ବସ-ଅଟୋ ମୁହାଁମୁହିଁ ଧକ୍କା
ପଵିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
ଭୁବନେଶ୍ୱର: ତା ୨୭/୦୨/୨୦୨୧: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ମା ମଙ୍ଗଳା ମନ୍ଦିର, ଫେଜ୍ 2 ଡୁମ୍ଡ଼ୁମା ହାଉସଇଂ ବୋର୍ଡ କଲୋନୀ, ଭୁବନେଶ୍ୱର ଠାରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ପରିଷଦର ସୁନାମଧନ୍ୟ କଳାକାର ମାନେ ଭଜନ ଓ ସତସଙ୍ଗ କରିଥିଲେ। ତାପରେ ଡ ଗୁରୁ ପ୍ରସାଦ ମହାପାତ୍ର ପ୍ରବଚନ ମାଧ୍ୟମରେ ଗଜ ଉଦ୍ଧାରଣ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପ୍ରବଚନ ଓ ଭଜନ ଅତି ଉଚ୍ଚକୋଟୀର ହୋଇଥିଲା ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଭଜନ କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ବିପିନ ସ୍ୱାଇଁ, ଦିଲ୍ଲୀପ ମହାନ୍ତି, ମଧୁସ୍ମିତା ବିଶ୍ଵାଳ, ମଞ୍ଜୁଶ୍ରୀ ମହାନ୍ତି ଓ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଉପଦେଷ୍ଟା ଶ୍ରୀ ରବିନାରାୟଣ ମିଶ୍ର, ଶ୍ରୀ ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଆୟୋଜକ, ଶ୍ରୀ ପ୍ରଦୀପ କୁମାର ପାତ୍ର, ସସ୍ମିତା ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ଶ୍ରୀବାବାଜୀ ବିଶ୍ଵାଳ, କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, ଲଲିତ ମୋହନ ପଣ୍ଡା,ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ତ୍ରିଲୋଚନ ନାୟକ,ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ରାହୁଲ ପଲେଇ, ଓ ସ୍ଥାନୀୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ମାନେ ବହୁସଂଖ୍ୟା ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।
ଶେଷରେ ସମସ୍ତେ ଆନନ୍ଦରେ ପ୍ରସାଦ ସେବନ କରିଥିଲେ।
ବେଗୁନିଆପଡା ସମ୍ବାଦ ସହିତ୍ୟ ଘରର ବସନ୍ତ ଆସର ଅନୁଷ୍ଠିତ
ବେଗୁନିଆପଡା:(ଦେବାଶିଷ ମହାରଣା):ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ବେଗୁନିଆପଡା 'ସମ୍ବାଦ ସାହିତ୍ୟଘର'ର ବସନ୍ତ ଆସର ବେଗୁନିଆପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନ ର ଉପସଭାପତି ଶୁଭକାନ୍ତ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଷ୍ଠାନ ର ସମ୍ପାଦକ ରବୀନ୍ଦ୍ରନାଥ ମହାରଣା ବିବରଣୀ ପାଠ କରିବା ସହ ଦେବେନ୍ଦ୍ର କୁମାର ମହାରଣା ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।ଉକ୍ତ ବୈଠକରେ ସାହିତ୍ୟଘର ଉପଦେଷ୍ଟା ପ୍ରଭାତ କୁମାର ମିଶ୍ର,ବରିଷ୍ଠ ସଦସ୍ୟ ରବି ନାରାୟଣ ଶତପଥି , କୋଷାଧକ୍ଷ ପି.କୃଷ୍ଣ ଚନ୍ଦ୍ର ଦୋରା ପ୍ରମୁଖ ସାହିତ୍ୟଘରର ଉନ୍ନତି ପାଇଁ ସମସ୍ତ ବୁଦ୍ଧିଜୀବୀ ଓ ସାହିତ୍ୟିକ ତଥା ଛାତ୍ରଛାତ୍ରୀ ଓ ସାହିତ୍ୟକୁ ଭଲପାଉଥିବା ବ୍ୟକ୍ତିଙ୍କର ଉଦ୍ୟମ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ। ବେଗୁନିଆପଡା ସମ୍ବାଦ ସାହିତ୍ୟଘରର ପରବର୍ତ୍ତୀ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। କରୋନା ପାଇଁ ଆସର ଗୁଡିକ ଉପରେ ରୋକ ଲାଗିଥିବା ବେଳେ ବର୍ତମାନ ଏହାକୁ ଗତିଶୀଳ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଏହି ଆସର ରେ କଳ୍ପଳତା ମହାପାତ୍ର, ସୁଧାକର ପରିଡା, ଅଞ୍ଜନା ବେହେରା, ଉମା ଶଙ୍କର ସାହୁ, ଛବିତା କୁମାରୀ ମହାରଣା, ପ୍ରକାଶ ଚନ୍ଦ୍ର ଜେନା, ମମତା ସୁଆର, ପ୍ରଶାନ୍ତ କୁମାର ମୁଦୁଲି,ଗୋବିନ୍ଦ ଚନ୍ଦ୍ର ଜେନା ଙ୍କ
ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ କବିତା ପାଠ ଉତ୍ସବରେ ସାମିଲ ଥିଲେ। ବୈଠକ ପ୍ରାରମ୍ଭରେ 'ଓଁ'କାର ଧ୍ୱନି ସହ ଗାୟତ୍ରୀ ମନ୍ତ୍ର ଜପ କରାଯିବା ପରେ ପ୍ରଶାନ୍ତ ମୁଦୁଲିଙ୍କ ସୁମଧୁର ଭଜନ ଗାନ ବୈଠକ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସର୍ବ ଶେଷରେ ପ୍ରକାଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ସର୍କଲ ଜେଲରେ ଦୁଇ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ
ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ଦୁଇ ଜଣ ସହକର୍ମୀଙ୍କୁ ୱାର୍ଡର ଆକ୍ରମଣ କରିଥିବା ସୂଚନା ମିଳିଛି। କଲି କୌଣସି କାରଣରୁ ବଚସା ପରେ ନିସାସକ୍ତ ଅବସ୍ଥାରେ ୱାର୍ଡର ଅଶୋକ ଥାଟି ଦୁଇ ସହକର୍ମୀଙ୍କୁ ବଦେଇଥିଲେ। ଜେଲ କତ୍ତୃପକ୍ଷଙ୍କ ଧନୁପାଲି ଥାନା ରେ ଅଭିଯୋଗ ପରେ ଅଶୋକଙ୍କ ଅଟକ ରଖିଲା ପୋଲିସ।
ବିଧାନସଭାରେ ଗୃହୀତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା
ଭୁବନେଶ୍ବର: ରାଜ୍ୟରେ ଐତିହ୍ୟ କରିଡ଼ର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଆଜି ବିଧାନସଭା ଅଧିବେଶନରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବାଚନିକ ଭୋଟରେ ଯୋଜନା ଗୃହୀତ ହୋଇଥିବା ଘୋଷଣା କରିଛନ୍ତି ବାଚସ୍ପତି। ସଂକଳ୍ପ ଗୃହୀତ ବେଳେ ୩ଟି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଉପସ୍ଥାପନା ବେଳେ ସେ କହିଛନ୍ତି ଯେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଏହି ଯୋଜନା। ଓଡିଶାବାସୀଙ୍କ ସବୁଠାରୁ ବଡ଼ ପରିଚୟ ହେଉଛି ମହାପ୍ରଭୁ ଜଗନ୍ନାଥ। ତେବେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସାଦରେ ସହମତି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଏହା ପ୍ରତ୍ୟେକ ଓଡିଶାବାସୀଙ୍କ ଆବେଗ ସହ ଜଡ଼ିତ। ଶ୍ରୀକ୍ଷେତ୍ରକୁ ସୁନ୍ଦର କରିବା ସହ ଓଡ଼ିଶାକୁ ସମୃଦ୍ଧ କରିବ। ଦେଶ ବିଦେଶର ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବ ବୋଲି ସେ କହିଛନ୍ତି।
ଓଡ଼ିଶାରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଅସହ୍ୟ ଗରମ
ଭୁବନେଶ୍ୱର: ଓଡ଼ିଶାରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ। ରାଜ୍ୟ ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଏପରି ଆଶଙ୍କା କରାଯାଉଛି। ସାଧାରଣ ତାପମାତ୍ରା ର ୩ ରୁ ୪ ଡିଗ୍ରୀ ଉପରେ ରହିବ ରାଜ୍ୟ।
