• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ମହାଶିବରାତ୍ରୀରେ ରାତି ୧୦: ୩୦ରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

Details
Odia Ray Admin
ଓଡିଶା
14 February 2026

ଭୁବନେଶ୍ବର: ମହାଶିବରାତ୍ରୀରେ ରାତି ୧୦: ୩୦ରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଏହାସହ ଲିଙ୍ଗରାଜଙ୍କ ଭଜନ ମଣ୍ଡପରେ ଆୟୋଜିତ ହେବ ଭଜନ ସମାରୋହ । ଚଳିତବର୍ଷ ଯୋଗଦେବେ ମୁମ୍ବାଇର ୭ ଜଣ କଣ୍ଠଶିଳ୍ପୀ। ଚଳିତ ବର୍ଷ ଆସୁଛନ୍ତି ଜୁନିଅର ଲତା ମଙ୍ଗେସକର ଓ ଜୁନିଅର ଅମିତାଭ ବଚ୍ଚନ। କେଦାରନାଥ ଓ ବଦ୍ରୀନାଥରୁ ମଧ୍ଯ ଆସୁଥିବା ପଣ୍ଡିତ ମାନେ ଅଭିଭାଷଣ ଦେବେ। ଓଡିଶାରୁ ଯୋଗଦେବେ ୪୨ ଜଣ କଣ୍ଠଶିଳ୍ପୀ। ଭଜନ କାର୍ଯ୍ୟକ୍ରମ ସନ୍ଧ୍ୟା ୭:୩୦ ରୁ ଆରମ୍ଭ ହୋଇ ତା ପର ଦିନ ସକାଳ ୭:୩୦ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ର ସଭାପତି ସୁରେଶ ରାଉତରାୟ।

powered by social2s

ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ

Details
Odia Ray Admin
ଓଡିଶା
13 February 2026

ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ କିପରି ପାଳନ କରିବେ ସେ ନେଇ ସମସ୍ତ ଶୈବ ପୀଠ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ସହ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଟାଉନ ର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦ ର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗି ର ପ୍ରସିଦ୍ଧ ଶୈବ ପୀଠ ସମେତ ଅନ୍ୟ ଶୈବପୀଠ ରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତ ଯଜ୍ଞ ଆୟୋଜନ ହେଉଥିବା ବେଳେ ଆଉ କେତେକ ଶୈବ ପୀଠ ଗୁଡିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ମହାଦେବ ଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏଥି ସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଶ୍ରଦ୍ଧାଳୁ ମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି ।

powered by social2s

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

Details
Odia Ray Admin
ଓଡିଶା
13 February 2026

ଛତ୍ରପୁର: ଓଡ଼ିଆ ଜାତି ଓ ଜାଗୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ସମସ୍ତ ଦେବଦେବୀଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ମହାପ୍ରଭୁ ଶ୍ରୀପୁରୁଷୋତ୍ତମ, ପୃଥିବୀର ସବୁ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ ହେଉଛି ଶ୍ରୀକ୍ଷେତ୍ର । ଓଡ଼ିଶାର ପ୍ରତ୍ୟକ ବ୍ୟକ୍ତି ମୁଖ୍ୟତଃ ଆମର ବରିଷ୍ଠ ନାଗରିକ ଅର୍ଥାତ ଆମର ଗୁରୁଜନମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ସବୁବେଳେ ବ୍ୟାକୁଳ ହୋଇ ରହିଥାନ୍ତି । ମହୋଦଧିରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ହେଉଛି ପ୍ରତି ଓଡ଼ିଆର ସର୍ବଶ୍ରେଷ୍ଠ ଧନ ଓ ମାନ । ଆଜି ସେହି ପୁଣ୍ୟ ପୟୋଧିତ ଭୂମିକୁ ଯାଇ ମହାପ୍ରଭୁଙ୍କ ସହଜ ଓ ସାବଲୀଳ ଦର୍ଶନ ପାଇଁ ରାଜ୍ୟ ସରକାର ନେଇ ଆସିଛନ୍ତି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଆଜି ରାଜ୍ୟର ୫ ଟି ଜିଲ୍ଲାରେ ଏକା ସାଥିରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି । ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭ ଉଦଘାଟନ କରିଥିବାବେଳେ ଗଂଜାମ ଜିଲ୍ଲାର ଛତ୍ରପୁରର ଅନସ୍ଲୋ ମିନି ଷ୍ଟାଡିୟମଠାରୁ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରୀ ବସର ଶୁଭାରମ୍ଭ କରିଛନ୍ତି । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାଟିର ମଣିଷ । ସାଧାରଣ ଲୋକଙ୍କର ମନର କଥା ଜାଣିଛନ୍ତି । ସାଧାରଣ ଲୋକଟିର ସୁଖଦୁଃଖ ଜାଣିଛନ୍ତି ତେଣୁ ଗୋଟିଏ ପରେ ଗୋଟିଏ ଲୋକହିତୈଷୀ ଯୋଜନା ନେଇଆସୁଛନ୍ତି । କିଛିଦିନତଳେ ମା ତାରାତାରିଣୀଙ୍କ ପବିତ୍ର ପୀଠରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଥିଲେ ଆଜି ଆରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତ, ଗୋଡ, କାନ, ଆଖିପତା ନାହିଁ ତା ସତ୍ୱେ ତାଙ୍କ ପାଖରେ ଯେଉଁ ଆତ୍ମିକ ଆକର୍ଷଣ, ଦୃଶ୍ୟ ଆବେଗ ଓ ଅଦୃଶ୍ୟ ବେଗ ରହିଛି ତାହା ଅକଳ୍ପନୀୟ ବୋଲି ମନ୍ତ୍ରୀ କହିବା ସହିତ କୁମ୍ଭୀର ଓ ହସ୍ତୀ ମଧ୍ୟରେ ଖାଦ୍ୟ ଖାଦକର ଯୁଦ୍ଧ, ବାଳି ଓ ସୁଗ୍ରୀବଙ୍କ ମଧ୍ୟରେ ଭାଇ-ଭାଇର ଯୁଦ୍ଧ ଏବଂ ଭୀମ ଓ ଦୁର୍ଯ୍ୟୋଧନ ଯୁଦ୍ଧ ସମୟରେ ପ୍ରଭୁଙ୍କ ଆଗମନ ଓ ପରାଜିତ ଯୋଦ୍ଧାର ଅଭିମାନ ସମ୍ପର୍କିତ ଲୋକକଥିତ ଓ ପୌରାଣିକ କାହାଣୀ ବର୍ଣ୍ଣନା କରିଥିଲେ । ଆପଣମାନେ ମହାପ୍ରଭୁଙ୍କୁ ଆପଣଙ୍କ ପରିବାର ଓ ଗ୍ରାମର ସର୍ବାଙ୍ଗୀନ ମଙ୍ଗଳ ପାଇଁ ପ୍ରାର୍ଥନା କରିବା ସହ ଗଂଜାମ, ଓଡ଼ିଶା ଓ ସରକାରଙ୍କ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଜଣାଇବା ପାଇଁ ତୀର୍ଥଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର ୫ ଟି ଜିଲ୍ଲାର ୫୪୦ ଜଣ ବରିଷ୍ଠ ନାଗରିକ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସୁଯୋଗ ପାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ପ୍ରାୟ ୫ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୨୦ ହଜାର ବରିଷ୍ଠ ନାଗରିକ ତାସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକମାନଙ୍କର ଅନୁରୋଧ ବଢିଲେ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯିବ । ବୟସ, ଦୂରତା କିମ୍ବା ଆର୍ଥିକ ପ୍ରତିବନ୍ଧକ ଆଉ ଆମର ବୟୋଜ୍ୟେଷ୍ଠ ଭକ୍ତମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟଦର୍ଶନ ଓ ଦିବ୍ୟଅନୁଭୂତି ନେବାରୁ ବଂଚିତ କରିପାରିବ ନାହିଁ । ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକ, ଆର୍ଥିକ ଦୁର୍ବଳ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁରୀ ଶ୍ରୀମନ୍ଦିରକୁ ନିଶୁଳ୍କ ଯାତ୍ରା ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନା ୬୦ ରୁ ୭୫ ବୟସ ମଧ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକ ଏବଂ ୭୫ ବୟସ ମଧ୍ୟରେ ସମସ୍ତ ବିଧବାମାନଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାର ଦୀର୍ଘକାଳୀନ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ । ଆଜି ପ୍ରଥମ ପର୍ଯ୍ୟାୟରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାୟ ୭୪ ଜଣ ବରିଷ୍ଠ ନାଗରିକ ଦୁଇଟି ସୁସଜ୍ଜିତ ଶୀତତାପ ନିୟନ୍ତ୍ରିତ ବସରେ ଛତ୍ରପୁରରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ସେମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଏସ୍କର୍ଟ ଅଫିସର ଓ ପାରାମେଡିକାଲ ଷ୍ଟାଫ ସାଥିରେ ଯାଇଛନ୍ତି । ପରବର୍ତ୍ତୀ ସମୟରେ ପଞ୍ଜିକରଣ କରିଥିବା ଜ଼ିଲ୍ଲାର ହଜାର ହଜାର ବରିଷ୍ଠ ନାଗରିକ ଏହି ଯୋଜନାର ସୁବିଧା ପାଇବେ । ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ବସରେ ଯାତ୍ରା କରିବାର ସୁବିଧା ସହ ରହିବା ପାଇଁ ପୁରୀର ବୃନ୍ଦାବତୀ ନିବାସରେ ସମସ୍ତ ବ୍ୟବସ୍ଥା, ମହାପ୍ରସାଦ ସେବନ ଏବଂ ପ୍ରତିଦିନ ଚାରି ଓଳି ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଛି । ଏହା ସହିତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଓଡିଶା ରାଜ୍ୟ ସଡକ ପରିବହନ ନିଗମର ମୁଖ୍ୟ ପରିଚାଳକ ଶ୍ରୀ ସଂଜୟ ବିଶ୍ଵାଳ,ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି, ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନୀଲ କୁମାର କେର୍କେଟା, ଛତ୍ରପୁର ଉପଜ଼ିଲ୍ଲାପାଳ ଶ୍ରୀ ଶିବାଶିଷ ବରାଳ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜନକ ତରାଇ, ଅତିରିକ୍ତ ଉପଜ଼ିଲ୍ଲାପାଳ ଶ୍ରୀ ପାର୍ଥ ହାଁସଦା ଓ ଜ଼ିଲ୍ଲାପାଳ ପ୍ରଶାସନ, ପର୍ଯ୍ୟଟନ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ୫ ଜଣ ହିତାଧିକାରୀ ଯଥା କେ ଚେନେୟା ରେଡ୍ଡୀ, ପଞ୍ଚୁ ଗୌଡ଼,ଦେବ ସାହୁ, ପ୍ରମିଳା ରାଉତ ଓ ଉଦୟ ସେଠୀଙ୍କୁ ତୀର୍ଥ ଯାତ୍ରା ସମୟରେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେମାନେ ସମସ୍ତ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଞ୍ଚଣାପଲ୍ଲିର କଳାକାରମାନଙ୍କ ପଶୁମୁଖା ନୃତ୍ୟ ଓ ସ୍ଥାନୀୟ କଣ୍ଠଶିଳ୍ପୀଙ୍କ ଭଜନରେ ଜନସାଧାରଣ ବିଭୋର ହୋଇଥିଲେ ।

powered by social2s

ସୁଲଭ ବାସଗୃହ କ୍ଷେତ୍ରରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପ୍ରୟୋଗର ଅନୁଧ୍ୟାନ; IIT ମାଡ୍ରାସରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

Details
Odia Ray Admin
ଓଡିଶା
13 February 2026

ଚେନ୍ନାଇ : ସୁଲଭ ବାସଗୃହ ଏବଂ ସହରୀ ବିକାଶ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପ୍ରୟୋଗର ବ୍ୟବହାର ତଥା ଅଭିଜ୍ଞତା ହାସଲ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଶ୍ରୀମତୀ ଉଷା ପାଢ଼ୀ ୧୨.୦୨.୨୦୨୬ରେ ଚେନ୍ନାଇ ଗସ୍ତ କରିଛନ୍ତି। ବିଶ୍ୱ ବ୍ୟାଙ୍କ ଏବଂ ଏସିୟାନ ଡେଭେଲପମେଣ୍ଟ ବ୍ୟାଙ୍କ (ADB) ସହାୟତାରେ ପରିଚାଳିତ ସୁଲଭ ବାସଗୃହ ଏବଂ ସହରୀ ଆବାସ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତାମିଲନାଡୁରେ କାର୍ଯ୍ୟକାରୀ ହେଉଥିବା ସୁଲଭ ବାସଗୃହ ପ୍ରଦାନର ସଫଳ ମଡେଲ, ସଂସ୍ଥାଗୁଡ଼ିକର ସୁଦୃଢ଼ିକରଣ, ଅଭିନବ ଆର୍ଥିକ ରୂପରେଖ ଏବଂ ସ୍ଥାୟୀ ସହରୀ ଆବାସିକ ବିକାଶକୁ ବୁଝିବା ଉପରେ ଏହି ଗସ୍ତରେ ପ୍ରାଧାନ୍ୟ ଦିଆଯାଇଥିଲା। ଏହି ଗସ୍ତ ସମୟରେ ACS ଶ୍ରୀମତୀ ପାଢ଼ୀ ଏବଂ ଓଡ଼ିଶା ଅର୍ବାନ ହାଉସିଂ (OUHM) ର ଅଧିକାରୀମାନେ ତାମିଲନାଡୁ ଅର୍ବାନ ହାବିଟାଟ୍ ଡେଭଲପମେଣ୍ଟ ବୋର୍ଡ (TNUHDB) ଏବଂ ଚେନ୍ନାଇ ମେଟ୍ରୋପଲିଟାନ ଡେଭଲପମେଣ୍ଟ ଅଥରିଟି (CMDA) ର ବରିଷ୍ଠ ଅଧିକାରୀମାନଙ୍କ ସହ ନୀତିଗତ ରୂପରେଖ, ପ୍ରକଳ୍ପ ପରିଚାଳନା ଏବଂ କାର୍ଯ୍ୟାନ୍ୱୟନ କୌଶଳ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତିନିଧି ଦଳକୁ ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରାୟ ୨୦୦ ମିଲିୟନ ଡଲାର ବ୍ୟୟରେ ପରିଚାଳିତ ‘ହାଉସିଂ ଆଣ୍ଡ ହାବିଟାଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ବିଷୟରେ ସୂଚନା ଦିଆଯାଇଥିଲା। ଏହି ପ୍ରକଳ୍ପ ସଂସ୍ଥାଗୁଡ଼ିକୁ ମଜବୁତ କରିବା ଏବଂ ‘ତାମିଲନାଡୁ ସେଲ୍‌ଟର ଫଣ୍ଡ’ (TNSF) ମାଧ୍ୟମରେ ସୁଲଭ ବାସଗୃହର ସୁବିଧା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛି। ଏହା ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ (EWS) ପାଇଁ ବେସରକାରୀ ପୁଞ୍ଜି ବିନିଯୋଗ ଏବଂ ସ୍ଥାୟୀ ବାସଗୃହ ସମାଧାନ ପାଇଁ ଏକ ସାମାଜିକ ପାଣ୍ଠି ମଡେଲ ଭାବେ କାର୍ଯ୍ୟ କରୁଛି। ଏହି ଗସ୍ତରେ ADB ସହାୟତାରେ ପ୍ରାୟ ୧୫୦ ମିଲିୟନ ଡଲାର ବିନିଯୋଗରେ ଚାଲୁଥିବା ଅନ୍ୟ ଏକ ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା, ଯାହାର ଲକ୍ଷ୍ୟ ହେଉଛି ପ୍ରାୟ ୬,୦୦୦ ବାସଗୃହ ନିର୍ମାଣ କରିବା। ଏହି ଯୋଜନାରେ ବିପଦପୂର୍ଣ୍ଣ ଅଞ୍ଚଳରୁ ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ବିଜୁଳି-ଦକ୍ଷ ଗୃହ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ସାମାଜିକ ସୁବିଧା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପରେ ଶ୍ରୀମତୀ ପାଢ଼ୀ IIT ମାଡ୍ରାସ ପରିଦର୍ଶନ କରି “ପ୍ରଯୁକ୍ତିବିଦ୍ୟା, ନୀତି ଏବଂ ଜନସେବାର ସମନ୍ୱୟ” ଶୀର୍ଷକ ଏକ ବକ୍ତୃତା ପ୍ରଦାନ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ ସହରୀ ଗୃହ ସମସ୍ୟା, ସ୍ୱଚ୍ଛତା ଏବଂ ଜନସଂଖ୍ୟା ବୃଦ୍ଧି ଭଳି ଆହ୍ୱାନର ସମାଧାନ ପାଇଁ ଡାଟା-ଭିତ୍ତିକ ପ୍ରଶାସନ, କୃତ୍ରିମ ବୁଦ୍ଧିମତା (AI) ର ପ୍ରୟୋଗ ଏବଂ ନୈତିକ ନେତୃତ୍ୱର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜନସେବା ଓ ସିଭିଲ୍ ସର୍ଭିସ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଉତ୍ସାହିତ କରି ସେ କହିଥିଲେ ଯେ, ଆଧୁନିକ ପ୍ରଶାସନରେ ବୈଷୟିକ ଦକ୍ଷତା ସହିତ ମାନବିକତା, ନୈତିକତା ଏବଂ ଭାବନାତ୍ମକ ବୁଦ୍ଧିମତା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମଟି ଏକ ପ୍ରଶ୍ନୋତ୍ତର ଅଧିବେଶନ ଏବଂ ସିଭିଲ୍ ସର୍ଭିସ ପରୀକ୍ଷା ପ୍ରସ୍ତୁତି ନେଇ ମାର୍ଗଦର୍ଶନ ସହିତ ଶେଷ ହୋଇଥିଲା। ତାମିଲନାଡୁର ଏହି ଅଭିଜ୍ଞତା ଏବଂ ଆଲୋଚନା ଆଗାମୀ ଦିନରେ ସମାବେଶୀ ଏବଂ ସ୍ଥାୟୀ ସହରୀ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହେବ ବୋଲି ACS ଶ୍ରୀମତୀ ପାଢ଼ୀ ମତ ବ୍ୟକ୍ତ କରିଛନ୍ତି।

powered by social2s

ଆଇଆଇଟି ଭୁବନେଶ୍ୱରର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

Details
Odia Ray Admin
ଓଡିଶା
13 February 2026

ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ଭାରତରେ ସେମିକଣ୍ଡକ୍ଟର ହବ ହେବା ପାଇଁ ଭୁବନେଶ୍ବର ଆଇଆଇଟି ଅଗ୍ରସର ହେଉଥିବା ଆଇଆଇଟି ଭୁବନେଶ୍ୱରର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ l ୪ହଜାର ୫୦୦ କୋଟି ବ୍ୟୟରେ ସେମିକଣ୍ଡକ୍ଟର ୟୁନିଟ୍ ଏସଡିଏମ୍ ପାର୍କ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା,କୃତ୍ରିମ ବୁଦ୍ଧିମତା,ଡାଟା ସେଣ୍ଟର୍ ପ୍ରକଳ୍ପ ଶିକ୍ଷା- ଶିଳ୍ପ ସହ ଯୋଗ ନବସୃଜନକୁ ସୁଦୃଢ଼ କରିବା ସହ ବିକଶିତ ଭାରତ-୨୦୪୭ ଫଳପ୍ରଦ କରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ l ପଟ୍ଟନାୟକ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ସରୋଜ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନିଜେ ସ୍ଥିର କରିବା ଆବଶ୍ୟକ ସଫଳତା ସହଜରେ ଆସେନାହିଁ, ସେଥିପାଇଁ ସଂଘର୍ଷ କରିବାକୁ ପଡ଼ିବ ନିଜ ବିଷୟରେ ନିଜେ ଚିନ୍ତା କରିବାକୁ ସେ କହିଥିଲେ l ଏହି ଅବସରରେ ଆଇଟିର ବିକାଶ ପାଇଁ ଆଇଆଇଟିକୁ ସେ ୨୫କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅରଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱରର ନିର୍ଦେଶକ ଶ୍ରୀପଦ କରମଲକର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ୯୩୬ ଏକର ଜମିରେ କ୍ୟାମ୍ପସର ପ୍ରତିଷ୍ଠା ଓ ଅଗ୍ରଗତି,ଶିକ୍ଷାଦାନ,ଗବେଷଣା,ଶିଳ୍ପ ଶିକ୍ଷା, ଉଦ୍ୟୋଗ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଆଇଆଇଟିର କୂଳ ସଚିବ ବାମଦେବ ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଡିନ (ଛାତ୍ର ବ୍ୟାପାର)ପ୍ରଫେସର ରାଜେଶ ରୋଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

powered by social2s

ଫେବ୍ରୁୟାରୀ ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ

Details
Odia Ray Admin
ଓଡିଶା
13 February 2026

ଭୁବନେଶ୍ବର: ଫେବ୍ରୁୟାରୀ ୨୦ରୁ ଓଡ଼ିଶାରେ ଆନ୍ଦୋଳନ କରିବେ ୩ ପ୍ରମୁଖ ଠିକାଦାର ସଂଘ । ଆସନ୍ତା ୧୮ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ ଦେଲେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘ। ରାଜ୍ୟବ୍ୟାପୀ ବନ୍ଦ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ। ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଭୁବନେଶ୍ବର ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ। ଟେଣ୍ଡର ସୀମା ବୃଦ୍ଧି, ଜରିମାନା ଛାଡ଼ ଆଦି ୮ ଦଫା ଦାବି କରିଛି ମହାସଂଘ।

powered by social2s

ଓଡ଼ିଶାରେ ବନ୍ଦର ବିଶେଷ ପ୍ରଭାବ ନାହିଁ: ମନ୍ତ୍ରୀ

Details
Odia Ray Admin
ଓଡିଶା
12 February 2026

ଭୁବନେଶ୍ବର: ଓଡ଼ିଶାରେ ବନ୍ଦର ବିଶେଷ ପ୍ରଭାବ ନାହିଁ ବୋଲି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମନ୍ତ୍ରୀ କହିବା ଅନୁଯାୟୀ, ରାସ୍ତାରେ ପ୍ରାୟତଃ ଗାଡ଼ି ଚାଲୁଛି, ତେଣୁ ବନ୍ଦର ବିଶେଷ ପ୍ରଭାବ ନାହିଁ। ବନ୍ଦ ବେଳେ ଦୋକାନ କିମ୍ବା ଗାଡ଼ି ନଷ୍ଟ ହେଲେ ବୀମା କମ୍ପାନୀ କ୍ଷତିପୂରଣ ଦେବନାହିଁ। ବୀମା ମିଳୁନଥିବାରୁ ସମସ୍ତେ ବନ୍ଦ ହୋଇଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି ବଳସାମନ୍ତ।

powered by social2s

More Articles ...

  1. ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ
  2. ଭାରତ ବନ୍ଦ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଯାତ୍ରୀବାହୀ ବସ୍ ସେବା ପ୍ରଭାବିତ
  3. ସମ୍ବଲପୁରରେ 'ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬' ଅୟୋଜିତ
Page 233 of 2255
  • Start
  • Prev
  • 228
  • 229
  • 230
  • 231
  • 232
  • 233
  • 234
  • 235
  • 236
  • 237
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.