ମୟୁରଭଞ୍ଜରୁ ୪୫ କେଜି ହାତୀଦାନ୍ତ ଜବତ, ୨ ଗିରଫ
ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦୁଗୁଧା ଗାଁରୁ ୪୫ କେଜି ହାତୀଦାନ୍ତ ଜବତ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ। ଘଟଣାରେ ୨ ଜଣ ଗିରଫ ହୋଇଥିବାର ସୂଚନା ମିଳିଛି। ସେମାନେ ହେଲେ ହଗୁ ପ୍ରସାଦ ହାନ୍ସଦା ଓ ପୀଠ ସୋରେନ।
ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦୁଗୁଧା ଗାଁରୁ ୪୫ କେଜି ହାତୀଦାନ୍ତ ଜବତ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ। ଘଟଣାରେ ୨ ଜଣ ଗିରଫ ହୋଇଥିବାର ସୂଚନା ମିଳିଛି। ସେମାନେ ହେଲେ ହଗୁ ପ୍ରସାଦ ହାନ୍ସଦା ଓ ପୀଠ ସୋରେନ।
ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱରରେ ଜୈନକ ମଦ୍ୟପ ଗାଡି ଚାଳକର ବେପରୁଆ ଗାଡି ଚାଳନାରେ ଦୁର୍ଘଟଣା ଘଟି ଗୋଟିଏ ମୋଟର ସାଇକେଲ ଓ ତିନୋଟି କାର କ୍ଷତିଗ୍ରସ୍ତ ହେବା ସହ ଚାରିଜଣ ଆହତ ହୋଇଥିବା ସୂଚନା ମିଳିଛି।
ପ୍ରଥମେ ମଦ୍ୟପ ଇନୋଭା କାର ଚାଳକ ଜଣକ ବାଣୀବିହାର ଓଭର ବ୍ରିଜ ଉପରେ ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଖସି ଚାଲି ଯାଉଥିବା ସମୟରେ ସିଆରପି ଛକ ଓଭର ବ୍ରିଜ ଉପରେ ପୁଣି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ତିନୋଟି କାର କୁ ଧକ୍କା ଦେଇଥିଲା।ଯାହା ଫଳରେ ସବୁ ଗାଡ଼ିଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା ଓ ସେଥିରେ ଥିବା ସମସ୍ତ ଅଳ୍ପବହୁତେ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଥିବା ଇନୋଭା କାର ଟି ଅଟକି ଯିବାରୁ ଉପସ୍ଥିତ ଲୋକେ ଗାଡିର ଚାଳକକୁ ଧରି ରଖିଥିଲେ।ଖବର ପାଇ ପୋଲିସ ପହଁଛି ଇନୋଭା ଟିକୁ ଜବତ କରିବା ସହ ଚାଳକ ଓ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖିଛି।ଦୁର୍ଘଟଣା ଘଟାଇ ଥିବା ଇନୋଭାର ଚାଳକ ନିଶାଗ୍ରସ୍ତ ଥିଲେ ବୋଲି ଜଣାପଡିଛି।
ଉଦଳା: ମୟୂରଭଞ୍ଜ ଉଦଳା ରେଞ୍ଜରେ ଶିକାରୀ ମାନେ ବନ କର୍ମଚାରୀ ଙ୍କୁ ଆକ୍ରମଣ କରିଛନ୍ତି।
ଫଳରେ ୪ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ବନରେ ଶିକାର ହୋଇଥିବା ଖବର ପାଇ କର୍ମଚାରୀମାନେ ଜମୁ ଡିହା ଗ୍ରାମରେ ଚଢାଉ କରି ସମ୍ବର ମାଂସ ସହିତ ୨ଟି ବନ୍ଧୁକ ଜବତ କରିଥିଲେ।
ତେବେ ଗ୍ରାମ ନିକଟରୁ ଫେରିବା ବେଳେ ଶିକାରୀ ମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ।
ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ବିବାହ କଲେ ମିଳିବ ୨.୫ ଲକ୍ଷ ଟଙ୍କା। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓଡିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ।
ସୂଚନା ଅନୁଯାୟୀ, ୫୦, ୦୦୦ ରୁ ୨.୫ ଲକ୍ଷକୁ ବୃଦ୍ଧି ପାଇଲା ପ୍ରୋତ୍ସାହନ ରାଶି।
ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଏକ ମମନ୍ତୁର୍କ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ବ୍ରାହ୍ମଣୀ ପୋଲ ଉପରେ ଜଣେ ଯୁବକ ଏବଂ ଜଣେ ଯୁବତୀ ବାଇକରେ ଯାଉଥିବାବେଳେ ସମ୍ନା ପଟୁ ଆସି ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଦାଣ୍ଡିଆପଲିରୁ ସେମାନେ ପାନପୋଷ ଯାଉଥିବାବେଳେ ଦୁର୍ଘଟଣାଟି ଘଟିଥିବାର ସୂଚନା ମିଳିଛି।
ଭୁବନେଶ୍ୱର: ଟୀକା ନ ନେଲେ ସ୍ବାସ୍ଥ୍ୟକର୍ମୀ ପାଇବେନି ସୁବିଧା ବୋଲି ସତର୍କତା କରାଇଲେ ଓଡିଶା ସରକାର।
ଟୀକା ନ ନେଇ ସଂକ୍ରମଣ ହେଲେ ମିଳିବନି ସରକାରୀ ସହାୟତା।
ଏ ନେଇ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଳ କମିଶନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର।
ରାଜ୍ୟରେ ଏପର୍ଯ୍ୟନ୍ତ ୧୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ନେଇନାହାନ୍ତି ଟୀକା। ଜାତୀୟସ୍ତରରେ ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣରେ ଓଡିଶାର ସ୍ଥାନ ତୃତୀୟ ବୋଲି ଚିଠି ରେ ଉଲ୍ଲେଖ ।
ଯାଜପୁର: ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପୌର ପ୍ରଶାସନ।
କେବଳ ପୀଠରେ ରୀତିନୀତି ପାଳନ ପାଇଁ ମିଳିଛି ଅନୁମତି।
କରୋନାକୁ ଦୃଷ୍ଟିରେ ରଖି ଦୋକାନ, ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।