• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଆନ୍ଧ୍ର ଉପକୂଳ ଅତିକ୍ରମ କଲା ବାତ୍ୟା 'ମୁରାସୁ'

Details
Odia Ray Admin
ଓଡିଶା
03 November 2026

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା 'ମୁରାସୁ'। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଆଜି ଭୋର ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିଛି।

powered by social2s

ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ଡା. ଅଶୋକ ମହାପାତ୍ରଙ୍କ ପରଲୋକ

Details
Odia Ray Admin
ଓଡିଶା
02 November 2026

ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ଡା. ଅଶୋକ ମହାପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଦିଲ୍ଲୀ AIIMS ରେ ରାତି ୯ଟା ୧୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ଦିଲ୍ଲୀ AIIMS ରେ ଚିକିତ୍ସାଧୀନ ଥିଲେ। ନିଖୁଣ ସ୍ନାୟୁଶଲ୍ୟ ଚିକିତ୍ସକ ଭାବେ ସେ ବେଶ୍ ପରିଚିତ ଥିଲେ। ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡା. ମହାପାତ୍ର ଦୀର୍ଘଦିନ ଧରି ଦିଲ୍ଲୀ AIIMS ରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ ଏବଂ ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଥିଲେ। ଅନେକ ଜଟିଳ ଅସ୍ତ୍ରୋପଚାରର ସେ ନେତୃତ୍ୱ ନେଇଥିଲେ। ସେ ଭୁବନେଶ୍ୱର AIIMS ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଏବଂ SOA ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

powered by social2s

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

Details
Odia Ray Admin
ଓଡିଶା
02 November 2026

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଗାମୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ କହିଛନ୍ତି ଯେ,ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି, ଭୟଭୀତ ନ ହୋଇ ସଚେତନ ରହିବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି । ଆଗାମୀ ବାତ୍ୟା ‘ମୁରାସୁ’ ଗଭୀର (ଅବପାତ) ହୋଇ ବଙ୍ଗୋପସାଗରରେ ନେଲୋର ଠାରୁ ୧୬୦ କିମି, ତାମିଲନାଡୁର ଚେନ୍ନାଇ ଠାରୁ ୧୮୦ କିମି, କାଭେଲିରୁ ୧୮୦ କିମି, ଓଙ୍ଗୋଲରୁ ୨୧୦ କିମି ଏବଂ ମଛଲିପାଟନମରୁ ୨୪୦ କିମି ଦୂରରେ ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୧୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅର୍ଣ୍ଣବ' ବାତ୍ୟା ଏବଂ ଏହାର ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତିଘଟାଇଛି । ବିଶେଷକରି ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି।, ଏହି ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ମୋଟ ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨,୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି. ସେହିପରି ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡର ଲୋକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜନସଂଖ୍ୟା: ସମୁଦାୟ ୨,୧୦,୯୨୦ ଜଣ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି । ସ୍ଥାନାନ୍ତରଣ: ସୁରକ୍ଷା ଦୃଷ୍ଟିରୁ ୧,୪୧,୭୯୭ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ,ପ୍ରଭାବିତ ଅଞ୍ଚଳରୁ ମୋଟ ୫୭୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ବିପର୍ଯ୍ୟୟରେ ଗଞ୍ଜାମ ୩ ଜଣ ବ୍ୟକ୍ତିଙ୍କର ଜୀବନହାନି ହୋଇଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ଯାଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରିଲିଫ୍ କ୍ୟାମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଯଥା ଚାଉଳ, ଚୁଡ଼ା, ଗୁଡ଼ ଏବଂ ଗୋ-ଖାଦ୍ୟ ବଣ୍ଟନ କରାଯାଉଛି । ଏହା ସହିତ ପ୍ରଭାବିତମାନଙ୍କୁ ୫,୪୫୮ଟି ପଲିଥିନ୍ ସିଟ୍ ମଧ୍ୟ ଯାଗାଇ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନରୁଦ୍ଧାର କାର୍ଯ୍ୟ ଚଲିଛି । ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ୨୪ ଘଣ୍ଟା (୨୪/୭) ସକ୍ରିୟ ରଖାଯାଇଛି । ରାସ୍ତାଘାଟଗୁଡ଼ିକୁ ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ କରିବାକୁ ସମସ୍ତ କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତି ନିୟୋଜିତ କରାଯାଇଛି । ଗଞ୍ଜାମ ଜିଲ୍ଲା:କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି ଏବଂ ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗରରେ ରାସ୍ତା ଉପରେ ଭୂସ୍ଖଳନ ଜନିତ ଯେଉଁ ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି । ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ (Breaches) ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ଗଜପତି ଜିଲ୍ଲାର ୬ଟି ବ୍ଲକର ୧୯ଟି ରାସ୍ତାର ଭୂସ୍ଖଳନ ଅବସ୍ଥା ସଫା କରାଯାଇଛି । ପାଣି ମାଡ଼ିଯିବା ଯୋଗୁଁ ପ୍ରଭାବିତ ହୋଇଥିବା ୫ଟି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ୩ଟି ବ୍ଲକରେ ପ୍ରଭାବିତ ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯାଇଛି । ଗୋଷାଣୀ ବ୍ଲକର ଗୋଟିଏ ରାସ୍ତାରେ ଅସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । କନ୍ଧମାଳ ଜିଲ୍ଲା:୩ଟି ବ୍ଲକର ୩୧ଟି ରାସ୍ତା ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଥିବାବେଳେ ୧୬ଟି ନିର୍ମାଣାଧିନ ଅଛି । ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଛି ଏବଂ ୩୧ଟି ର କାମ ଚାଲିଛି । ରାୟଗଡ଼ା ଜିଲ୍ଲା:ଗୁଣୁପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା ଆବର୍ଜନା ଓ ମାଟି ବାଧକକୁ ସଫା କରାଯାଇଛି । "ଅର୍ଣ୍ଣବ" ବାତ୍ୟା ଏବଂ ଏହାପରବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ଟିପିଏସଓଡିଏଲ୍ (TPSODL) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ କମ୍ପାନୀ ଅଧୀନରେ ଥିବା ମୋଟ୍ ୯୯.୦୫% ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇସାରିଛି । ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ,ଗଞ୍ଜାମ, କନ୍ଧମାଳ, ଗଜପତି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ବାକିଥିବା ସ୍ଥାନଗୁଡ଼ିକରେ କାମ ଶୀଘ୍ର ଶେଷ କରିବା ପାଇଁ ଟିମଗୁଡ଼ିକ ନିୟୋଜିତ ଅଛନ୍ତି । ଏହି ସବୁ ଜିଲ୍ଲାରେ ମୋଟ୍ ପ୍ରଭାବିତ ଗ୍ରାହକ: ୧୭,୮୮,୯୪୨ ,ବିଦ୍ୟୁତ୍ ସେବା ପାଇଥିବା ଗ୍ରାହକ: ୧୭,୭୨,୦୨୮ ,ବର୍ତ୍ତମାନ ସୁଦ୍ଧା ବାକିଥିବା ଗ୍ରାହକ: ୧୬,୯୧୪ ,ମୋଟ୍ ପୁନରୁଦ୍ଧାର ହୋଈଛି । ୩୩ K.V. ଫିଡର୍: ସମସ୍ତ ପ୍ରଭାବିତ ୪୬ଟି ଫିଡରର ମରାମତି ସମ୍ପୂର୍ଣ୍ଣ ହୋଇଛି । ୩୩/୧୧ K.V. ଉପକେନ୍ଦ୍ର (PSS): ସମସ୍ତ ପ୍ରଭାବିତ ୧୩୦ଟି ଉପକେନ୍ଦ୍ର ସଚଳ କରାଯାଇଛି । ୧୧ K.V. ଫିଡର୍: ପ୍ରଭାବିତ ୬୫୮ଟି ଫିଡର ସମ୍ପୂର୍ଣ୍ଣ ସଚଳ ହୋଇଛି । ଡି.ଟି.ଆର୍ (DTR): ୫୬,୭୦୬ଟି ପ୍ରଭାବିତ ଡିଟିଆର ମଧ୍ୟରୁ ୫୬,୩୫୮ଟିର ମରାମତି କରାଯାଇଛି । ଗଞ୍ଜାମ, ଗଜପତି ଏବଂ କନ୍ଧମାଳର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫,୭୨୨ ଟି ନଳକୂପ ପ୍ରଭାବିତ ହୋଇଥିଲା । ଏହା ମଧ୍ୟରୁ ୪,୪୭୫ ପୁନରୁଦ୍ଧାର ଏବଂ ବିଶୋଧନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରଭାବିତ ୩୯୩ ଟି ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ (Rural Piped Water Supply Schemes) ମଧ୍ୟରୁ ୨୪୭ ପୁନରୁଦ୍ଧାର କରାଯାଇଛି ଏବଂ ୨୬୫ ଟି ବିଶୋଧନ କରାଯାଇଛି । ୨୩୫ ଟି ଜଳ ଟ୍ୟାଙ୍କର୍ (Water Tankers), ୮୦ ଟି ଟ୍ରାକ୍ଟର ମାଉଣ୍ଟେଡ୍ ସିଣ୍ଟେକ୍ସ ଟାଙ୍କି ଏବଂ ୮୪ ଟି ଡି.ଜି. ସେଟ୍ (DG Sets) ମୁତୟନ କରାଯାଇଛି । ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ୯ ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ମଧ୍ୟ ମୁତୟନ କରାଯାଇଛି। ୪,୨୨,୩୦୦ ପ୍ୟାକ୍ କରାଯାଇଥିବା ଜଳ ବୋତଲ ଏବଂ ୩,୧୮,୫୦୦ ଜଳ ପାଉଚ୍ ବଣ୍ଟନ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ୨୩ ଟି ଏବଂ ଆସିକା ପୌରପାଳିକା ପାଇଁ ୭ ଟି ଜଳ ଟ୍ୟାଙ୍କର୍ ମୁତୟନ କରାଯାଇଛି । ଏହାସହ ବ୍ରହ୍ମପୁର ମହାନଗର ନିଗମ ୨ ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ (Mobile water treatment Units) ମଧ୍ୟ ମୁତୟନ କରାଯାଇଛି । ସମସ୍ତ ଜଳାଶୟର ବିଶୋଧନ କାର୍ଯ୍ୟ ଜାରି ରହିଛି । ଡାଏରିଆ, ମଲେରିଆ, ଡେଙ୍ଗୁ ଭଳି ରୋଗର ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ‘ରାପିଡ୍ ରେସପନ୍ସ ଟିମ୍’ (RRT) ଏବଂ ମୋବାଇଲ୍ ହେଲ୍ଥ ଟିମ୍ ନିୟୋଜିତ କରାଯାଇଛି। ଆସୁଥିବା ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।ସୁରକ୍ଷା ବାହିନୀ: ଗଞ୍ଜାମ ଜିଲ୍ଲାରେ ୩୨ଟି ଓଡ୍ରାଫ୍ (ODRAF) ଏବଂ ୩ଟି ଏନଡିଆରଏଫ୍ (NDRF) ଟିମ୍ (ମୋଟ ୩୫ଟି ଟିମ୍) ମୁତୟନ ଅଛନ୍ତି। ଗଜପତି ରେ ୯ ଟି ଓଡ଼୍ରାଫ୍ ,୧ ଟି ndrf ଏହାଛଡ଼ା ରାୟଗଡ଼ା୩ ଟି ,ଓଡ଼୍ରାଫ,୧ ଟି ndrf, କୋ ରାପୁଟ, ରେ ୩ ଟି ,୧ ଟି ndrf ମାଲକାନଗିରି, ରେ ୩ ଟି,୧ ଟି ndrf କନ୍ଧମାଳ ରେ ୪ ଟି ଓଡ଼୍ରାଫ୍, ୨ ଟି ndrf, ଓ ନବରଙ୍ଗପୁରରେ ୩ଟି ଟିମ୍ ନିୟୋଜିତ କରାଯାଇଛି। କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ପହଞ୍ଚୁଛନ୍ତି। ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ଜନସାଧାରଣଙ୍କୁ ନିବେଦନ କରାଯାଇଛି ଯେ: ଲୋକମାନଙ୍କୁ ସୁରକ୍ଷିତ ରିଲିଫ୍ ସେଣ୍ଟର, ନିକଟସ୍ଥ ସ୍କୁଲ୍, କଲେଜ କିମ୍ବା ଚାଲିଯିବାକୁ ନିବେଦନ କରାଯାଇଛି। ଆଶା ଓ ଆଙ୍ଗନବାଡ଼ି କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ଦ୍ୱିତୀୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କମ୍ ପଡ଼ିବ ବୋଲି ଆଶା କରାଯାଉଛି।

powered by social2s

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ

Details
Odia Ray Admin
ଓଡିଶା
02 November 2026

ଏକତା ନଗର (ଗୁଜରାଟ): ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସାଡର ଏବଂ ସିଲଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ସମ୍ପ୍ରତି ଗୁଜରାଟରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ ସହିତ ଦେଶ ସାରା ତାଙ୍କର ୧୨ ବର୍ଷର ପଦଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି। ଶ୍ରୀ ମହାପାତ୍ର ଓ ତାଙ୍କ ଦଳ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୫୧ ତମ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ ନାମରେ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏକତା ନଗର ସ୍ଥିତ ଷ୍ଟାଚୁ ଅଫ ୟୁନିଟି ପରିସର ମଧ୍ୟରେ ଗର୍ବର ସହିତ ପାଦଚାରଣା କରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।ଏହି ଉପଲକ୍ଷେ ସେଠାରେ ଆୟୋଜିତ ଭାରତ ପର୍ବ -୨୦୨୬ ରେ ଶ୍ରୀ ଗାନ୍ଧୀ ଓ ତାଙ୍କର ସହଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ସିଲଭର ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛ ଭାରତ ମିଶନରୁ ପ୍ରେରଣା ଲାଭ କରି ଓଡ଼ିଶାର ପୁରୀରୁ ଗୁଜରାଟର ପୋରବନ୍ଦର ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ପଦଯାତ୍ରା କରି ବିଶ୍ୱ ରେକର୍ଡ ହାସଲ କରିସାରିଛନ୍ତି। ଏହି ସାଧନା ପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ ଓ ଦର୍ଶନକୁ ଦେଶସାରା ପ୍ରଚାର ଓ ପ୍ରସାର କରିବା ପାଇଁ କରିଥିବା ବିଭିନ୍ନ ପଦଯାତ୍ରା ଯୋଗୁଁ ସିଲଭର ଗାନ୍ଧୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଗଦୀଶ ଲାଲ ଖଟ୍ଟର, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସାଂସଦ ମନୋଜ ତିୱାରୀ ପ୍ରମୁଖଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ୱଚ୍ଛ ଭାରତ ଗଠନ , ମା ପାଇଁ ଏକ ବୃକ୍ଷ ରୋପଣ ଏବଂ ପ୍ରତ୍ୟେକ ଭାରତୀୟଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କର ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକୁ ଲୋକପ୍ରିୟ କରିବା ତାଙ୍କର ପଦଯାତ୍ରାର ମୁଖ୍ୟ ଲକ୍ଷ ବୋଲି ସିଲଭର ଗାନ୍ଧୀ ଉଲ୍ଲେଖ କରିଛନ୍ତି । ନିଜର ସମସ୍ତ ପଦଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ସର୍ଗ କରି ସିଲଭର ଗାନ୍ଧୀ ନିଜକୁ ପ୍ରଧାନମନ୍ତ୍ରୀଙ୍କର ସବୁଠାରୁ ବଡ଼ ପ୍ରଶଂସକ ବୋଲି ଅବତାରଣା କରିଛନ୍ତି। ଏକ ବିକସିତ, ଆତ୍ମନିର୍ଭର ଓ ସଶକ୍ତ ଭାରତ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବାର୍ତ୍ତାକୁ ଭାରତର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହୁଞ୍ଚାଇବା ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣରେ ସେ ଏଭଳି କଷ୍ଟଦାୟକ ପଦଯାତ୍ରା କରୁଥିବା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିଲଭର ଗାନ୍ଧୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏବଂ ନୂଆଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଶିକ୍ଷା ଲାଭ କରିଥିବା ସିଲଭର ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ଦଳରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସଙ୍ଗୀତ, ନାଟକ ଓ ନୃତ୍ୟ ବିଭାଗର ୧୪ଟି ବିଭାଗର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଛନ୍ତି।

powered by social2s

ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
02 November 2026

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବାର ସ୍ୱାଭାବିକୀକରଣ, ହସ୍ପିଟାଲଗୁଡ଼ିକର କାର୍ଯ୍ୟକ୍ଷମତା, ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା, ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ଏବଂ ବିଦ୍ୟୁତ୍, ପାନୀୟ ଜଳ ଓ ଟେଲିକମ୍ ସେବାର ପୁନରୁଦ୍ଧାର ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର କୌଣସି ରୋଗୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ। ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ଉପଖଣ୍ଡ ଚିକିତ୍ସାଳୟ, ଆସିକା (SDH) ପରିଦର୍ଶନ କରି ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସେବା, ରୋଗୀଙ୍କ ପାଇଁ ରହିଥିବା ସୁବିଧାସୁଯୋଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି, ହସ୍ପିଟାଲ ପରିସରର ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯାଞ୍ଚ କରିଥିଲେ। ବିଶେଷକରି ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ (Biomedical Waste) ଓ ସାଧାରଣ ବର୍ଜ୍ୟବସ୍ତୁର ପୃଥକୀକରଣ, ନିୟମିତ ସଫେଇ ଓ ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଜରୁରୀକାଳୀନ ଚିକିତ୍ସା, ଅପରେସନ୍, ଲାବୋରେଟୋରୀ ଓ ଅନ୍ୟାନ୍ୟ ଚିକିତ୍ସା ସେବା ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ଓ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ। ବନ୍ୟା ପରିସ୍ଥିତି ଯୋଗୁଁ ହସ୍ପିଟାଲର ନିୟମିତ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ସ୍ଥିତିରେ ସାଧାରଣ ରୋଗୀଙ୍କୁ ଯେପରି ଅସୁବିଧା ନହୁଏ, ସେଥିପାଇଁ ଆସିକାଠାରେ କେନ୍ଦ୍ରୀୟ ବିଦ୍ୟାଳୟ (KV) ଓ ମହିଳା ମହାବିଦ୍ୟାଳୟରେ ଦୁଇଟି ଅସ୍ଥାୟୀ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମହିଳା ମହାବିଦ୍ୟାଳୟରେ ଚିକିତ୍ସା ଆରମ୍ଭ ହୋଇଛି । ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରି ଆବଶ୍ୟକ ଡାକ୍ତର, ନର୍ସ, ଔଷଧ ଓ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଏହି ଦୁଇଟି କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ପ୍ରାଥମିକ ଓ ଜରୁରୀ ଚିକିତ୍ସା ସେବା ଯୋଗାଇଦେବା ସହ ଆବଶ୍ୟକ ସ୍ଥଳେ ଉଚ୍ଚତର ଚିକିତ୍ସା ପାଇଁ ରୋଗୀଙ୍କୁ ଉପଯୁକ୍ତ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହ ବନ୍ୟା ପ୍ରଭାବିତ ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଅତିରିକ୍ତ ୨୧ଟି ମୋବାଇଲ୍ ହେଲ୍ଥ ୟୁନିଟ୍ (MHU) ନିୟୋଜନ ହେବ । ଏଥିପାଇଁ ପଡ଼ୋଶୀ ଜିଲ୍ଲାରୁ ଅତିରିକ୍ତ ମୋବାଇଲ୍ ହେଲ୍ଥ ୟୁନିଟ୍ ଓ ଡାକ୍ତରୀ ଦଳ ଅଣାଯାଇ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯିବ। ଆଜି ସୁଦ୍ଧା ୧୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ପହଞ୍ଚି କାମ ଆରମ୍ଭ କରିଛନ୍ତି । ଏହି ୟୁନିଟ୍‌ଗୁଡ଼ିକ ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଔଷଧ ବଣ୍ଟନ ଓ ଜରୁରୀ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଇପାରିବ। ବନ୍ୟା ପରବର୍ତ୍ତୀ ସମୟରେ ଜ୍ୱର, ଝାଡ଼ାବାନ୍ତି, ଚର୍ମରୋଗ ଓ ଅନ୍ୟାନ୍ୟ ଜଳବାହିତ ତଥା ସଂକ୍ରାମକ ରୋଗର ଆଶଙ୍କା ଥିବାରୁ ଏହାର ନିରୀକ୍ଷଣ ଓ ପ୍ରତିରୋଧମୂଳକ ପଦକ୍ଷେପକୁ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ମହିଳାଙ୍କୁ ସାନିଟାରି ନାପକିନ ମଧ୍ୟ ଯୋଗାଇ ଦିଆଯାଉଛି । ଆସନ୍ତା କାଲି ୪ଜଣ ଅତିରିକ୍ତ ଅଧିକ ଫୁଡ଼ ସେଫଟି ଅଧିକାରୀ ଖାଦ୍ଯ ଯାଞ୍ଚ ପାଇଁ ମୁତୟନ ହେବେ । ବନ୍ୟା ପ୍ରଭାବିତ ଲୋକଙ୍କୁ ଉନ୍ନତ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ସହଯୋଗ ନେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିନିମନ୍ତେ ୫ଟି ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ହାଇଟେକ , ଆପୋଲୋ, ସମ, ବିକାଶ ଏବଂ ମହାନଦୀ ନେତ୍ରାଳୟ )ର ସହଯୋଗ ଓ ଚିକିତ୍ସା ସେବା ଯୋଗାଣ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ସେମାନେ ଆସନ୍ତା କାଲି ସୁଦ୍ଧା ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇଦେବେ । ବିପର୍ଯ୍ୟୟ ସମୟରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ରହିଲେ ପ୍ରଭାବିତ ଲୋକଙ୍କୁ ଅଧିକ ଦ୍ରୁତ ଓ ଉପଯୁକ୍ତ ଚିକିତ୍ସା ସହାୟତା ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାପରେ ମନ୍ତ୍ରୀ ଜଗମୋହନ ଓ ଜାହାଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ବନ୍ୟା ପରବର୍ତ୍ତୀ ସ୍ଥିତି, ଚିକିତ୍ସା ସେବାର ଉପଲବ୍ଧତା, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ମହଜୁଦ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବାର ପରିସର ବୃଦ୍ଧି କରିବା ସହ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ଉପରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ବିଏସଏନଏଲ ସମେତ ଅନ୍ୟ ସେବା ପ୍ରଦାନ କାରି ସଂସ୍ଥା କୁ ଯଥାଶୀଘ୍ର ନେଟୱାର୍କ ସେବା ପହଞ୍ଚାଇବାକୁ କହିଛନ୍ତି | ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଯୋଗାଯୋଗ ସ୍ୱାଭାବିକ ରହିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଟେଲିକମ୍ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେହିପରି ପାନୀୟ ଜଳଯୋଗାଣ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ କହିଥିଲେ। ଜଳ ଉତ୍ସଗୁଡ଼ିକର ସ୍ୱଚ୍ଛତା, ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ବିକଳ୍ପ ଜଳଯୋଗାଣ ବ୍ୟବସ୍ଥା କରିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାନ୍ୟବର ମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ କହିଥିଲେ ଯେ, ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକଙ୍କ ନିକଟରେ ସମସ୍ତ ମୌଳିକ ସେବା ପହଞ୍ଚାଇବା ହିଁ ସରକାରଙ୍କ ପ୍ରାଥମିକତା। ଏଥିପାଇଁ କେବଳ ନିର୍ଦ୍ଦେଶ ଦେବା ନୁହେଁ, ବରଂ କ୍ଷେତ୍ରସ୍ତରରେ ତାହାର ତ୍ୱରିତ କାର୍ଯ୍ୟାନ୍ୱୟନ ଓ ନିୟମିତ ତଦାରଖ ନିଶ୍ଚିତ କରିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ସମ୍ବେଦନଶୀଳତାର ସହ ଶୁଣି ତତ୍ପରତାର ସହ ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜନସାଧାରଣଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାଜ୍ୟ ସରକାର ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରିବା ସହ ପାନୀୟ ଜଳ, ବିଦ୍ୟୁତ୍ ଓ ଯୋଗାଯୋଗ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକର ଶୀଘ୍ର ପୁନଃସ୍ଥାପନ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଗସ୍ତ ସମୟରେ ସ୍ୱତନ୍ତ୍ର ଶାସନ ସଚିବ (ବୈଷୟିକ) ଡ. ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ବ୍ରହ୍ମପୁର ସିଡିଏମ୍‌ଓ ଡ. କାମେଶ୍ୱର ରାଓ, ଅତିରିକ୍ତ ନିର୍ଦ୍ଦେଶକ ଡ. ସୁଭାଶିଷ ମହାନ୍ତି, ଫୁଡ଼ ସେଫଟି ନିର୍ଦ୍ଦେଶକ ସଞ୍ଜୟ ରାୟ , ଓକାକ ଟେଲିକମ ଆଡଭାଇଜର ଉପସ୍ଥିତ ଥିଲେ ।

powered by social2s

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

Details
Odia Ray Admin
ଓଡିଶା
02 November 2026

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ର ୨ ଜଣ ସଦସ୍ୟ। କାଲିଠୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷାରେ ଯିବ କେନ୍ଦ୍ରୀୟ ଟିମ୍‌। ଗଞ୍ଜାମ ଓ ଗଜପତି ଜିଲ୍ଲା ପରିଦର୍ଶନ କରିବେ। ୮ ଜଣିଆ ଟିମ୍ ଅଲଗାଅଲଗା ହୋଇ ପରିଦର୍ଶନ କରିବେ। ସନ୍ଧ୍ୟାରେ ଟିମର ଅନ୍ୟ ସଦସ୍ୟ ପହଞ୍ଚିବା ନେଇ ମିଳିଛି ସୂଚନା।

powered by social2s

୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Details
Odia Ray Admin
ଓଡିଶା
02 November 2026

ଭୁବନେଶ୍ୱର : ବାତ୍ୟା ମୁରାସୁକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଭିତରେ ଥିଲେ କୂଳକୁ ଫେରିଆସିବାକୁ ନିର୍ଦେଶ ଦେଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ମୁରସୁ’। ଆଜି ରାତିରୁ ଆସନ୍ତାକାଲି ଭୋର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ନେଲୋର ଓ ନରସାପୁର ମଧ୍ୟରେ, ଓଙ୍ଗୋଲ ନିକଟରେ କରିବ ଲ୍ୟାଣ୍ଡଫଲ୍‌। ଆଜି ରାତି ୧୧ଟା ୩୦ରୁ ଭୋର ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି ରହିବ। ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି।

powered by social2s

More Articles ...

  1. ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  2. ୧୮ତମ ନିଯୁକ୍ତି ମେଳା - ୨୦୨୬ ରେ ୨,୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
  3. ସୁନିଶ୍ଚିତ ହେଉଛି ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷା
Page 17 of 2249
  • Start
  • Prev
  • 12
  • 13
  • 14
  • 15
  • 16
  • 17
  • 18
  • 19
  • 20
  • 21
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.