ଭାରତୀୟ ପ୍ରବାସୀ ପରିଷଦ ସଂଘ ଓ ବ୍ଲଡ ଡୋନର କେରଳ ସଂଘ ପକ୍ଷରୁ ରକ୍ତଦାନ ଶିବିର
କୁଏତ: ଗତ ୧୮- ଡିସେମ୍ବର ୨୦୨୦, ଶୁକ୍ରବାର ଭାରତୀୟ ପ୍ରବାସୀ ପରିଷଦ ସଂଘ କୁଏତ ଓ ବ୍ଲଡ ଡୋନର କେରଳ ସଂଘ ର ମିଳିତ ସହଯୋଗରେ ରକ୍ତ ଦାନ ଶିବିର କାର୍ଯକ୍ରମ ଆଦାନ ବ୍ଲଡ ବ୍ୟାଙ୍କ - କୁଏତ ରେ ଆୟୋଜନ ହୋଇଯାଇଛି ।
ଏହି ରକ୍ତଦାନ ଡ୍ରାଇଭରେ ସ୍ବେଛାସେବୀ ମାନେ ସଫଳତାର ସହ ଦାନ କରିଥିଲେ। କୋଭିଡ-୧୯ ମହାମାରୀ ପରିସ୍ଥିତିରେ କୁଏତ ବ୍ଲଡ ବ୍ୟାଙ୍କ ସମ୍ମୁଖୀନ ହେଉଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଥିଲା।
ଏହି ରକ୍ତ ଦାନ କାର୍ଯକ୍ରମ ରେ ଭାରତୀୟ ପ୍ରବାସୀ ପରିଷଦ ର ସାଧାରଣ ସମ୍ପାଦକ, ଭାରତ ସେବା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାର ଅଧ୍ୟକ, ଡବ୍ଲୁ ଏଚ ଆର୍ ସି - ଜି ସି ସି -କୁଏତ ର ସଭାପତି, ମୋ ସହାୟ କୁଏତ ର ସଦସ୍ୟ, ରାଇଟର ଫୋରମ୍ ଅଫ କୁଏତ ର ସଭ୍ୟ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ଶ୍ରୀଯୁକ୍ତ ରାଜ ଭଣ୍ଡାରି, ଶ୍ରୀଯୁକ୍ତ ସୁରେନ୍ଦ୍ର ଜି,
ଜୀତେନ୍ଦ୍ର କୁମାର ଜେନା, ବିଜୟ କାଇରଙ୍ଗଲି, ସଭିନୟ, ବିଜି, ରମେଶନ, ରାଜେଶ, ଭେନୁ ଗୋପାଳ, ଜୟ କ୍ରିଷ୍ଣା ଉପସ୍ଥିତ ଥିଲେ।
ସାମାଜିକ କମିଟି ସଦସ୍ୟବୃନ୍ଦ ଏହି ଶିବିରର ସଫଳ ସଂଗଠନ ପାଇଁ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଏବଂ ଶ୍ରୀଯୁକ୍ତ ରାଜ ଭଣ୍ଡାରି ନିଜର ଆନ୍ତରିଖ କୃତଜ୍ଞତା ଓ ଧନ୍ୟବାଦ୍ ପ୍ରଦାନ କରିଛନ୍ତି। ସଂଘ ତରଫରୁ ରକ୍ତଦାତାମାନଙ୍କ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କୁଏତ ର ବିଭିନ୍ନ ପ୍ରାନ୍ତ ରୁ ଏରିଆ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗ ଦେଇଥିଲେ।
ସମଗ୍ର ବିଶ୍ୱ କୋଭିଡ ମହାମାରୀର ସମ୍ମୁଖୀନ ହେଉଥିବା ବେଳେ ଏହି ମହତ୍ତ୍ଵ ସମୟରେ ରକ୍ତଦାନର ମହାନ କାର୍ଯ୍ୟକୁ ଆଗକୁ ନେଇଥିବାରୁ ସଙ୍ଘ ତରଫରୁ ରକ୍ତ ଦାନ କରିଥିବା ସ୍ବେଛାସେବୀ ଓ ସାଂସ୍କୃତିକ ସଙ୍ଗଠନକୁ ପ୍ରଶଂସା କରିଥିଲେ।
