• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ନାମୀଦାମୀ କମ୍ପାନୀ ନାଁରେ ନକଲି ସର୍ଫ କାରବାର ପର୍ଦ୍ଦାଫାସ୍, ଭଦ୍ରକରେ ବିପୁଳ ପରିମାଣର ସାମଗ୍ରୀ ଜବତ

Details
Odia Ray Admin
ଓଡିଶା
30 October 2026

ଭଦ୍ରକ: ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ସର୍ଫ। ରାତି ଅଧରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସର୍ଫ, ପ୍ୟାକେଟ୍ ଓ ଲୋଗୋ ଆଦି ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ। ଭଦ୍ରକ ରାଣିତାଲ ବଜାର ନିକଟରେ ଥିବା ଏକ କାରଖାନାରେ ଏହି ନକଲି ସର୍ଫ ତିଆରି ହେଉଥିବା ଜଣାପଡ଼ିଛି।

powered by social2s

ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଲଗାଣ ବର୍ଷା ଜନିତ ବନ୍ୟା ସ୍ଥିତି ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

Details
Odia Ray Admin
ଓଡିଶା
29 October 2026

ଭୁବନେଶ୍ୱର : ସ୍ପେଶାଲ୍ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିତ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଏସଆରସି , ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦିନତମାମ ସ୍ଥିତି ସମୀକ୍ଷା କରିଛନ୍ତି। ଅତ୍ୟଧିକ ବାଦଲଫଟା ବର୍ଷା ଯୋଗୁଁ ହଠାତ୍ ଆସିଥିବା ବନ୍ୟା କାରଣରୁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପରିସ୍ଥିତି ଗମ୍ଭୀର ଥିବା ସତ୍ତ୍ୱେ ପ୍ରଭାଵିତ ଜନସାଧାରଣଙ୍କ ପାଖରେ ପ୍ରସାଶନ ପହଞ୍ଚି ସମସ୍ତ ପ୍ରକାରର ସେଵା ଏବଂ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ସାରା ଦିନ କଣ୍ଟ୍ରୋଲ ରୁମରୁ ଆଭାସୀ ମାଧ୍ୟମରେ ସମସ୍ତ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ସମନ୍ୱିତ ଉଦ୍ୟମରୁ ଏହି ବନ୍ୟା ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ l ପ୍ରଭାବିତ ଜନସାଧାରଣଙ୍କ ଛାଇ ହେଇ ରାଜ୍ୟସରକାର ଏବଂ ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥା ରହିଛନ୍ତି। ଜନସାଧାରଣ ସଂପୂର୍ଣ୍ଣ ନିଶ୍ଚିତ ରହି ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଭାଵିତ ଜିଲ୍ଳାରେ ସମ୍ପ୍ରତି ଅବସ୍ଥାପିତ ମାନ୍ୟବର ମନ୍ତ୍ରୀଗଣ ଏବଂ ବରିଷ୍ଠଅଧିକାରୀଙ୍କ ସହ ସ୍ଥାନୀୟ ଜନପ୍ରତିିଧିମାନଙ୍କର ସହିତ ରାଜସ୍ୱ ମନ୍ତ୍ରୀ ନିୟମିତ ଫୋନ୍ ଯୋଗେ ଯୋଗାଯୋଗରେ ରହି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଏସଆରସିଙ୍କ ସହଯୋଗରେ ଆବଶ୍ୟକ ସୁଵିଧା ସୁନିଶ୍ଚିତ କରାଉଛନ୍ତି। ଏଥିସହିତ ମନ୍ତ୍ରୀ ଭାରତୀୟ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରି ପ୍ରଭାବିତ ଅଞ୍ଚଳରେ ହେଲିକପ୍ଟର ଯୋଗେ ଜଳବନ୍ଦୀ ଜନସାଧାରଣଙ୍କ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା ନିମନ୍ତେ ଵ୍ୟଵସ୍ଥା କରିଛନ୍ତି। ପ୍ରଭାବିତ ଅଂଚଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଯେଉଁଠି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଁଚିବା ସମ୍ଭବପର ହେଉ ନାହିଁ, ସେ ସବୁ ଅଂଚଳରେ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଏୟାରଲିଫ୍ଟିଂ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିପଦଜନକ ସ୍ଥାନରେ ଥିବା ପ୍ରଭାଵିତ ଜନସାଧାରଣଙ୍କୁ ପର୍ଯ୍ୟାୟକ୍ରମେ କୋଷ୍ଟଗାର୍ଡ଼ ହେଲିକପ୍ଟର ଯୋଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ପ୍ରଭାଵିତ ଜନସାଧାରଣଙ୍କ ନିମନ୍ତେ ରନ୍ଧା ଖାଦ୍ୟ, ପିଇବା ପାଣି ଓ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରେ ୫୪୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜିଲ୍ଳାର ଜି ଉଦୟଗିରିଠାରେ ୪୬୨.୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲ୍ଲାର ଅନେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ଅର୍ଥାତ୍ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୪୫ଓଡ୍ରାଫ୍ (ODRAF), ୭ଏନଡିଆରଏଫ୍ (NDRF), ୨୪ ଅଗ୍ନିଶମ ଦଳ (Fire Teams) ନିୟୋଜିତ ଥିବା ବେଳେ ୧୧୦ ସ୍ଥାୟୀ ଆଶ୍ରୟସ୍ଥଳୀ ସହ ଅନେକ ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା ସହିତ ପ୍ରାଥମିକ ପର୍ଯ୍ୟାୟରେ ଚୁଡ଼ା,ଗୁଡ଼ ଓ ପଲିଥିନ୍ ରୋଲ୍ ଵ୍ୟଵସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାରେ ୯୨୨ ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ (୨୨ଟି ବ୍ଲକରେ ୨୯୯ଟି ଗ୍ରାମ ପ୍ରଭାବିତ) ସହ ୪ଟି SRC ପାୱାର୍ ବୋଟ୍ ନିୟୋଜିତ ହୋଇଛି। ଉଦ୍ଧାରକାରୀ ବୋଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୫୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ (୨୯୩ ଟି institutional delivery) ହୋଇଛନ୍ତି । କଳିଙ୍ଗା ଘାଟି ଏବଂ ବିଭିନ୍ନ ନଦୀ ଜଳ ଉପରେ ନିରନ୍ତର ନିରୀକ୍ଷଣ କରାଯାଉଛି। ସେହିପରି ଗଜପତି ଜିଲ୍ଲାରେ ୧୨ ଓଡ୍ରାଫ୍, ୧ ଏନଡିଆରଏଫ୍ ଏବଂ ୧୨ ଅଗ୍ନିଶମ ଦଳ ପ୍ରସ୍ତୁତ ଥିବା ବେଳେ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ସହ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ଗଜପତି ଜିଲ୍ଲାର ୭ଟି ବ୍ଲକରେ ୧୧୯ଟି ଗ୍ରାମ ସମ୍ବେଦନଶୀଳ ଥିବା ବେଳେ (୭୧୧ଟି ଗ୍ରାମ ପ୍ରଭାବିତ) ଗୋଟା ବ୍ୟାରେଜ୍, ବଡ଼ନାଳ ଏବଂ ଡ୍ରେନେଜ୍ ନିରୀକ୍ଷଣ କରାଯାଉଛି।ବଂଶଧାରାରେ ଜଳସ୍ତର ୫୨.୫ ମିଟର ; ଯାହା ବିପଦ ସଙ୍କେତ (୫୪.୧୦ ମିଟର) ଠାରୁ ବହୁତ କମ୍ ଅଛି । ୭ଟି ଉଦ୍ଧାରକାରୀ ବୋଟ୍ ନିୟୋଜିତ ଥିବା ବେଳେ ୪୨୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ (୩୩ଟି institutional delivery) ହୋଇଛନ୍ତି। ରାୟଗଡ଼ା ଜିଲ୍ଲାରେ ୧୧ ଅଗ୍ନିଶମ ଦଳ ନିୟୋଜିତ ଥିବା ବେଳେ ୩ ଟି ସ୍ଥାୟୀ ଏବଂ ୧୩୧ ଅସ୍ଥାୟୀ (ମୋଟ ୧୩୪) ଆଶ୍ରୟସ୍ଥଳୀ ଵ୍ୟଵସ୍ଥା ସହ ରିଲିଫ୍ ସାମଗ୍ରୀ ମଧ୍ୟ ପର୍ଯ୍ୟାପ୍ତ ମହଜୁଦ୍ ରହିଛି। ୧୪୮ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ ହୋଇ ସମସ୍ତ ବ୍ୟବସ୍ଥା ସହ ଗୁଣପୁର, ଗୁଡ଼ାରୀ ଏବଂ କେ. ସିଂହପୁରରେ ୩ଟି SRC ପାୱାର୍ ବୋଟ୍ ମହଜୁଦ୍ ରହିଛି । ୨୩୬ ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଶାସନ ଦ୍ଵାରା ସ୍ଥାନାନ୍ତରିତ (୮୬ଟି institutional delivery) କରାଯାଇଛି। ସେହିପରି ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଅଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫ଟି ଓଡ୍ରାଫ୍ ଏବଂ ୭ଟି ଏନ୍.ଡି.ଆର୍.ଏଫ୍. ଦଳ ସମେତ ମୋଟ ୫୨ଟି ଦଳ ନିୟୋଜିତ ଅଛନ୍ତି। ଗଜପତି ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଏବଂ ୧ଟି ଏନ୍.ଡି.ଆର୍.ଏଫ୍. ଦଳ ସହ ମୋଟ ୧୩ଟି ଦଳ କାର୍ଯ୍ୟରତ ଅଛନ୍ତି। ସମସ୍ତ ସ୍ଥାନକୁ ମିଶାଇ ସମଗ୍ର ରାଜ୍ୟରେ ୬୦ଟି ଓଡ୍ରାଫ୍ ଏବଂ ୯ଟି ଏନ୍.ଡି.ଆର୍.ଏଫ୍. ଦଳ (ସମୁଦାୟ ୬୯ଟି ଦଳ) ସମ୍ପୂର୍ଣ୍ଣ ଭାବେ ନିୟୋଜିତ ରହି ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ସେହିପରି ମୋଟ୍ ୨୪୪ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବାହିନୀ ସମଗ୍ର ରାଜ୍ୟରେ ନିୟୋଜିତ ରହି ଗଛ କାଟି ରାସ୍ତା ସଫା କରିବା, ଯୋଗାଯୋଗ ପୁନଃସ୍ଥାପନ କରିବା,ଉଦ୍ଧାର ଏବଂ ସ୍ଥାନାନ୍ତରଣ କାର୍ଯ୍ୟ ସୁନିଶ୍ଚିତ କରୁଛନ୍ତି। ସମସ୍ତ ଉଦ୍ଧାରକାରୀ ଦଳ ୨୪*୭ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ, ଗଜପତି, ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଜିଲ୍ଲା ପ୍ରଭାଵିତ ହୋଇଛି । ବିପଦସଙ୍କୁଳ ଅଞ୍ଚଳରୁ ମୋଟ୍‌ ୫୯,୦୨୮ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିପାଇଁ ୮୩୦ଟି ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ହୋଇଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ,ଗଜପତି ଜିଲ୍ଲା । ଗଜପତି ଜିଲ୍ଲାରେ ୧୭,୪୪୧ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିପାଇଁ ୨୯୮ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ଏହା ପଛକୁ ମାଲକାନଗିରିରେ ୧୫,୪୭୭, ଗଞ୍ଜାମରେ ୧୧,୮୮୨ ଏବଂ ନବରଙ୍ଗପୁରରେ ୧୦,୫୧୯ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କୋରାପୁଟ ଜିଲ୍ଲାରେ ପଟ୍ଟାଙ୍ଗି-ଗାଲିଗବଦର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଯାହାକି ବର୍ତ୍ତମାନ ସ୍ୱାଭାବିକ ହୋଇଛି । ଗଜପତି ଜିଲ୍ଲାର ମୋହନା, ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୪ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଜଳସ୍ତର ଅନୁଧ୍ୟାନ କରାଯାଇ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ବନ୍ୟା ଓ ବର୍ଷା ଯୋଗୁଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ସେହିପରି ବିଶାଖାପାଟଣା ଡ଼ିଭିଜନର ଇଚ୍ଛାପୁରମ - ଝଡୁପୁଡ଼ି ସେକ୍ସନ ମଧ୍ୟରେ ଅନେକ ସ୍ଥାନରେ ରେଳପଥ ଜଳବନ୍ଦୀ ହୋଇଥିବା ବେଳେ ୯ ଟି ଟ୍ରେନର ଯାତ୍ରା ସ୍ଥଗିତ ରଖାଯାଇଥିବା ବେଳେ ୧୪ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ଓଡ଼ିଶାର ପାଞ୍ଚଟି ସ୍ଥାନରେ ପ୍ରଭାବିତ ଗତିପଥ ଟ୍ରେନ୍ ଅଟକି ରହିଥିବା ବେଳେ ଯାତ୍ରୀମାନଙ୍କ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି। ସମଗ୍ର ରାଜ୍ୟରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନକୁ ଗୁରୁତ୍ୱ ଦିଆଯାଇ ପ୍ରଭାବିତ ୩୧୬ ୩୩କେଭି ଷ୍ଟେସନରୁ ୨୯୮ଟି ଷ୍ଟେସନରେ ପୁନଃସ୍ଥାପନ ହୋଇ ଇତିମଧ୍ୟରେ ପ୍ରାୟ ୮୪% ବିଦ୍ୟୁତ୍ ସଂଯୋଗ ହୋଇଯାଇଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକର ମୌଳିକ ସୁବିଧା ତ୍ୱରିତ ଉପଲବ୍ଧ କରାଯାଉଛି । ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ କେନ୍ଦ୍ରୀୟ ଟିମ୍ ମଧ୍ୟ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଗଞ୍ଜାମ ,ଗଜପତି ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ମଧ୍ୟ ନିରନ୍ତର ରାଜ୍ୟସରକାରଙ୍କ ସହ ସମ୍ପର୍କରେ ରହି ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି।

powered by social2s

ଆସନ୍ତାକାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି

Details
Odia Ray Admin
ଓଡିଶା
29 October 2026

ଭୁବନେଶ୍ୱର: ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜୁରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ। ଏଥିସହିତ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗରିମାମୟ ଉପସ୍ଥିତିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

powered by social2s

ସୃଷ୍ଟି ହେଲା ଲଘୁଚାପ

Details
Odia Ray Admin
ଓଡିଶା
29 October 2026

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ହେବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ କ'ଣ ରହିବ ସ୍ପଷ୍ଟ ସୂଚନା ମିଳିନାହିଁ।

powered by social2s

ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୯ତମ ବାର୍ଷିକୋତ୍ସବ ପାଳନ

Details
Odia Ray Admin
ଓଡିଶା
29 October 2026

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀର ୪୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଭବ୍ୟ ଆୟୋଜନ ଉପଲକ୍ଷେ ଉତ୍ସବସ୍ଥଳ ଲୋଧୀ ଇଷ୍ଟେଟସ୍ଥିତ ଅଲିଆନ୍ସ ଫ୍ରନସେସର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା । ମହୋତ୍ସବରେ ସଂସ୍ଥାର ସାନ, ବାଳୁତ, ଯୁବ ଓ ବରିଷ୍ଠ କଳାକାର ମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ତତ୍ତ୍ଵାବଧାନରେ ଖୁବ ଉତ୍ତମ ଭାବରେ ସଂରଚନା କରାଯାଇଥିବା ଓଡ଼ିଶୀ ଶୈଳୀର ପ୍ରସ୍ତୁତିଗୁଡ଼ିକୁ ତାଙ୍କର ଶିଷ୍ୟାମାନେ ଏହି ଅବସରରେ ବେଶ ଦକ୍ଷତାର ସହିତ ଉପସ୍ଥାପନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ ସ୍ବର୍ଗତଃ ହରେକୃଷ୍ଣ ବେହେରାଙ୍କ ଦ୍ୱାରା ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀ ୧୯୭୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ବେହେରା ଓଡ଼ିଶୀ ଜଗତର ପ୍ରଥମ ଗୁରୁ ଯିଏ କି ଓଡ଼ିଶୀ ନୃତ୍ୟକୁ ୬୦ ଦଶକର ପ୍ରଥମ ଭାଗରେ ଓଡ଼ିଶାରୁ ଆଣି ରାଜଧାନୀ ଦିଲ୍ଲୀରେ ପରିଚିତ କରାଇଥିଲେ । ଗୁରୁ ଶ୍ରୀ ବେହେରାଙ୍କର ଦେଶ ବିଦେଶରେ ପ୍ରତିଷ୍ଠା ଅର୍ଜନ କରିଥିବା ଶିଷ୍ୟାମାନଙ୍କ ମଧ୍ୟରେ ଡଃ. ସୋନାଲ ମାନସିଂହ, ମାଧବୀ ମୁଦଗଲ, ରାଧା ରେଡ୍ଡୀ, କୁମକୁମ ଲାଲ, ଯାମିନୀ କୃଷ୍ଣମୂର୍ତ୍ତି, ଅଳ୍ପନା ନାୟକ, ଚିତ୍ରା ଜଗଦୀଶନ ଓ କବିତା ଦ୍ବିବେଦୀ ପ୍ରମୁଖ ଅନ୍ୟତମ ।ଶ୍ରୀ ବେହେରାଙ୍କର ଆବର୍ତ୍ତମାନରେ ତାଙ୍କର ପତ୍ନୀ ପଦ୍ମାବତୀ ବେହେରା ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ସଭାପତି ଭାବରେ ବର୍ତ୍ତମାନ ସ୍ବର୍ଗତଃ ଗୁରୁଙ୍କର ସ୍ୱର୍ଣ୍ଣାଭ ଅବଦାନକୁ ସକ୍ରୀୟ ଭାବରେ ଆଗେଇ ନେଇ ଚାଲିଥିବା ଦେଖାଯାଉଛି। ୪୯ ତମ ବାର୍ଷିକ ଉତ୍ସବ, ଓଡ଼ିଶୀ କେନ୍ଦ୍ରର ସଭାପତି ପଦ୍ମାବତୀ ବେହେରା, ସମ୍ପାଦକ ଅମିତା ଅରୋରା ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଶୁଭାରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଖ୍ୟାତନାମା ଚିତ୍ରକର ଏବଂ କେନ୍ଦ୍ରୀୟ ଲଳିତ କଳା ଏକାଡେମୀ ପୁରସ୍କାର ପ୍ରାପ୍ତ ରାଜେଶ ବହଲ, ସ୍ବର୍ଗତଃ ଗୁରୁ ଶ୍ରୀ ହରେକୃଷ୍ଣ ବେହେରାଙ୍କର ଅମୁଲ୍ୟ ଅବଦାନ ଓ ଅଗ୍ରଣୀ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ପ୍ରାୟ ଛଅ ଦଶକ ପୂର୍ବେ ଜାତୀୟ ରାଜଧାନୀ ଇଲାକାରେ ଓଡ଼ିଶୀ ନୃତ୍ୟକୁ ପରିଚିତ କରାଇବା ଓ ଏହାକୁ ଲୋକପ୍ରିୟ କରାଇବାରେ ଶ୍ରୀ ବେହେରାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ଦର୍ଶାଇ ଥିଲେ। ଦିଲ୍ଲୀ ଓ ଏନସିଆର୍‌ରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ୟର ପ୍ରଚାର ଓ ପ୍ରସାର କରିବାରେ ଓଡ଼ିଶୀ କେନ୍ଦ୍ର ବଳିଷ୍ଠ ଯୋଗଦାନ ଦେଇ ଆସୁଥିବା ଶ୍ରୀ ବହଲ ଉଲ୍ଲେଖ କରିଥିଲେ। ଓଡ଼ିଶୀ କେନ୍ଦ୍ରର ବାଳୁତ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଆବାହନୀ ସଂରଚନା ନମସକ୍ରିୟା ଏବଂ ଗୁରୁ ଶ୍ଲୋକ ସନ୍ଧ୍ୟାର ପ୍ରଥମ ଆକର୍ଷଣ ଥିଲା। ମଞ୍ଚ ଉପରେ ପ୍ରଖର ପ୍ରତିଭାବାନ ଶିଶୁ କଳାକାରମାନଙ୍କର ଜାଦୁଗରୀ ପ୍ରଦର୍ଶନ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା। ଏହାପରେ ପ୍ରବୀଣ ଓ ପାରଦର୍ଶୀ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ମଙ୍ଗଳାଚରଣ, ଦେବୀ ସ୍ତୁତି ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲା। ସନ୍ଧ୍ଯାର ଅନ୍ୟାନ୍ୟ ପ୍ରସ୍ତୁତି ଯଥା :- ବଟ୍ଟୁ ନୃତ୍ୟ ଓ ମୋହନା ପଲ୍ଲବୀ ପରିବେଷଣ ସମୟରେ କଳାକାରମାନଙ୍କର ବୈଦ୍ୟୁତିକ ପଦଚାଳନା ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ପ୍ରଦର୍ଶନର ଚମତ୍କାରିତା ଦେଖିବାକୁ ମିଳିଥିଲା। ଏହାପରେ ଗୁରୁ ହରେକୃଷ୍ଣ ବେହେରାଙ୍କ ଦ୍ୱାରା ଅଶୀ ଦଶକରେ ସଂଚରିତ ହିନ୍ଦୀ ଗୀତ “ଶ୍ରୀ ରାମଚନ୍ଦ୍ର କୃପାଲୁ ଭଜମନ” କୁ ଆଧାର କରି ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ବରିଷ୍ଠ ଶିଷ୍ୟା ଖୁସୀ ପାୱାରଙ୍କ ଦ୍ୱାରା ପରିବେଷିତ ଏକକ ନୃତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଖୁସୀଙ୍କର ନିଖୁଣ ଶରୀର ଚାଳନା ଓ ଭାବୋଦ୍ଦୀପକ ମୁଖାଭିନୟ ଦେଖଣାହାରୀ ମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା। ଏହାପରେ ମଞ୍ଚସ୍ଥ ବସନ୍ତ ପଲ୍ଲବୀ ଏବଂ ଶ୍ରିତ କମଳା ଆଦି ପ୍ରସ୍ତୁତି ବେଶ ମନୋରଞ୍ଜକ ଥିଲା ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ବାର୍ଷିକ ଉତ୍ସବର ସମସ୍ତ ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚକୋଟିର ଥିଲା। ପ୍ରତ୍ୟେକ ପ୍ରସ୍ତୁତିର ଶେଷରେ ଉପସ୍ଥିତ ଦର୍ଶକମାନେ ବିପୁଳ କରତାଳି ସହିତ କଳାକାରମାନଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା । ଉଭୟ କଳାପ୍ରେମୀ ଜନସାଧାରଣ ଏବଂ ସଂସ୍କୃତି ସମୀକ୍ଷକମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବହୁତ ପସନ୍ଦ କରିଥିଲେ ଏବଂ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରା ଓ ଅଂଶଗ୍ରହଣକାରୀ କଳାକାରମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଭାଗ ନେଇଥିବା ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରେଣୀରେ ଖୁସୀ ପାୱାର, ତୀସ୍ତା ଗୁହା ଗାଙ୍ଗୁଲୀ, ଶ୍ରୀୟା ସିଂହ, ପ୍ରଜ୍ଞାଞ୍ଜଳି ସିଂହ, ସଂସ୍କୃତି ଝା, ଆକାଶଲିନା ମାଜୀ, କନିଷ୍ଠ ଗୋଷ୍ଠୀରେ ପାୟଲ ଷଢଙ୍ଗୀ , ଶ୍ରୀଣେ ଘଟକ ଝା, ଶ୍ରୀନିକା ଦତ୍ତ, କାଶ୍ୱୀ ଶର୍ମା, ପାବିକା ଅରୋରା ଏବଂ ପ୍ରାରମ୍ଭିକ ଶ୍ରେଣୀରେ ମୀମାଂସା ଭୋସଲେ ପତି, ଆଶ୍ୱିକା ସାଇନି, ଆଦ୍ୱିକା ସାଇନି ଓ ବନ୍ୟା ଗୁପ୍ତା ପ୍ରମୁଖ ଅନର୍ଭୂକ୍ତ ଥିଲେ। ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିବା କଳାକାରମାନଙ୍କ ମଧ୍ୟରେ ମର୍ଦ୍ଦଳରେ ପ୍ରଫୁଲ୍ଲ କୁମାର ମଙ୍ଗରାଜ, ଗାୟନରେ ପ୍ରଶାନ୍ତ କୁମାର ବେହେରା,ବଂଶୀରେ ନିଖିଳ କୁମାର ବେହେରା, ଭାୟୋଲିନ ‌ରେ ଗୋପୀନାଥ ସ୍ୱାଇଁ ଏବଂ ମଞ୍ଜିରାରେ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରା ପ୍ରମୁଖ ସାମିଲ ଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ବବିତା ପରିଡା ଦକ୍ଷତାର ସହିତ ସଂଚାଳନା କରିଥିଲେ। ଏହି ଉତ୍ସବକୁ ଆଲାଇଆନ୍ସ୍ ଫ୍ରାଙ୍କେଜ୍ ଡି ଦିଲ୍ଲୀ, ଜେଏନ୍ୟୁ ଫ୍ୟାକଲ୍ଟି ସେଣ୍ଟର, ଓଡ଼ିଶୀ କେନ୍ଦ୍ରର ସମସ୍ତ ସଦସ୍ୟ, ସାଧନା ସ୍କୁଲ ଅଫ୍ ଆର୍ଟସ୍ - ଗୁରୁଗ୍ରାମ, ଜଗନ୍ନାଥ ପ୍ରିଣ୍ଟିଂ ପ୍ରେସ୍ ଏବଂ ଛାତ୍ରଛାତ୍ରୀଙ୍କର ଅଭିଭାବକମାନେ ସମର୍ଥନ କରିଥିଲେ।

powered by social2s

ପାତ୍ରପୁରରେ ସର୍ବାଧିକ ବର୍ଷା

Details
Odia Ray Admin
ଓଡିଶା
29 October 2026

ଭୁବନେଶ୍ୱର : ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ପାତ୍ରପୁରରେ ୫୪୬ ମିମି ବର୍ଷା ରେକର୍ଡ କରାଯାଇଛି। ଜି. ଉଦୟଗିରିରେ ୪୬୨.୪ ମିମି, ସାନଖେମୁଣ୍ଡିରେ ୩୮୮ ମିମି, ରାଇକିଆରେ ୩୮୪.୮ ମିମି, ସୋରଡ଼ାରେ ୩୭୫ ମିମି ଏବଂ ଚିକିଟିରେ ୩୦୯.୨ ମିମି ବର୍ଷା ରେକର୍ଡ ହୋଇଛି।

powered by social2s

ବିପଦ ସଙ୍କେତ ଉପରେ ବଂଶଧାରା

Details
Odia Ray Admin
ଓଡିଶା
29 October 2026

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ। ବିପଦ ସଙ୍କେତ ୫୪.୬୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୫୫.୬୦ ମିଟର ରହିଛି। ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ଗୋଟା ବ୍ୟାରେଜର ସବୁ ୨୨ଟି ଗେଟ୍ ଖୋଲାଯାଇଛି। ୪୮ ହଜାର ୫୭୬ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି।

powered by social2s

More Articles ...

  1. ନଭେମ୍ବର ୧୮ ରୁ ବିଧାନସଭା ଅଧିବେଶନ
  2. ବର୍ଷା ଓ ପବନରେ ଭାଙ୍ଗିଲା ୮୦ ଫୁଟ୍‌ ବିଶାଳ ଲକ୍ଷ୍ମୀପୂଜା ତୋରଣ
  3. ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
Page 20 of 2249
  • Start
  • Prev
  • 15
  • 16
  • 17
  • 18
  • 19
  • 20
  • 21
  • 22
  • 23
  • 24
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.