ନଭେମ୍ବର ୧୮ ରୁ ବିଧାନସଭା ଅଧିବେଶନ
ଭୁବନେଶ୍ୱର : ସପ୍ତଦଶ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ୧୮-୧୧-୨୦୨୬ ତାରିଖ ଠାରୁ ଆରମ୍ବ ହୋଇ ୩୧-୧୨-୨୦୨୬ ପର୍ଯ୍ୟନ୍ତ ଚାଲିବ l ଏଥିରେ ୩୩ ଟି କାର୍ଯ୍ୟଦିବସ ରହିବ। ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି l
ଭୁବନେଶ୍ୱର : ସପ୍ତଦଶ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ୧୮-୧୧-୨୦୨୬ ତାରିଖ ଠାରୁ ଆରମ୍ବ ହୋଇ ୩୧-୧୨-୨୦୨୬ ପର୍ଯ୍ୟନ୍ତ ଚାଲିବ l ଏଥିରେ ୩୩ ଟି କାର୍ଯ୍ୟଦିବସ ରହିବ। ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି l
ଭୁବନେଶ୍ୱର : ବର୍ଷା ଓ ପବନରେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭାଙ୍ଗିଲା ୮୦ ଫୁଟ୍ ବିଶାଳ ଲକ୍ଷ୍ମୀପୂଜା ତୋରଣ ଓ ମଣ୍ଡପ। ଆନ୍ଧ୍ର ପ୍ରଦେଶରେ ବାତ୍ୟା ଲ୍ୟାଣ୍ଡଫଳ ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଭୁସୁଡ଼ିଲା ତୋରଣ ଓ ମଣ୍ଡପ। ଏଥିରେ କେହି ଆହତ ହୋଇନାହାନ୍ତି। ତିନି ଦିନ ପୂର୍ବରୁ ଏହି ମଣ୍ଡପରେ ଧୁମଧାମରେ ପାଳନ ହେଉଥିଲା ଲଷ୍ମୀପୂଜା।
ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ମୁକାବିଲା ନେଇ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଦେଇଥିବା ସୂଚନା ଅନୁଯାୟୀ, ୮ ଜିଲ୍ଲାର ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା ଥିଲା। ବର୍ଷା ବଢ଼ିଲେ ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ୨୨୦୦ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛୁ। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।କାଁ ଭାଁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଦ୍ବାର ସ୍ଥିତି ସ୍ବାଭାବିକ କରାଯାଇଛି।
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବାଲିଗହିରି ସ୍ଥିତ ଏକ ପେଟ୍ରୋଲ ପମ୍ପରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଫାଟିଲା ପେଟ୍ରୋଲ ପମ୍ପ ପାଖରେ ଥିବା ତେଲ ଟାଙ୍କି। ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। କେମିତି ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିଲା ଜଣାପଡ଼ିନାହିଁ।
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ସହ ଫସଲ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଦିନ ଭୁବନେଶ୍ୱର ଲୋକଭବନଠାରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସହ ଆଲୋଚନା କରି ରାଜ୍ୟପାଳ ବାତ୍ୟାର ସ୍ଥିତି ଓ ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ପାଟିଲ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଗଜପତି, ମାଲକାନଗିରି ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ବିଷୟରେ ଶ୍ରୀ ପାଟିଲ ସୂଚନା ଦେଇଥିଲେ। ଯଦିଓ ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁନାହିଁ, ତଥାପି ପ୍ରବଳ ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ୍ ଟିମ୍ଗୁଡ଼ିକୁ ମୁତୟନ କରାଯାଇଥିବା ସହ ସେମାନଙ୍କୁ ସଜାଗ ରଖାଯାଇଛି। ଏଥିସହ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ସମ୍ପର୍କରେ ଶ୍ରୀ ପାଟିଲ ରାଜ୍ୟପାଳଙ୍କୁ ଜଣାଇଥିଲେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ଏବଂ ମିଳିତ ଜାତିସଂଘ ଓ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଦ୍ୱାରା ଏକ ଆଦର୍ଶ ରାଜ୍ୟ ଭାବେ ଏହାର ସ୍ୱୀକୃତି ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ୱୟ ଓ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ମୁକାବିଲା ସମୟରେ ଲୋକଙ୍କ ଜୀବନ ସୁରକ୍ଷା, ଫସଲର ସୁରକ୍ଷା ଏବଂ ଧନସମ୍ପତ୍ତିର କ୍ଷୟକ୍ଷତିକୁ ହ୍ରାସ କରିବାକୁ ସର୍ବାଧିକ ପ୍ରାଥମିକତା ଦେବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।
ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଗଜପତିରେ ସର୍ବାଧିକ ୨୪୯.୯ ମିମି ବର୍ଷା ରେକର୍ଡ କରାଯାଇଛି। କୋରାପୁଟରେ ୧୮୮ ମିମି, ଗଞ୍ଜାମରେ ୧୬୦ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୨୩ଟି ସ୍ଥାନରେ ପ୍ରବଳ, ୧୧ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଛି। ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ ହୋଇଛି। କାଲିଠୁ ବର୍ଷା ପରିମାଣ କମିବ। ଦକ୍ଷିଣ ଓ ଉପକୂଳରେ ବର୍ଷା କମିଯିବ। କାଲି ଉତ୍ତର ଓଡ଼ିଶାର ୧/୨ଟି ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଟିଆର ସାମଗ୍ରିକ ବିକାଶ ସମ୍ପର୍କରେ ବିସ୍ତୃତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ମନ୍ତ୍ରୀ କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ଗୁରୁତ୍ୱାରୋପ କରି କୋଟିଆର ଜନସାଧାରଣଙ୍କ ପ୍ରତିଟି ସ୍ବାର୍ଥ ରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା , ଅଛି ଏବଂ ରହିବ। ସୁତରାଂ ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ଅବମାନନା କରି କୋଟିଆରେ ନିର୍ବାଚନ କରାଇବା ପରିକା କାର୍ଯ୍ୟରୁ ଅନ୍ୟ ରାଜ୍ୟ କ୍ଷାନ୍ତ ରହିବା ଉଚିତ୍। ଓଡ଼ିଶାର ଅସ୍ମିତା ତଥା ଅଭିମାନ କୋଟିଆ ଗ୍ରାମପୁଞ୍ଜର ସ୍ବାର୍ଥ ରକ୍ଷା ନିମନ୍ତେ ଏବଂ କୋଟିଆର ଜନସାଧାରଣଙ୍କ ପ୍ରତ୍ୟେକ ଦାବୀକୁ ଯଥାର୍ଥ ପୂରଣ କରିବା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବୈଠକରେ କୋଟିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଗତ ଦୁଇ ବର୍ଷରେ କୋଟିଆର ବିକାଶ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ଦୁଇ ବର୍ଷ ଭିତରେ କୋଟିଆର ସ୍ୱତନ୍ତ୍ର ବିକାଶ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମାନ୍ୟବର ରାଜସ୍ଵ ମନ୍ତ୍ରୀ କହିଲେ ଯେ,ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ଆବାସ ଯୋଜନାରେ ୯୨୧ ବାସଗୃହ ପ୍ରଦାନ କରାଯାଇଥିଲା ବେଳେ ବେଳେ ୬୪୧ ଘର କାମ ଇତିମଧ୍ୟରେ ଶେଷ ହୋଇଛି। କୋଟିଆରେ ୨୦୭୦ ରାସନ କାର୍ଡ ବଣ୍ଟନ ହୋଇଥିବା ବେଳେ ମନେରେଗା ଏଵଂ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ ତୃଣମୂଳ ସ୍ତରରେ ପଂହଁଚିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୪୧ କୋଟି ଟଙ୍କା ଖର୍ଚ୍ଚ ହୋଇ ୪୧ କିମି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ସ୍ୱାସ୍ଥ୍ୟ ବିଭାଗରେ ଉଲ୍ଲେଖନୀୟ ଭାବେ OPD ରୋଗୀ ସଂଖ୍ୟା ବୃଦ୍ଧି ହୋଇ କେବଳ ୨୦୨୫-୨୬ ବର୍ଷରେ ୧୧୮୬୨ରେ ପହଞ୍ଚିଛି । 140 ଟି ସଫଳ ପ୍ରସବ ହୋଇ ଶିଶୁ ଜନ୍ମ ସହ ମାତୃ ମୃତ୍ୟୁ ହାର ସମଗ୍ର କୋଟିଆରେ ସମ୍ପୂର୍ଣ୍ଣ ଶୂନ ରହିଛି। ୧୮ ଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ସୁନିଶ୍ଚିତ କରାଯାଇଛି। ୧୯ ଟି ସ୍କୁଲ, ୨ ଟି ଆଦର୍ଶ ବିଦ୍ୟାଳୟ, ୧୯୩୯ ଛାତ୍ର ଏଵଂ ସଫଳ ରେଜଲ୍ଟ କୋଟିଆର ଉନ୍ନତ ଶିକ୍ଷା ବ୍ୟବସ୍ଥାର ପରିଚାୟକ ସାଜିଛି। ୭.୧୯କୋଟି ଟଙ୍କାର ସୋଲାର ବିଦ୍ୟୁତ୍ ପ୍ଲାନର ବ୍ୟବସ୍ଥା ମଧ୍ୟ ହୋଇଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଗକୁ ବଢୁଛି । ଆଗାମୀ ଦିନରେ ସମସ୍ତ ଘରମାନଙ୍କରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ରାଶି ପ୍ରଦାନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। କୋଟିଆର ୨୧ଟି ଗାଁ ରେ ୧୦୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏଵଂ ୯୦୯ ଲକ୍ଷ ପତି ଦିଦି ମହିଳା ସଶକ୍ତିକରଣର ସଫଳ ଉଦାହରଣ ସାଜିଛି। ୧୦୯୮ ଜଣ ହିତାଧିକରୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ପାଇପ ପାଣି, ନଳକୂପ ବ୍ୟବସ୍ଥା ହୋଇଛି। ଦେଓମାଳୀରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ ଟୁରିଜିମ ହବ୍ ପ୍ରକଳ୍ପ ଅଧୀନରେ ୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଟିଆ ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ପୁରୀ ଚଳିତ ବର୍ଷ ଘୋଷଯାତ୍ରାର ଦର୍ପଦଳନ ରଥର ଏକ ପବିତ୍ର ଚକ ମଧ୍ଯ ସ୍ଥାପନା କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ୨୪୯୯ଟି ପଟ୍ଟାରେ ୩୨୩୯ ଏକର ଜମି ବନ୍ଦୋବସ୍ତ ହୋଇଛି । ସିଏମ୍ କିଷାନ୍ ଅଧିନରେ ୬୯୩ ଏଵଂ ପିଏମ୍ କିଷାନ୍ ଅଧୀନରେ ୨୦୪ ଜଣ ହିତାଧିକାରୀ ଅର୍ଥରାଶି ପାଇଛନ୍ତି। କୋଟିଆରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଆଦିର ବିକାଶ ସହ ଆର୍ଥିକ ଦୃଷ୍ଟିରୁ ଜନସାଧାରଣଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ରାଜ୍ୟସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କୋଟିଆରେ ସାମାଜିକ ଏଵଂ ସାଂସ୍କୃତିକ ସମୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି। କୋଟିଆ ବିକାଶ ପାଇଁ ଆଗାମୀ ଦିନର ସ୍ଥାନୀୟ ବାସିନ୍ଦାଙ୍କୁ ନେ଼ଇ ସହଭାଗିତା କମିଟି ଗଠନ କରାଯାଇ କୋଟିଆବାସୀଙ୍କ ସମସ୍ତ ଦାବିକୁ ବିଚରା କରାଯାଇ ପୂରଣ କରାଯିବାକୁ ବୈଠକରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି। ବୈଠକରେ ଆଭାସୀ ମାଧ୍ୟମରେ କୋରାପୁଟରୁ ମନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ , କୋରାପୁଟ୍ ବିଧାୟକ ଶ୍ରୀ ରଘୁରାମ ମାଛ ଯୋଗ ଦେଇଥିଲା ବେଳେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଏଵଂ ବିଭିନ୍ନ ବିଭାଗର ସଚିବବୃନ୍ଦ ଉପସ୍ଥିତି ଥିଲେ। ଦକ୍ଷିଣାଞ୍ଚଳ ଆରଡିସି,କୋରାପୁଟ ଜିଲ୍ଲାପାଳ, ଏସପି ଏଵଂ ବଶିଷ୍ଠ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।