ଡାକ୍ତର ଦିବସ
ଭଗବାନଙ୍କର ଦ୍ୱିତୀୟ ଅବତାର ଡାକ୍ତରଙ୍କୁ କୁହାଯାଏ କାରଣ ଭଗବାନ ସୃଷ୍ଟିର କର୍ତ୍ତା ଆଉ ଡାକ୍ତର ଜନ୍ମ ମରଣର ନିକିତି କଣ୍ଟା | କେହି କେହି ପଚାରିବେ ଜନ୍ମ ମରଣର ନିକିତି କଣ୍ଟା କାହିଁକି ଡାକ୍ତରଙ୍କ ହାତରେ ଥାଏ ତେବେ ହଁ ଗୋଟେ ରୋଗୀ ଯେତେବେଳେ ରୋଗ ଶଯ୍ୟାରେ ପଡିଥାଏ ସେତେବେଳେ ଡାକ୍ତର ମାନେ ହିଁ ତାଙ୍କର ସେବାକରି ତାଙ୍କୁ ପୁନଃଜନ୍ମ ଦେଇଥାନ୍ତି | ସେଥିପାଇଁ ଆମେମାନେ ଡାକ୍ତର ମାନଙ୍କୁ ଭଗବାନ ବୋଲି କହୁ |
ଅନେକ ସମୟରେ କୌଣସି ଦୁର୍ଘଟଣା ହେଇଗଲେ ଆମେ ସଙ୍ଗେ ସଙ୍ଗେ ଭଗବାନଙ୍କୁ ଡାକୁ ଏବଂ ତାଙ୍କୁ ମେଡିକାଲ ନେଇଯାଉ ଏବଂ ମେଡିକାଲରେ ଡାକ୍ତର କୁହନ୍ତି ଭଗବାନଙ୍କ ଉପରେ ଭରସା ରଖ | ୟାମାନେ ପ୍ରଥମ ଭଗବାନଙ୍କ ଉପରେ ଆମେମାନେ ଭରସା ରହିବା ଆଉ ଦ୍ୱିତୀୟ ଭଗବାନଙ୍କ ଠାରୁ ଆରୋଗ୍ୟ ଲାଭ କରିବା | ଯଦି ଗୋଟେ ଡାକ୍ତର ଚାହିଁବେ ସେ ଜୀବନ ଦେଇପାରିବେ ଏବଂ ଜୀବନ ବି ନେଇପାରିବେ | ଏହି କଥା କହିବାର ତତ୍ପଯ୍ୟ ହେଲା ଯଦି ଜଣେ ଡାକ୍ତର ଆମର ସଠିକ ଭାବରେ ଚିକିତ୍ସା କରିବେ ନାହିଁ ତେବେ ଆମେ ରୋଗମୁକ୍ତ ହୋଇପାରିବା ନାହିଁ | ଯେମିତିକି ଏହି ଶଙ୍କଟ ସମୟ କଥା ଭାବନ୍ତୁ ଯେତେବେଳେ କରୋନା ସାରା ବିଶ୍ୱକୁ କବଳିତ କରି ରଖିଛି ନିଜର ଆତ୍ମୀୟ ମାନେ ପର ହେବାକୁ ଲାଗିଲେଣି ସେଠି ଡାକ୍ତର ମାନେ ରୋଗକୁ ଭୟ ନକରି ନିଜ ଜୀବନକୁ ବାଜି ଲଗାଇ ବିଶ୍ୱବାସୀଙ୍କୁ ରକ୍ଷା କରିବାରେ ଲାଗିଛନ୍ତି ତେଣୁ ଡାକ୍ତର ମାନଙ୍କ ପାଇଁ କେବଳ ଗୋଟିଏ ଦିନ ପାଳିଲେ ହେବନି ସେମାନଙ୍କୁ ମଧ୍ୟ ସହଯୋଗ କରି ସେମାନଙ୍କ ମନୋବଳକୁ ବଢାଇବା ଉଚିତ |
ପ୍ରତିବର୍ଷ ଜୁଲାଇ ୧ ତାରିଖ ଦିନ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ | ଏବଂ ଏହି ଡାକ୍ତର ବୃତ୍ତିକୁ ଶ୍ରେଷ୍ଠ ବୃତ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ | କାରଣ ଏହି ଏହି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତର ମାନେ ଏମିତି ନିଷ୍ଠାର ସହ କାମ କରି ବିଶ୍ୱବାସୀଙ୍କ ଜୀବନ ଉଦ୍ଧାର କରିଛନ୍ତି ତାହା ଚିରସ୍ମରଣୀୟ ହୋଇରହିବ |
ସାମ୍ବାଦିକତା ଛାତ୍ରୀ
ଦିପ୍ତିମୟୀ ନାୟକ
