• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ବନ୍ୟା ବିପନ୍ନ ଗଞ୍ଜାମ ଓ ଗଜପତିର ଉତ୍ପାଦକଙ୍କୁ ସହାୟତା ପାଇଁ ଓରମାସ୍‌ର ‘ସଞ୍ଜୀବନୀ ସେତୁ’

Details
Odia Ray Admin
ଓଡିଶା
05 November 2026

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳର ଗ୍ରାମୀଣ ଉତ୍ପାଦକମାନଙ୍କୁ ବଜାର ସହ ଯୋଡ଼ିବା ଏବଂ ସେମାନଙ୍କ ଜୀବିକା ପୁନରୁଦ୍ଧାରରେ ସହାୟତା କରିବା ଲକ୍ଷ୍ୟରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପର ନାମ ରଖାଯାଇଛି ‘ସଞ୍ଜୀବନୀ ସେତୁ – ସେତୁ ଅଫ୍ ହୋପ୍’। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ୍‌ ପକ୍ଷରୁ ଭୁବନେଶ୍ୱରର ଉତ୍କଳ ଗ୍ୟାଲେରିଆର ଗ୍ରାଉଣ୍ଡ ଫ୍ଲୋର୍‌ରେ ଏହି ସ୍ୱତନ୍ତ୍ର ଦୀପାବଳି ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଏଠାରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ଆସିଥିବା ୫୦ରୁ ଅଧିକ ପ୍ରକାରର ଉତ୍ପାଦ ସ୍ଥାନ ପାଇଛି। ଏଥିରେ ପାରମ୍ପରିକ ମାଟି ଦୀପ, ସାଜସଜ୍ଜା ସାମଗ୍ରୀ, ସୁଗନ୍ଧିତ ମହମବତୀ, ଖାଦ୍ୟ ସାମଗ୍ରୀ, ଘରସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ହସ୍ତନିର୍ମିତ ସାମଗ୍ରୀ ରହିଛି। ଏହି ସବୁ ଉତ୍ପାଦ ବିଭିନ୍ନ ଜିଲ୍ଲାର ଗୋଷ୍ଠୀଭିତ୍ତିକ ସଂଗଠନ (ସିବିଓ) ଦ୍ୱାରା ପ୍ରସ୍ତୁତ କରାଯାଇଛି। ବିଶେଷ ଭାବେ ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ସିବିଓଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୟ ଓ ପ୍ରଚାର ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି। ଏକ ସ୍ୱତନ୍ତ୍ର ବିକ୍ରୟ ମଞ୍ଚ ମାଧ୍ୟମରେ ସେମାନଙ୍କ ଉତ୍ପାଦକୁ ସହରାଞ୍ଚଳର ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ସହ ନୂଆ ବଜାର ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏହି ପଦକ୍ଷେପ ସମ୍ପର୍କରେ ଓରମାସ୍‌ର ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ କହିଛନ୍ତି, “ସଞ୍ଜୀବନୀ ସେତୁ ମାଧ୍ୟମରେ ଆମେ ବିଶେଷକରି ବନ୍ୟା ପ୍ରଭାବିତ ଗ୍ରାମୀଣ ଉତ୍ପାଦକମାନଙ୍କୁ ଅଧିକ ବଜାର ଓ ନୂଆ ଗ୍ରାହକଙ୍କ ସହ ଯୋଡ଼ିବାକୁ ଚାହୁଁଛୁ। ଏହାଦ୍ୱାରା ସେମାନଙ୍କ ଜୀବିକା ପୁନରୁଦ୍ଧାରରେ ସହାୟତା ମିଳିବା ସହ ଏହି ଦୀପାବଳି ଗ୍ରାହକଙ୍କ ଘରେ ଖୁସି ଆଣିବା ସହିତ ଏହି ସାମଗ୍ରୀ ପ୍ରସ୍ତୁତ କରିଥିବା ପରିବାରଗୁଡ଼ିକ ପାଇଁ ମଧ୍ୟ ନୂଆ ଆଶା ଓ ସୁଯୋଗ ଆଣିବ ବୋଲି ଆମେ ଆଶା କରୁଛୁ।” ଏହି ବିକ୍ରୟ କେନ୍ଦ୍ର ଆସନ୍ତା ୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ। ନାଗରିକମାନେ ଏଠାକୁ ଆସି ଦୀପାବଳି ସାମଗ୍ରୀ କିଣିବା ସହ ଗ୍ରାମୀଣ କାରିଗର ଓ ଗୋଷ୍ଠୀଭିତ୍ତିକ ଉଦ୍ୟୋଗଗୁଡ଼ିକୁ ସହଯୋଗ କରିବାକୁ ଓରମାସ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

powered by social2s

ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍

Details
Odia Ray Admin
ଓଡିଶା
05 November 2026

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ ହେବ। ଟିମ୍‌ର ମୁଖ୍ୟ ଶ୍ରୀ ରବିଶଙ୍କର କହିଲେ ଯେ, ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ବାସ୍ତବିକ ବନ୍ୟା ଯୋଗୁ ଜନସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଛି । ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡି ଆସିବା ଦ୍ୱାରା ଅନେକ ଅଞ୍ଚଳରେ ବାଲିଚର ମାଡି ଯାଇଛି। ଚାଷଜମି ସହିତ ରାସ୍ତା ଘାଟ, ଘର ଦ୍ୱାର, କାର୍ଯ୍ୟାଳୟ ଇତ୍ୟାଦିରେ ବାଲି ମାଡିଯାଇଛି। ଅନେକ ସ୍ଥାନରେ ଘର ଭାଙ୍ଗି ନଥିଲେ ମଧ୍ୟ ଏହା ଦୁର୍ବଳ ହୋଇଯାଇଛି। ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର (Desilting) ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ ବୋଲି ସେ କହିଥିଲେ। ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ଦ୍ରୁତ ଗତିରେ ରିଲିଫ ଓ ପୁନସ୍ଥାପନ (Relief & Restoration) କାମ କରିଛନ୍ତି ବୋଲି ମତ ଦେଇ ଶ୍ରୀ ରବିଶଙ୍କର ଓଡିଶା ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ରାସ୍ତା ଘାଟ ପ୍ରାୟତଃ ଗମନାଗମନ ଉପଯୋଗୀ ହୋଇସାରିଛି ଏବଂ ବିଦ୍ୟୁତ ସରବରାହ ପୁନସ୍ଥାପନ କରାଯାଇଛି ବୋଲି ସେ କହିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରାଯାଇ ରିଲିଫ ଓ ରିଷ୍ଟୋରେସନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଓ କେନ୍ଦ୍ରୀୟ ଟିମ୍‌ର ସଦସ୍ୟଗଣ ଉପସ୍ଥିତ ଥିଲେ।

powered by social2s

ପୁରୀ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼, ଚାଲିଛି କାର୍ତ୍ତିକ ବ୍ରତ

Details
Odia Ray Admin
ଓଡିଶା
05 November 2026

ପୁରୀ: ପବିତ୍ର କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ଶତାଧିକ ହବିଷିଆଳି ଏଠାରେ ଅତି ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ଭୋରରୁ ଚନ୍ଦ୍ରଭାଗା ସାଗରରେ ସ୍ନାନ କରି ହବିଷିଆଳିମାନେ ଭଗବାନଙ୍କ ପୂଜାର୍ଚ୍ଚନା କରୁଛନ୍ତି। ହବିଷ୍ୟାନ୍ନ ଗ୍ରହଣ କରି ନିୟମ ନିଷ୍ଠାରେ ଦିନ କାଟୁଛନ୍ତି। ହବିଷିଆଳିଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

powered by social2s

ବର୍ଷା ଭିଜା ସଂଧ୍ୟାରେ ଦର୍ଶକଙ୍କୁ ବାନ୍ଧିଲା, ବାଦ୍ୟ ପଲ୍ଲବୀ ‘ପରିରମ୍ଭଣମ୍ ୨୦୨୬’ ଉଦଘାଟିତ

Details
Odia Ray Admin
ଓଡିଶା
04 November 2026

ଭୁବନେଶ୍ୱର: ବର୍ଷା ଭିଜା ସଂଧ୍ୟାକୁ ମନୋରମ କରିଲା ଓଡିଶୀ ନୃତ୍ୟର ମନଛୁଆଁ ପରିବେଷଣ । ଓଡ଼ିଶାର ଏକ ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟ ଉପାସନା ପୀଠ ପକ୍ଷରୁ ଆୟୋଜିତ ୧୬ତମ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ଉତ୍ସବ ‘ପରିରମ୍ଭଣମ୍ ୨୦୨୬’ ଆଜି ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚ ଠାରେ ଆରମ୍ଭ ହୋଇ ଯାଇଛି। ଉତ୍ସବର ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ନବପ୍ରତିଭାମାନେ ଓଡିଶୀ ନୃତ୍ୟ ପରିବେଷଣ ମାଧ୍ୟମରେ ନିଜର କଳାନୈପୁଣ୍ୟତାର ପରିଚୟ ଦେଇଥିଲେ। ବିଶିଷ୍ଠ ଓଡିଶୀ ନୃତ୍ୟଗୁରୁ ତଥା ଆନୁଷ୍ଠାନର ସଂପାଦିକା , ଗୁରୁ ସୋନାଲି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘ନମାମି ବନ୍ଦେ ’ରେ ଶିଳ୍ପୀ ମାନଙ୍କର ପରିବେଷଣ ଦର୍ଶକ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା । ପରେ ପରେ ‘କି ଶୋଭା’, ‘ହାଏଗୋ ଯଶୋଦା ରାଣୀ’ ଓ ‘ସଜେଇବୁ ନାହିଁ ବଉଳ ମାଳ’ ଆଦି ନୃତ୍ୟାଭିନୟ ପରିବେଷିତ ହୋଇଥିଲା। ଏହା ସହିତ ‘ବାଦ୍ୟ ପଲ୍ଲବୀ’ ଓ ‘ଆହେ ନୀଳଶୈଳ’ ଭଳି ଶାସ୍ତ୍ରୀୟ ଓ ଭକ୍ତିଭାବପୂର୍ଣ୍ଣ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲା। ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ସୋନାଲି ମହାପାତ୍ରଙ୍କ ପ୍ରତ୍ୟକ୍ଷ ନତ୍ୟ ନିର୍ଦ୍ଦେଶନାରେ ପ୍ରତ୍ୟେକ ପରିବେଷଣରେ ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା। ସେହିପରି ସମ୍ୱଲପୁରୀ ଓ ଜନଜାତୀୟ ଲୋକ ନୃତ୍ୟ ଆଦି ପରିବେଷଣ ବେଶ୍ ଦର୍ଶକାଦୃତି ଲାଭ କରିପାରିଥିଲା। ସମ୍ବଲପୁରୀ ନୃତ୍ୟ ପରିବେଷଣ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପରମ୍ପରାର ମନୋରମ ଝଲକ ଦେଖିବାକୁ ମିଳିଥିଲା। ଏହି ପରିବେଷଣଗୁଡ଼ିକ ଓଡ଼ିଶାର ଲୋକକଳାର ବିବିଧତା ଓ ସୌନ୍ଦର୍ଯ୍ୟକୁ ମଞ୍ଚ ଉପରେ ଜୀବନ୍ତ କରିଥିଲା। ଉତ୍ସବର ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଲିଉଡ୍ ଅଭିନେତ୍ରୀ ଗୁରୁ ଶ୍ରୀମତୀ ପ୍ରତିଭା ପଣ୍ଡା ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ରାଜଶ୍ରୀ ଚିନ୍ତକ ବେହେରା ଅତିଥି ଭାବେ ଯୋଗଦେଇଥିଲେ। ସେମାନଙ୍କ ଉପସ୍ଥିତି ଉତ୍ସବର ଗାରିମା ବୃଦ୍ଧି କରିବା ସହ ଯୁବ ନୃତ୍ୟଶିଳ୍ପୀମାନଙ୍କୁ କଳା ସାଧନା ଦିଗରେ ଅନୁପ୍ରାଣିତ କରିଥିଲା। ସଭାପତି ଶ୍ରୀ ସୁଦର୍ଶନ ଦାଶଙ୍କ ସଭାପତିତ୍ୱରେ ଉତ୍ସବର ଶୁଭାରମ୍ଭ ହୋଇଥିଲା। ବିଶିଷ୍ଟ ବଂଶୀ ବାଦକ ଗୁରୁ ଅଭିରାମ ନନ୍ଦ ସହଯୋଗ କରିଥିଲେ । ଏହି ଉତ୍ସବର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ନୂତନ ପିଢ଼ିର ନୃତ୍ୟଶିଳ୍ପୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ଓ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା। ନୃତ୍ୟ ଶିକ୍ଷା ସହିତ ମଞ୍ଚ ଅଭିଜ୍ଞତା, ଶୃଙ୍ଖଳା ଓ କଳା ପ୍ରତି ନିଷ୍ଠା ହିଁ ଜଣେ ଶିଳ୍ପୀର ସାମଗ୍ରିକ ବିକାଶରେ ସହାୟକ ହେବା ହିଁ ଏହି ଉତ୍ସବର ଆଭିମୁଖ୍ୟ ଯାହା ଗୁରୁ ସୋନାଲି ମହାପାତ୍ର ମତବ୍ୟକ୍ତ କରିଥିଲେ । ଏହି ଦୃଷ୍ଟିରୁ ଶାସ୍ତ୍ରୀୟ ଓ ଲୋକନୃତ୍ୟର ଏପରି ସମନ୍ୱିତ ପରିବେଷଣ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର କଳା ଓ ସଂସ୍କୃତି ସହ ସେମାନଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଦିଗରେ ନୃତ୍ୟ ଉପାସନା ପୀଠ ନିରନ୍ତର କାର୍ଯ୍ୟ କରିଆସୁଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ତଥା ସଂପାଦିକା ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ଶାସ୍ତ୍ରୀୟ କଳାର ପରମ୍ପରାକୁ ଆଗକୁ ବଢ଼ାଇବା ସହ ନବପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବାର ଏକ ଉଲ୍ଲେଖନୀୟ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଖୁବ୍ ସମୃଦ୍ଧ କରି ପାରିଥିଲା। ‘ପରିରମ୍ଭଣମ୍ ୨୦୨୬’ର ଦ୍ୱିତୀୟ ସନ୍ଧ୍ୟା ଆସନ୍ତା କାଲି ଆୟୋଜିତ ହେବ , ଏହି ଉତ୍ସବରେ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯିବ ।

powered by social2s

ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

Details
Odia Ray Admin
ଓଡିଶା
05 November 2026

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଝାଉଁବଣ ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ହେଲେ ଗଡ଼କୁଜଙ୍ଗ ଗାଁର ବିଶିକେଶନ ସ୍ୱାଇଁ। ସେ ୨ ଦିନ ତଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଯୁବକଙ୍କୁ ମାରି ଗଛରେ ଟାଙ୍ଗି ଦିଆଯାଇଥିବା ସେମାନେ କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

powered by social2s

ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ପରିବାରଙ୍କୁ ଅନୁଗ୍ରହ ରାଶି ପ୍ରଦାନ ପାଇଁ SRCଙ୍କ ଦ୍ୱାରା ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର

Details
Odia Ray Admin
ଓଡିଶା
04 November 2026

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ୟାକେଜ୍ ଅନୁଯାୟୀ ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ନଗଦ ଅନୁଗ୍ରହ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟସରକାର ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମୁକ୍ତ କରାଯାଇଛି। ମଞ୍ଜୁର ହୋଇଥିବା ଅର୍ଥରାଶି ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ହାରରେ ନଗଦ ଅନୁଗ୍ରହ ରାଶି ପ୍ରଦାନ କରାଯିବ। ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାରକୁ ମଧ୍ୟ ପରିବାର ପିଛା ୨,୫୦୦ ଟଙ୍କା ହାରରେ ଏହି ସହାୟତା ଯୋଗାଇ ଦିଆଯିବ। ଏହି ଅର୍ଥରାଶି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଛି । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଅନୁଗ୍ରହ ସହାୟତା ପ୍ରଦାନ କରିବାକୁ ଏହି ଅର୍ଥ ବିନିଯୋଗ କରାଯିବ। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ ଆର୍ଥିକ ସହାୟତା ଓ ରିଲିଫ୍ ଯୋଗାଇଦେବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମୁଖ ପଦକ୍ଷେପ।

powered by social2s

ଦୀପାବଳିରେ ବାଣ ଦର ବଢ଼ିଲେ ହେବ ଯାଞ୍ଚ

Details
Odia Ray Admin
ଓଡିଶା
04 November 2026

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ବାଣ ଦର ନେଇ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି କୌଣସି ବ୍ୟବସାୟୀ ଅତ୍ୟଧିକ ଦର ବୃଦ୍ଧି କରନ୍ତି, ତେବେ ତାଙ୍କ ବିରୋଧରେ ଯାଞ୍ଚ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଚେତାବନୀ ଦେଇଛନ୍ତି। କେବଳ ସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ହିଁ ବାଣ ବିକ୍ରି କରିପାରିବେ। ବିନା ଲାଇସେନ୍ସରେ ବାଣ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ଲୋକମାନେ କେବଳ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବର୍ଦ୍ଧିତ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ନିୟମ ମାନିବାକୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

powered by social2s

More Articles ...

  1. ଗଞ୍ଜାମରେ କେନ୍ଦ୍ରୀୟ ଟିମ୍‌
  2. ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ବନ୍ଦ
  3. ବାଲିଯାତ୍ରାରେ ଓରମାସ୍‌ ତରଫରୁ ୫୦୦ଟି ଷ୍ଟଲ୍‌ ରହିବା ସହ ପ୍ରଦର୍ଶିତ ହେବ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ
Page 15 of 2249
  • Start
  • Prev
  • 10
  • 11
  • 12
  • 13
  • 14
  • 15
  • 16
  • 17
  • 18
  • 19
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.