୫ ସଂକ୍ରମିତ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦେଶ
ଭୁବନେଶ୍ୱର: ପାଞ୍ଚ ସଂକ୍ରମିତ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ପାଇଁ ସମସ୍ତ ଜିଲାପାଳ ଓ ମୁନସିପାଲ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ ଏହି ୫ ଟି high risk ରାଜ୍ୟର ଫେରନ୍ତା ଙ୍କ ପାଇଁ ୭ ଦିନ ର ହୋମ ଆଇସୋଲେସନ ବାଧ୍ୟତାମୂଳକ।
RT-PCR ନେଗେଟିଭି ରିପୋର୍ଟ ଥିଲେ ସଂଗରୋଧ ଅନାବଶ୍ୟକ। ମହାରାଷ୍ଟ୍ର, କେରଳ, ପଞ୍ଜାବ,ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟ ରେ ନୂଆ କୋରୋନା ଷ୍ଟ୍ରେନ ଦେଖାଯିବାରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ୧୨ ଟି ରାଜ୍ୟ ଫେରନ୍ତା ଙ୍କ ଉପରେ ନଜର ରଖିବା ପାଇଁ କହିଥିଲେ ରାଜ୍ୟ ସରକାର।୫ ସଂକ୍ରମିତ ରାଜ୍ୟ ଫେରନ୍ତା ଙ୍କ ଉପରେ ନଜର ରଖିବାକୁ ନିର୍ଦେଶ।
