• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଚିତ୍ରଶିଳ୍ପୀ ଡ଼ ମୁରଲୀଧର ଟାଲିଙ୍କର ଜନ୍ମ ଜୟନ୍ତୀ ପାଳିତ

Details
Odia Ray Admin
ଓଡିଶା
23 October 2026

ଭୂବନେଶ୍ଵର : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ, ଭୁବନେଶ୍ବର ର ମିଳିତ ଆନୁକୁଲ୍ୟରେ ଚିତ୍ରଶିଳ୍ପୀ ଡ଼ ମୁରଲୀଧର ଟାଲିଙ୍କର ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ରାଜ୍ୟ ସଂଗ୍ରହାଳୟ କକ୍ଷ, ଭୁବନେଶ୍ଵର ଠାରେ ପାଳନ କରାଯାଇଅଛି । ଏହି ଉତ୍ସବରେ କଲେଜର ପ୍ରତିଷ୍ଠାତା ଅଧକ୍ଷ୍ୟ ଚିତ୍ରଶିଳ୍ପୀ ଶ୍ରୀ ତାରକାନ୍ତ ପରିଡ଼ା, ସଭା ପତିତ୍ୱ କରିଥିଲେ ଲ ଏବଂ ଉ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳ ଦ୍ୟାଳୟର ପୂର୍ବତନ ଅଧକ୍ଷ ଧକ୍ଷ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ ମୁଖ୍ୟ ଅତିଥ୍‌, ଓ ସଂନମାନିତ ଅତି ଅତିଥ୍ ରୂପେ ବିଶିଷ୍ଟ ଚିତ୍ର ଶିଳ୍ପୀ ଗିଳ୍ପୀ ଶ୍ରୀଯୁକ୍ତ ରଘୁନାଥ ସାହୁ ଏବଂ ମୁରଲୀଧର ଟାଲିଙ୍କର ସନ୍ତାନ ଶ୍ରୀଯୁକ୍ତ ଯୁକ୍ତ ଶ୍ୟାମ । ପ୍ରସାଦ ଟାଲି ପ୍ରମୁଖ ଯୋଗ ଦେଇ ମହାନ ଶିଳ୍ପୀଙ୍କର ଚିତ୍ର କଳା ପ୍ରତି ଅବଦାନ ବିଷୟରେ ସୃତି ଚାରଣ କରିବା ସ‌ହିତ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ସମବେଦନା ଜଣାଇଥିଲେ । ପରିଶେଷରେ ଲଳିତ କଳା ଏକାଡ଼େମୀ ଦ୍ଵାରା ପ୍ରାୟୋଜିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି କାର୍ଜ୍ୟ କ୍ରମରେ ରେ ବହୁ ବରେଣ୍ୟ ଚିତ୍ର ଶିଳ୍ପୀ, ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହାବିଦ୍ୟାଳୟର ସମନ୍ତ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଏବଂ ଏକାଡ଼େମୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ଥିଲେ । ଶେଷରେ ଏକାଡ଼େମୀର ସଚିବ ଡ଼ ଦେବଯାନୀ ଭୂୟଂ ଧନ୍ୟବାଦ ଅର୍ପଣ କରିଥିଲେ I

powered by social2s

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍‌ର ଅଂଶଗ୍ରହଣ

Details
Odia Ray Admin
ଓଡିଶା
23 October 2026

ନୂଆଦିଲ୍ଲୀ: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (BIRC) ୨୦୨୬ରେ ଓଡ଼ିଶାର ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାର ଏହି ସ୍ୱତନ୍ତ୍ର ଉତ୍ପାଦକୁ ବଡ଼ ବଜାରରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା। ଏହି ପଦକ୍ଷେପ ପାରମ୍ପରିକ କୃଷିଜ୍ଞାନର ସଂରକ୍ଷଣ ସହ ଓଡ଼ିଶାର କୃଷି ଐତିହ୍ୟକୁ ସମୃଦ୍ଧ କରିଆସୁଥିବା ଚାଷୀ ସମୁଦାୟଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ଦେଉଛି। ଏଥିରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନ (CBO)ର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଏହା ମାଧ୍ୟମରେ ଚାଷୀମାନେ ଏକାଠି ହୋଇ ନିଜ ଅଞ୍ଚଳର ପାରମ୍ପରିକ ଚାଉଳର ପରିଚୟକୁ ବଞ୍ଚାଇ ରଖିବା ସହ ଏହାକୁ ନୂଆ ବଜାରରେ ପହଞ୍ଚାଇବାର ସୁଯୋଗ ପାଉଛନ୍ତି। ପ୍ରଦର୍ଶିତ ଚାଉଳ ଉତ୍ପାଦଗୁଡ଼ିକ ମଧ୍ୟରେ ପୁରୀର ସାରଳା, ସୋନା ମସୁରୀ, ପୂଜା ଓ ସମ୍ରାଟ; କେନ୍ଦ୍ରାପଡ଼ାର ଲୀଳାବତୀ ସୁଗନ୍ଧିତ ଚାଉଳ; କୋରାପୁଟର ଜିଆଇ ଟ୍ୟାଗ୍‌ପ୍ରାପ୍ତ କଳାଜୀରା; ମୟୂରଭଞ୍ଜର ମୁଗେଇ, ସଲାଫୁଲା ଓ କଳାଚମ୍ପା; ବରଗଡ଼ର ବ୍ଲାକ ରାଇସ (ଜାସ୍ମିନ୍) ଚାଉଳ; ଗଞ୍ଜାମର ଖଣିପକା ଓ ବ୍ଲାକ ରାଇସ (ଲାବଣ୍ୟ); ସୁନ୍ଦରଗଡ଼ର କନ୍ଦେରାଝାଲ ଓ ମାଛକଣ୍ଟା ଏବଂ ଜଗତସିଂହପୁରର ଲୋ-ଜିଆଇ ଚାଉଳ ଅନ୍ତର୍ଭୁକ୍ତ। ଏହି ସମ୍ମିଳନୀ ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବିଶ୍ୱସ୍ତରରେ ପରିଚିତ କରାଇବାର ସୁଯୋଗ ଦେବ ବୋଲି ମାନ୍ୟବର *ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ* ଆଶା ପ୍ରକଟ କରି କହିଛନ୍ତି, “ଏହି ମଞ୍ଚ ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବ। ଆମର ପାରମ୍ପରିକ ଚାଉଳରେ ପିଢ଼ି ପରେ ପିଢ଼ି ଧରି ଚାଷୀମାନେ ହାସଲ କରିଥିବା ଜ୍ଞାନ, ଆମ ଅଞ୍ଚଳର ପରିଚୟ ଓ ପ୍ରକୃତିର ବିବିଧତା ରହିଛି। ଏହି ସମୃଦ୍ଧ ଐତିହ୍ୟ ମାଧ୍ୟମରେ ଅଧିକ ବଜାର ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ।” ଏହି ଅଂଶଗ୍ରହଣ କେବଳ ଚାଉଳର ପ୍ରଦର୍ଶନରେ ସୀମିତ ନୁହେଁ। ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଚାଉଳ ପ୍ରୋସେସିଂ ସଂସ୍ଥା, ହୋଟେଲ, ରେସ୍ତୋରାଁ ଓ ବିଭିନ୍ନ ଅନୁଷ୍ଠାନର କ୍ରେତାଙ୍କ ସହ ଯୋଡ଼ିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଓରମାସ୍‌ ପକ୍ଷରୁ ଆକର୍ଷଣୀୟ ପ୍ୟାକେଟ୍‌ରେ ଉତ୍ପାଦ ବିକ୍ରି, ନମୁନା ପ୍ରଦର୍ଶନ, ଯୋଗାଣ ଓ ବିତରଣ ବ୍ୟବସ୍ଥା ଏବଂ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସହ ଭାଗୀଦାରି ପାଇଁ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଓରମାସ୍‌ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ ମାନ୍ୟବର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ *ଶ୍ରୀ ରବି ନାରାୟଣ ନାଏକ* କହିଛନ୍ତି, “ଓରମାସ୍‌ ମାଧ୍ୟମରେ ଆମେ ଗ୍ରାମୀଣ ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛୁ। ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ସୁଦୃଢ଼ କରିବା, ଉତ୍ପାଦର ଗୁଣବତ୍ତା ଓ ପ୍ୟାକେଜିଂରେ ଉନ୍ନତି ଆଣିବା ଏବଂ ବ୍ୟବସାୟିକ ସଂଯୋଗ ବଢ଼ାଇବା ଆମର ଲକ୍ଷ୍ୟ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦର ଚାହିଦା ବଢ଼ାଇବା ସହ ଅଧିକ ଆର୍ଥିକ ଲାଭ ପାଇପାରିବେ।” ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବଜାରରେ ଅଧିକ ସୁଯୋଗ ଦେବା ପାଇଁ ଉତ୍ପାଦ ସଂଗ୍ରହ, ଗୁଣବତ୍ତା ଯାଞ୍ଚ, ଭଲ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ଉତ୍ପାଦର ମୂଲ୍ୟ ବଢ଼ାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଦ୍ୱାରା ଉତ୍ପାଦକ ଗୋଷ୍ଠୀମାନେ ନିଜ ଉତ୍ପାଦକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇପାରିବେ। BIRC ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ରାଜ୍ୟର କୃଷି ବିବିଧତାକୁ ବ୍ୟବସାୟ ଓ ବଜାର ସହ ଯୋଡ଼ିବାର ପ୍ରୟାସକୁ ପ୍ରତିଫଳିତ କରୁଛି। ପାରମ୍ପରିକ ଚାଉଳ ଓ ଏହାକୁ ଉତ୍ପାଦନ କରୁଥିବା ଗୋଷ୍ଠୀଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇ ଅଧିକ ବଜାର ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ ଆୟ ବଢ଼ାଇବା ଓ ଜୀବିକାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

powered by social2s

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ଆଶଙ୍କା

Details
Odia Ray Admin
ଓଡିଶା
23 October 2026

ଭୁବନେଶ୍ୱର: ଆଜି ସକାଳ ୫ଟା ୩୦ରେ ପୂର୍ବ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୪-୨୫ରେ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହା ଉତ୍ତର ଆନ୍ଧ୍ର - ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ। ପ୍ରଭାବରେ ଓଡ଼ିଶାରେ ୩ ଦିନ ବର୍ଷା ହେବ, ୨୬ରୁ ବଢ଼ିବ ବର୍ଷା।

powered by social2s

ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ: ମନ୍ତ୍ରୀ

Details
Odia Ray Admin
ଓଡିଶା
22 October 2026

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଚଳିତ ନ ହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ରାଜସ୍ବ ମନ୍ତ୍ରୀ। ସେ ସୂଚନା ଦେଲେ ଯେ, ‘ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ’ ବିଭିନ୍ନ ୟୁରୋପୀୟ ମଡେଲ ଅନୁଧ୍ୟାନ ସହ ଭାରତୀୟ ପାଣିପାଗ ବିଭାଗର ଯୋଗାଯୋଗରେ ଅଛୁ। ଆସନ୍ତାକାଲି ସୁଦ୍ଧା ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପ୍ରକାଶ କଲେ ମନ୍ତ୍ରୀ।

powered by social2s

ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବରେ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌ର ମନମୁଗ୍ଧକର ନୃତ୍ୟ ପରିବେଷଣ

Details
Odia Ray Admin
ଓଡିଶା
23 October 2026

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବରେ ଭକ୍ତି, କଳା ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ଏହି ଅବସରରେ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ ପକ୍ଷରୁ ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ଶାସ୍ତ୍ରୀୟ ନୃତ୍ୟର ସୌନ୍ଦର୍ଯ୍ୟ, ଭାରତୀୟ ପରମ୍ପରାର ଗରିମା ଓ କଳାତ୍ମକ ଅଭିବ୍ୟକ୍ତି ଏହି ପରିବେଷଣକୁ ଉତ୍ସବର ଏକ ବିଶେଷ ଆକର୍ଷଣରେ ପରିଣତ କରିଥିଲା। ଦୁର୍ଗାପୂଜାର ପବିତ୍ର ପରିବେଶରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମଧ୍ୟରେ କଳା ଓ ସଂସ୍କୃତି ପ୍ରତି ଆଗ୍ରହକୁ ଆହୁରି ବଢ଼ାଇଥିଲା। ନୃତ୍ୟ ମାଧ୍ୟମରେ ଭାରତୀୟ ସାଂସ୍କୃତିକ ଐତିହ୍ୟର ମହତ୍ତ୍ୱକୁ ଉପସ୍ଥାପନ କରିବା ସହ ଉତ୍ସବର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶକୁ ଏହା ଅଧିକ ମନୋରମ କରିଥିଲା। *ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅପରାଜିତା ଷଡ଼ଙ୍ଗୀ* ଏହି କାର୍ଯ୍ୟକ୍ରମରେ ମାନନୀୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କର ଉପସ୍ଥିତି ସମଗ୍ର ଆୟୋଜନକୁ ଏକ ସ୍ୱତନ୍ତ୍ର ଗରିମା ପ୍ରଦାନ କରିଥିଲା। ଦୁର୍ଗାପୂଜା ଭଳି ଏକ ପାରମ୍ପରିକ ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟର ଏପରି ପରିବେଷଣ ଭାରତୀୟ କଳା ଓ ସଂସ୍କୃତିର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରିଥିଲା। *ଗୁରୁ ପୁଷ୍ପିତା ମିଶ୍ର ଓ ମିତା ଦାସଙ୍କୁ ସମ୍ମାନିତ* କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ନୃତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନିଜର ସାଧନା ଓ ଅବଦାନ ପାଇଁ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଏବଂ ଗୁରୁ ଶ୍ରୀମତୀ ମିତା ଦାସଙ୍କୁ ସମ୍ମାନିତ କରାଯିବା। କଳା ପ୍ରତି ସେମାନଙ୍କର ନିଷ୍ଠା, ଦୀର୍ଘଦିନର ସାଧନା ଏବଂ ଭାରତୀୟ ନୃତ୍ୟ ପରମ୍ପରାର ସଂରକ୍ଷଣ ଓ ପ୍ରସାର ଦିଗରେ ଅବଦାନକୁ ସ୍ୱୀକୃତି ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କଳାକାର ଓ ଗୁରୁମାନଙ୍କ ପ୍ରତି ସମାଜର ସମ୍ମାନ ଓ କୃତଜ୍ଞତାର ପ୍ରତୀକ ଭାବେ ପରିଗଣିତ ହୋଇଥିଲା। *ଭାରତୀୟ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ପ୍ରତିବଦ୍ଧ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍* କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସମୃଦ୍ଧ କଳା-ସଂସ୍କୃତିର ସଂରକ୍ଷଣ, ପ୍ରଚାର ଏବଂ ପ୍ରସାର ଦିଗରେ କାର୍ଯ୍ୟ କରିଆସୁଛି। ନିଜର ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଅନୁଷ୍ଠାନଟି ଭାରତୀୟ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ସହ କଳାର ମହତ୍ତ୍ୱକୁ ଉଜାଗର କରିବାର ପ୍ରୟାସ ଜାରି ରଖିଛି। ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବରେ ଏହି ନୃତ୍ୟ ପରିବେଷଣ ଅନୁଷ୍ଠାନର ସେହି ସାଂସ୍କୃତିକ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରତିପାଦିତ କରିଥିଲା। ଦୁର୍ଗାପୂଜାର ଭକ୍ତିମୟ ପରିବେଶ ମଧ୍ୟରେ ନୃତ୍ୟର ସୌନ୍ଦର୍ଯ୍ୟ ଓ ପାରମ୍ପରିକ କଳାର ଉପସ୍ଥାପନା ଏହି ଆୟୋଜନକୁ ଅଧିକ ସ୍ମରଣୀୟ କରିଥିଲା। ମୋଟାମୋଟି ଭାବେ, ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବରେ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌ର ନୃତ୍ୟ ପରିବେଷଣ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନଥିଲା, ବରଂ ଭକ୍ତି, କଳା, ସାଧନା ଓ ଭାରତୀୟ ପରମ୍ପରାର ଏକ ସୁନ୍ଦର ମିଳନ ଥିଲା। ଗୁରୁ ପୁଷ୍ପିତା ମିଶ୍ର ଓ ମିତା ଦାସଙ୍କୁ ସମ୍ମାନିତ କରାଯିବା ଏହି ଆୟୋଜନର ମହତ୍ତ୍ୱକୁ ଆହୁରି ବଢ଼ାଇଥିଲା।

powered by social2s

ଆନନ୍ଦପୁରରେ ପୋଲିସ ଏନକାଉଣ୍ଟର

Details
Odia Ray Admin
ଓଡିଶା
23 October 2026

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଡ଼ା ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନର ଗୋଡ଼ରେ ଗୁଳି ବାଜିଛି। ସୋସୋ ଥାନା ବନ୍ତଳା ଗାଁ ଗହଣା ଦୋକାନ ଲୁଟର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ। ଫେରାର ବେଳେ ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସର ପାଲଟା ଗୁଳି। ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରାଯାଇଛି। ଆହତ ଅଭିଯୁକ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛି। ଅର୍ଜୁନ ନାଁରେ ରାଜ୍ୟ ଭିତର ଓ ବାହାରେ ୪୦ରୁ ଅଧିକ ମାମଲା।

powered by social2s

ଭିକ୍ଷା କରୁଛି ମା ତବ ପାଦ ପଦ୍ମେ

Details
Odia Ray Admin
ଓଡିଶା
22 October 2026

ଭିକ୍ଷା କରୁଛି ମା ତବ ପାଦ ପଦ୍ମେ, ପୀଡା, ଦୁଃଖ ଆଉ ଯାତନା ନରହୁ କାହାର; ସୁଗନ୍ଧରେ ଭରିଯାଉ, ବିଭୀଷିକା ଟଳିଯାଉ, ତ୍ରାହି ପାଇଯାଉ ଏ ଭବ ସାଗର | ପାର୍ବଣ ତିଥିରେ ହେ "ମାତେ", କଲ୍ୟାଣ କରିବୁ ଆମକୁ, ଧୁମମୟ ଆକାଶ ମଳିନ ପଡିବ ; ଚାହିଁଥିବା ସଦା ଆମେ ତବ ଆଶିଷକୁ, କର୍ପୁର ବାସନା ଭରିଦେଉ କ୍ଷତ ସମୂହକୁ ପାଇ ତବ କୋମଳ ଶାନ୍ତ୍ୱନା : ଯୁଗେ ଯୁଗେ ଆଳତୀ କରିବୁ ମାତେ ଗାଇ ତୋ ଯଶସ୍ବୀ ବର୍ଣନା | ପୂର୍ଣ୍ଣ ହେଉଛି ସଦା ଆମ ଅନିବାର୍ଯ୍ୟ କାମନା, ଏଥର ବି ତୃପ୍ତ ହେବୁ ଆମେ ଲଭି ତୋ ପୁଣ୍ୟ ବାସନା | ମାଗୁଛି "ମା " ତୋତେ ଆଜି, ତୋ କାୟା ଅନୁକମ୍ପା : କରିଦେ ଏ ବିଶ୍ୱ କୁ ମାତେ, ଏକ ସୁବର୍ଣ୍ଣ, ଶୁଶୋଭିତ,ରେଣୁଭରା ଚମ୍ପା | କୋଣେ କୋଣେ ଏ ଜଗତ ରେ, ପୀଡା ପାଉଛନ୍ତି, କେତେ ଯେ ନିରୀହ ମଣିଷ, ଉଠାଇ ଦେ ମା ସଭିଙ୍କୁ, ଦେଇ ତୋ ମଧୁର ପିୟୁଷ | ଜନନୀ ତୁହି ମା କରୁଣାମୟୀ, କରିଦେ ଏ ଜଗତ କୁ ଶ୍ରାବଣୀମୟୀ, ଅସୁର ନାଶିନୀ, ପାପ ବିନାଶିନୀ, ତୁ ହିଁ ପାରିବୁ ଟାଳି ; ଆମ ବେଦନର କୋହ, ତୋହରି ଭୁଜାରେ ମାତେ ପୋଛି ହୋଇଯାଉ. ନୟନୁ ଆମର ଲହୁର ଲୁହ | ଯା ଦେବୀ ସର୍ବ ଭୁତେଷୁ, ଦେବୀ ରୁପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ | ଡ଼ ଜୀବନ କୃଷ୍ଣ ମିଶ୍ର।

powered by social2s

More Articles ...

  1. ଆଜି ବିଦାୟ ନେବେ ମା' ଦୁର୍ଗା; କଟକରେ ଆରମ୍ଭ ହେଲା ଭସାଣ ଶୋଭାଯାତ୍ରା
  2. ୯୯ ବର୍ଷ ପୁରଣ କଲା ଜଟଣୀ ଉତ୍ତରାଣୀ କ୍ଲବ, ୧୦୦ କର୍ଯ୍ୟକ୍ରମ ହେଵ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ: ଡ଼ଃ ରୁଷି ପଟ୍ଟନାୟକ
  3. ଭସାଣି ପାଇଁ କଡ଼ା ସୁରକ୍ଷା, ଭୁବନେଶ୍ୱର-କଟକରେ ସ୍ୱତନ୍ତ୍ର ୟୁନିଟ୍ ମୁତୟନ
Page 25 of 2249
  • Start
  • Prev
  • 20
  • 21
  • 22
  • 23
  • 24
  • 25
  • 26
  • 27
  • 28
  • 29
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.