ଦୃଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍କୁ ମିଳିଲା ଅନ୍ତର୍ଜାତୀୟ ଗ୍ରୀନବର୍ଗ ପୁରସ୍କାର
ସମ୍ବଲପୁର: ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାର ବାମ୍ରା ଷ୍ଟେସନରେ ୧୨ ଘଣ୍ଟିଆ ରେଳ ଅବରୋଧ ଯୋଗୁ ସାଧାରଣ ଜୀବନ ବଧାପ୍ରାପ୍ତ ହୋଇଛି।
ବାମରା ଷ୍ଟେସନରେ ତିନୋଟି ଏକ୍ସପ୍ରେସ ଟ୍ରେନ ରହଣି ଦାବି କରି ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବକ୍ଷୋଭକାରୀମାନେ ରେଳ ଟ୍ରାକରେ ବସି ଅବରୋଧ କରିଥିଲେ।
ଏହାପୂର୍ବରୁ ଆରକେସି ର ସଦସ୍ୟମାନେ ଷ୍ଟେସନରେ ରାଜେନ୍ଦ୍ରନଗର-ଦୁର୍ଗ-ଦକ୍ଷିଣ ବିହାର, ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏବଂ ହୱରା-ଅହମ୍ମଦାବାଦ ଟ୍ରେନ ରହଣି ଦାବି କରିଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ରାଜ୍ୟ କ୍ୟାବିନେଟ ମୋହର ମିଳିଛି।
ମାଲକାନଗିରି: ମାଓ ନେତା ତଥା ଆନ୍ଧ୍ର-ଓଡିଶା ଜୋନାଲ କମିଟି ସଚିବ କୈଳାସ ମଙ୍ଗଳବାର ଦିନ ଏକ ଅଡିଓ ଟେପ ଜାରି କରି ସୁରକ୍ଷା ବାହିନୀର ଏନକାଉଣ୍ଟରକୁ ବିରୋଧ କରିଛନ୍ତି ଯେଉଁଥିରେ ମାଲକାନଗିରି ଜିଲ୍ଲାରେ ଦୁଇଜଣ ମାଓବାଦୀ କ୍ୟାଡରଙ୍କ ମୃତ୍ୟୁ ଘଟିଛି।
ଅଡିଓ ଟେପ୍ ମାଧ୍ୟମରେ କୈଳାସ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଓଡିଶା ସରକାରଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି।
ରବିବାର ଦିନ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇଜଣ ମାଓବାଦୀ ଜିଲ୍ଲାର ସ୍ବାଭିମାନ ଆଞ୍ଚଲରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ବେଚ୍ଛାସେବୀ ବାହିନୀ କର୍ମଚାରୀଙ୍କ ସହ ଗୁଳି ବିନିମୟ ସମୟରେ ମୃତ୍ୟୁବରଣ କରିଥିଲେ।

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ମାର୍କୋଣା ନିକଟରେ ଜଣେ ସାଇକେଲରେ ଯାଉଥିବା ଯୁବକଙ୍କ ଉପରେ ମାଡିଗଲା ଟ୍ରକ।
ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
ମୃତକ ହେଲେ ସିମୁଳିଆ ଥାନା ବାଉରିପଦା ଅଞ୍ଚଳର ଦିଗାମ୍ବର ରାଉତ । ମାର୍କୋଣା ସମ୍ବିତଜ୍ୟୋତି ପେଟ୍ରୋଲ ପମ୍ପ୍ ରେ ଚାକିରି କରୁଥିବାରୁ ସବୁଦିନ ପରି ଗତ କାଲି ସନ୍ଧ୍ୟାରେ ମଧ୍ୟ ଡ୍ୟୁଟି ପାଇଁ ସାଇକେଲରେ ନିଜ ଘରୁ ପେଟ୍ରୋଲ ପମ୍ପ୍ କୁ ଯାଉଥିବା ସମୟରେ ଜାତୀୟ ରାଜପଥ ଆସୁଥିବା ଏକ ଦୃତଗାମୀ ଟ୍ରକ ପଛରୁ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଦିଗାମ୍ବରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସିମୁଳିଆ ପୋଲିସ୍ ଶବ ଜବତ କରି ବ୍ୟବଛେଦ ପାଇଁ ସୋର ଡାକ୍ତରଖାନା କୁ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।