ଭୁବନେଶ୍ୱର: ଏକ ସୁସ୍ଥ ସମାଜପାଇଁ ପୃଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ।ଅଣ ସଂକ୍ରାମକ ରୋଗକୁ ରୋକିବା ପାଇଁ ପୃଷ୍ଟିକର ଖାଦ୍ୟ ଅତ୍ୟନ୍ତ ଜରୁରୀ। ଏଥିପାଇଁ ଓଡ଼ିଶାର ଖାଦ୍ୟ ଶିଳ୍ପ ର ପ୍ରତିନିଧି, ଡାକ୍ତର, ସରକାରୀ ଅଧିକାରୀ ଏବଂ ନାଗରିକ ସମାଜରୁ ଅନୁନ୍ୟ ୫୦ଜଣ ପ୍ରତିନିଧି ଆଜି ଏକ ଡିଜିଟାଲ ସମ୍ମିଳନୀରେ ଅଂଶଗ୍ରହଣ କରି ଏହି ସମ୍ବନ୍ଧୀୟ ସୂଚନା ଆଇନ ଓ ସେମାନଙ୍କର ପ୍ରତିବଦ୍ଧତା ଉପରେ ଆଲୋଚନା କରିଥିଲେ। କରୋନା ର ଦ୍ୱିତୀୟ ଲହରରୁ ପୁନଃରୁଧାର ଅବସରରେ ଅଣ ସଂକ୍ରାମକ ରୋଗକୁ ରୋକିବା ଏକ ମହତ୍ୱପୂର୍ଣ୍ଣ ବିଷୟ। ଅଣ ସଂକ୍ରାମକ ରୋଗକୁ ରୋକିବା ପାଇଁ ପ୍ୟାକେଜ ଫୁଡ଼କୁ କିପରି ଅଧିକ ସୂଚନ୍ମତକ ଏବଂ ପୃଷ୍ଟିକର କରାଯାଇପାରିବ ସେ ବିଷୟରେ ଅଂଶଗ୍ରହଣକାରୀମାନେ ଦୃଷ୍ଟିପାତ କରିଥିଲେ।
ଭାରତରେ ପ୍ୟାକେଜ ଫୁଡ୍ ର ବଜାର ପ୍ରାୟ ୧୭୦୦କୋଟି ଟଙ୍କା (୨.୫ନିୟୁତ ଆମେରିକୀୟ ଡଲାର)। ଯାହାକି ଧୀରେ ଧୀରେ ବଢିବାର ଲାଗିଛି। ଅଣ ସଂକ୍ରାମକ ରୋଗକୁ ରୋକିବାକୁ ହେଲେ ଏମାନଙ୍କର ଭୂମିକାକୁ ଏଡାଇ ଦିଆଯାଇନପରେ।
ଓଡିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ଡାକ୍ତର ପି.କେ.ବି ପଟ୍ଟନାୟକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ, ଅଣ ସଂକ୍ରାମକ ରୋଗରେ ଅଧିକ ଦିନଧରି ପୀଡିତ ହୋଇ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ଆଜି କାଲି ଗାଁଗହଳ ଓ ସହରରେ ପ୍ୟାକେଜ ଫୁଡ଼ ସହଜରେ ଉପଲବ୍ଧ। କିନ୍ତୁ ଅନେକ କ୍ଷେତ୍ରରେ ଏଥିମଧ୍ୟରେ ପୃଷ୍ଟିକରମାତ୍ରାରେ ଅସାମଞ୍ଜସ୍ୟହେତୁ, ଏହା ଅଣ ସଂକ୍ରାମକ ରୋଗକୁ ପ୍ରୋତ୍ସାହିତ କରିଥାଏ। ମେଦବହୁଳତା ,ମଧୁମେୟ ଏବଂ ହୃଦରୋଗ ପରି ଅନେକ ଅଣସଂକ୍ରାମକ ରୋଗରେ ପୀଡିତ ଲୋକମାନେ କୋଭିଡ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ଏହା କୋଭିଡ ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୃତ୍ୟୁର ଏକ କାରଣ ମଧ୍ୟ। ପ୍ୟାକେଜ ଫୁଡ଼କୁ ଅଧିକ ସ୍ବାସ୍ଥ୍ୟ ଉପଯୋଗୀ କରିବା ପାଇଁ ପ୍ୟାକେଜ ସମ୍ମୁଖରେ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ। ଖାଦ୍ୟ ଶିଳ୍ପାନୁଷ୍ଠାନ ମାନେ ଏହାକୁ ପାଳନ କରିବା ଜରୁରୀ।
ବିଶ୍ବସ୍ତରରେ ପୃଷ୍ଟିକର ଖାଦ୍ୟ ଓ ଖାଦ୍ୟ ସାମଗ୍ରୀର ପ୍ୟାକେଜ ଉପରେ ଲୁଣ,ଚିନି,ସନ୍ତୁଳିତ ଚର୍ବିର (FAT) ମାତ୍ରାକୁ ଦର୍ଶାଇବା ପାଇଁ ଏକ ଅଭିଯାନ ଚାଲିଛି। ଅନେକ ଖୁଦ୍ର ତଥା ବୃହତ ଖାଦ୍ୟ ଶିଳ୍ପମାନେ ଆଗକୁ ଆସୁଛନ୍ତି।ଏହି ସମ୍ମିଳନୀରେ ବିଭିନ୍ନ ଖାଦ୍ୟ ଶିଳ୍ପାନୁଷ୍ଠାନ ଯଥା: ବିକଳାନନ୍ଦ କର, ରୁଚି, ଫ୍ରଯିଟ, ଏସାର ବେକେରି, ରୁଚକ ଇଣ୍ଡିଆ ସ୍ନାକକ୍ସ୍ ଏବଂ କଳିଙ୍ଗ ବେକେରି ଆଦି ଖାଦ୍ୟ ଶିଳ୍ପ ସଂସ୍ଥାର ପ୍ରମୁଖ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ଏବଂ ପୃଷ୍ଟିକର ଖାଦ୍ୟ ଓ ଉପଯୁକ୍ତ ମାତ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଦର୍ଶାଇଥିଲେ।
ଭାରତ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ପ୍ରାଧିକାରଣ (FSSAI) ୨୦୧୮ ରେ ପ୍ରଥମଥର ପାଇଁ ଖାଦ୍ୟ ସାମଗ୍ରୀର ପ୍ୟାକେଜ ସମ୍ମୁଖରେ (front of package lebelling(FOPL)) ପୃଷ୍ଟିକର ମାତ୍ରାକୁ ପରିଷ୍କାର ଭାବରେ ଦର୍ଶାଇବା ପାଇଁ ନିୟମାବଳୀ ପ୍ରକାଶ ପାଇଛି। ସେହିଦିନଠାରୁ ଏହା ଉପରେ ଚର୍ଚ୍ଚା ମଧ୍ୟ ହେଉଛି। FSSAI ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଖାଦ୍ୟ ସାମଗ୍ରୀର ପ୍ୟାକେଜ ଉପରେ ପୃଷ୍ଟିକର ମାତ୍ରାକୁ ସ୍ପଷ୍ଟ ଉଲ୍ଲେଖ କରିବା ସହ ଏହାର ଅନୁମୋଦିତ ସୀମାକୁ ପାଳନ କରିବା ପାଇଁ ବାରମ୍ବାର କହିଆସୁଛନ୍ତି। ଏହା କେବଳ ଖାଦ୍ୟ ସମସ୍ୟା ନୁହେଁ। ବରଂ ଅଣ ସଂକ୍ରାମକ ରୋଗକୁ ରୋକିବା ପାଇଁ ବିଭିନ୍ନ ରଣନୀତି ମଧ୍ୟରୁ ଏହା ଅନ୍ୟତମ।