• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
01 November 2026

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବା ପରେ ପ୍ରଭାବିତ ଲୋକଙ୍କ ପାଇଁ ଏକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଣ୍ଣବର ପ୍ରଭାବ ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖ ଦିନ ଓଡିଶାରେ କ୍ଷୟକ୍ଷତି ଆକଳନ କରିବା ପାଇଁ, ବିଶେଷ କରି ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳର ପରିସ୍ଥିତି ଜାଣିବା ପାଇଁ ଏକ କେନ୍ଦ୍ରୀୟ ଇଣ୍ଟର-ମିନିଷ୍ଟରିଆଲ୍ କମିଟି ଓଡିଶା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ସବୁ ସମୟରେ ପ୍ରସ୍ତୁତ ଅଛନ୍ତି। ପୂର୍ବରୁ ସମସ୍ତ ବିପର୍ଯ୍ୟୟରେ ସହାୟତା ପ୍ରଦାନ କରାଯାଇଛି। ଏଥର ମଧ୍ୟ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଣ୍ଣବର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଯାଇ ନଥିବା ବେଳେ ଆଉ ଏକ ବାତ୍ୟା ‘ମୁରାସୁ’ ଆସିବାର ସମ୍ଭାବନା ରହିଛି। ତେଣୁ, ଯେଉଁ ଅଞ୍ଚଳରେ ଯେଉଁ ସରକାରୀ ଟିମ୍ ସହାୟତା ଓ ତଦାରଖ ଦାୟିତ୍ୱରେ ଅଛନ୍ତି, ସେମାନେ ସେହି ଅଞ୍ଚଳରେ ରହିବେ ଏବଂ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ନିମ୍ନମତେ ସହାୟତା ଘୋଷଣା କରାଯାଇଛି। ଅନୁଗ୍ରହ ମୂଳକ ସହାୟତା -- ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ କରାଯିବ। କୃଷି କ୍ଷେତ୍ର-- ୩୩% ଏବଂ ତା’ଠାରୁ ଅଧିକ ଫସଲ ହାନି ସହିଥିବା ସମସ୍ତ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍‌ପୁଟ୍‌ ସବସିଡି ପ୍ରଦାନ କରାଯିବ। ଅଣ-ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଅଞ୍ଚଳରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ। ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍‌ପୁଟ ସହାୟତା ୨୫୦୦ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣ-ଜଳସେଚିତ ଅଞ୍ଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ। ଜମିରୁ ବାଲି କିମ୍ବା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଚାଷୀଙ୍କୁ ସର୍ବନିମ୍ନ ସହାୟତା ରାଶି ୨,୨୦୦ ଟଙ୍କା ଦିଆଯିବ । ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଚାଷୀମାନଙ୍କୁ ୧,୨୦,୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍, ୫,୦୦୦ ତୈଳବୀଜ ଏବଂ ୫୦,୦୦୦ ପନିପରିବା ମଞ୍ଜି କିଟ୍‌ ଦିଆଯିବ। ସର୍ବମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ। ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା ୧୨,୫୦୦ ଟଙ୍କା ହାରରେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ। ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ୭୫% ସବସିଡିର ବ୍ୟବସ୍ଥା କରାଯିବ। କୃଷି ଋଣ -- ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀମାନଙ୍କ ପାଇଁ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ। ଚଳିତ ରବି ଋତୁରେ ସର୍ବାଧିକ ସଂଖ୍ୟକ ଭାଗଚାଷୀ,ଭୂମିହୀନ ଚାଷୀ କିମ୍ବା ମୌଖିକ ଚୁକ୍ତିରେ ଚାଷ କରୁଥିବା ଚାଷୀଙ୍କୁ ଋଣ ପ୍ରଦାନ କରିବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ କରାଯିବ। ଗୃହ ନିର୍ମାଣ କ୍ଷେତ୍ର -- ଯେଉଁ ଘର ଗୁଡିକ ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ସମତଳ ଅଞ୍ଚଳ ପାଇଁ ୧,୨୦,୦୦୦ ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳ ପାଇଁ ୧,୩୦,୦୦୦ ଟଙ୍କା ହିସାବରେ ସହାୟତା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬୫୦୦ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪୦୦୦ ଟଙ୍କା ସହାୟତା ଦିଆଯିବ। କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮୦୦୦ଟଙ୍କା ଓ ଗୁହାଳ ପାଇଁ ୩,୦୦୦ ଟଙ୍କା ସହାୟତା ମିଳିବ। ଯେଉଁ ପରିବାରଗୁଡ଼ିକର ଘର ଭାସି ଯାଇଛି କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିମ୍ବା ଦୁଇ ଦିନରୁ ଅଧିକ ସମୟ ଧରି ଜଳମଗ୍ନ ହୋଇ ରହିଛି, ସେହି ପରିବାରଗୁଡ଼ିକୁ ପୋଷାକ ପତ୍ର ପାଇଁ ୨,୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ପାଇଁ ଚାଷୀଙ୍କୁ ସହାୟତା— ଗୃହପାଳିତ ପ୍ରାଣୀ ହରାଇଥିବା ଚାଷୀଙ୍କୁ ଦୁଧିଆଳି ଗାଈ ମଇଁଷି ଆଦି ପ୍ରାଣୀର ମୃତ୍ୟୁ ପାଇଁ ୩୭,୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି, ଘୁଷୁରି ପାଇଁ ୪,୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ଭାରବାହୀ ପଶୁ ଯଥା ଓଟ,ଘୋଡ଼ା,ବଳଦ ଇତ୍ୟାଦି ପାଇଁ ୩୨,୦୦୦ ଟଙ୍କା ଏବଂ ଛୋଟ ଭାରବାହୀ ପଶୁ ଯଥା ବାଛୁରୀ,ଗଧ,ଟଟୁ ଘୋଡ଼ା,ଖଚର ଆଦି ପାଇଁ ୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। କୁକୁଡ଼ା ପିଛା ୧୦୦ ଟଙ୍କା ଭାବରେ ସର୍ବାଧିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ୧,୦୦୦ ଜଣ ଚାଷୀଙ୍କୁ ଛେଳି କିମ୍ବା ବଳଦ ଆଦି ଯୋଗାଇ ଦେବାରେ ସହାୟତା କରିବା ପାଇଁ ସବସିଡି ପ୍ରଦାନ କରାଯିବ। ପ୍ରଭାବିତ ଅଞ୍ଚଳର ୫,୦୦୦ ଜଣ ଦୁଗ୍ଧ ଚାଷୀଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ପିଛା ୧୦୦ କିଲୋଗ୍ରାମ ହିସାବରେ ସର୍ବାଧିକ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଇ ଦିଆଯିବ। ୭୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୨୦୦ କୁକୁଡ଼ା ଫାର୍ମକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯିବ। ମତ୍ସ୍ୟ ଚାଷ କ୍ଷେତ୍ର -- କ୍ଷତିଗ୍ରସ୍ତ ମାଛ ଚାଷୀ ମାନଙ୍କ ପାଇଁ ହେକ୍ଟର ପିଛା ୧,୧୨,୫୦୦ ଟଙ୍କା ହାରରେ ୭୫% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୨୨,୫୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ସାମୁଦ୍ରିକ ଏବଂ ଚିଲିକା ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬୦,୦୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଯେଉଁ ମାଛ ଚାଷୀମାନଙ୍କର ପୋଖରୀ ବନ୍ଧ ଭାଙ୍ଗିଯାଇଛି କିମ୍ବା ମାଟି କ୍ଷୟ ହୋଇଛି ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲିଜ୍ ସୂତ୍ରରେ ନିଆଯାଇଥିବା କମ୍ୟୁନିଟି ପୋଖରୀ ପାଇଁ ମଧ୍ୟ ସହାୟତା ଦିଆଯିବ। ହେକ୍ଟର ପିଛା ସର୍ବାଧିକ ୧,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। MSME, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ-- ପ୍ରଭାବିତ MSME, ବ୍ୟବସାୟୀ, ଦୋକାନୀ, ଉଠାଦୋକାନୀ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ ସହାୟତା ଦିଆଯିବ। ଏହି ପ୍ୟାକେଜ୍ ଅଧୀନରେ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସାୟିକ ପରିସର, କେବିନ୍ କିମ୍ବା ଷ୍ଟଲ୍, ଯନ୍ତ୍ରପାତି, ଫିକ୍ସଚର୍ସ, ମହଜୁଦ ସାମଗ୍ରୀ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ସମ୍ପତ୍ତିର ହୋଇଥିବା କ୍ଷତିର ଆକଳନ କରାଯିବ। କ୍ଷତିଗ୍ରସ୍ତ MSME, ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବସିଡି ଦିଆଯିବ। ଏହି ସବସିଡି ପରିମାଣ ରାଜ୍ୟ ସରକାର ସିଧାସଳଖ ବ୍ୟାଙ୍କ ଗୁଡିକୁ ଯୋଗାଇଦେବେ। ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ କିମ୍ବା କିଓସ୍କ ପାଇଁ ୧୦,୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫,୦୦୦ ଟଙ୍କା ସହାୟତା ଦିଆଯିବ। ମହିଳା ସ୍ୱୟଂସହାୟକ ଗୋଷ୍ଠୀ -- ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦୦୦ ଟଙ୍କାର ଅତିରିକ୍ତ ସିଡ୍ ମନି ପ୍ରଦାନ କରାଯିବ। ହସ୍ତଶିଳ୍ପ ଓ ହସ୍ତତନ୍ତ-- ହସ୍ତଶିଳ୍ପ, ହସ୍ତତନ୍ତ କ୍ଷେତ୍ର ଅଧୀନରେ, ବୁଣାକାର ଓ କାରିଗରମାନଙ୍କୁ ସେମାନଙ୍କର ଯନ୍ତ୍ରପାତି ଓ ଉପକରଣ ବଦଳାଇବା ପାଇଁ ବ୍ୟକ୍ତି ପିଛା ୫,୦୦୦ ଟଙ୍କା ଏବଂ ସାମଗ୍ରୀ ନଷ୍ଟ ପାଇଁ କାରିଗର ପିଛା ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ରେଶମ ଚାଷ-- ପ୍ରଭାବିତ ରେଶମ ଚାଷୀମାନଙ୍କ ମଧ୍ୟରୁ ଏରି, ମଲବେରୀ, ଟସର ଚାଷୀଙ୍କୁ ହେକ୍ଟର ପିଛା ୬,୦୦୦ ଟଙ୍କା ଏବଂ ମୁଗା ଚାଷୀଙ୍କୁ ହେକ୍ଟର ପିଛା ୭୫୦୦ ଟଙ୍କା ଇନପୁଟ ସହାୟତା ଦିଆଯିବ। ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପାଳନ ଗୃହଗୁଡ଼ିକ ପାଇଁ ପ୍ରଭାବିତ ରେଶମ ଚାଷୀମାନଙ୍କୁ ୧,୭୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ଓଡ଼ିଶା ଉଠା ଜଳସେଚନ ନିଗମ, ସମସ୍ତ ପ୍ରଭାବିତ ଗ୍ରାମଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ରବି ଋତୁ ପୂର୍ବରୁ ସମସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

powered by social2s

୧୮ତମ ନିଯୁକ୍ତି ମେଳା - ୨୦୨୬ ରେ ୨,୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
01 November 2026

ଭୁବନେଶ୍ୱର: ଦକ୍ଷତା ବିକାଶ ଏବଂ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଆମ ସରକାରଙ୍କ ପ୍ରାଥମିକତା । ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ ଠାରେ ଅନୁଷ୍ଠିତ ୧୮ତମ ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟ ଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଖାଲିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରୁଛନ୍ତି। ୨୦୨୪ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଆଜିର ୧୮ତମ ନିଯୁକ୍ତି ମେଳାର ୨,୦୬୭ ଜଣଙ୍କୁ ମିଶାଇ ସମୁଦାୟ ୪୮,୬୪୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜିର ମେଳାରେ ୧,୯୧୩ ଜଣ ସେବକ-ସେବିକା ଏବଂ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇ ଆଜି ସୁଦ୍ଧା ୨୮, ୬୯୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବାରୁ, ସେମାନଙ୍କ ଶିକ୍ଷାଗତ ମାନବୃଦ୍ଧି ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ କରାଯାଉଛି। ଏହାବ୍ୟତୀତ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ରାଜ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି କରାଯାଇଥିବାବେଳେ ବର୍ଷକୁ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ମଧ୍ୟ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ଜଣେ ଶିକ୍ଷକ ଭାବେ ପରାମର୍ଶ ଦେଇ କହିଛନ୍ତି ଯେ, ବିଦ୍ୟାଳୟରେ ପିଲାମାନଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସର ଭାବ ଜାଗ୍ରତ କରନ୍ତୁ ଏବଂ କଠିନ ନହୋଇ ଜଣେ ଆଦର୍ଶ ବନ୍ଧୁ ହୁଅନ୍ତୁ। ସେମାନଙ୍କର ମାର୍ଗଦର୍ଶନ କରନ୍ତୁ । କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଆହ୍ୱାନକୁ ଧୈର୍ଯ୍ୟ, ନିଷ୍ଠା ଓ ସକାରାତ୍ମକ ମନୋଭାବ ସହ ସମାଧାନ କରନ୍ତୁ। ‘କର୍ମ ହିଁ ଭଗବାନ’ ନୀତିକୁ ଆପଣାଇ ନିୟମିତତା ବଜାୟ ରଖନ୍ତୁ । ମଧ୍ୟାହ୍ନ ଭୋଜନ ଭଳି ଯୋଜନାରେ କୌଣସିପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ତେଣୁ ତା ପ୍ରତି ସଚେତନ ରୁହନ୍ତୁ। ଶିକ୍ଷକତା ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଥିବା ମଦ୍ୟପାନ କିମ୍ବା ଶିକ୍ଷାର୍ଥୀଙ୍କ ପ୍ରତି ଅମାନବିକ ଦଣ୍ଡବିଧାନ ଭଳି ବିଶୃଙ୍ଖଳିତ ଆଚରଣରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଆଦର୍ଶ ଆଚରଣ ଶିକ୍ଷକ ମାନଙ୍କ ପାଇଁ ଅଧିକ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ, ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପାଇଥିବା ସେବକ/ସେବିକା ମାନଙ୍କୁ ବନ୍ୟା ଘେରରେ ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ନିଯୁକ୍ତି ମେଳା କେବେ ହେବ ବୋଲି ଆପଣମାନଙ୍କ ମନରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଆଜି ଅନ୍ତ ଘଟିଛି । ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ବରଂ ଏହା ଏକ ମହାନ ସେବା ଏବଂ ଆପଣମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା, ଯାହାଙ୍କ ପାଇଁ ଆମ ଦେଶ ଗର୍ବିତ। ଯେତେବେଳେ ବିଦ୍ୟାଳୟଗୁଡ଼ିକ ଉତ୍ତମ ମଣିଷ ଗଢ଼ିବାର ଗୋଟିଏ ଗୋଟିଏ କାରଖାନା ପାଲଟିବେ, ସେତେବେଳେ ହିଁ ‘ବିକଶିତ ଭାରତ’ ଏବଂ ‘ସମୃଦ୍ଧ ଓଡ଼ିଶା’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମସ୍ତ ନବନିଯୁକ୍ତଙ୍କ ନୂତନ ବୃତ୍ତିଗତ ଜୀବନର ଶୁଭକାମନା ଜଣାଇବା ସହ ଆଗାମୀ ଯୁବପିଢ଼ିର ଭବିଷ୍ୟତ ଗଢ଼ିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏବେ ଆପଣମାନଙ୍କ କାନ୍ଧରେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ରାମକୃଷ୍ଣ ପରମହଂସ-ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ କିମ୍ବା ଛତ୍ରପତି ଶିବାଜୀ, ଜଣେ ଉତ୍ତମ ଗୁରୁଙ୍କ ମାର୍ଗଦର୍ଶନ ବିନା କେହି ହେଲେ ସଫଳତା ପାଇନାହାନ୍ତି। ତେଣୁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଅତ୍ୟନ୍ତ ସଚେତନ ଓ ଯତ୍ନବାନ୍ ହେବାକୁ ସେ ନବନିଯୁକ୍ତ ଶିକ୍ଷକ ଓ ସେବକ ସେବିକା ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧାରୁ ଆସିଥିବା ସୁଶ୍ରୀ ସୁଲଗ୍ନା ଦାସ, କେନ୍ଦୁଝରର ଶ୍ରୀ ବିଜୟ କୁମାର ନାୟକ ନୂତନ ନିଯୁକ୍ତି ପାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଉନ୍ନୟନ କମିଶନର ଶ୍ରୀ ଡିକେ ସିଂହ ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ନବନିଯୁକ୍ତ ସେବକ ସେବିକା ଏବଂ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସୁଜାତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

powered by social2s

ଗହୀରମଥାର ନିଷିଦ୍ଧାଞ୍ଚଳରେ ମାଛଧାରା ଉପରେ କଟକଣା ଜାରି

Details
Odia Ray Admin
ଓଡିଶା
01 November 2026

ପଟ୍ଟାମୁଣ୍ଡାଇ: ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗହୀରମଥାର ନିଷିଦ୍ଧାଞ୍ଚଳରେ କଟକଣା ଜାରି କରାଯାଇଛି। ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ ରହିବ କଟକଣା। ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ କଟକଣା ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ହେତୁ ୭ମାସ ପାଇଁ କଟକଣା ନଭେମ୍ବର ୧ରୁ ମେ' ୩୧ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ବାରଣ

powered by social2s

ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ, ଶାନ୍ତି ଓ ସୁରକ୍ଷା ବଳରେ ରାଜ୍ୟରେ ଶିଳ୍ପାୟନର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
31 October 2026

ଭୁବନେଶ୍ୱର : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜର ଅସାଧାରଣ ରାଜନୈତିକ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ବାସ୍ତବବାଦୀ ନେତୃତ୍ୱ ବଳରେ ୫୬୦ରୁ ଅଧିକ କ୍ଷୁଦ୍ର ଓ ବୃହତ୍ ରାଜ୍ୟକୁ ଏକତ୍ରିତ କରି ଏକ ବିଶାଳ, ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଥିଲେ । ତାଙ୍କ ଜନ୍ମ ଦିବସ କେବଳ ଜୟନ୍ତୀ ପାଳନର ଦିନ ନୁହେଁ, ବରଂ ଏହା ଆମର ସାମୂହିକ ସଂକଳ୍ପ, ଦେଶପ୍ରେମ ଏବଂ ଜାତୀୟ ଅଖଣ୍ଡତା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପ୍ରତୀକ ଅଟେ ବୋଲି ଆଜି ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ OSAP ୭ମ ବାଟାଲିୟନ ପରେଡ ପଡ଼ିଆଠାରେ ଆୟୋଜିତ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ବାହିନୀର ନିଷ୍ଠା, କଠିନ ପରିଶ୍ରମ ଓ ଦକ୍ଷତାର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ ଏବଂ ପୋଲିସର ନିରନ୍ତର ଅଭିଯାନ ଫଳରେ ଓଡ଼ିଶା ଆଜି ନକ୍ସଲ ତଥା ମାଓବାଦୀ ହିଂସା କବଳରୁ ମୁକ୍ତ ହେବା ଦିଗରେ ବଡ଼ ସଫଳତା ହାସଲ କରିଛି। ଦିନେ ଯେଉଁ ଜିଲ୍ଲାଗୁଡ଼ିକରେ ଲୋକେ ଦିନବେଳେ ମଧ୍ୟ ଯାତାୟାତ କରିବାକୁ ଭୟ କରୁଥିଲେ, ଆଜି ସେହି ଭୟ ଓ ଆତଙ୍କର ପରିବେଶ ଆଉ ନାହିଁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାଜ୍ୟର ଶିଳ୍ପାୟନ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ରାଜ୍ୟରେ ଶିଳ୍ପାୟନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ଏବଂ ଦେଶ-ବିଦେଶର ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି। ଶିଳ୍ପ ଓ ବ୍ୟବସାୟର ବିକାଶ ପାଇଁ ଶାନ୍ତି, ସୁରକ୍ଷା ଓ ସୁଦୃଢ଼ ଆଇନଶୃଙ୍ଖଳା ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ଓଡ଼ିଶା ପୋଲିସର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ଅନୁକୂଳ ପରିବେଶ ବଜାୟ ରହିଛି। ସେହିପରି ସ୍ୱାଧୀନତା ସଂଗ୍ରାମ ତଥା ଗଡ଼ଜାତ ମିଶ୍ରଣରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମେତ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ସ୍ମରଣ କରି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଭାଷାର ସୀମା ବାହାରେ ସମସ୍ତେ ପ୍ରଥମେ ଭାରତୀୟ ଓ ଓଡ଼ିଆ ହୋଇ ଏକ ‘ସମୃଦ୍ଧ ଓ ବିକଶିତ ଓଡ଼ିଶା’ ଗଠନ ପାଇଁ ସଙ୍କଳ୍ପ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ଗୁଜରାଟର ଏକ୍‌ତା ନଗର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ଜାତୀୟ ରାଷ୍ଟ୍ରୀୟ ଏକତା ଦିବସ ପରେଡ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଏହି ସମାରୋହରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର୍‌.ପି. କୋଚେଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ବୃନ୍ଦ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଅଂଶଗ୍ରହଣ କରିଥିଲେ।

powered by social2s

ସୁନିଶ୍ଚିତ ହେଉଛି ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷା

Details
Odia Ray Admin
ଓଡିଶା
01 November 2026

ଭୁବନେଶ୍ୱର : ଗଞ୍ଜାମରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମନ୍ଵିତ ପଦକ୍ଷେପ ଜାରି ରହିଛି। ରେଲୱେ ପକ୍ଷରୁ ଉଦ୍ଧାରକାରୀ ଦଳ ଦୀର୍ଘ ତିନି ଘଣ୍ଟା ଧରି ପ୍ରତିକୂଳ ପରିସ୍ଥିତିରେ ପାହାଡ଼ ଏବଂ ଜଙ୍ଗଲ ମଧ୍ଯ ଦେଇ ଚାଲି ଚାଲି ବାଟ ଅତିକ୍ରମ କରି ଉଦ୍ଧାର ଆବଶ୍ୟକ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।

powered by social2s

ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ, ଶାନ୍ତି ଓ ସୁରକ୍ଷା ବଳରେ ରାଜ୍ୟରେ ଶିଳ୍ପାୟନର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
31 October 2026
powered by social2s

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୬

Details
Odia Ray Admin
ଓଡିଶା
31 October 2026

ଭୁବନେଶ୍ୱର: ଟେରାକୋଟା ଏବଂ କୁମ୍ଭାର ଶିଳ୍ପରେ କାର୍ଯ୍ୟରତ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’-୨୦୨୬” ଆଜିଠାରୁ ଆରମ୍ଭ ହୋଇଛି । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି; ଓଡ଼ିଶାର ପ୍ରାଚୀନ ହସ୍ତଶିଳ୍ପର ଜୀବନ୍ତ ନିଦର୍ଶନ ହେଉଛି “ଟେରାକୋଟା ଓ କୁମ୍ଭାର ଶିଳ୍ପ ।” ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ କରାଯାଇଛି । ଏହା ସହ ସେମାନଙ୍କ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା ଏବଂ ସାମଗ୍ରୀ ପରିବହନ ଖର୍ଚ୍ଚ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି । “ଟେରାକୋଟା ଓ କୁମ୍ଭାର ଶିଳ୍ପ”ର ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଶ୍ରୀ ବଳ ସାମନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ, ଗୋଟିଏ ସ୍ଥାନରେ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ ଶିଳ୍ପୀମାନଙ୍କ ସମୃଦ୍ଧି ପାଇଁ ଏକ ବ୍ୟବସାୟିକ ମଞ୍ଚ ଯୋଗାଇଦେବା ହେଉଛି ଏହି ପ୍ରଦର୍ଶନୀର ପ୍ରଧାନ ଆଭିମୁଖ୍ୟ । ଦୀପାବଳୀକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହାର ଆୟୋଜନ ହୋଇଛି । ଏହା ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତଥର ୨୧୮ଟି ଷ୍ଟଲ୍ ଖୋଲିଛି । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ । ଓଡିଶାର ୨୬ ଜିଲ୍ଲାରୁ ପ୍ରାୟ ୩୮୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ଚଳିତଥର ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଥିମ୍ ପ୍ୟାଭିଲିୟନରେ ଟେରାକୋଟା ହସ୍ତଶିଳ୍ପର ଯାତ୍ରା ପ୍ରଦର୍ଶିତ ହୋଇଛି । ଏହି ସମାରୋହରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା, ଯୁଗ୍ମ ସଚିବ ମମତା ନାୟକ, ବିତ୍ତ ପରାମର୍ଶଦାତା ମଧୁସ୍ମିତା ବେହେରା ହସ୍ତଶିଳ୍ପ ଉପ-ନିର୍ଦ୍ଦେଶକ ମାନଗୋଵିନ୍ଦ ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ଅବସରରେ ଉଭୟ ମନ୍ତ୍ରୀ ଓ ସଚିବ ପ୍ରଦର୍ଶନୀ ବୁଲି ଦେଖିବା ସହ ଶିଳ୍ପୀ ମାନଙ୍କ ଭଲ ମନ୍ଦ ବିଷୟରେ ପଚାରି ବୁଝିଥିଲେ । ବାର୍ତ୍ତାଳାପ ସମୟରେ ଶିଳ୍ପୀ ମାନେ ଟେରାକୋଟା ଶିଳ୍ପ ସହ ଯୋଡି ହୋଇ ରହିଥିବା ଅନୁଭୂତି, ହସ୍ତଶିଳ୍ପ ଯୋଗୁ ବ୍ୟବସାୟରେ ହେଉଥିବା ଲାଭ ବିଷୟରେ ଉଲ୍ଲେଖ କରିଥିଲେ । ଏହି ହସ୍ତଶିଳ୍ପରେ ରାଜ୍ୟରେ ୪୪ ହଜାରରୁ ଅଧିକ କାରିଗର ନିଜର ଜୀବିକା ନିର୍ବାହ କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୪ ଗୋଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଅନ୍ୟତମ ।

powered by social2s

More Articles ...

  1. "ମୋ ପରିବାର" ପକ୍ଷରୁ ବିଶ୍ୱ ମିତବ୍ଯୟିତା ଦିବସ ପାଳିତ
  2. ଗଞ୍ଜାମରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟସରକାରଙ୍କ ସମନ୍ୱିତ ପ୍ରୟାସ
  3. ଭୂସ୍ଖଳନ ଓ ଆଗାମୀ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
Page 18 of 2249
  • Start
  • Prev
  • 13
  • 14
  • 15
  • 16
  • 17
  • 18
  • 19
  • 20
  • 21
  • 22
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.