମିଳିଛି। ଯାହା ଆମ ପାଇଁ ଗୌରବର କଥା। ମୁଁ ଯେବେ ଖେଳରୁ ଅବସର ନେଲି ସେ ସମୟରେ ରାଜ୍ୟରେ ହକି ପାଇଁ ଭିତ୍ତିଭୂମିର ଅଭାବ ଥିଲା। ୨୦୦୮ରେ ଭାରତ ହକିରେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ ନକରିବା ଓ ଓଡ଼ିଶାର କୌଣସି ଖେଳାଳି ଅଲମ୍ପିକରେ ଭାଗ ନନେବା ମତେ ବେଶ ବ୍ୟଥିତ କରିଥିଲା। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ କିନ୍ତୁ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରୁ ରାଜ୍ୟରୁ ହକି ଅଲମ୍ପିଆନ ବାହାରିବେ କି ନାହିଁ ସେଥି ପାଇଁ ମୋ ମନରେ ସନ୍ଦେହ ଥିଲା। ଜଣେ ପୂର୍ବତନ ହକି ଖେଳାଳୀ ଭାବେ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେବା ମୋର ଦାୟିତ୍ୱ। ଏଥି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିଛି ଓ ମୋର ଶେଷ ନିଶ୍ୱାଶ ଯାଏଁ ଚେଷ୍ଟା କରିବି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହକି ଖେଳ ପ୍ରତି ଭଲ ପାଇବା ମୋର ସବୁ ସନ୍ଦେହ ଦୂର କରିଦେଲା। ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶା ତଥା ହକିକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ତାଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ବିଶ୍ୱ ହକିର ପ୍ରାଣକେନ୍ଦ୍ର। ଆଜି ଓଡ଼ିଶାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ମୁଁ ଗର୍ବିତ। ହକି ବିଶ୍ୱକପ ସମେତ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ସେହିପରି ମୋ ନିଜ ଜିଲ୍ଲା ସୁନ୍ଦରଗଡ଼ର ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ହେଉଛି। ଭୁବନେଶ୍ୱର ସମେତ ରାଉରକେଲାରେ ୨୦୨୩ ମସିହାର ହକି ବିଶ୍ୱକପର ଅନେକ ମ୍ୟାଚ ସେଠାରେ ଆୟୋଜିତ ହେବ। ଜଣେ ସୁନ୍ଦରଗଡ଼ିଆ ତଥା ଓଡ଼ିଆ ହିସାବରେ ଏହା ମୋ ପାଇଁ ନିହାତି ଗର୍ବ ଓ ଗୌରବର ବିଷୟ। ଆଜି ଅଲମ୍ପିକ ଦିବସ ଅବସରରେ, ଜଣେ ପୂର୍ବତନ ହକି ଅଲମ୍ପିଆନ ହିସାବରେ ୨୫-୩୦ ବର୍ଷ ପଛକୁ ଚାହେଁ, ତେବେ ୨୦୦୮ମସିହାର ବେଜିଂ ଅଲମ୍ପିକ ଦୁଃଖକୁ ଛାଡିଦେଲେ ଅଲମ୍ପିକରେ ଓଡ଼ିଶାର ହକି ଖେଳାଳୀଙ୍କ ଯୋଗଦାନ ସନ୍ତୋଷ ଜନକ ରହିଛି। ୨୦୧୬ ମସିହାରେ ବିରେନ୍ଦ୍ର ଲାକ୍ରା ଆହତ ସମସ୍ୟା ଯୋଗୁଁ ରିଓ ଅଲମ୍ପିକ ଖେଳି ପାରିନଥିଲେ, ତେଣୁ ଭାରତୀୟ ପୁରୁଷ ହକି ଦଳର କୌଣସି ଓଡ଼ିଆ ସ୍ଥାନ ନପାଇବା ମୋ ପାଇଁ ଆଉ ଏକ ଦୁଃଖର ବିଷୟ ଥିଲା।କିନ୍ତୁ ସେହି ବର୍ଷ ଦୀର୍ଘ ୩୬ ବର୍ଷ ପରେ ଭାରତୀୟ ମହିଳା ଦଳ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ଓ ଓଡିଶାରୁ ୪ ଜଣ ସେହି ଦଳରେ ସ୍ଥାନ ପାଇବା ଆମ ରାଜ୍ୟ ପାଇଁ ଏକ ବିରାଟ ଉପଲବ୍ଧି ଥିଲା। ଆଜି ରାଜ୍ୟରେ ଥିବା ହକି ଭିତ୍ତିଭୂମି ବିଶ୍ୱରେ ଶ୍ରେଷ୍ଟ। ଆଜି ରାଜ୍ୟରେ ତୃଣମୂଳ ସ୍ତରରେ ପ୍ରତିଭା ଅନ୍ୱେଷଣ ଓ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଭଳି କାର୍ଯ୍ୟ କରାଯାଉଛି ତାହା ବେଶ ପ୍ରଶଂସନୀୟ। ରାଜ୍ୟରେ ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ହକି ଇଣ୍ଡିଆ ମତେ ଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ ନିଷ୍ଠାର ସହ ନିର୍ବାହ କରୁଛି ଓ କରିବି। ମୋର ବିଶ୍ୱାସ ଭାବିଷ୍ୟତରେ ଆମ ରାଜ୍ୟ ଆହୁରି ଅନେକ ହକି ଅଲମ୍ପିଆନ ସୃଷ୍ଟି କରିବ। ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଆହୁରି ବଢିବ। ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଯାତ୍ରା ନିରବିଚ୍ଛିନ୍ନ ଭାବେ ଆଗକୁ ବଢିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଦିଲିପ ତିର୍କୀ

powered by social2s

ଆଜି ମହାପ୍ରଭୁଙ୍କ ପଵିତ୍ର ସ୍ନାନଯାତ୍ରା

Details
Odia Ray Admin
ଓଡିଶା
24 June 2021

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ସ୍ନାନମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜୀଉ। ବର୍ଷକରେ ଥରେ ଷୋଡ଼ଶ ଉପଚାର ପୂଜା ସ୍ନାନ ମଣ୍ଡପରେ ହୋଇଥାଏ। ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ କରାଯାଏ। ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପାଇଁ ୩୫ ଗରା ଜଳ ଲାଗେ। ଶ୍ରୀ ବଳଭଦ୍ରଙ୍କ ପାଇଁ ୩୩ ଗରା ଜଳ ଲାଗେ ଓ ମା ସୁଭଦ୍ରାଙ୍କ ପାଇଁ ୨୨ ଗରା ଜଳ ଲାଗେ। ଶ୍ରୀ ସୁଦର୍ଶନଙ୍କ ନିମନ୍ତେ ୧୮ ଗରା ଜଳ ଲାଗେ। ବିଜେ କରିଛନ୍ତି ଚତୁର୍ଦ୍ଧା ଵିଗ୍ରହ। ମହାପ୍ରଭୁଙ୍କ ଜଳଛେକା ପୂଜା କରାଯାଇଛି। କୋଭିଡ ଯୋଗୁ କଟକଣାରେ ଆଗେଇ ଚାଲିଛି ରଥଯାତ୍ରାର ଅଦ୍ୟପର୍ବ ଦେବ ସ୍ନାନ ପୂର୍ଣ୍ଣିମା ର ସମସ୍ତ ନୀତିକାନ୍ତି। ସ୍ନାନ ପରେ ଗଜବେଶ ଧାରଣ କରିବେ ମହାପ୍ରଭୁ। ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା । ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରା ପହଁରା।

powered by social2s

ଆନ୍ତର୍ଜାତୀୟ ଅଲମ୍ପିକ ସମସ୍ତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

Details
Odia Ray Admin
ଓଡିଶା
23 June 2021

ଭୁବନେଶ୍ୱର: ଆନ୍ତର୍ଜାତୀୟ ଅଲମ୍ପିକ ଦିବସ ଉପଲକ୍ଷେ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସମସ୍ତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ମନ୍ତୀ ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ଅଲମ୍ପିକ କେବଳ ଏକ କ୍ରୀଡା ନୁହେଁ ଏହା ଦେଶ ଦେଶ ମଧ୍ୟରେ ବନ୍ଧୁତା ଓ ମୈତ୍ରୀ ଭାବ ସୃଷ୍ଟି କରିବାର ଏକ ବଳିଷ୍ଠ ମାର୍ଗ I ଉନ୍ନତ ଖେଳ ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱରେ ନିଜର ତଥା ନିଜ ଦେଶର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଦକ୍ଷତା କେବଳ ଜଣେ କ୍ରୀଡାବିତ୍ ନିକଟରେ ସମ୍ଭବପର I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କ୍ରୀଡାକୁ ଯେଉଁଭଳି ଭାବେ ଅଗ୍ରାଧିକାର ଦିଆଯାଇଛି ତାହା ପୂର୍ବରୁ କେବେ ସମ୍ଭବ ହୋଇନଥିଲା I ତୃଣମୂଳ ସ୍ତରରୁ ଖେଳାଳି ଚୟନ ଠାରୁ ଆରମ୍ଭ କରି ହାଇ ପରଫରମାନ୍ସ ସେଣ୍ଟର ଜରିଆରେ ଉନ୍ନତ ତାଲିମ ପ୍ରଦାନ କରି ଆମେ ସର୍ବଦା ଭଲ ଖେଳାଳି ସୃଷ୍ଟି ଲାଗି ଚେଷ୍ଟା ଜାରି ରଖିଛି I ତେଣୁ ଆଜିର ଦିନରେ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳି ଓ ଯେଉଁମାନେ ଅଲମ୍ପିକ ଲାଗି ପ୍ରସ୍ତୁତି ହେଉଛନ୍ତି ସେ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବାର୍ତ୍ତାରେ ଜଣାଇଛନ୍ତି I ଏଥି ସହିତ ନୂଆକରି କ୍ରୀଡା ଆରମ୍ଭ କରୁଥିବା ସମସ୍ତ କ୍ରୀଡ଼ାବିତ ଏବେଠୁ ଅଲମ୍ପିକରେ ଭଲ ଖେଳ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି I

powered by social2s

More Articles ...

  1. 'ସବୁ ଜୀବନ ମୂଲ୍ୟବାନ' ଏବଂ 'ସରକାରଙ୍କ ସମସ୍ତ ଶାଖାର ସମନ୍ୱିତ ଅଂଶଗ୍ରହଣ' ଆଭିମୁଖ୍ୟରେ ବିପର୍ଯ୍ୟୟର ମୁକାବିଲା କରାଯାଇଛି: ମୁଖ୍ୟମନ୍ତ୍ରୀ
  2. ଓଡ଼ିଶାରେ ଥିବା ନେପାଳି ମାନଙ୍କର ହେବ ଟୀକାକରଣ
  3. ଭୁବନେଶ୍ୱର ଓ କଟକ ସହରରେ ପ୍ରବଳ ବର୍ଷା ଯୋଗୁ ଯାତାୟତ ବାଧାପ୍ରାପ୍ତ
Page 1769 of 2256
  • Start
  • Prev
  • 1764
  • 1765
  • 1766
  • 1767
  • 1768
  • 1769
  • 1770
  • 1771
  • 1772
  • 1773
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.