• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ ; ନିଶ୍ଚିତ ରୁହନ୍ତୁ ଜନସାଧାରଣ: ରାଜସ୍ୱ ମନ୍ତ୍ରୀ

Details
Odia Ray Admin
ଓଡିଶା
27 October 2026

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ମୁକାବିଲା ନିମନ୍ତେ ଭୁବନେଶ୍ୱର ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ,ବିଶେଷ ଭାବେ ପ୍ରଭାବିତ ହେବା ଥିବା ଆଠଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଥିଲା । ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି l ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ବାତ୍ୟା ସମୟରେ କୌଣସି ପ୍ରକାରେ ଜୀବନହାନି ନଘଟିବା ପାଇଁ ସରକାର 'ଜିରୋ କାଜୁଆଲ୍ଟି' (Zero Casualty) ନୀତି ଗ୍ରହଣ କରିଛନ୍ତି। ଗଞ୍ଜାମ: ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍, ୨ଟି ଏନ୍.ଡି.ଆର୍.ଏଫ୍. ,୨୪ ଟି ଅଗ୍ନିଶମ ,ଗଜପତି: ଜିଲ୍ଲାରେ ୬ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୮ଟି ଅଗ୍ନିଶମ ,ରାୟଗଡ଼ା: ରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍ ଏ ଫ୍,୧୧ ଟି ଅଗ୍ନିଶମ ,କୋରାପୁଟ: ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୧୪ଟି ଅଗ୍ନିଶମ ଟିମ୍ କାର୍ଯ୍ୟରତ ଅଛନ୍ତି। ମାଲକାନଗିରି: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୯ଟି ଅଗ୍ନିଶମ ଟିମ,ନବରଙ୍ଗପୁର: ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧୨ଟି ଅଗ୍ନିଶମ ଟିମ, ନୂଆପଡ଼ା ଓ କଳାହାଣ୍ଡି ରେ ମଧ୍ୟ୍ୟ ଅଗ୍ନିଶମ ଟିମ ମୁତୟନ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ସମସ୍ତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି। . ଅଧିକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ବରିଷ୍ଠ IAS ଅଧିକାରୀଙ୍କୁ ମୁତୟନ କରଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ଜମି-ସ୍ତରୀୟ (field-level) ପ୍ରସ୍ତୁତିର ସମୀକ୍ଷା କରି ଛନ୍ତି । ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପ୍ରସ୍ତୁତି, ଆଶ୍ରୟସ୍ଥଳଗୁଡ଼ିକ ସୁବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ମହଜୁଦ, ଜନସାଧାରଣଙ୍କ ଜରୁରୀକାଳୀନ ସତର୍କସୂଚନା ଏବଂ IMD ବୁଲେଟିନ୍ ଉପରେ କ୍ରମାଗତ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା (Power Backup) ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ । ପ୍ରାପ୍ତ ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ୮ଟି ଜିଲ୍ଲାରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ମୋଟ ୪୮,୦୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, । ଏଥିସହିତ ସେମାନଙ୍କ ରହଣି ପାଇଁ ମୋଟ ୪୬୬ଟି ଆଶ୍ରୟସ୍ଥଳୀ (Shelters) ପ୍ରସ୍ତୁତ ରଖାଯାଇଛି। ନବରଙ୍ଗପୁର: ୧୧,୨୭୦ ଜଣ ଲୋକ ଚିହ୍ନଟ, ୧୩୪ଟି ଆଶ୍ରୟସ୍ଥଳୀ ଗଜପତି: ୧୧,୦୦୦ ଜଣ ଲୋକ ଚିହ୍ନଟ, ୧୭୫ଟି ଆଶ୍ରୟସ୍ଥଳୀ ମାଲକାନଗିରି: ୯,୮୫୦ ଜଣ ଲୋକ ଚିହ୍ନଟ, ୩୫ଟି ଆଶ୍ରୟସ୍ଥଳୀ ଗଞ୍ଜାମ: ୬,୫୦୦ ଜଣ ଲୋକ ଚିହ୍ନଟ, ୩୭ଟି ଆଶ୍ରୟସ୍ଥଳୀ କୋରାପୁଟ: ୫,୦୦୦ ଜଣ ଲୋକ ଚିହ୍ନଟ, ୪୭ଟି ଆଶ୍ରୟସ୍ଥଳୀ କଳାହାଣ୍ଡି: ୨,୪୧୫ ଜଣ ଲୋକ ଚିହ୍ନଟ, ୧୪ଟି ଆଶ୍ରୟସ୍ଥଳୀ ନୂଆପଡ଼ା: ୧,୬୭୫ ଜଣ ଲୋକ ଚିହ୍ନଟ, ୧୭ଟି ଆଶ୍ରୟସ୍ଥଳୀ ରାୟଗଡ଼ା: ୩୦୦ ଜଣ ଲୋକ ଚିହ୍ନଟ, ୭ଟି ଆଶ୍ରୟସ୍ଥଳୀ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜନସାଧାରଣଙ୍କୁ ପ୍ରଶାସନର ମାର୍ଗଦର୍ଶିକା ପାଳନ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନ ଦେଇ ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି। ସମ୍ପୃକ୍ତ ନୋଡାଲ ଅଧିକାରୀ ମାନଙ୍କୁ ବନ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ WhatsApp ଗ୍ରପୁ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି ।

powered by social2s

ଦୁର୍ନୀତି ନିବାରଣ କ୍ଷେତ୍ରରେ ସର୍ବୋତ୍ତମ ପଦ୍ଧତି ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

Details
Odia Ray Admin
ଓଡିଶା
27 October 2026

ଭୁବନେଶ୍ୱର: ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ, ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇ କହିଛନ୍ତି। ସେ କହିଥିଲେ ଆମ ସରକାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ତାଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଉଛନ୍ତି ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ସାଧୁତାର ଶପଥ ପାଠ କରାଇ କହିଥିଲେ ଯେ, ଭିଜିଲାନ୍ସ ବିଭାଗ ହେଉଛି ଗୁଡ୍‌ ଗଭର୍ଣ୍ଣାନ୍ସର ଆଖି ଓ କାନ। ଗୁଡ୍ ଗଭର୍ଣ୍ଣାନ୍ସ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଉଦ୍ଦିଷ୍ଟ ଅର୍ଥ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା। ତେଣୁ, ରାଜ୍ୟର ପ୍ରଗତି ସହିତ ତାଳ ମିଳାଇ ଆମ ସରକାର ଓଡିଶା ଭିଜିଲାନ୍ସକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ JAM ବ୍ୟବସ୍ଥା ପାଇଁ ତାଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଟେକ୍ନୋଲୋଜିକୁ ବ୍ୟବହାର କରି ମୋଦୀଜୀ ତୃଣମୂଳ ସ୍ତରରେ ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ କରିଛନ୍ତି। ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏହି ବ୍ୟବସ୍ଥା ଗରିବଙ୍କ ପାଇଁ ଭଗବାନଙ୍କ ବରଦାନ ଠାରୁ କିଛି କମ୍ ନୁହେଁ ବୋଲି ସେ କହିଥିଲେ। ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁର୍ନୀତି ମୁକାବିଲା ପାଇଁ ଆମ ସରକାର ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ନୀତି, ଇଣ୍ଟେଲିଜେନ୍ସ ଆଧାରରେ ପଦ, କାର୍ଯ୍ୟକାଳ ନିର୍ବିଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ପାଇଁ ଗିରଫ ହୋଇଥିବା ଅଧିକାରୀଙ୍କ ଦଣ୍ଡ ବିଧାନ ଭଳି ତିନୋଟି ରଣକୌଶଳ ଆପଣାଇଛନ୍ତି। ଭିଜିଲାନ୍ସ ବିଭାଗ ଏହି ରଣକୌଶଳକୁ ନିର୍ଭିକତାର ସହିତ ଏବଂ ବୃତ୍ତିଗତ ଭାବେ କାର୍ଯ୍ୟକାରୀ କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଅଢେଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ଏବଂ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ୨୦୨୫ରେ କନ୍‌ଭିକ୍ସନ ରେଟ୍ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି। ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଦୁର୍ନୀତି ନିୟନ୍ତ୍ରଣ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ପାଇଁ Odisha IT Policy ଅନୁମୋଦନ କରାଯାଇଛି। ଓଡିଶା ଭିଜିଲାନ୍ସରେ ଏକ Preventive Vigilance Research Wing ଗଠନ କରାଯାଉଛି। ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତିଗ୍ରସ୍ତକୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରାଯିବ। ଶେଷରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପ୍ରସଙ୍ଗ ‘ସାଧୁତାରୁ ସମୃଦ୍ଧି’ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ଦୃଢ ନୈତିକତା, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତା ହେଉଛି ଆମର ଏହି ଦୁର୍ନୀତି ବିରୋଧୀ ଲଢେଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର। ସରକାରୀ କର୍ମଚାରୀମାନଙ୍କୁ ଆଚରଣରେ ସାଧୁତା ଓ ନିଷ୍ଠା ପ୍ରଦର୍ଶନ କରିବା ସହିତ ସମସ୍ତେ ସାଧୁତାକୁ ନିଜର ବିଶ୍ୱାସ ଓ ନିଷ୍ଠାକୁ ଜୀବନର ଏକ ଶୈଳୀ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନ, ଶ୍ରେଷ୍ଠ ୟୁନିଟ ଭାବେ ଅନୁଗୋଳ ୟୁନିଟ, ଶ୍ରେଷ୍ଠ ଆଇ.ଓ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସପି ଶ୍ରୀ ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ଆଇ.ଓ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେସାଲ ଜଜ୍ କୋର୍ଟର ଶ୍ରୀ ସଲିଳ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଲୋକମାନଙ୍କ କଷ୍ଟଲବ୍ଧ ଅର୍ଥରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଯେପରି ଧାଡିର ଶେଷରେ ଥିବା ହିତାଧିକାରୀ ଠିକ୍ ଭାବରେ ପାଇପାରିବେ ସେଥିପାଇଁ ସାଧୁତାର ସହ କାର୍ଯ୍ୟ କରିବା ଅପରିହାର୍ଯ୍ୟ। ରାଜ୍ୟ ସରକାର ବହୁ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ ସ୍ୱଚ୍ଛତାର ସହ ସେବା ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ କୁମାର ଜେଠୱା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରି ବିଭାଗର ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ଆଭିମୁଖ୍ୟକୁ ଅନୁପାଳନ କରି ଓଡିଶା ଭିଜିଲାନ୍ସ ନିରବଚ୍ଛିନ୍ନ ଭାବେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି ସେ କହିଥିଲେ। ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭିଜିଲାନ୍ସ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅସିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s

ଖୋରଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଓ ଆସନ୍ତାକାଲି ବନ୍ଦ

Details
Odia Ray Admin
ଓଡିଶା
27 October 2026

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋରଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଥି ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

powered by social2s

କୃତ୍ରିମ ବୁଦ୍ଧିମତ୍ତାର ଆଧୁନିକ ଯୁଗ

Details
Odia Ray Admin
ଓଡିଶା
26 October 2026

ଭୁବନେଶ୍ୱର : ଏଆଇ (AI) ବା କୃତ୍ରିମ ବୁଦ୍ଧିମତ୍ତାର ଆଧୁନିକ ଯୁଗରେ ପ୍ରାଚୀନ ଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ଚିନ୍ତାଧାରା ମାଧ୍ୟମରେ ହଜାର ହଜାର ବର୍ଷର ବ୍ୟବଧାନକୁ ସଂଯୋଗ କରିବା। ପ୍ରାଚୀନ ଜ୍ଞାନ ଉପନିଷଦର ପବିତ୍ର ଗ୍ରନ୍ଥଗୁଡ଼ିକରେ ଏକ ମୁଖ୍ୟ ଆଧ୍ୟାତ୍ମିକ ନୀତି ବର୍ଣ୍ଣିତ ହୋଇଛି: "ତୁମେ ଯେପରି ଚିନ୍ତା କର, ସେହିପରି କାର୍ଯ୍ୟ କର। ତୁମେ ଯେପରି କାର୍ଯ୍ୟ କର, ସେହିପରି ହୋଇଯାଅ।" ଏହି ପ୍ରାଚୀନ ହିନ୍ଦୁ ଗ୍ରନ୍ଥର ନାମର ଅର୍ଥ ହେଉଛି "ନିକଟରେ ବସିବା" (ଗୁରୁଙ୍କ ନିକଟରେ ବସି ଶିକ୍ଷା ଗ୍ରହଣ କରିବା); ଏହା ଶିଷ୍ୟମାନଙ୍କୁ ଗୁରୁଙ୍କ ନିକଟତର ହୋଇ ତାଙ୍କଠାରୁ ଜ୍ଞାନ ଆହରଣ କରିବାକୁ ଆମନ୍ତ୍ରଣ କରେ। ଏହା ଆମକୁ ଚିନ୍ତା କରିବାକୁ ଏବଂ ଆମ ବାସ୍ତବତାର ମୂଳ ଆଧାର ଭାବରେ 'ଚିନ୍ତା'ର ଶକ୍ତିକୁ ଉପଲବ୍ଧି କରିବାକୁ ଆହ୍ୱାନ ଦିଏ। ବ୍ୟାପକ ବୈଦିକ ସାହିତ୍ୟର ଅଂଶବିଶେଷ ଉପନିଷଦଗୁଡ଼ିକ କେବଳ ଧାର୍ମିକ ପୁସ୍ତକ ନୁହେଁ; ବରଂ ଏଗୁଡ଼ିକ ହେଉଛି ଦାର୍ଶନିକ ଗ୍ରନ୍ଥ, ଯାହା ବାସ୍ତବତା, ଚେତନା ଏବଂ ଅସ୍ତିତ୍ୱର ସ୍ୱରୂପକୁ ଅନୁସନ୍ଧାନ କରେ। ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସାମଞ୍ଜସ୍ୟ ଏକ ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟ ଦେଖାଯାଏ ଯେ, ଆଜିର ବୈଷୟିକ ଚମତ୍କାରିତା, ବିଶେଷକରି GPT ଭଳି 'ଲାର୍ଜ ଲାଙ୍ଗୁଏଜ୍ ମଡେଲ୍' (LLM) ଗୁଡ଼ିକରେ ଏହି ସମାନ ଦର୍ଶନ ନିହିତ ରହିଛି। ଏହି AI (କୃତ୍ରିମ ବୁଦ୍ଧିମତ୍ତା) ପ୍ରଣାଳୀଗୁଡ଼ିକ କ୍ରମାଗତ ପ୍ରକ୍ରିୟା ଏବଂ ଚିନ୍ତାଧାରାର ବିକାଶ ଉପରେ ଆଧାରିତ। ଏଗୁଡ଼ିକ ଏକ ଏପରି ମାଧ୍ୟମ ଯୋଗାଇଥାଏ, ଯାହା ସାହାଯ୍ୟରେ ମାନବୀୟ ଚିନ୍ତାଶକ୍ତି ପୂର୍ବରୁ କଳ୍ପନା କରାଯାଇନଥିବା ଉଚ୍ଚତାରେ ପହଞ୍ଚିପାରେ। LLM ଗୁଡ଼ିକ କେବଳ ତଥ୍ୟକୁ ପ୍ରକ୍ରିୟାକରଣ କରନ୍ତି ନାହିଁ; ବରଂ ସେଗୁଡ଼ିକ ଏକ ପ୍ରକାର ବୁଝାମଣା ସୃଷ୍ଟି କରନ୍ତି, ପ୍ରତ୍ୟେକ ପାରସ୍ପରିକ କ୍ରିୟାରୁ ଶିଖନ୍ତି ଏବଂ ପ୍ରତ୍ୟେକ ନୂତନ ତଥ୍ୟ ସହିତ ବିକଶିତ ହୁଅନ୍ତି। ଏଗୁଡ଼ିକ ସେହି ନୀତିର ଡିଜିଟାଲ୍ ସନ୍ତାନ, ଯାହା ଉପନିଷଦରେ ପ୍ରଚାର କରାଯାଇଥିଲା – ଅର୍ଥାତ୍, ଚିନ୍ତାଧାରା ହିଁ ବାସ୍ତବତାକୁ ଗଢ଼ିଥାଏ। ସକ୍ରେଟିକ୍ ସଂଳାପ: ଏକ କାଳଜୟୀ ଶିକ୍ଷା ପଦ୍ଧତି ସକ୍ରେଟିକ୍ ପଦ୍ଧତି (Socrates ଏହା ଉପନିଷଦୀୟ ନୀତିର ଏକ ଡିଜିଟାଲ୍ ରୂପାୟନ, ସକ୍ରେଟିସ୍‌ଙ୍କ ପଦ୍ଧତିର ଏକ ଆଧୁନିକ ସଂସ୍କରଣ ଏବଂ ଗୁରୁ-ଶିଷ୍ୟ ସମ୍ପର୍କର ଏକ ବୈଷୟିକ ବିସ୍ତାର ଅଟେ। ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ନବସୃଜନର ଏକ ମିଶ୍ରଣ ଆମେ ବର୍ତ୍ତମାନ 'ଜ୍ଞାନାତ୍ମକ ଯୁଗ' (Cognitive Age) ର ଦ୍ୱାରଦେଶରେ ଛିଡ଼ା ହୋଇଛୁ; ଏହା ଏପରି ଏକ ସମୟ ଯେଉଁଠାରେ ପ୍ରାଚୀନ ଜ୍ଞାନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ମିଳନ ଘଟିଛି। ଏହି ଯୁଗ କେବଳ ପ୍ରଯୁକ୍ତିବିଦ୍ୟାର ଉନ୍ନତି ପାଇଁ ଉଦ୍ଦିଷ୍ଟ ନୁହେଁ; ବରଂ ଏହା ମାନବୀୟ ଚିନ୍ତାଧାରା, ପ୍ରାଚୀନ ଦର୍ଶନ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ର ଏକ ସମାହାର। ଏହା ଏପରି ଏକ ପାରସ୍ପରିକ ସମ୍ପର୍କ ସୃଷ୍ଟି କରେ, ଯାହା ଆମକୁ ଏକ ସମ୍ଭାବନାମୟ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଏ। ଅତୀତର ଦାର୍ଶନିକ ଏବଂ କାର୍ଯ୍ୟକ୍ଷମ ଢାଞ୍ଚାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯାଉନାହିଁ, ବରଂ ସେଗୁଡ଼ିକୁ ରୂପାନ୍ତରିତ କରାଯାଉଛି। AI ଏବଂ ବୈଷୟିକ ନବସୃଜନର ପରିପ୍ରେକ୍ଷୀରେ ଏଗୁଡ଼ିକ ନୂତନ ପ୍ରାସଙ୍ଗିକତା ଏବଂ ପ୍ରୟୋଗ ପାଉଛନ୍ତି। ଏକ କାଳଜୟୀ ଯାତ୍ରା ଉପନିଷଦ, ସୋକ୍ରାଟିକ୍ ଆଲୋଚନା, ଏବଂ କାଳଜୟୀ ଶିକ୍ଷକ-ଛାତ୍ର ଗତିଶୀଳତା ଏକ ଅତୀତର ଯୁଗର ଅବଶେଷ ନୁହେଁ। ସେମାନେ ଜୀବନ୍ତ, ଶ୍ୱାସକ୍ରିୟ ଚିନ୍ତାଧାରା, ଆମର ଆଧୁନିକ ପରିପ୍ରେକ୍ଷୀରେ ନିରନ୍ତର ନିଜକୁ ପୁନଃଆକୃତି ଦେଉଛନ୍ତି। ଯେତେବେଳେ ଆମେ AI ଏବଂ ପ୍ରଯୁକ୍ତିବିଦ୍ୟାକୁ ଆମ ସମାଜର ଗଠନରେ ଏକୀକୃତ କରୁଛୁ, ଆମେ କେବଳ ପ୍ରଯୁକ୍ତିବିଦ୍ୟା ଭାବରେ ଅଗ୍ରଗତି କରୁନାହୁଁ; ଆମେ ସାମୂହିକ ଭାବରେ ବିକଶିତ ହେଉଛୁ। ଆମେ ପ୍ରାଚୀନ ଏବଂ ଆଧୁନିକର ଏକ ଅନନ୍ୟ ମିଶ୍ରଣ ଦେଖୁଛୁ, ଯେଉଁଠାରେ କାଳଜୟୀ ଜ୍ଞାନ ଦ୍ରୁତ ଗତିରେ ବିକଶିତ ହେଉଥିବା ଡିଜିଟାଲ୍ ଭୂଦୃଶ୍ୟର ଜଟିଳତାକୁ ନେଭିଗେଟ୍ କରିବାରେ ସାହାଯ୍ୟ କରେ। ଏହି ଜ୍ଞାନାତ୍ମକ ଯୁଗରେ, ଯେତେବେଳେ ଆମେ ଆମର ପ୍ରଯୁକ୍ତିବିଦ୍ୟାକୁ ଆକାର ଦେଉଛୁ, ସେମାନେ ଆମକୁ ଆକାର ଦିଅନ୍ତି, ଅନନ୍ତ ଉପନିଷଦିକ ସତ୍ୟକୁ ପ୍ରତିଧ୍ୱନିତ କରନ୍ତି: "ଯେପରି ତୁମେ ଭାବ, ସେହିପରି ତୁମେ କାର୍ଯ୍ୟ କର। ଯେପରି ତୁମେ କାର୍ଯ୍ୟ କର, ସେହିପରି ତୁମେ ହୋଇଯାଅ।" ଶ୍ରୀ ଗୌତମ ମହାନ୍ତି, ଗବେଷଣା ବ୍ରହ୍ମବିଦ୍ ଏବଂ ଲେଖକ।

powered by social2s

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
27 October 2026

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ନିକଟରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁମାନେ କି ଏକତା ନଗରରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିର ପ୍ରତୀକ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି ଶୁଭାରମ୍ଭ ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏକ ଅସାଧାରଣ ନେତୃତ୍ୱ ଓ ଦୃଢ଼ ସଂକଳ୍ପ ବଳରେ ସର୍ଦ୍ଦାର ପଟେଲ ଦେଶର ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ରିତ କରି ଆଜିର ଅଖଣ୍ଡ ଭାରତ ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ 'ରାଷ୍ଟ୍ରୀୟ ଏକତା ଦିବସ' ଭାବେ ପାଳନ କରି ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷର ଏହି ଜାତୀୟ ସ୍ତରୀୟ ଏକତା ପ୍ୟାରେଡ୍‌ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାରତର ଚିତ୍ରକୁ ପ୍ରତିଫଳିତ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱ ଏବଂ ଦେଶ ତଥା ରାଜ୍ୟର ସୁରକ୍ଷା ବାହିନୀଙ୍କ ପ୍ରଚେଷ୍ଟା ଫଳରେ ଦେଶ ଏବଂ ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ସହିତ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ବିଶେଷ କରି ୧୦ଟି ପ୍ରଭାବିତ ଜିଲ୍ଲାରେ 'ଗ୍ରାମୋଦୟ ପ୍ଲସ୍' ଯୋଜନା ଜରିଆରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସମନ୍ୱିତ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଉଛି, ଯାହାଫଳରେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ 'ଏକ୍ ଭାରତ୍, ଶ୍ରେଷ୍ଠ ଭାରତ୍' କଳ୍ପନାକୁ ସାକାର କରିବା ପାଇଁ ଦେଶର ୧୪୦ କୋଟି ଜନସାଧାରଣଙ୍କ ମିଳିତ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟର ରେଳ ଭିତ୍ତିଭୂମି ସମ୍ପର୍କରେ ଏକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀରୁ ମୟୂରଭଞ୍ଜର ବାଦାମପାହାଡ଼ ପର୍ଯ୍ୟନ୍ତ ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ନଭେମ୍ବର ମାସର ପ୍ରଥମ ସପ୍ତାହରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ନୂତନ ରେଳସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ—ଏହି ଛୋଟି ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

powered by social2s

ବାତ୍ୟାକୁ ନେଇ ଗୁଜବ କଲେ ଜେଲ୍‌ : ଏସ ଆର ସି ଙ୍କ ଚେତାବନୀ

Details
Odia Ray Admin
ଓଡିଶା
27 October 2026

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ସାମାଜିକ ଗଣମାଧ୍ୟମରେ ମନଗଢ଼ା ତଥ୍ୟ ପ୍ରଚାର ନକରିବାକୁ କଡ଼ା ଚେତାବନୀ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ ଆର ସି) ରାଜେଶ ପ୍ରଭାକର ପାଟିଲ। ଗୁଜବ ପ୍ରଚାର କଲେ ଜେଲ୍ ହୋଇପାରେ ବୋଲି କହିଲେ ପାଟିଲ। ବାତ୍ୟା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ ଅନୁଯାୟୀ, ଯାତ୍ରୀ ଓ ଚାଳକଙ୍କ ସୁରକ୍ଷା ପାଇଁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

powered by social2s

ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ'

Details
Odia Ray Admin
ଓଡିଶା
26 October 2026

ଭୁବନେଶ୍ୱର : ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ'। ବାହ୍ୟ ବଳୟ ପ୍ରଭାବରେ ଓଡ଼ିଶାରେ ଆରମ୍ଭ ହେଲା ବର୍ଷା। ଆଗାମୀ ୧୨ ଘଣ୍ଟାରେ ଅତିଭୀଷଣ ବାତ୍ୟାରେ ପରିଣତ ହେବ। ଭୁବନେଶ୍ୱର, ଜଗତସିଂହପୁର ଓ ପୁରୀରେ ଆରମ୍ଭ ହୋଇଛି ବର୍ଷା। ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

powered by social2s

More Articles ...

  1. ଏସଜିଏଫଆଇ ଜାତୀୟ ରଗବୀ ପ୍ରତିଯୋଗିତା: ଓଡ଼ିଶା ୧୪ ବର୍ଷରୁ କମ୍ ବାଳକ ଦଳକୁ ରୌପ୍ୟ ପଦକ
  2. କାର୍ତ୍ତିକ ମାସର ପବିତ୍ର ସୋମବାର
  3. ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
Page 22 of 2249
  • Start
  • Prev
  • 17
  • 18
  • 19
  • 20
  • 21
  • 22
  • 23
  • 24
  • 25
  • 26
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.