ଢେଙ୍କାନାଳ OTPCL କ୍ୟାମ୍ପ ଅଫିସ ରେ ଜଳିଗଲା ୬ ଟି ଜେସିବି
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଂଲାବେରଡି ରେ ଥିବା OTPCL କ୍ୟାମ୍ପ ଅଫିସ ରେ ଜଳିଗଲା ୬ ଟି ଜେସିବି।
ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଅ ଲାଗେଇଥିବା ସନ୍ଧେହ କରାଯାଉଛି।
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଂଲାବେରଡି ରେ ଥିବା OTPCL କ୍ୟାମ୍ପ ଅଫିସ ରେ ଜଳିଗଲା ୬ ଟି ଜେସିବି।
ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଅ ଲାଗେଇଥିବା ସନ୍ଧେହ କରାଯାଉଛି।
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ସମଲେଶ୍ୱରୀ ମନ୍ଦିର ଜାନୁୟାରୀ ୩, ୨୦୨୦ ରୁ ଖୋଲାଯିବ।
ସେହି ଦିନ ଜିଲ୍ଲାରେ ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି।
ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
ଭୁବନେଶ୍ୱର: ଆଜି ତା ୧୮.୧୨.୨୦ ସକାଳ ୯ ଘଟିକା ରୁ ଜୀବନ ଜ୍ୟୋତି ଆଶ୍ରମ, ଖଣ୍ଡଗିରି, ଭୁବନେଶ୍ୱର ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଛୋଟ ଓ ବଡ଼ ପିଲାଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଅଛି।
ମାଗଣା ହୋମିଓପାଥି ଔଷଦ ଓ ପରାମର୍ଶ, ଦନ୍ତ ଚିକିତ୍ସା ମଧ୍ୟ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମ ରେ ପ୍ରଭାତ କୁମାର ନନ୍ଦ, ସଭାପତି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଡ. ସଞ୍ଜିତ ପଣ୍ଡା, ଡ.ରବିନ କର, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ରାହୁଲ ପଲେଇ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଶେଷରେ ପିଲା ମାନକୁ ଚକୋଲେଟ୍ ବଣ୍ଟାଯାଇ ଥିଲା ଓ ବାରମ୍ବାର ହାଥ ଧୋଇବାକୁ ପରାମର୍ଶ ଦେବା ସହ ଲାଇଫ ବଏ ସାବୁନ୍ ମଧ୍ୟ ଦିଆଯାଇ ଥିଲା।
ପୁରୀ: ଡିସମ୍ବେର ୨୩ ରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ।
ପ୍ରଥମ ଦୁଇ ଦିନ କେବଳ ସେବାୟତ ମାନଙ୍କ ପରିବାରଙ୍କୁ ଦର୍ଶନ ର ସୁଯୋଗ ମିଳିବ।
ତାର ଦୁଇଦିନ ପରେ ପୁରୀ ସହର ର୍ବିଭିନ୍ନ ୱାର୍ଡ ର ବାସିନ୍ଦା ମାନେ ପର୍ଯ୍ୟାୟ କ୍ରମେ ପୌର ପାଳିକାରୁ ଟୋକେନ୍ ନେଇ ମହା ପ୍ରଭୁଙ୍କୁ ଦର୍ଶନ କରି ପାରିବେ।

ରାଉରକେଲା: ସରକାରୀ ରେଳ ପୋଲିସ (GRP) ଶୁକ୍ରବାର ଦିନ ସୁନ୍ଦରଗଡ ଜିଲ୍ଲାର ପାନପୋଶ ରେଳ ଷ୍ଟେସନ ନିକଟରେ ରେଳ ଟ୍ରାକରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।
ଯାତ୍ରୀମାନେ ଟ୍ରାକ ନିକଟରେ ଶବଗୁଡ଼ିକୁ ଦେଖି ପୋଲିସକୁ ଖବର ଦେଇଥିଲେ।
GRP କର୍ମଚାରୀମାନେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।