• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଅତି ଭୀଷଣ ବାତ୍ୟା ସମ୍ଭାବନା

Details
Odia Ray Admin
ଓଡିଶା
24 October 2026

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ପୂର୍ବକେନ୍ଦ୍ରୀୟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିବା ସୂଚନା। ଅକ୍ଟୋବର ୨୮ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ବିଶାଖାପଟନମ - ବାପଟଳା ମଧ୍ୟରେ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସର୍ବାଧିକ ପବନର ବେଗ ୧୧୫ରୁ ୧୨୫ କିମି ରହିବା ଆଶଙ୍କା କରାଯାଉଛି। ଝଟକା ପବନର ବେଗ ୧୪୦ କିମି ରହିପାରେ। ତେବେ ଏହା ଅତି ଭୀଷଣ ବାତ୍ୟା ହେବା ନେଇ ଆକଳନ କରାଯାଇଛି।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୭ରୁ ୩୦ ତାରିଖ ଯାଏଁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

powered by social2s

କଥକ ନୃତ୍ୟ ଓ ବେହେଲା ବାଦନ ସହ ଉଦ୍‌ଯାପିତ ହେଲା ୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ମହୋତ୍ସବ

Details
Odia Ray Admin
ଓଡିଶା
24 October 2026

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟର ଅନ୍ୟତମ ପ୍ରବାଦପୁରୁଷ ତଥା ତ୍ରିଧାରାର ପ୍ରତିଷ୍ଠାତା ଗୁରୁ ଦେବପ୍ରସାଦ ଦାସଙ୍କ ମହାନ କଳାସାଧନା ଓ ନୃତ୍ୟ ପରମ୍ପରାକୁ ଆଗେଇ ନେବାର ମହତ୍ ଉଦ୍ଦେଶ୍ୟରେ ଆୟୋଜିତ ୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ମହୋତ୍ସବ ଆଜି ଭବ୍ୟ ପରିବେଶରେ ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଗୁରୁ ଦେବପ୍ରସାଦ ଦାସଙ୍କ ଇଚ୍ଛା ଓ କଳାଦର୍ଶନକୁ ସମ୍ମାନ ଜଣାଇ ତ୍ରିଧାରା ଦୀର୍ଘ ତିନି ଦଶନ୍ଧି ଧରି ନୃତ୍ୟ ଶିକ୍ଷାଦାନ, ନୃତ୍ୟ ସଂରଚନା, ମହୋତ୍ସବ, ସେମିନାର ଓ କର୍ମଶାଳା ମାଧ୍ୟମରେ ଦେଶବିଦେଶରେ ଗୁରୁଶିଷ୍ୟ ପରମ୍ପରାର ପ୍ରଚାର ଓ ପ୍ରସାର କରିଆସୁଛି । ଏଥିସହ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ପାରମ୍ପରିକ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଉଛି । ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ଆସିକାର ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ଏକାମ୍ର-ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଶା ସରକାରଙ୍କ ପୂର୍ବତନ ରାଜସ୍ୱ ପରିଷଦର ସଦସ୍ୟ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ତ୍ରିଧାରାର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ଛତିଶଗଡ଼ର ବିଲାସପୁରର ବିଶିଷ୍ଟ କଥକ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ରାମଲାଲ ବରେଠଙ୍କୁ କଥକ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଏବଂ ଓଡ଼ିଶାର ଗଞ୍ଜାମର ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ଗୁରୁ ସିମାଞ୍ଚଳ ପାତ୍ରଙ୍କୁ ପ୍ରହଲ୍ଲାଦ ନାଟକ ପରମ୍ପରାର ସୁରକ୍ଷା ଓ ସମୃଦ୍ଧି ପାଇଁ ‘ଗୁରୁ ଦେବପ୍ରସାଦ ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ସେହିପରି ଭୁବନେଶ୍ୱରର ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହପ୍ରଭା ସାମନ୍ତରାୟଙ୍କୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ‘ଗୁରୁ ଦେବପ୍ରସାଦ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଥିଲା । ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବେଙ୍ଗାଲୁରୁର ଶ୍ରୀ ଗୁରୁ ରାଜୁଙ୍କୁ କୁଚିପୁଡ଼ି ନୃତ୍ୟ ପାଇଁ ଏବଂ କଟକର ସୁଶ୍ରୀ ମୋକ୍ଷଦା ତ୍ରିପାଠୀଙ୍କୁ ଓଡ଼ିଶୀ ନୃତ୍ୟ ପାଇଁ ‘ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶୀ ନୃତ୍ୟରେ ନିଜର ପ୍ରତିଭା ଓ ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା ପାଇଁ ଭୁବନେଶ୍ୱରର ସୁଶ୍ରୀ ଦିବ୍ୟଶ୍ରୀ କର ଏବଂ ପାରଳାଖେମୁଣ୍ଡିର ସୁଶ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀଙ୍କୁ ‘ଗୁରୁ ଦେବପ୍ରସାଦ ଶିଶୁ ପ୍ରତିଭା ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଥିଲା । ପୁରସ୍କାର ପ୍ରଦାନ ସମାରୋହ ପରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ଭୂପେନ୍ଦ୍ର ବରେଠଙ୍କ ଦ୍ୱାରା ଏକକ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । ତାଙ୍କର ଚମତ୍କାର ନୃତ୍ୟାଭିନୟ ଓ ଶୈଳୀ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ ଗ୍ରାମି ପୁରସ୍କାରପ୍ରାପ୍ତ ବିଶ୍ୱବିଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ଏଲ୍. ଶଙ୍କରଙ୍କ ବେହେଲା ବାଦନ ଶ୍ରୋତାମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା । ତାଙ୍କୁ ତବଲାରେ ସହଯୋଗ କରିଥିଲେ ପଣ୍ଡିତ ପ୍ରସନ୍ନଜିତ ପୋଦ୍ଦାର । ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାକୁ ଆହୁରି ମନୋମୁଗ୍ଧକର କରିଥିଲା । ସମଗ୍ର କାର୍ଯ୍ୟକ୍ରମର ସଂଯୋଜନାରେ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା, ଶ୍ରୀମତୀ ରୀନା ପଣ୍ଡା, ଶ୍ରୀ ଆଶୁତୋଷ ପଣ୍ଡା ଏବଂ ଶ୍ରୀ ପ୍ରଭୁତୋଷ ପଣ୍ଡା ସହଯୋଗ କରିଥିବା ବେଳେ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ । ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ସହ ଦେଶର ବିଭିନ୍ନ ଶାସ୍ତ୍ରୀୟ ଓ ପାରମ୍ପରିକ କଳାଧାରାକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାର ମହତ୍ ଉଦ୍ଦେଶ୍ୟକୁ ନେଇ ୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ମହୋତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା ।

powered by social2s

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ; ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ହେଲା ଶୁଭାରମ୍ଭ

Details
Odia Ray Admin
ଓଡିଶା
24 October 2026

ଭୁବନେଶ୍ୱର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି ହେବ । ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଆଜି ଭୁବନେଶ୍ୱରଠାରେ ଆୟୋଜିତ National Urban Conclave-2026ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ ୨୦୪୭' ଭିଜନ୍ ଓ 'ପୂର୍ବୋଦୟ' ନୀତି ପ୍ରେରଣାରେ ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ଗଢ଼ିଉଠିଛି। ୨୦୪୭ ସୁଦ୍ଧା ଦେଶର ସହରୀ ଜନସଂଖ୍ୟା ଗ୍ରାମୀଣ ଜନସଂଖ୍ୟାକୁ ଅତିକ୍ରମ କରୁଥିବାରୁ ସହରଗୁଡ଼ିକୁ ସମାବେଶୀ, ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ଓ ଆଧୁନିକ ସୁବିଧାସୁଯୋଗରେ ସମୃଦ୍ଧ କରିବା ସେ ଆହୁରି କହିଛନ୍ତି ଯେ, ସହରୀ ବିକାଶ ଓ ଅର୍ଥନୈତିକ ପ୍ରଗତିକୁ ଗତିଶୀଳ କରିବା ପାଇଁ ରାଜ୍ୟରେ ଶିଳ୍ପାୟନ, ବନ୍ଦରର ବିକାଶ, ପର୍ଯ୍ୟଟନ ଓ ସେବା କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିସାରିଥିବା ବେଳେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ସହ ୨୦୦ରୁ ଉର୍ଦ୍ଧ୍ୱ ଉଦ୍ୟୋଗର ଗ୍ରାଉଣ୍ଡିଂ ସମ୍ପନ୍ନ ହୋଇଛି। କେନ୍ଦ୍ର ସରକାର ଓ ନୀତି ଆୟୋଗଙ୍କ ମାର୍ଗଦର୍ଶନରେ 'ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍' (BKPPER) ପ୍ରତିଷ୍ଠା କରାଯାଉଛି। ଏହାସହ ଭୁବନେଶ୍ୱର ଓ କଟକର ସମ୍ପ୍ରସାରଣ କରି ନୂଆ ସାଟେଲାଇଟ୍ ଟାଉନ୍‌ସିପ୍ ଗଠନ କରାଯାଉଛି ଏବଂ ନୂତନ ଭାବେ ୨୮ଟି ଏନ୍.ଏ.ସି, ୭ଟି ମ୍ୟୁନିସିପାଲିଟି ଓ ଗୋଟିଏ ମ୍ୟୁନିସିପାଲ୍ କର୍ପୋରେସନ୍ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ଜନକଲ୍ୟାଣକାରୀ ସହରୀ ଯୋଜନାଗୁଡ଼ିକର ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ PMAY-Urban ଅଧୀନରେ ୧.୫୩ ଲକ୍ଷ ଆବାସ ନିର୍ମାଣ ହୋଇଥିବା ବେଳେ PMAY 2.0 ଅନ୍ତର୍ଗତ 'PMAY URBAN BANDHU' କାର୍ଯ୍ୟକ୍ରମ ପାଇଁ ଆଗାମୀ ୫ ବର୍ଷରେ ୧୬୧୫ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି, ଯେଉଁଥିରେ EWS ହିତାଧିକାରୀଙ୍କୁ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି'ରେ ୯୦ ପ୍ରତିଶତ ଛାଡ଼ ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭିତ୍ତିଭୂମି ପାଇଁ ୬୦୦୦ କୋଟି ଟଙ୍କା, ୧୧ଟି ସହରରେ ୨୪ ଘଣ୍ଟିଆ 'ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ଜଳଯୋଗାଣ ଏବଂ ୧୬୦୦ କୋଟି ଟଙ୍କାର 'ସ୍ୱଚ୍ଛ ଓଡ଼ିଶା ଯୋଜନା' କାର୍ଯ୍ୟକାରୀ ହେଉଛି। ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ 'ଗରିମା' ଯୋଜନା ଜରିଆରେ ସ୍ୱଚ୍ଛ ସାଥୀମାନଙ୍କୁ ଆଧୁନିକ ମେସିନ୍, ସୁରକ୍ଷା ସରଞ୍ଜାମ, ଜୀବନ ବୀମା ଓ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ 'ଚାଲିବାର ଅଧିକାର' (The right to walk) ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରୀ ପରିବହନରେ ସୁରକ୍ଷିତ ଫୁଟପାଥ୍, କ୍ରସିଂ ଓ ପବ୍ଲିକ ସ୍ପେସ୍ ପ୍ଲାନିଂର ମୁଖ୍ୟ ଅଂଶ ଅଟେ। ରାଜ୍ୟର CRUT ନେଟୱାର୍କ ୨୦୧୮ରେ ୨୦୦ଟି ବସରୁ ଆରମ୍ଭ ହୋଇ ଆଜି ୭୭୦ଟି ବସ୍ ସହ ୧୩୮ଟି ରୁଟ୍‌ରେ ୭ଟି ସହରକୁ ସଂଯୋଗ କରୁଛି, ଯେଉଁଥିରେ ଦୈନିକ ୩.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଆଜି PM E-BUS ସେବା ଅଧୀନରେ ୨୬ଟି ଇ-ବସ୍‌ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଅଧୀନରେ ଆହୁରି ୪୦୦ଟି ଇ-ବସ୍, ୧୦୦ଟି ମିଡି ଓ ୫୦ଟି ମିନି ଇ-ବସ୍ ଯୋଡ଼ିହେବ। ବର୍ତ୍ତମାନ CRUT ଜରିଆରେ ୭ଟି ସହରରେ ଆମ ବସ୍‌ ସେବା ଯୋଗାଇ ଦିଆଯାଉଛି । ନୂଆ ଇ-ବସ୍‌ ଆସିବା ପରେ ଆଉ ୯ଟି ସହରରେ ଇ-ବସ୍‌ ସେବା ପ୍ରଦାନ କରାଯିବ । ଏହି ସହର ଗୁଡ଼ିକ ହେଲା ବାରିପଦା, ଅନୁଗୋଳ, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ରାୟଗଡ଼ା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ସହରରେ ଇ-ବସ୍‌ ସେବା କାର୍ଯ୍ୟକାରୀ ହେବ । ଏହା ସହିତ 'ଓଡ଼ିଶା ୟାତ୍ରୀ ଆପ୍' ଜରିଆରେ ଡିଜିଟାଲ ଟିକେଟଙ୍ଗ୍ ସୁବିଧା ସହିତ ୯ ଲକ୍ଷରୁ ଉର୍ଦ୍ଧ୍ୱ ବସ୍ ଯାତ୍ରା ହୋଇଛି, ଯେଉଁଥିରେ ଚାଳକମାନେ ବିନା କମିଶନ୍‌ରେ ୧୦୦% ଭାଡ଼ା ପାଇ ୧୨ କୋଟି ଟଙ୍କାର ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ଅଙ୍କୁର ହ୍ୟାଣ୍ଡବୁକ୍' (Ankur Handbook) ଏବଂ 'ଟାଉନ୍ ପ୍ଲାନିଂ ହ୍ୟାଣ୍ଡବୁକ୍' (Town Planning Handbook) ର ଉନ୍ମୋଚନ କରିବା ସହ ନୂତନ ନଗର ଉନ୍ନୟନ ନୀତିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନାଗରିକଙ୍କ ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ପବିତ୍ର ଧାମ ପୁରୀରୁ ଆରମ୍ଭ ହୋଇଥିବା 'ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ପ୍ରକଳ୍ପ ଆଜି ସଫଳତାର ସହ ୧୧ଟି ସହରକୁ ସମ୍ପ୍ରସାରିତ ହୋଇଛି। ଏଥିସହିତ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ମିଶନକୁ ସୃଦୃଢ଼ ଓ ସୁଚାରୁ ରୂପେ ପରିଚାଳନା କରିବା ପାଇଁ 'ଜଳସାଥୀ'ମାନଙ୍କୁ ସାମିଲ କରାଯିବା ସହ, ଜଳର ଗୁଣବତ୍ତା ନିୟମିତ ପରୀକ୍ଷା ଓ ଅନୁଧ୍ୟାନ ପାଇଁ ଆଇ.ଆଇ.ଟି (IIT) ର ସହଯୋଗ ନିଆଯାଉଛି। ଏହି କନ୍‌କ୍ଲେଭ୍‌ରେ ନୀତି ଆୟୋଗର CEO ଶ୍ରୀ ଅନୁରାଗ ଜୈନ କହିଛନ୍ତି ଯେ, "୨୦୪୭ ମସିହା ସୁଦ୍ଧା ଭାରତର ୫୦ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବାସ କରିବେ ଏବଂ ଏହି ୫୦ ପ୍ରତିଶତ ଜନସଂଖ୍ୟା ଦେଶର ମୋଟ ଜି.ଡି.ପି. (GDP) ର ୭୫ ପ୍ରତିଶତ ଯୋଗଦାନ ଦେବେ," ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସହରୀକରଣ ସୁସଂଗଠିତ ଓ ଯୋଜନାବଦ୍ଧ ଉପାୟରେ ହେବା ଅତ୍ୟନ୍ତ ଜରୁରୀ। ସୁଚିନ୍ତିତ ଓ ଯୋଜନାବଦ୍ଧ ସହରୀକରଣ ଦେଶର ଅର୍ଥନୈତିକ ବିକାଶ ଓ ପ୍ରଗତିକୁ ଗତିଶୀଳ କରୁଥିବା ବେଳେ ଅସଂଯୋଜିତ ଓ ବିଶୃଙ୍ଖଳିତ ସହରୀକରଣ ବିଭିନ୍ନ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। କେନ୍ଦ୍ର ସରକାରଙ୍କ ସହରୀ ବିକାଶ ବିଭାଗ ସଚିବ ଶ୍ରୀ ସତେନ୍ଦ୍ର ପାଲ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କନ୍‌କ୍ଲେଭ୍‌ରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁ, ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଅଧିକାରୀ, ବିଶେଷଜ୍ଞ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

powered by social2s

ଓଡ଼ିଶାର ସାଂସ୍କୃତିକ ପୃଷ୍ଠଭୂମିକୁ ସମୃଦ୍ଧ କଲା ଶାସ୍ତ୍ରୀୟ ନୃତ୍ୟ ଓ ହୃଦୟସ୍ପର୍ଶୀ ଗଜଲର ଏକ ମନମୁଗ୍ଧକର ପରିବେଷଣ

Details
Odia Ray Admin
ଓଡିଶା
24 October 2026

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ‘ତ୍ରିଧାରା’ (Tridhara) ଦ୍ୱାରା ଆୟୋଜିତ ‘୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ୨୦୨୬’ର ଦ୍ୱିତୀୟ ସନ୍ଧ୍ୟା ଭାରତର ସମୃଦ୍ଧ କଳାତ୍ମକ ପରମ୍ପରାର ଏକ ଆକର୍ଷଣୀୟ ଉତ୍ସବ ଭାବେ ପରିଲକ୍ଷିତ ହେଲା । ଏହି ସନ୍ଧ୍ୟାରେ କୁଚିପୁଡ଼ି ନୃତ୍ୟର ସୌନ୍ଦର୍ଯ୍ୟ ଏବଂ ଗଜଲର ଚିରନ୍ତନ ଆକର୍ଷଣ ଏକତ୍ରିତ ହୋଇଥିଲା । ଏଥିରେ ବିଶିଷ୍ଟ ଯୁବ କୁଚିପୁଡ଼ି କଳାକାର ଶ୍ରୀ ଗୁରୁ ରାଜୁଙ୍କ ଏକ ମନମୁଗ୍ଧକର ଏକକ ନୃତ୍ୟ ପରିବେଷଣ ହୋଇଥିବା ବେଳେ, ତା’ ପରେ ପ୍ରସିଦ୍ଧ ଗଜଲ ଗାୟକ ପଣ୍ଡିତ ଚନ୍ଦନ ଦାସଙ୍କ ଦ୍ୱାରା ‘ଶାମ୍-ଏ-ଗଜଲ’ (Shaam-e-Ghazal) ଶୀର୍ଷକ ଏକ ହୃଦୟସ୍ପର୍ଶୀ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି ସନ୍ଧ୍ୟାରେ ଜଗସିଂହପୁରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୂ ପ୍ରସାଦ ତରାଇ; ଓଡ଼ିଶା ସରକାରଙ୍କ ରାଜସ୍ୱ ପରିଷଦର ପୂର୍ବତନ ସଦସ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ‘ତ୍ରିଧାରା’ର ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡା; ‘ତ୍ରିଧାରା’ର କାର୍ଯ୍ୟକାରୀ ସଭାପତି ଶ୍ରୀ ସିମାଞ୍ଚଳ ପଣ୍ଡା ଏବଂ ‘ତ୍ରିଧାରା’ର ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ । ସନ୍ଧ୍ୟାର ପ୍ରଥମ ପରିବେଷଣରେ ଶ୍ରୀ ଗୁରୁ ରାଜୁଙ୍କ ଏକକ ନୃତ୍ୟାଭିନୟ ମାଧ୍ୟମରେ କୁଚିପୁଡ଼ି ନୃତ୍ୟର ଅପୂର୍ବ ମହିମା ଓ ଶାସ୍ତ୍ରୀୟ ସୌନ୍ଦର୍ଯ୍ୟ ଜୀବନ୍ତ ହୋଇଉଠିଥିଲା । ଏହାର ଲାଳିତ୍ୟପୂର୍ଣ୍ଣ ଗତିବିଧି, ଭାବପୂର୍ଣ୍ଣ ଅଭିନୟ ଏବଂ ଜଟିଳ ତାଳଲୟର ଅନନ୍ୟ ସମନ୍ୱୟ ଭାରତୀୟ କଳା ପରମ୍ପରାର ଗଭୀରତାକୁ ମଞ୍ଚ ଉପରେ ସଜୀବ କରିଥିଲା । ନୃତ୍ୟ, ଅଭିନୟ ଓ ସଙ୍ଗୀତର ମନୋମୁଗ୍ଧକର ମିଶ୍ରଣ ଦର୍ଶକମାନଙ୍କୁ ଏକ ଅନନ୍ୟ କଳାତ୍ମକ ଅନୁଭୂତି ପ୍ରଦାନ କରିଥିଲା । ଏହାପରେ ପରିବେଷିତ ସଙ୍ଗୀତ କାର୍ଯ୍ୟକ୍ରମ ‘ଶାମ୍-ଏ-ଗଜଲ୍’ ଦର୍ଶକମାନଙ୍କୁ ଗଜଲ୍‌ର ଭାବବିହ୍ୱଳ ଓ ସୁରମୟ ଦୁନିଆକୁ ନେଇଯାଇଥିଲା । ପଣ୍ଡିତ ଚନ୍ଦନ ଦାସଙ୍କ ଦ୍ୱାରା ପରିବେଷିତ ଏହି ଗଜଲ୍ ସନ୍ଧ୍ୟାରେ କବିତାର ମାଧୁର୍ଯ୍ୟ, ଆତ୍ମାକୁ ଛୁଇଁଯିବା ଭଳି ସୁର ଏବଂ ହୃଦୟସ୍ପର୍ଶୀ ଭାବାବେଗର ଅପୂର୍ବ ସମାହାର ଦେଖିବାକୁ ମିଳିଥିଲା । ଭାବଗଭୀରତା ଓ ଚିରନ୍ତନ ଆକର୍ଷଣ ପାଇଁ ସୁପରିଚିତ ଏହି ସଙ୍ଗୀତ ଧାରା ଶ୍ରୋତାମାନଙ୍କୁ ଏକ ଅନ୍ତରଙ୍ଗ ଓ ମନମୁଗ୍ଧକର ସଙ୍ଗୀତମୟ ଅନୁଭୂତିରେ ବାନ୍ଧି ରଖିଥିଲା । ଏହି ମହୋତ୍ସବ ଭାରତର ବିଭିନ୍ନ ଶାସ୍ତ୍ରୀୟ ତଥା ସମସାମୟିକ ପରିବେଷଣ କଳା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ଯୋଗାଇ ଆସୁଛି। ଏହା ସାଂସ୍କୃତିକ ସଚେତନତା ବୃଦ୍ଧି କରିବା ସହ କଳାକାର ଏବଂ ଦର୍ଶକଙ୍କୁ ଏକତ୍ରିତ କରିବାରେ ସହାୟକ ହେଉଛି । ଏଭଳି ପ୍ରୟାସ ଓଡ଼ିଶାର ସାଂସ୍କୃତିକ ପରିବେଶକୁ ଅଧିକ ସମୃଦ୍ଧ କରୁଛି ଏବଂ ରାଜ୍ୟର ପରିଚୟକୁ ସୁଦୃଢ଼ କରୁଛି । ଓଡ଼ିଶା କେବଳ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ଐତିହ୍ୟ ପାଇଁ ନୁହେଁ, ବରଂ ଏହାର ଜୀବନ୍ତ କଳାତ୍ମକ ପରମ୍ପରା ପାଇଁ ମଧ୍ୟ ସୁପରିଚିତ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା, ଶ୍ରୀମତୀ ରିନା ପଣ୍ଡା, ଶ୍ରୀ ଆଶୁତୋଷ ପଣ୍ଡା ଏବଂ ଶ୍ରୀ ପ୍ରଭୁତୋଷ ପଣ୍ଡା । କାର୍ଯ୍ୟକ୍ରମଟିକୁ ପରିଚାଳନା (ଆଙ୍କରିଂ) କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।

powered by social2s

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
24 October 2026

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି, ଏଥର ମଧ୍ୟ ଆମ ଜିରୋ କାଜୁଆଲ୍‌ଟି ହାସଲ କରିବୁ । ଆଜି ଭୁବନେଶ୍ୱର ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବନ୍ୟା ଓ ବାତ୍ୟା ମୁକାବିଲାରେ ଆମର ପୂର୍ବରୁ ଅଭିଜ୍ଞତା ରହିଛି। ବାତ୍ୟା ଦାନା ଓ ମୋନ୍ଥା’ର ସଫଳ ମୁକାବିଲା କରାଯାଇଥିଲା । ଏହା ସହିତ ଅନେକ ବନ୍ୟା ପରିସ୍ଥିତିର ମୁକାବିଲା ମଧ୍ୟ କରାଯାଇଛି । ତେଣୁ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଜିରୋ କାଜୁଆଲ୍‌ଟି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍) ଛୁଇଁବ। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ପ୍ରାୟ ୮୦ ରୁ ୯୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଏହି ୫ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୨୮ ଓ ୨୯ ତାରିଖ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ସ୍କୁଲ କଲେଜ ଛୁଟି କରିବା ନେଇ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ । ସେ କହିଥିଲେ ଯେ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବିଶେଷକରି ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଓଡ୍ରାଫ୍, ଅଗ୍ନିଶମ ଏବଂ ଏନ୍.ଡି.ଆର୍.ଏଫ୍ ଟିମ୍ ନିୟୋଜିତ କରାଯାଇଛି । ପ୍ରାୟ ୬୦ଟି ଓଡ଼୍ରାଫ୍‌ ଟିମ୍ ଓ ୧୭ଟି NDRF ଟିମ୍‌ କୁ ନିୟୋଜିତ କରାଯାଇଛି । ୨୨୫ ଟି ଅଗ୍ନିଶମ ଦଳ ସଜାଗ ଅଛନ୍ତି ବୋଲି ଜଣାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି । ପ୍ରଭାବିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍, ଔଷଧ ଏବଂ ଚିକିତ୍ସା କିଟ୍ ଉପଲବ୍ଧ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରିସ୍ଥିତିରେ ତତକ୍ଷଣାତ୍ ରିଷ୍ଟୋରେସନ୍ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଶେଷକରି ରାସ୍ତାଘାଟରେ ପଡ଼ି ଅବରୋଧ ସୃଷ୍ଟି କରୁଥିବା ଗଛଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ବୋଲି ଜଣାଯାଇଛି । ଅମଳ ସମୟ ପାଖେଇ ଆସୁଥିବାରୁ, ଚାଷୀ ଭାଇମାନଙ୍କୁ ଆଗୁଆ ସତର୍କ କରି ଫସଲ କାଟି ସୁରକ୍ଷିତ କରି ରଖିବା ପାଇଁ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମନ୍ୱୟ ରକ୍ଷା କରି Whole of Government Approach ରେ ବାତ୍ୟା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅଗ୍ନିସେବା ଡିଜି, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଏସ.ଆର୍.ସି. ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

powered by social2s

ସ୍କ୍ରବ ଟାଇଫସରେ ଜଣେ ମୃତ

Details
Odia Ray Admin
ଓଡିଶା
24 October 2026

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଉଜଳପୁର ଗାଁରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଣେ ୬୫ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ସୂଚନା। କିଛି ଦିନ ପୂର୍ବରୁ ନିଜ ବିଲରୁ ଫେରିବା ପରେ ସେ ଅସୁସ୍ଥ ହୋଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି।

powered by social2s

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
23 October 2026

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ., ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର (SRC) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ର ବରିଷ୍ଠ ଅଧିକାରୀମାନେ ଓ ଉପସ୍ଥିତ ଥିଲେ। ପୋଲିସ ମହାନିର୍ଦ୍ଦେଶକ ,ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ଆଇନ ଓ ଶୃଙ୍ଖଳା (The Additional Director General of Police, Law & Order) ନିର୍ଦ୍ଦେଶକ, ଆଇଏମଡି (Director, IMD, Bhubaneswar) ,ଏହାସହ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ୨୪ ଅକ୍ଟୋବରରେ ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛିଏବଂ ୨୬ ଅକ୍ଟୋବର ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା (Cyclonic Storm)ରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି ଏହାପରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମୁହାଁ ହେବ | ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନଙ୍କୁ ଆକସ୍ମିକ ଯୋଜନା (Contingency Plans) ଏବଂ ସମସ୍ତ ବିଭାଗୀୟ ପ୍ରସ୍ତୁତି ସମ୍ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି। ବଡ଼ ବଡ଼ ଟ୍ରଲର୍ ଏବଂ ଜାହାଜର ମାଲିକମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ OSDMA ପକ୍ଷରୁ କୁହାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରସବ ସମୟ ନିକଟବର୍ତ୍ତୀ ହୋଇଥିବା (Expected Date of Delivery) ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା (Power Backup) ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆଶ୍ରୟସ୍ଥଳୀଗୁଡ଼ିକରେ ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ଜରୁରୀ ସ୍ୱାସ୍ଥ୍ୟ ପରାମର୍ଶର ବ୍ୟବସ୍ଥା କରିବାକୁ OSDMA ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର 'ଶୂନ୍ୟ କାଜୁଆଲ୍ଟି' (Zero Casualty) ନୀତିକୁ ଆପଣାଇ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଏକ ଡିପ୍ରେସନ୍ ଏବଂ ୨୫ ତାରିଖ ବେଳକୁ ଏହା ଏକ ଗଭୀର ଅବପାତ (Deep Depression) ତଥା ପରବର୍ତ୍ତୀ ଅବସ୍ଥାରେ ଏହା ଏକ ବାତ୍ୟା (Cyclonic Storm) ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ଏବଂ ୨୬, ୨୭ ଓ ୨୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖ ପାଇଁ ରେଡ୍ ଜୋନ୍: ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟାନ୍ୟ ଜିଲ୍ଲା: ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ବର୍ଷା ପାଇଁ ସତର୍କ ଜାରି କରାଯାଇଛି। ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଲୋକଙ୍କୁ କ୍ରମାଗତ ଭାବେ ସଚେତନ କରାଯାଉଛି। ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ସଚେତନ ରହି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଗୁଜବରୁ ଦୂରେଇ ରୁହନ୍ତୁ,କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ପ୍ରଶାସନ ତରଫରୁ କୁହାଯାଇଛି।

powered by social2s

More Articles ...

  1. ଚିତ୍ରଶିଳ୍ପୀ ଡ଼ ମୁରଲୀଧର ଟାଲିଙ୍କର ଜନ୍ମ ଜୟନ୍ତୀ ପାଳିତ
  2. ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍‌ର ଅଂଶଗ୍ରହଣ
  3. ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବରେ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌ର ମନମୁଗ୍ଧକର ନୃତ୍ୟ ପରିବେଷଣ
Page 24 of 2249
  • Start
  • Prev
  • 19
  • 20
  • 21
  • 22
  • 23
  • 24
  • 25
  • 26
  • 27
  • 28
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.