ଭାରତ ବନ୍ଦ ବେଳେ କଟକ ବାଦାମବାଡ଼ି ଛକରେ କଂଗ୍ରେସ କର୍ମୀ ଙ୍କର ପୋଲିସ ସହ ଧସ୍ତାଧସ୍ତି
ଭୁବନେଶ୍ୱର(୦୮/୧୨/୨୦୨୦): କଟକ ବାଦାମବାଡ଼ି ସ୍ଥିତ AXIS ବ୍ୟାଙ୍କ ATM ର କାଚ ଭାଙ୍ଗିଲେ କଂଗ୍ରେସ କର୍ମୀ।
ଭାରତ ବନ୍ଦ ବେଳେ କଟକ ବାଦାମବାଡ଼ି ଛକରେ କଂଗ୍ରେସ କର୍ମୀ ଙ୍କର ପୋଲିସ ସହ ଧସ୍ତାଧସ୍ତି ।
୧୯ ଜଣ ବନ୍ଦ ସମର୍ଥକ ଙ୍କୁ ଉଠାଇନେଲା ପୋଲିସ l
ଭୁବନେଶ୍ୱର ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି l ବିଭିନ ରାଜନୀତିକ ଦଳ ଓ କୃଷକ ସଂଗଠନ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ, ଜୟଦେବ ବିହାର, ଏଜି ଛକରେ ରାସ୍ତା ରୋକ ଦେଖିବାକୁ ମିଳିଛି l
ବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଗଡ଼ୁନି ବସ l ଯାତ୍ରୀ ହନ୍ତସନ୍ତ l
ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ନିରଞ୍ଜନ ପଟ୍ଟାନାୟକ କହିଛନ୍ତି ଯେ ଓଡିଶା ରେ ବନ୍ଦ ସଫଳ ହୋଇଛି I
ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନାଚକ୍ର

ଭୁବନେଶ୍ୱର(୦୭/୧୨/୨୦୨୦): ବ୍ୟାସକବି ଫକୀରମୋହନ ଭବନ ନୟାପଲ୍ଲୀ ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା କେନ୍ଦ୍ରର ଭାଇ ମାନଙ୍କ ସହିତ କିଛି ମୁହୂର୍ତ୍ତ ଶ୍ରୀ ଜଗନ୍ନାଥ ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନା କରାଯାଇ ଥିଲା।
ଏହି ବୈଠକ ରେ ପ୍ରଥମେ ପ୍ରତିଷ୍ଠାତା ଶ୍ରୀ ଗୋପୀନାଥ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ୧୮ ଟି ଚେତନା କେନ୍ଦ୍ର ର ପ୍ରତିନିଧି ମାନଙ୍କୁ ସଭାପତି ପ୍ରଭାତ କୁମାର ନନ୍ଦ ସମ୍ବର୍ଦ୍ଧିତ କରିଥିଲେ ଓ ଅନୁଷ୍ଠାନ କୁ ଚଳାଇବାକୁ ସହଯୋଗ କାମନା କରି ମହାପ୍ରଭୁ ଜଗନ୍ନାଥ ଙ୍କ କାର୍ଯୟକ୍ରମଗୁଡ଼ିକ ମିଳିମିଶି କରିବାକୁ ପରାମର୍ଶ ଦେଇଥିଲେ,ବିଗତ ଦିନରେ ଘଟି ଯାଇଥିବା ସମସ୍ତ ଘଟଣା ବିଷୟରେ ସମ୍ପାଦକ ନାରାୟଣ ମହାପାତ୍ର ସମସ୍ତ ଙ୍କୁ ଅବଗତ କରାଇଥିଲେ।
ପୁର୍ବତନ ପ୍ରତିଷ୍ଠାତା ସଭାପତି ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ।
ତତ୍ ପରେ ପରିଷଦର ସଦସ୍ୟ ମାନେ ଭଜନ ପରିବେଷଣ କରିଥିଲେ, ଆଜିର କାର୍ଯ୍ୟକ୍ରମ କୁ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ପ୍ରତିମା ପଣ୍ଡା, ମଧୁସ୍ମିତା ଦାସ, ଅନାମିକା ସ୍ୱାଇଁ, ତନୁଶ୍ରୀ ଜେନା,ମଞ୍ଜୁଶ୍ରୀ ଜେନା, ଦିଲ୍ଲୀପ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଉପସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର, ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ପ୍ରାଣକୃଷ୍ଣ ପଟନାୟକ, ଗିରିଜା ଶଙ୍କର ମହାପାତ୍ର,ମନୋରଞ୍ଜନ ମହାନ୍ତି, ମଳୟ ଜେନା, ଏ କାମେଶ୍ୱର ରାଓ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ହେମନ୍ତ ମଲିଅ। ରାହୁଲ ପଲେଇ ପ୍ରକାଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ, ପ୍ରବଚାକ ଶ୍ରୀ ଯୁକ୍ତ ଦାଶରଥି ସାମନ୍ତରାୟ ଙ୍କୁ ସଭାପତି ସମ୍ବର୍ଦ୍ଧିତ କରିଥିଲେ, ପ୍ରଵଚକ ଶ୍ରୀ ଦାଶରଥି ସାମନ୍ତରାୟ ମହାପ୍ରଭୁ, ବଳଭଦ୍ର ସୁଭଦ୍ରା, ଜଗନ୍ନାଥ ଙ୍କ ବିଷୟରେ ରୋଚକ ପୂର୍ଣ୍ଣ ତଥ୍ୟ ସମସ୍ତଙ୍କୁ ଅତି ସରଳ ଭାଷାରେ କହି ଥିଲେ ଏହା ସମସ୍ତଙ୍କ ର ମନକୁ ଛୁଇଁ ଥିଲା, ଆଜିର କାର୍ଯ୍ୟକ୍ରମ କୁ ଚେତନା କେନ୍ଦ୍ର ର ଭାଇ ଓ ଗୁରୁଜନ ମାନେ ଆସି ଯୋଗ ଦେଇ ସଫଳ କରିଥିବାରୁ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମହାପ୍ରଭୁଙ୍କ ଆଳତି ରେ ସମସ୍ତେ ମିଳିମିଶି ସହଯୋଗ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ପୁରୀ ରୁ ଆସିଥିବା ମହାପ୍ରସାଦ ସମସ୍ତେ ସେବନ କରିଥିଲେ।
ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବାଙ୍କ ଦେହାନ୍ତ
ଭୁବନେଶ୍ୱର (୦୭/୧୨/୨୦୨୦): ଆତ୍ମଘୋଷିତ ଭଗବାନ ତଥା ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବା ଛଦ୍ମନାମ ସୁରେନ୍ଦ୍ରନାଥ ମିଶ୍ରଙ୍କ ରବିବାର ରାତିରେ ଦେହାନ୍ତ ହୋଇଛି।
ସେ ଭୁବନେଶ୍ୱରର ଜୟଦେବ ବିହାରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ଡିସେମ୍ବର ୨ , ୨ଠ୧୭ ରେ ସୁର ବାବାଙ୍କୁ ଝାରପଡା ଜେଲରୁ ମୁକ୍ତ କରାଯାଇଥିଲା।
ଜମି ଦଖଲ, ମହିଳାଙ୍କୁ ଶୋଷଣ କରିବା ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ତାଙ୍କୁ ଅଗଷ୍ଟ ୩୧ , ୨ଠ୧୫ ରେ ବାଲିପାଟଣା ପୋଲିସ ତାଙ୍କ ଦୁଇ ପୁଅଙ୍କ ସହ ଗିରଫ କରିଥିଲା।
ଓଡ଼ିଶାରେ ବସ୍ ଭଡା ବୃଦ୍ଧି
ଭୁବନେଶ୍ୱର (୦୭/୧୨/୨୦୨୦): ଓଡିଶା ସରକାର ସୋମବାର ଯାତ୍ରୀବାହୀ ବସ୍ ଭଡାକୁ ତୁରନ୍ତ ପ୍ରଭାବରୁ ବୃଦ୍ଧି କରିଛନ୍ତି।
ସାଧାରଣ ଏବଂ ଏକ୍ସପ୍ରେସ ବସ୍ ବର୍ଗ ପାଇଁ ବସ୍ ଭଡା କିମି ପିଛା ୧ ପଇସା ବୃଦ୍ଧି କରାଯାଇଛି |
ସାଧାରଣ ବସ୍ ଗୁଡିକ ବର୍ତ୍ତମାନ କିଲୋମିଟର ପିଛା ୭୨ ପଇସା ବଦଳରେ ୭୩ ଚାର୍ଜ କରିବେ | ଏକ୍ସପ୍ରେସ ବସ୍ ଭଡା ମଧ୍ୟ କିମି ପ୍ରତି ୭୫ ରୁ ୭୬ ପଇସା ବୃଦ୍ଧି କରାଯାଇଛି।
ଡିଲକ୍ସ ଏବଂ ଏସି ଡିଲକ୍ସ କୋଚମାନଙ୍କ ପାଇଁ ଭଡ଼ା କିମି ପ୍ରତି ୨ ପଇସା ସଂଶୋଧିତ ହୋଇଛି। ଡିଲକ୍ସ ବସ୍ ବର୍ତ୍ତମାନ କିଲୋମିଟର ପିଛା ୧.୦୫ ଟଙ୍କା ତୁଳନାରେ ୧.୦୭ ଟଙ୍କା ଚାର୍ଜ କରିବ।
ଏହା ବ୍ୟତୀତ ଏସି ଡିଲକ୍ସ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବର୍ତ୍ତମାନ କିଲୋମିଟର ପିଛା ୧.୨୭ ଟଙ୍କା ବଦଳରେ ୧.୨୯ ଟଙ୍କା ଦେବାକୁ ପଡିବ।
ପ୍ରାୟ ପାଞ୍ଚ ମାସର ବ୍ୟବଧାନ ପରେ ରାଜ୍ୟରେ ବସ୍ ଭଡା ସଂଶୋଧନ କରାଯାଇଛି।
ଓଦିଶା 5T ସଚିବଙ୍କ ଏକାମ୍ରକ୍ଷେତ୍ର ପରିଦର୍ଶନ
ଭୁବନେଶ୍ୱର(୦୭/୧୨/୨୦୨୦): ଓଡିଶା 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସକାଳେ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରି ସେଠାରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ରଗତିର ସମୀକ୍ଷା କରିଥିଲେ।
ଦୋକାନୀ ମାନଙ୍କ ପୁନଃ ଥଇଥାନ ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି।
ଏହା ବ୍ୟତୀତ ସେ ଶୀଘ୍ର ବିକଳ୍ପ ରାସ୍ତାର ବିକାଶ ଏବଂ ଆବର୍ଜନା ସଫା କରିବା ଉପରେ ଜୋର ଦେଇଛନ୍ତି।
ମନେରଖାଯାଇପାରେ ଯେ 5T ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଭଲ ଭାବରେ ଅଗ୍ରଗତି କରୁଛି |
ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।
ସିଂହମ ପୋଲିସ ଅଫିସର ଦେବାଶିଷ ମହାନ୍ତି
କୋଦଳା,୦୫/୧୨,(ଦେବାଶିଷ ମହାରଣା):ରାଜ୍ୟ ରେ "ମୋ ସରକାର" ଅଧୀନରେ କାର୍ଯ୍ୟରତ ଓଡିଶା ପୋଲିସ ବିଭାଗର ସମସ୍ତ ଅଧିକାରୀ ବିଭିନ୍ନ କ୍ଷେତ୍ରରେ ନିଜର ମହତକାର୍ଯ୍ୟ ପାଇଁ ଜନସାଧାରଣଙ୍କ ପ୍ରଂଶସାର ପାତ୍ର ହୋଇଥାନ୍ତି । କିଛି ପୋଲିସ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା, କାର୍ଯ୍ୟଶୈଳୀ ମାଧ୍ୟମରେ ଅତିଶୀଘ୍ର ସାଧାରଣ ଜନତାଙ୍କ ମନ ଜିଣିଥାନ୍ତି ।
ଏମିତି ଜଣେ ପୋଲିସ ଅଧିକାରୀ ଙ୍କୁ ପାଇ ଗର୍ବ ଅନୁଭବ କରୁଛି ଅଞ୍ଚଳ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ଙ୍କ କଥା । ୨୨.୧୦.୨୦୧୯ରିଖ କୋଦଳା ଥାନାରେ ଶ୍ରୀ ମହାନ୍ତି କାର୍ଯ୍ୟରେ ଯୋଗଦେଇ ଦାୟିତ୍ୱ ନେବା ପରଠାରୁ ଏହି ଅଞ୍ଚଳରେ ଘଟି ଚାଲିଥିବା ଅନୈତିକ କାର୍ଯ୍ୟ, ମଦ ମାଫିଆ,ଲୁଟେରା ଓ ବିଭିନ୍ନ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ସନ୍ଦିଗ୍ଧ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ମୁଖ୍ୟତଃ ଚୋରା ମଦ ବେପାରୀ ମାନଙ୍କ ଉପରେ ଥାନାଧିକାରୀଙ୍କ ତୁହାକୁ ତୁହା କଡା ଆଭିମୁଖ୍ୟ ଓ ଚେତାବନୀ ଫଳରେ ସେମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି ।
ଯାହାଫଳରେ ଅଭିଯୁକ୍ତ ମାନେ ପୁଣି ଏହି କାର୍ଯ୍ୟରେ ଲିପ୍ତ ରହିବାକୁ ସହସ୍ର ଥର ଭାବୁଛନ୍ତି । କୋଦଳା ଥାନା ସମେତ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ ସମସ୍ତ ପୋଲିସ ଅଧିକାରୀଙ୍କ ସହାୟତାରେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅତି ଉତ୍ତମ ମାନର ନିୟନ୍ତ୍ରଣ ହୋଇପାରିଛି । ନିହାତି ଭାବେ ଯାହାର ଶ୍ରେୟ ଯାଉଛି ଥାନାଧିକାରୀଙ୍କୁ। ଜନସାଧାରଣଙ୍କ ମତରେ ପୂର୍ବ ଅପେକ୍ଷା ଅନେକ ମଦ ମାଫିଆ ଙ୍କୁ ଗିରଫ କରିବା ସହ ମଦ ଜବତ କରି ମଦ ପୋଚ ମଧ୍ୟ ନଷ୍ଟ କରାଯାଉଛି। କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଅପରାଧୀ ମୁକ୍ତ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।
ଏତଦ ବ୍ୟତୀତ ଲୋକମାନଙ୍କୁ ସଡ଼କ ସୁରକ୍ଷା, ସାଇବର ଠକେଇ ଓ କରୋନାର ଭୟବହତା ସମୟରେ ପଦଯାତ୍ରା କରି ସମସ୍ତଙ୍କୁ ସଚେତନ କରାଇଥିବା ପ୍ରକୃତ କରୋନା ଯୋଦ୍ଧା ଙ୍କୁ ନେଇ ବର୍ତ୍ତମାନ ଜନସାଧାରଣ, ବୁଦ୍ଧିଜୀବୀ ଓ ସ୍ଥାନୀୟ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କୁ ସାଧୁବାଦ ଜଣେଇଥିବା ସହ ଭବିଷ୍ୟତରେ ଏମିତି କାର୍ଯ୍ୟ ବଜାୟ ରଖିବା ନେଇ ଦୃଢ଼ ଆଶା ବାନ୍ଧିଛନ୍ତି ।
