ଭାରତ ବନ୍ଦ ବେଳେ ଓଡିଶାର ବହୁ ସ୍ଥାନରେ ଯାତାୟାତ ସ୍ୱଭାବିକ
ଭୁବନେଶ୍ୱର: ଜି ଏସ୍ ଟି ସରଳୀକରଣ ଓ ଇ-କମର୍ସ ବାତିଲ ଦାବିରେ ଆଜି ୧୨ଘଣ୍ଟିଆ ( ସକାଳ ୬ରୁ ସନ୍ଧ୍ୟା ୬)ବନ୍ଦ ଡାକରା ଦେଇଛି କନଫିଡିରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ।
ତେବେ ଭାରତ ବନ୍ଦ ସମୟରେ ଓଡ଼ିଶାର ବହୁ ସ୍ଥାନରେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। ରାସ୍ତାରେ ଯାତ୍ରୀବାହୀ ବସ୍, ଅଟୋ ରିକ୍ସା ଆଦି ଚଳାଚଳ କରୁଛି। ବନ୍ଦ ରେ ସାମିଲ ଅଛି ବ୍ୟବସାୟିକ ମହାସଂଘ। ରାଜ୍ୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
କିନ୍ତୁ କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।
ବନ୍ଦ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଓ ସରକାରୀ ଅଫିସ ଖୋଲା ରହିଛି।
ଲୋକସଭା ଭବନ, ଖାରବେଳ ଭବନ ଓ ରାଜୀବ ଭବନର କର୍ମଚାରୀ ମାନଙ୍କୁ ସକାଳ ୯.୩୦ ସୁଦ୍ଧା କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଛି।
ଭୁବନେଶ୍ୱର: କାଲିର ଭାରତ ବନ୍ଦ ବେଳେ ଆଇନ ଶୃଙ୍ଖଳା ଉପରେ ନଜର ରଖିବାକୁ ଓଡିଶା ଗୃହ ବିଭାଗ ରାଜ୍ୟର ସବୁ ଜିଲ୍ଲାପାଳମକୁ ଚିଠି ଲେଖିଛନ୍ତି। Confederation of All India Traders (CAIT) ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକାରୀ ଟ୍ରାଫିକ, ରେଳ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିପାରନ୍ତି। ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଏବଂ ସରକାରୀ ଅଫିସ ଆଗରେ ପିକେଟିଂ କରିପାରନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସେପଟେ ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି ଯେ ପରିବହନ ଓ ଗମନାଗମନ ବନ୍ଦ ହେବ ନାହିଁ, ଖାଲି ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ।
