• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ

Details
Odia Ray Admin
ଓଡିଶା
12 February 2026

​ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡ୍‌କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱରସ୍ଥିତ ଇଡ୍‌କୋ ଟାୱାରରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ରାଜ୍ୟରେ ବିପୁଳ ପୁଞ୍ଜିନିବେଶର ବାଟ ଫିଟିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ​ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏକ ବଡ଼ ଅଂଶ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରର ହୋଇଥିବା ବେଳେ ଏଥିରେ ପୋଷାକ ଓ ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଇଞ୍ଜିନିୟରିଂ ଭଳି ବିଭିନ୍ନ ଉଦୀୟମାନ କ୍ଷେତ୍ରର ପ୍ରସ୍ତାବ ସାମିଲ ରହିଛି। ବିଶେଷ ଭାବରେ, ରାଜ୍ୟର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଇ କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଅଣ-ଶିଳ୍ପାଞ୍ଚଳ ତଥା ପଛୁଆ ଜିଲ୍ଲାଗୁଡ଼ିକରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ସମସ୍ତ ଅଞ୍ଚଳରେ ଶିଳ୍ପାୟନର ସୁଫଳ ପହଞ୍ଚାଇବା ପାଇଁ ସରକାର ଏହି ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ​ଉକ୍ତ ବୈଠକରେ MSME ବିଭାଗର କମିଶନର ତଥା ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଶିଳ୍ପ ନିର୍ଦ୍ଦେଶିକା ସୁଶ୍ରୀ ଆବୋଲି ସୁନୀଲ ନରଭାଣେ ଏବଂ ଓକାକ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍ୱଚ୍ଛତା, ସମୟବଦ୍ଧ ନିଷ୍ପତ୍ତି ଏବଂ ସକ୍ରିୟ ସହଯୋଗ ଉପରେ କମିଟି ନିଜର ପ୍ରତିବଦ୍ଧତା ଦୋହରାଇଛି, ଯାହା ଓଡ଼ିଶାର ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ମଜବୁତ କରିବ।

powered by social2s

ଭାରତ ବନ୍ଦ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଯାତ୍ରୀବାହୀ ବସ୍ ସେବା ପ୍ରଭାବିତ

Details
Odia Ray Admin
ଓଡିଶା
12 February 2026

ଭୁବନେଶ୍ବର: ଆଜି ଟ୍ରେଡ୍ ୟୁନିଅନର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ଓଡ଼ିଶାର ଅନେକ ସ୍ଥାନରେ ବଜାର, ଯାନବାହନ, ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ଘରୋଇ ସ୍କୁଲରେ ସ୍ଥଗିତ ରହିଲା ପରୀକ୍ଷା। ଭୁବନେଶ୍ବରରେ ବନ୍ଦ ରହିଛି ପେଟ୍ରୋଲ ପମ୍ପ, ଦୋକାନ ବଜାର ଓ ଆମ ବସ୍ ସେବା। ସକାଳୁ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବସ୍ ଓ ଅନ୍ୟ ଗାଡ଼ି ଅଟକ ରଖିଥିଲେ ବନ୍ଦ ସମର୍ଥକ। କଟକ ନେତାଜୀ ବସ୍ ଟର୍ମିନାଲକୁ ଆସୁଥିବା ବସ୍ ସଂଖ୍ୟା କମ୍ ରହିଛି। ଭଦ୍ରକ ବନ୍ତ ଛକରେ ଜାତୀୟ ରାଜପଥ ୧୬ ଅବରୋଧ କରାଯାଇଛି । ବାଲେଶ୍ଵର ଷ୍ଟେସନ୍ ରେ ରେଳ ରୋକ କରାଯାଇଛି। ବନ୍ଦକୁ କଂଗ୍ରେସ, ବାମଦଳ, ବିଜେଡି ସମର୍ଥନ ଜଣାଇଛନ୍ତି।

powered by social2s

ଦାଣ୍ଡମୁକୁନ୍ଦପୁର ମାବଗଲା ମୁଖୀ ପୀଠ ରେ ୧୫ ରୁ ସପ୍ତାହ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ

Details
Odia Ray Admin
ଓଡିଶା
11 February 2026

ଭୁବନେଶ୍ୱର /ପୁରୀ : ପୁରୀ ଜିଲ୍ଲା ପିପିଲି,ଦାଣ୍ଡମୁକୁନ୍ଦପୁର ମା ବଗଲାମୁଖୀ ପୀଠ ରେ ଚଳିତ ରବିବାର ୧୫ ତାରିଖ ଠାରୁ ସପ୍ତାହ ବ୍ୟାପି ୧୪୧ କୁଣ୍ଡିୟ ନିଖିଳ ବ୍ରହ୍ମ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପଲକ୍ଷେ ପୀଠ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସୁଦର୍ଶନ ମିଶ୍ର, ଘନଶ୍ୟାମ ମିଶ୍ର, ଦିବାକର ମିଶ୍ର, ରାଜ କିଶୋର ମିଶ୍ର, ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସପ୍ତାହ ବ୍ୟାପି ଆୟୋଜିତ ହେବାକୁ ଥିବା ୧୪୧ କୁଣ୍ଡିୟ ନିଖିଳ ବ୍ରହ୍ମ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ଯଜ୍ଞ ସମ୍ପର୍କ ରେ ବିଶ୍ରୁତ ବିବରଣୀ ପ୍ରଦାନ କରିଥିଲେ।ଏହି ମହାଯଜ୍ଞ ଓଡିଶା ବାହାରୁ ୨୯୦ ବିଶିଷ୍ଟ ବୈଦିକ ବ୍ରାହ୍ମଣ ରାଜ୍ୟ ତଥା ପୁରୀ ରୁ ୩୮୦ ଜଣ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟ ରେ ନିୟୋଜିତ ହେବେ ବୋଲି ଆୟୋଜକ କମିଟି ର ଅଧ୍ୟକ୍ଷ ପଣ୍ଡିତ ଦେବାଶିଷ ନନ୍ଦ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ଓଡ଼ିଆ ସଂସ୍କୃତି ସମ୍ପନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଗୋଟିପୁଅ, ମାହାରି, ଓଡିଶୀ, ଭଜନ ଏବଂ ପ୍ରବଚନ ଅନୁଷ୍ଠିତ ହେଵ ବୋଲି କମିଟି ର ସଭ୍ୟ ପ୍ରଶାନ୍ତ ମହାନ୍ତି ଏବଂ ପ୍ରଦୀପ ତ୍ରିପାଠୀ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୨୦ହଜାର ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ କରିବା ପାଇଁ ବ୍ୟବସ୍ତା କରାଯାଇଛି। ଏହି ମହା ଯଜ୍ଞ କାର୍ଯ୍ୟକ୍ରମ ରେ ୨ହଜାର ମାନସୀ କଳସ ଶୋଭାଯାତ୍ରା ରେ ଭାଗନେବା ର କାର୍ଯ୍ୟକ୍ରମ ଅଛି। ଏହି କଳସ ଯାତ୍ରା ରେ ଓଡିଶା କଳା, ସଂସ୍କୃତି, ଐତିହ୍ୟ ର ଝଲକ ପରିପ୍ରକାଶ ହେଵ। ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟବ୍ୟକ୍ତି ବିଶେଷ ଯୋଗ ଦେବାର ଅଛି।ଏହି ଯଜ୍ଞ ପରିବେଶ ମଧ୍ୟରେ ଶ୍ରୀ ଜଗନ୍ନାଥ ଙ୍କ ବିଭିନ୍ନ ବେଶ ପ୍ରଦର୍ଶନ ହେଵ ବୋଲି ଆୟୋଜକ କମିଟି ର ଅଧ୍ୟକ୍ଷ ପଣ୍ଡିତ ନନ୍ଦ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାରଣ ନିମନ୍ତେ ବରିଷ୍ଠ ସାମ୍ବାଦିକ ଗୌର ଚନ୍ଦ୍ର ମହାପାତ୍ର,ସମରେନ୍ଦ୍ର ରାଉତ ଓ ଗୌତମ ମିଶ୍ର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

powered by social2s

୧୪ତମ ଜାତୀୟ ଜାଇକା ବନୀକରଣ କର୍ମଶାଳା ଉଦଘାଟିତ

Details
Odia Ray Admin
ଓଡିଶା
11 February 2026

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାର କନଭେନସନଠାରେ ଆଜି ଜାଇକା ସହାୟତା ପ୍ରାପ୍ତ ବନୀକରଣ ପ୍ରକଳ୍ପର ୧୪ତମ ଜାତୀୟ କର୍ମଶାଳା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ବର୍ଷର ପ୍ରାସଙ୍ଗିକ ବିଷୟବସ୍ତୁ "ଭବିଷ୍ୟତ ପାଇଁ ପ୍ରସ୍ତୁତ ବନୀକରଣ: ଜଳବାୟୁ ସହନଶୀଳତା, ଡିଜିଟାଲ୍ ରୂପାନ୍ତରଣ ଏବଂ ସ୍ଥାୟୀ କାଷ୍ଠ ଅର୍ଥନୀତି" ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଭାରତର ବନୀକରଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ବିକାଶର ସମନ୍ୱୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ। ଫେବୃଆରୀ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନିଦିନିଆ କର୍ମଶାଳାକୁ ଓଡ଼ିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା-ଦ୍ୱିତୀୟ ପର୍ଯ୍ୟାୟ (ଓଏଫ୍ଏସଡିପି-II) ଏବଂ ଜାପାନ ଇଣ୍ଟରନ୍ୟାସନାଲ କୋପରେସନ ଏଜେନ୍ସି  (ଜାଇକା) ମିଳିତ ଭାବେ ଆୟୋଜନ କରିଛନ୍ତି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଛନ୍ତି ଯେ, ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା, ପରିବେଶ ସୁରକ୍ଷା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆନ୍ତର୍ଜାତିକ ସହଯୋଗର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିବା ସହ ଭାରତର ପ୍ରାକୃତିକ ସମ୍ପଦ ଏବଂ ଅସହାୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜାପାନ ସରକାର ଓ ଜାଇକା ର ନିରନ୍ତର ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି। ନିଜର ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ସହଭାଗିତା ଆଦିବାସୀ ସମ୍ପ୍ରଦାୟ, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହୋଇଛି। ଓଏଫ୍‌ଏସ୍‌ଡିପି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବାରୁ, ସେ ଏହାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, "ସମୃଦ୍ଧ ଓଡ଼ିଶା ୨୦୩୬" ଏବଂ "ବିକଶିତ ଭାରତ ୨୦୪୭" ର ବ୍ୟାପକ ସଂକଳ୍ପକୁ ପୂରଣ କରିବା ପାଇଁ ଓଡ଼ିଶା ନିମନ୍ତେ ଏହି ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଏହି ଉଦଘାଟନୀ ସମାରୋହରେ ବରିଷ୍ଠ ନୀତି ନିର୍ଦ୍ଧାରକ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଜାଇକା ଇଣ୍ଡିଆର ମୁଖ୍ୟ (ଡେଭଲପମେଣ୍ଟ ଅପରେସନ୍ସ) ଶ୍ରୀ ବିନୀତ ଏସ୍. ସରିନ୍ ଏବଂ ବରିଷ୍ଠ ପ୍ରତିନିଧି ଶ୍ରୀ ୱାକାମାତ୍ସୁ ଏଇଜି ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଇଜି (ଇଏପି) ଶ୍ରୀ କେ.ବି. ସିଂ, ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ ଏବଂ ଓଏଫ୍‌ଏସ୍‌ଡିପିର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜି. ରାଜେଶ ଉପସ୍ଥିତ ଥିଲେ। ଏହି ନେତୃବୃନ୍ଦ ଆଗାମୀ ତିନି ଦିନ ପାଇଁ ଡିଜିଟାଲ୍ ରୂପାନ୍ତରଣ ଏବଂ ସହନଶୀଳ ବନ ପରିଚାଳନା ଉପରେ ଏକ ରଣନୈତିକ ରୂପରେଖ ପ୍ରସ୍ତୁତ କରିଛନ୍ତି।

powered by social2s

ସମ୍ବଲପୁରରେ 'ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬' ଅୟୋଜିତ

Details
Odia Ray Admin
ଓଡିଶା
11 February 2026

ସମ୍ବଲପୁର: ସମ୍ବଲପୁରରେ ମେରା ଯୁବା ଭାରତ ସମ୍ବଲପୁର ପକ୍ଷରୁ ଏବଂ ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପଥି ଏଣ୍ଡ ରିସର୍ଚ୍ଚ, ସମ୍ବଲପୁରର ଏନଏସଏସ ସହଯୋଗୀ ଏକକର ସହଯୋଗରେ ‘ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬’ ସଚେତନତାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ଯୁବପିଢ଼ିଙ୍କୁ କେନ୍ଦ୍ରୀୟ ବଜେଟ–୨୦୨୬ ସମ୍ପର୍କରେ ସଚେତନ କରିବା ସହ ଦେଶର ଆର୍ଥିକ ଉନ୍ନତି ପ୍ରତି ସକ୍ରିୟ ଭାଗୀଦାର କରିବା ଥିଲା। କାର୍ଯ୍ୟକ୍ରମରେ ମାୟ ଭାରତ ସମ୍ବଲପୁରର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପ୍ରୟାସ କୁମାର ସାରାପ, ମାସୁଦ ଆଲମ, ସାହିଲ ଦାସ, ରିଙ୍କୁ ମହାକୁର ଓ କିରଣ ପ୍ରଧାନ ସକ୍ରିୟ ଭୂମିକା ନିଭାଇଥିଲେ। ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପଥି ଏଣ୍ଡ ରିସର୍ଚ୍ଚ, ସମ୍ବଲପୁରର ପ୍ରଧାନାଚାର୍ଯ୍ୟ ଡାକ୍ତର ଦୀପ୍ତିକାନ୍ତ ସିଂହ ଓ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡାକ୍ତର ମହେନ୍ଦ୍ର ନୀଳକଣ୍ଠ ଧରୁଆ କାର୍ଯ୍ୟକ୍ରମକୁ ଉତ୍ସାହିତ କରି ଯୁବମାନଙ୍କୁ ଜାତୀୟ ବିକାଶରେ ସଚେତନ ଭାଗୀଦାର ହେବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ତିନିଟି ପର୍ଯ୍ୟାୟରେ ରୂପାୟଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୩ ରୁ ୧୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ‘ମାୟ ଭାରତ’ ଅନଲାଇନ ମଞ୍ଚରେ କୁଇଜ୍ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ଯୁବମାନେ ବଜେଟ ସମ୍ପର୍କିତ ଜ୍ଞାନ ପରୀକ୍ଷା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଫେବୃଆରୀରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ନିବନ୍ଧ ପ୍ରତିଯୋଗିତା ହୋଇଥିଲା। କୁଇଜ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଭାଗୀମାନେ ବଜେଟ ସମ୍ପର୍କିତ ୮ଟି ବିଷୟରେ ନିବନ୍ଧ ଲେଖି ନିଜ ମତାମତ ପ୍ରକାଶ କରିଥିଲେ। ତୃତୀୟ ପର୍ଯ୍ୟାୟରେ ୧୨ ମାର୍ଚ୍ଚ ୨୦୨୬ ଠାରୁ ବିଜୟୀ ପ୍ରତିଭାଗୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ ସଂବାଦରେ ଅଂଶଗ୍ରହଣ କରି ବଜେଟ–୨୦୨୬ ଉପରେ ନିଜ ମତ ଓ ପ୍୍ରସ୍ତାବ ରଖିଥିଲେ। ଯୁବମାନଙ୍କର ବିପୁଳ ସହଭାଗୀତା ସହ ‘ମାୟ ଭାରତ ବଜେଟ କ୍ୱେଷ୍ଟ–୨୦୨୬’ ସମ୍ବଲପୁରରେ ଏକ ସଫଳ ଓ ପ୍ରେରଣାଦାୟକ ପଦକ୍ଷେପ ରୂପେ ପରିଚିତ ହୋଇଛି।

powered by social2s

୩ୟ ପଥ ଉତ୍ସବରେ ଆକର୍ଷଣ ହେବ ୨୦ଫୁଟ୍ ଉଚ୍ଚର ଶିବମୂର୍ତ୍ତୀ

Details
Odia Ray Admin
ଓଡିଶା
11 February 2026

ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ଜଟଣୀ ବ୍ଲକ ସଭାଗୃହରେ ଜଟଣୀର"ତୃତୀୟ ପଥ ଉତ୍ସବ"ର ଏକ ସାମ୍ବାଦିକ ସମ୍ମିଳନୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ଫେବଆରୀ ୧୫ ତାରିଖ ରବିବାର ମହାଶିବରାତ୍ରୀ ଦିନ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ପଥ ଉତ୍ସବ ର ମୂଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧ୍ୟକ୍ଷ ବିଶ୍ୱରଂଜନ ବଡ଼ଜେନା ଜଟଣୀ ବାସୀ ଙ୍କ ନିକଟରେ କୃତଜ୍ଞ ସେମାନେ ବହୁସଂଖ୍ୟାରେ ଯୋଗ ଦେଇ ପ୍ରଥମ ଓ ଦିତୀୟ ପଥ ଉତ୍ସବକୁ ସଫଳତା ଦେଉଛନ୍ତି l ବିଶେଷ ଭାବରେ ସଫଳତା ପାଇଁ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ ଯେ ତାଙ୍କର ପ୍ରଚାର ପ୍ରସାର ପାଇଁ ଅଜି ଜଟଣୀ ପଥ ଉତ୍ସବ ଓଡ଼ିଶାର ଘରେ ଘରେ ଏକ ପରିଚୟ ସୃଷ୍ଟି କରିପାରିଛି ।ଏଥର ତୃତୀୟ ପଥ ଉତ୍ସବ ୧୫ତାରିଖ ରବିବାର ମହାଶିବରାତ୍ରୀ ପଡୁଥିବାରୁ ୩ୟ ପଥ ଉତ୍ସବକୁ ଶିବ ରାତ୍ରି ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯିବ l ୨୦ଫୁଟ ଉଚ୍ଚ ଏକ ଶିବ ମୂର୍ତ୍ତି ଅୟୋଜନ କରାଯାଇଛି ବୋଲି ଅଭିନେତା ତଥା ଆବାହକ ରୁଷି ପଟ୍ଟନାୟକ ସୂଚନା ଦେଇଥିଲେ l ଜଟଣୀ ବାସୀ ବହୁସଂଖ୍ୟାରେ ଯୋଗଦାନ କରି ଏହି ଉତ୍ସବ କୁ ସଫଳ କରିବା ପାଇଁ ସମସ୍ତ ସଭ୍ୟ ଅନୁରୋଧ କହିଛନ୍ତି।ଏହି ସମ୍ମିଳନୀରେ ଅନ୍ୟମାନଙ୍କ ସହିତ ଜଟଣୀର ମାନ୍ୟବର ସାଂସଦଙ୍କ ଦୁଇ ପ୍ରତିନିଧି ମନୋଜ ନନ୍ଦ,ସତୀଶ ଶର୍ମା,ଜଟଣୀ ଯୁଗ୍ମ ଆବାହ ଡଃ ଉମାକାନ୍ତ ପଟ୍ଟନାୟକ,ଅଗ୍ନୀଶମ ଅଧିକାରୀ ଲକ୍ଷ୍ମଣ ବେହେରା,ଲିଟୁ ରାଉତରାୟ,ତିରୁପତି ଶତପଥୀ,ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ। ପରିଶେଷରେ ସବ୍ୟସାଚୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l

powered by social2s

ଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲର ବାର୍ଷିକ ଉତ୍ସବରେ ସମ୍ମାନୀତ ହେଲେ "ମୋ ପରିବାର" ପ୍ରତିଷ୍ଠାତା

Details
Odia Ray Admin
ଓଡିଶା
11 February 2026

ଜଟଣୀ:(ଶୁଭେନ୍ଦ୍ର ଶତପଥୀ) ଜଟଣୀ କୁଦିଆରୀ ବଜାର ସ୍ଥିତ ଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ରେଲୱେ ଇନଷ୍ଟିଚ୍ୟୁଟ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରରେ ମୁଖ୍ୟଅତିଥି ଭାବେ ଉତ୍କଳ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର ଆଣ୍ଡ ଟେ୍କ୍ନୋଲୋଜି ର ପ୍ରତିଷ୍ଠାତା ତଥା ଚେୟାରମେନ ପ୍ରତାପ ଚନ୍ଦ୍ର ସାମନ୍ତରାୟ, କୋହେନ୍ ଇଣ୍ଟରନେସନାଲ୍ ସ୍କୁଲ ର ଭାଇସ ଚେୟାରମେନ ବିକାଶ ବାହିନୀପତି,ସମ୍ପାଦକ ଜନ୍ମେଜୟ ମଣ୍ଡଳ,ଏଚେ ଆଇ ଆର୍ ଡି ର ରାଜ୍ୟ ସଭାପତି ତଥା ଆସ୍ତା ଷ୍ଟଡି ସେଣ୍ଟର୍ ର ପ୍ରତିଷ୍ଠାତା ଭାବନା ମିଶ୍ର, ଗୌରୀ ସାଂସ୍କୃତିକ ପାଠଶାଳା ପ୍ରତିଷ୍ଠାତା ତଥା ଗୁରୁମା ଶ୍ରୀମା ଜଗଦେବ,ବରିଷ୍ଠ ଆଇନଜୀବୀ ତଥା ସ୍କୁଲରଲିଗାଲ ଆଡଭିଶୋର୍ ଅକ୍ଷ୍ୟାଂଶୁ ଶେଖର ନାୟକ,ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ଶରତ ଚନ୍ଦ୍ର ପାଇକରାୟ,ବରିଷ୍ଠ ସମାଜ ସେବୀ ବୃନ୍ଦାବନ ସୁବୁଦ୍ଧି,ସ୍କୁଲର ପ୍ରିନସିପଲ୍ ତାହେରା ବେଗମ ରାଜ଼ା ୱେଲ୍ଫାରେ ଟ୍ରଷ୍ଟର ଚେୟାରମେନ ମହମ୍ମଦ ପରୱାଜ଼ ହାଇଦର ଅତିଥି ଭାବେ ଯୋଗ ଦେଇଥିଲି l ଏହି ଅବସରରେ ୫୦ ଜଣ କୁନି କୁନି ପିଲାଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଆର୍ ଏନ୍ ସି(ରାଜା ନିଉଜ୍ ଚ୍ୟାନେଲ)ର ଶୁଭାରମ୍ଭ କରାଯାଇଥିଲା ଏବଂ ରାଜା଼ ୱେଲଫାରେ ଟ୍ରଷ୍ଟ ତରଫରୁ ୨୫ ଜଣ ବରିଷ୍ଠ ସମାଜସେବୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ"ମୋ ପରିବାର"ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଙ୍କୁ"ମଦର ଟେରେସା ସେବା ସମ୍ମାନ"ରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମି ସାମନ୍ତ, ସ୍ୱାଗତିକା ସାହୁ, ପ୍ରୀୟଲିଶା ମହାନ୍ତି,ମହମ୍ମଦ ୱାଇସ ରାଜା଼,ଅର୍ଷି ରାଜା଼ ଓ ବରିଷ୍ଠ ସମାଜସେବୀ ହବିବୁର ରହେମନ୍ ପରିଚାଳନା କରିଥିବାବେଳେ କିଛି ମିଡିଆର ଭାଇ ମାନଙ୍କୁ ସମ୍ମାନିତ କରାଯାଇଥିଲା lସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

powered by social2s

More Articles ...

  1. ଆସନ୍ତାକାଲି ଭାରତ ବନ୍ଦ
  2. ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଲେ ଓଡ଼ିଶା ସରକାର
  3. ନହୂସ
Page 234 of 2255
  • Start
  • Prev
  • 229
  • 230
  • 231
  • 232
  • 233
  • 234
  • 235
  • 236
  • 237
  • 238
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.