• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ହାଇୱା ଧକ୍କାରେ ଜଣେ ମୃତ

Details
Odia Ray Admin
ଓଡିଶା
21 December 2025

ପାରାଦୀପ: ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ବଜାର ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କଟକ- ପାରାଦୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

powered by social2s

ଇନ୍ଦିରା ଗାନ୍ଧୀ ପାର୍କରେ ଭୁବନେଶ୍ବର ମ୍ୟୁଜିକ ସର୍କଲର ଗୋଟିପୁଅ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

Details
Odia Ray Admin
ଓଡିଶା
20 December 2025

ଭୁବନେଶ୍ଵର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ପାରମ୍ପରିକ “ଗୋଟିପୁଅ ସଂଗୀତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣତଃ ବନ୍ଦ ଅଡିଟୋରିୟମ୍‌ରେ ଏହିପରି କାର୍ଯ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ । ମାତ୍ର ପାରମ୍ପରିକ ସଂଗୀତ ପ୍ରତି ରୁଚି ରଖୁନଥିବା ଶ୍ରୋତାମାନେ ଏହାର ଆନନ୍ଦ ଉଠାଇ ପାରନ୍ତି ନାହିଁ । ସେମାନଙ୍କୁ ପାରମ୍ପରିକ ସଂଗୀତ ପ୍ରତି ଆକର୍ଷିତ କରିବା ପାଇଁ ଭୁବନେଶ୍ଵର ମ୍ୟୁଜିକ ସର୍କଲ ପକ୍ଷରୁ ପ୍ରତି ଶୀତ ଋତୁରେ ଦୁଇରୁ ତିନୋଟି କାର୍ଯ୍ୟକ୍ରମ ପାର୍କରେ ଆୟୋଜିତ ହୋଇଥାଏ । ଚଳିତ ଶୀତ ଋତୁରେ ମଧ୍ୟ ସର୍କଲର କାର୍ଯ୍ୟସୂଚୀ ଅନୁଯାୟୀ ୨୦ ଡିସେମ୍ବର ୨୦୨୫ ଏବଂ ୧୭ ଜାନୁଆରୀ ୨୦୨୬ ତାରିଖରେ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି। ଓଡିଶା ଶାସ୍ତ୍ରୀୟ ସଂଗୀତକୁ ଏକ ପୁରାତନ ଶାସ୍ତ୍ରୀୟ ଶୈଳୀ ଭାବେ ସ୍ଵିକୃତୀ ମିଳିଛି ଯାହାର ଐତିହ୍ୟ ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଛି | ସେଥିମଧ୍ୟରୁ ଏକ ପ୍ରମୁଖ ଶୈଳୀ ହେଉଛି ଗୋଟିପୁଅ ସଂଗୀତ । ଏହି ଶୈଳୀ ହଜାର ବର୍ଷ ପୂର୍ବରୁ ବିକଶିତ ହୋଇଥିଲା ଏବଂ ଏହା ପରମ୍ପରାଗତ ଭାବେ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରରେ ଗାୟନ କରାଯାଉଛି । ପ୍ରାକ୍-କିଶୋର ଅବସ୍ଥାରେ ଛୋଟ ପୁଅମାନଙ୍କୁ ଗୋଟିପୁଅ କୁହାଯାଏ ଯେଉଁମାନେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରନ୍ତି ଯାହା ଓଡିଶୀ ନୃତ୍ୟର ଏକ ପ୍ରମୁଖ ରୂପରେଖ। ଗୋଟିପୁଅମାନେ ଯୁବତୀଙ୍କ ଭଳି ପୋଷାକ ପିନ୍ଧି ଆକ୍ରୋବାଟିକ ନୃତ୍ୟ ପ୍ରଦର୍ଶନ କରନ୍ତି ଯେଉଁଥୁରେ ଜଟିଳ ଭଙ୍ଗୀମାନ ଦେଖାଯାଇଥାଏ। ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଇନ୍ଦାଲକୁସିଆରୀ ଗାଁ ର ନିବାସୀ ଲିଙ୍ଗରାଜ ବାରିକ (ଦଳ ମୁଖ୍ୟ) ଏହି ଗୋଟିପୁଅ ସଂଗୀତ ଓ ସଂଶ୍ଳିଷ୍ଟ ନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ନିଜ ଗାଁ ରେ ରହି କାର୍ଯ୍ୟ କରିଆସୁଥିବା ପାରମ୍ପରିକ ଗାୟକଙ୍କ ମଧ୍ୟରୁ ଜଣେ | ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ପ୍ରଶିକ୍ଷଣପ୍ରାପ୍ତ ଏବଂ ରାଜ୍ୟର ବିଭିନ୍ନ ସଂସ୍ଥା ତରଫରୁ ଅନେକ ଥର ସମ୍ମାନିତ ହୋଇଛନ୍ତି । ସେ ଭାରତ ସହିତ ବିଦେଶରେ ମଧ୍ୟ ଗୋଟିପୁଅ ସଂଗୀତ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଦଳର ମୁଖ୍ୟ ଲିଙ୍ଗରାଜ ବାରିକ (ମୁଖ୍ୟ ଗାୟକ) ଙ୍କ ସମେତ ଆଉଁବନ୍ଧୁ ବାରିକ (ସପୋଟିଂ ଗାୟକ), କୈଳାଶ ଚନ୍ଦ୍ର ବିଶ୍ଵାଳ(ମର୍ଦ୍ଦଳ), ବାବୁଲି ଭୂୟାଁ (ସପୋଟିଂ ଗାୟକ), ଶିବ ପ୍ରସାଦ ମହାପାତ୍ର (ମଞ୍ଜିରା) ଏବଂ ଜଗବନ୍ଧୁ ନାଏକ (ଭାଓଲିନ୍) ପ୍ରମୁଖ ଉପସ୍ଥିତ ଥିଲେ |

powered by social2s

'ଝୁମୁକା’ ମେଳିର ଅକୁହା ବାର୍ତ୍ତା

Details
Odia Ray Admin
ଓଡିଶା
20 December 2025

ଭୁବନେଶ୍ବର: ଗତ ଶୁକ୍ରବାର (୧୯ ଡିସେମ୍ବର ୨୦୨୫) ଚନ୍ଦକା ପାଖ ଝୁମୁକା ରିସର୍ଟରେ ହୋଇଥିବା ଏକ ବଡ ଧାରଣର ମେଳିର ରାଜନୈତିକ ବାର୍ତ୍ତା କ'ଣ? ଯଦିଓ କେହି କିଛି ପ୍ରତ୍ଯେକ୍ଷ ଭାବେ କିଛି କହି ନ ଥିଲେ, ଇଂରାଜିରେ ଗୋଟିଏ ପଦ ଅଛି, ‘Reading Between the Lines’ ଯାହା ସବୁ ରାଜନୈତିକ ସମୀକ୍ଷକ କରିଥାନ୍ତି। ରାଜନୈତିକ ବୟାନବାଜିରେ ଅନେକ ସମୟରେ ଯେତେ କଥା ନେତା କହିଥାନ୍ତି, ତାଠୁ ଅଧିକ କିଛି ଲୁଚାଇଛନ୍ତି। ଝୁମୁକା ମେଳିରେ ବି ଅନେକ ଅସମାହିତ ପ୍ରଶ୍ନ ରହିଯାଇଛି, ତାହା ହେଲା, ଏହି ବଣଭୋଜିର ଆୟୋଜକ କିଏ ବା କାହାର ପୃଷ୍ଠପୋଷକତାରେ ହୋଇଥିଲା, ଏହାର ଉଦ୍ଦେଶ୍ୟ କ'ଣ ଥିଲା ଏବଂ ଏହାର ଫଳାଫଳ କ'ଣ ବାହାରିଲା। ପ୍ରଥମ ପ୍ରଶ୍ନ ହେଲା, କିଏ ଏହାର ଆୟୋଜକ ଥିଲେ। ସେଠାରେ ଉପସ୍ଥିତ ମଣ୍ଡଳୀକୁ ପର୍ଜ୍ଯାଲୋଚନା କଲେ କେବଳ ଗୋଟିଏ ମାତ୍ର ସଂଯୋଗ ହେଉଛି, ସମସ୍ତେ ଗତ ନିର୍ବାଚନରେ ପରାଜୟ ହୋଇଥିଲେ କିମ୍ବା ପୂର୍ବତନ ବିଧାୟକ ଯେଉଁମାନେ ୨୦୨୪ରେ ଟିକେଟ ପାଇ ନ ଥିଲେ। ଏହା ଛଡା ଆଉ କିଛି ସାମଞ୍ଜସ୍ଯ ନାହିଁ। ଏହି ମେଳିରେ ମୁଖ୍ଯତଃ ତିନି ବର୍ଗର ନେତା ଯୋଗ ଦେଇଥିଲେ, ପ୍ରଥମ ହାରୁ ନେତା ଯେଉଁମାନେ ଉତ୍ତରାଧିକାର ସୂତ୍ରରେ ୨୦୨୪ ପୂର୍ବରୁ ଜିତୁଥିଲେ ଏବଂ ଦଳରେ ପ୍ରଭାବ ମଧ୍ୟ ଥିଲା। ଦ୍ଵିତୀୟ, ଯେଉଁମାନେ ୨୦୨୪ରେ ଟିକଟ ପାଇ ନଥିଲେ, କିନ୍ତୁ ଦଳରେ ପତିଆରା ଥିଲା। ତୃତୀୟରେ ଯେଉଁମାନେ ବିଜୁ ଜନତା ଦଳରେ ଅଧିକ ସୁଯୋଗ ପାଇ ନ ଥିଲେ ବି ସୁନେଲି ଭବିଷ୍ୟତର ସ୍ଵପ୍ନ ଦେଖୁଥିଲେ। ଯଦି ସବୁ ହରା ନେତାଙ୍କୁ ନିମନ୍ତ୍ରଣ ଯାଇଥିଲା ତେବେ ବବି ଦାସ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ କାହିଁକି ଅନୁପସ୍ଥିତ ଥିଲେ? ତେଣୁ ଯେଉଁ ୬୦ ରୁ ୭୦ ଜଣ ଉପସ୍ଥିତ ଥିଲେ, ସେଥିରୁ ଅଧିକାଂଶ ପାଣ୍ଡିଆନଙ୍କ ବୋରୋଧୀ ସ୍ଵର ଥିଲେ, କିନ୍ତୁ ତା ଭିତରେ ଅଳ୍ପ କିଛି ପଣ୍ଡିଆନ-ବିରୋଧୀ ସ୍ଵର ଥିଲେ। ତେଣୁ, ନିଶ୍ଚିତ ଭାବେ ଏହା ଯୁବ ପୂର୍ବତନ ବିଧାୟକ ଗୋଷ୍ଠୀଙ୍କ ଦ୍ଵାରା ଆୟୋଜିତ କରଯାଇଥିଲା। ବୋଧହୁଏ, ଏହାର ସୁରାକ ପାଇ କିଛି ପଣ୍ଡିଆନ ସ୍ଵରଙ୍କୁ gate crash ମାଧ୍ୟମରେ ସେଠାକୁ ପଠାଯାଇଥିଲା। ଦ୍ଵିତୟ, ପ୍ରଶ୍ନ ହେଉଛି ଏହାର ଉଦ୍ଦେଶ୍ୟ କ'ଣ ଥିଲା। ଗୋଟିଆ କଥା ସ୍ପଷ୍ଟ ଯେ ସେମାନେ ସେଠାରେ ଭୁବନେଶ୍ବର କି ଓଡ଼ିଶାର ପାଣିପାଗ ବିଷୟରେ ଆଲୋଚନା କରିବା ପାଇଁ ଏକତ୍ରିତ ହୋଇ ନ ଥିଲେ। ନିଶ୍ଚିତ ଭାବେ ଓଡିଶାର ରାଜନୈତିକ ପାଣିପାଗ ବିଷୟରେ ଆଲୋଚନା କରିବା ପାଇ ଏକତ୍ରିତ ହୋଇଥିଲେ। ବର୍ଷଶେଷ ଭୋଜି କେବଳ ଏକ ବାହାନା ଥିଲା। କିନ୍ତୁ, ବୋଧହୁଏ, ପଣ୍ଡିଆନ ସମର୍ଥକଙ୍କ ଉପସ୍ଥିତିରେ ଆଲୋଚନା ଖୋଲା ଖୋଲି ହୋଇ ପରି ନ ଥିଲା। କିନ୍ତୁ, ପଣ୍ଡିଆନ ସମର୍ଥକ ସ୍ଵର କ'ଣ କରୁଥିଲେ। ଯଦିଓ, ଖୋଲା ଖୋଲି ଭାବେ କିଛି ବାହାରକୁ ଆସି ନାହିଁ, ଆଗାମୀ ଡିସେମ୍ବର ୨୬ ତାରିଖ ବିଜେଡିର ପ୍ରତିଷ୍ଠା ଦିବସକୁ ଦ୍ରୁଷ୍ଟିରେ ରାଖୀ ବୋଧ ହୁଏ ପଣ୍ଡିଆନ ସମର୍ଥନମାନେ ପରୋକ୍ଷ ଭାବେ ହେଉ ସୁଦ୍ଧା, ସମ୍ଭାବ୍ୟ ଉତ୍ତରାଧିକାରୀ ବିଷୟରେ ନେତାଙ୍କର ମତିଗତି ବିଷୟରେ ଜାଣିବାକୁ ଚେଷ୍ଟା କରିଥିବେ। କାରଣ, ଭୋଜି ସାରି ବାହାରକୁ ବାହାରୁଥିବା ବିଭିନ୍ନ ନେତାଙ୍କ ଟୀକା ଟିପ୍ପଣୀ ଶୁଣିଲେ ମନେ ହେଉଥିଲା ଯେ ପଣ୍ଡିଆନ ବିରୋଧସ୍ଵର ନିଶ୍ଚିତ ଭାବେ ଅଧିକ ଶାଣିତ ଥିଲା ଏବଂ ସମସ୍ତେ ପ୍ରାୟ ଏକ ସ୍ଵରରେ କହୁଥିଲେ ଯେ ସମସ୍ତ ନେତା ଏକ ମତ ଯେ ଦଳରେ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ଯ ଦିଆଯାଉ। କିନ୍ତୁ, ରାଜନୀତିରେ ଆଉ ଗୋଟିଏ ଅଛି optics, ଅର୍ଥାତ୍ ଶକ୍ତି ପ୍ରଦର୍ଶନ ମାଧ୍ୟମରେ ଶୀର୍ଷ ନେତୃମଣ୍ଡଳୀଙ୍କୁ ବିନା କିଛି କହି ବାର୍ତ୍ତା ଦେବା। ଏବଂ ଏହି ମେଳି ଠିକ୍ ସେଇୟା ହିଁ କରିଛି। ଏହା ଶୀର୍ଷ ନେତୃତ୍ଵକୁ ପରୋକ୍ଷ ଭାବେ ଜଣାଇ ଦେଇଛି ଯେ ଓଡିଶାର ପ୍ରାୟ ସବୁ ଅଞ୍ଚଳରୁ ନେତାମାନେ ଏକଜୁଟ ଅଛନ୍ତି, ଏବଂ ସେମାନଙ୍କୁ କୋଣଠେଷା କଲେ କିମ୍ବା ଦଳୀୟ ମତ ଆଧାରରେ ଯଦି ନେତୃତ୍ଵ ବିଷୟରେ ନିଷ୍ପତ୍ତି ନିଆ ନ ଯାଏ, ତେଣୁ ସେମାନେ ସାମୁହିକ ଭାବେ ନିଜ ଭବିଷ୍ୟତ ପାଇଁ କୌଣସି ବି ନିଷ୍ପତ୍ତି ନେଇ ପାରିବେ। କାରଣ, ରାଜୁ ଦାସ ସ୍ପଷ୍ଟ ଭାବେ କହିଥିଲେ ଯେ ସେମାନଙ୍କର ଆଉ କିଛି ହରାଇବାର ନାହିଁ, ଅର୍ଥାତ ଯାହାକୁ ଇଂରାଜିରେ କୁହାଯାଏ, ‘They have nothing to lose’। ଆଉ ଗୋଟିଏ କଥା ଲକ୍ଷ୍ୟ କରିବାର ଅଛି ଯେ ଏହି ପ୍ରାୟ ସମସ୍ତ ନେତା ନିଜ ସଂଗଠନ ଅପେକ୍ଷା ନବୀନ ପଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ନିର୍ବାଚିତ ହୋଇ ଆସିଛନ୍ତି। ଯଦି, ନବୀନ ପଟନାୟକ ପ୍ରତ୍ଯେକ୍ଷ ଭାବେ ଦଳରର ସର୍ବେସର୍ବା ନ ରୁହନ୍ତି, ତେବେ ନିଜ ନିଜ ନିର୍ବାଚନମଣ୍ଡଳୀରେ ନିଜର ସ୍ଥିତି ସଙ୍ଗିନ ହୋଇଯିବ। ଏହି କଥାକୁ ମୋକିମଙ୍କ ବିଦ୍ରୋହ ଏବଂ ମୋକିମ-ବିଜୟ ମହାପାତ୍ରଙ୍କ ଭେଟ୍-ଘାଟ୍ ରୁ ଅଲଗା କରି ଦେଖିହେବ ନାହିଁ। କାରଣ, ବର୍ତ୍ତମାନ ରାଜ୍ୟରେ ଏକ ଜନମତ ସୃଷ୍ଟି ହୋଇଗଲାଣି ଯେ ଆଉ ଏକ ଓଡିଆଙ୍କ ଦ୍ଵାରା ପରିଚାଳିତ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି। କିନ୍ତୁ, ଏହାର ସଫଳତା କେତେ ହେବ ତାହା ସମୟ ହିଁ କହିବ। କିନ୍ତୁ, ଯେଉଁ ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ ଆଗରୁ, ବିଶେଷ ଭାବେ ନବୀନ ପଟନାୟକ ଯେତେବେଳେ କିଛି ତୁଙ୍ଗ ନେତାଙ୍କୁ ବାହାର କରିଥିଲେ, ସେମାନେ ବି ଅଲଗା ରାଜନୈତିକ ଦଳ ଗଠନ କରିଥିଲେ, କିନ୍ତୁ ତାହାର ପ୍ରଭାବ କିଛି ନ ଥିଲା, ତେଣୁ ଆଉ ଗୋଟିଏ ରାଜନୈତିକ ଦଳ ହେଲେ ଏହାର ବି କିଛି ପ୍ରଭାବ ପଡିବ ନାହିଁ। କିନ୍ତୁ, ବୋଧହୁଏ ଏହି ମେଳିରେ ଥିବା ନେତାମାନେ ହିସାବ କିତାବ କରିସାରିଛନ୍ତି ଯେ ସେତେବେଳେ ସମୟ ଅଲଗା ଥିଲା, ନବୀନ ପଟନାୟକ ତାଙ୍କ ସଫଳତାରେ ଚରମସୀମାରେ (peak point) ଥିଲେ। କିନ୍ତୁ, ଏଥରର ପରିସ୍ଥତି ଅଲଗା। କେବଳ ବିଜେଡି ବିରୁଦ୍ଧରେ ନୁହେଁ, ଏପରିକି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ସମବେଦନା କମ୍ ହେବାରେ ଲାଗିଛି। ତେଣୁ, ଯଦି ଆସନ୍ତା କିଛି ସମୟରେ ନବୀନ ପଟ୍ଟନାୟକ ପ୍ରତ୍ଯେକ୍ଷ ଭାବେ ଦଳର ନେତୃତ୍ଵ ନ ନିଅନ୍ତି, ତେବେ ବିଜେଡିର ଭୋଟ ବ୍ଯାଙ୍କ ଭାଗ ଭାଗ ହେବା ନିଶ୍ଚିତ। ତେଣୁ, ଯେଉଁ ଆଶା କରାଯାଉଥିଲା ଯେ ଏହି ବିଭାଜିତ ଭୋଟ୍ ର ସିଂହଭାଗ କଂଗ୍ରେସ ଆଡକୁ ଯିବ, ସେ ଆଶା ବି ମଳିନ ପଡିଯାଇଅଛି, କାରଣ ତାଙ୍କ ନିଜ ଦଳରେ ଅନ୍ତର୍ଦ୍ଵନ୍ଦ ଯୋଗୁଁ। ତେଣୁ, ଯଦି ଆଞ୍ଚଳିକ ଦଳରେ ଏମାନେ ଯୋଗ ଦିଅନ୍ତି, ହୁଏତ ତାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ। କାରଣ, ଯେହେତୁ ଏମାନେ ପ୍ରାୟ ସମସ୍ତେ ବିଜେପି ପ୍ରାର୍ଥୀଙ୍କ ଦ୍ଵାରା ପରାସ୍ତ ହୋଇଛନ୍ତି, ବିଜେପିରରେ ତାଙ୍କର ବେଶୀ କିଛି ସମ୍ଭାବନା ନାହିଁ। କଂଗ୍ରେସ ଏତେ ଦୁର୍ବଳରେ ସେଠାରେ ବି ସେମାନେ କୌଣସି ଭବିଷ୍ୟତ ଦେଖୁ ନାହାନ୍ତି। ତେଣୁ, ଏହି ମେଳିର ସବୁଠାରୁ ବଡ ଉଦ୍ଦେଶ୍ୟ ହେଉଛି, ନିଜ ଦଳର ସୁପ୍ରିମୋଙ୍କୁ ଜଣାଇବା ଯେ ଦଳ ଭିତରେ ତାଙ୍କୁ କୋଣ ଠେସା କରି ରଖି ହେବ ନାହିଁ, ଯଦି ତାଙ୍କୁ ଅଣଦେଖା କରାହୁଏ, ତେବେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ଅଛି। ବଣଭୋଜିର ଫୋଟୋ ଭିଡିଓସବୁକୁ ବହୁଳ ଭାବେ ପ୍ରଚାର ପ୍ରସାର କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନବୀନ ନିବାସକୁ ବାର୍ତ୍ତାଦେବା, ଅନ୍ଯଥା ସେମାନେ ତାକୁ closed door meeting ଭାବେ କରି ପାରିଥାନ୍ତେ। କିନ୍ତୁ, ଯେଉପରି ଭାବେ college ରେ Welcome କିମ୍ବା Closing ଦିନ ଗୃପ ଫୋଟୋ ଉଠାଇ ସମସ୍ତଙ୍କୁ ବଣ୍ଟାଯାଏ, ଏମାନେ ମଧ୍ୟ ଠିକ୍ ସେଇୟା ହିଁ କରିଛନ୍ତି। ହୁଏତ, ଏ ପ୍ରକାର ଏକ ମେଳିପାଇଁ ନେତୃତ୍ଵ ପରିବର୍ତ୍ତନକୁ କିଛି ଦିନ ଆଡେଇ ଦିଆଯାଇପାରେ। ତେଣୁ, ଗୋଟିଏ କଥା ନିଶ୍ଚିତ ଯେ ଏହାକୁ strategically ଅତ୍ୟନ୍ତ ସଠିକ timingକୁ ନେଇ ଆୟୋଜନ କରାଯାଇଛି। ଆନୁଷ୍ଠାନିକ ଭାବେ କିଛି ନ କହି ବି ବହୁତ କଥା ନିଜ ଦଳର ମୁଖିଆ ଏବଂ ଦଳର କାରପଟାଦାରଙ୍କୁ ଜଣାଇ ଦିଆ ଯାଇଛି। ଆଉ ସେହି କଥାଟି ହେଉଛି, ‘ଦଳ ଭିତରେ All is not Well’। ଦଳରେ ସବୁ ଠିକ୍ ଚାଲିନାହିଁ। କିନ୍ତୁ, ପ୍ରଶ୍ନ ହେଉଛି ଧୃତରାଷ୍ଟ୍ର ମନର ଆଖି ଖୋଳିବେ ନା ସେମିତି ସବୁ ସମସ୍ଯାକୁ ଆଖିବନ୍ଦକରି ପୁତ୍ରମୋହରେ ଅନ୍ଧହୋଇ ବସିବେ।

 

powered by social2s

ଦେବଗଡ଼ ଜିଲ୍ଲାରେ ଧାନ କିଣା ଶୁଭାରମ୍ଭ

Details
Odia Ray Admin
ଓଡିଶା
20 December 2025

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ଦେବଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲାର ରିଆମାଳ ବ୍ଲକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ୫୧ଟି ମଣ୍ଡିରେ ୨୧ ହଜାର ୪୧୪ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯିବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଦେବଗଡ଼ ଜିଲ୍ଲାରେ ଗତ ବର୍ଷ ୪୯ଟି ମଣ୍ଡି ଖୋଲାଯାଇଥିବା ବେଳେ ଚଳିତ ବର୍ଷ ୫୧ଟି ମଣ୍ଡି ଖୋଲାଯାଇଛି । ସେହିଭଳି ଗତବର୍ଷ ୧୯, ୬୬୨ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ୨୧, ୪୧୪ ଚାଷୀ ପଞ୍ଜିକରଣ କରିଛନ୍ତି ଜିଲ୍ଲାରେ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ ଋତୁରେ ଧାନ କିଣା ପାଇଁ ୬୨,୭୪୭ ଏକର ଜମି ପଞ୍ଜିକୃତ ହୋଇଛି ଯାହା ଗତବର୍ଷ ୫୮, ୨୪୯ ଏକର ଥିଲା । ଧାନ କିଣା ପୂର୍ବରୁ ପଞ୍ଜିକୃତ ଚାଷ ଜମି ଗୁଡିକର ସାଟେଲାଇଟ ସର୍ଭେ ଶେଷ ହୋଇଛି । ଜିଲ୍ଲାରେ ୫୧ ଜଣ ମଣ୍ଡି ନୋଡାଲ ଅଧିକାରୀ ଏବଂ ୧୩ ଜଣ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ପ୍ରକ୍ରିୟା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିସହ ସମସ୍ତ ମଣ୍ଡି ଗୁଡିକରେ ଚାଷୀ ମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଯାଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ସୂଚନାଯୋଗ୍ୟ,ଏହିସବୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୭ ହଜାର ୨୫୦ ଜଣ ଚାଷୀଙ୍କ ଠାରୁ ତିନି ଲକ୍ଷ ୫ ହଜାର ୫୦ ମେଟ୍ରିକ ଟନ ଧାନ କିଣା ଯାଇଛି। ଏଥିସହ ସମ୍ପୃକ୍ତ ଚାଷୀ ମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୪୪୭ କୋଟି ୨୨ ଲକ୍ଷ ଓ ଇନପୁଟ ସହାୟତା ଭାବେ ୧୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରେ ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ଜିଲ୍ଲା ଗୁଡିକରେ ସମସ୍ତ ପ୍ରସ୍ତୁତି ଯାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବା ସହ ଚାଷୀ ମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଚାଷୀ ମାନଙ୍କୁ ଆଧାର ସଂଯୁକ୍ତ ଇ-କେୱାଇସି ଦେୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି।

powered by social2s

ସମୃଦ୍ଧ ଓଡିଶାର ଉତ୍ତରୋତ୍ତର କାମନା କରୁଛି: ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ

Details
Odia Ray Admin
ଓଡିଶା
20 December 2025

ଭୁବନେଶ୍ବର: ଦୈନିକ ଖବର କାଗଜ ସମୃଦ୍ଧ ଓଡ଼ିଶା ଓ ଏସ୍କର୍ଡ ସ୍ଵେଛାସେବୀ ସଂଗଠନର ୨୧ତମ ସ୍ୱନକ୍ଷତ୍ର ଦିବସ, ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ସଭା କକ୍ଷରେ ଗତ ଶୁକ୍ରବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ପୁର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଅଧ୍ୟକ୍ଷତା କରିଥିଲେ।ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହି ସରକାରରେ କିପରି ଆସ୍ତେ ଆସ୍ତେ ସମାଧାନ କରାଯାଉଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରି ସମୃଦ୍ଧ ଓଡ଼ିଶା ପ୍ରତି ତାଙ୍କର ଆନ୍ତରିକତା ବ୍ୟାଖ୍ୟା କରି ଉନ୍ନତି କାମନା କରିଥିଲେ।ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସମୃଦ୍ଧ ଓଡ଼ିଶାର ଉନ୍ନତି କାମନା କରିବା ସହ ଏହାର ସାମ୍ବାଦିକ ଓ ଉଦ୍ୟୋକ୍ତା ମାନଙ୍କୁ ସାଧୁବାଦ୍ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଈଂ ଜାମିନିକାନ୍ତ ଦାସ ସମୃଦ୍ଧ ଓଡ଼ିଶା କିଭଳି ବିଭିନ୍ନ ଜଞ୍ଜାଳ ଭିତରେ ଗତି କରି ମଧ୍ୟ ୨୧ବର୍ଷ ଧରି ପ୍ରକାଶିତ ହୋଇ ଆସୁଛି ଏବଂ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରୁଛି ସେ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ଯୋଗଦେଇ ସମ୍ବାଦ ପତ୍ର ଓ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ କହିଥିବା ବେଳେ ସମ୍ମାନୀୟ ଅତିଥି ରୁପେ ସମାଜ ସେବୀ ଜୟଶ୍ରୀ ଧଳ ଯୋଗ ଦେଇଥିଲେ। ଏକତା ଟ୍ରଷ୍ଟର ମୁଖ୍ୟ ଦିପ୍ତିରେଖା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିରପେକ୍ଷ ସମ୍ବାଦ ପରିବେଷଣରେ ସମୃଦ୍ଧ ଓଡ଼ିଶା କିପରି ଆଗରେ ଅଛି ସେ ସମ୍ପର୍କରେ ବ୍ୟାଖ୍ୟା କରିବା ସହ ସମୃଦ୍ଧ ଓଡ଼ିଶା କର୍ମକର୍ତ୍ତାଙ୍କୁ ସାଧୁବାଦ୍ ଜଣାଇଥିଲେ। ଏହି ଉତ୍ସବରେ ସମୃଦ୍ଧ ଓଡ଼ିଶା ପକ୍ଷରୁ ଡ. ପାଟ୍ଟଶାଣୀ, ମନ୍ତ୍ରୀ ମଲ୍ଲିକ ବିଧାୟକ ବାବୁ ସିଂ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମୃଦ୍ଧ ଓଡ଼ିଶାର ବିଶେଷ ସଂଖ୍ୟା ମୁଖ୍ୟ ଅତିଥିଙ୍କ ଦ୍ଵାରା ଲୋକାର୍ପଣ କରାଯାଇଥିଲା।ସମ୍ମାନିତ ଅତିଥି ମାନଙ୍କୁ ମଧ୍ୟ ମୂମେଣ୍ଟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଆଙ୍କର ଆନୁସୁୟା ସାହୁ ସଂଯୋଜନା କରିଥିଲେ। ଉଚ୍ଚତମ ନ୍ୟାୟାଳୟର ଓକିଲ ଅଳକା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆସିଥିବା ମହିଳା ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମୃଦ୍ଧ ଓଡ଼ିଶା ଓ ଏସ୍କର୍ଡ ର ସମ୍ପାଦକ ସୁଧୀର କୁମାର ପଟ୍ଟନାୟକ ଓ ନିର୍ବାହୀ ସମ୍ପାଦକ ରଜତ ମହାପାତ୍ର ଉତ୍ସବ ପରିଚାଳନା କରିଥିବା ବେଳେ ସାମ୍ବାଦିକ କବି ବାଳକୃଷ୍ଣ ପଟ୍ଟନାୟକ ଶେଷରେ ସେ ଧନ୍ୟବାଦ୍ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରଜତ ପଟ୍ଟନାୟକ, ତିକ୍ଷଣ ଦୃଷ୍ଠିର ସମ୍ପାଦକ ସନ୍ତୋଷ କୁମାର ସେନାପତି, ମୁକ୍ତ କଲମ ସମ୍ପାଦକ ଜ୍ଞାନରଞ୍ଜନ ଦାଶ, ଏ.ପି. ଜେ. ଅବଦୁଲ୍ କଲାମ ଟ୍ରଷ୍ଟର ମୁଖ୍ୟ ପୂର୍ଣ୍ଣ କୁମାର ବେହେରା, କବି ସୁନିତି ମୁଣ୍ଡ, ଅନୁରାଧା ଦାଶ,ଅବସର ପ୍ରାପ୍ତ ପ୍ରିନ୍ସିପଲ୍ ଗଜେନ୍ଦ୍ର କୁମାର ପାଢ଼ୀ,ସଂଗୀତା ପଟ୍ଟନାୟକ, ଏସ୍କର୍ଡ ଚ୍ୟାରମ୍ୟାନ ପ୍ରସନ୍ନ ପଟ୍ଟନାୟକ ସହଯୋଗ କରିଥିଲେ।

powered by social2s

ବ୍ରିଜ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରେଲର୍

Details
Odia Ray Admin
ଓଡିଶା
20 December 2025

ସମ୍ୱଲପୁର: ସମ୍ବଲପୁର ରମ୍ପେଲା ସପ୍ନେ ବ୍ରିଜ ଉପରେ ଜଳିଗଲା ୧୮ ଚକିଆ ଟ୍ରେଲର୍। ଆଗ ଚକ ଫାଟିଯିବାରୁ ଡିଦ୍ଭାଇଡରରେ ପିଟି ହୋଇ ଲାଗିଲା ନିଆଁ। ଟ୍ରେଲର୍ ନିଆଁ ଲିଭାଇଲେ ଝାରସୁଗୁଡ଼ା ପୋଲିସ ଓ ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି।

powered by social2s

ଭୁବନେଶ୍ବରରେ ଅୟୋଜିତ ହେବ ଓଡ଼ିଶା ଖାଦ୍ୟ ମହୋତ୍ସବ

Details
Odia Ray Admin
ଓଡିଶା
20 December 2025

ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ ଆୟୋଜିତ ହେବ ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫। ଡିସେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ମହିଳା ମାନେ ଆସି ନିଜ ନିଜ ରନ୍ଧାଶାଳର ଖାଦ୍ୟ ପାରୋଶିବେ। ଏହି ମହୋତ୍ସବରେ ୧୪୦ ଟି ଷ୍ଟଲ୍ ରେ ସକାଳ ୧୦ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ହେବ। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ରାଜଧାନୀବାସୀ । ବିଶ୍ଵ ଓଡ଼ିଆ ପରିବାରର ଚେୟାରମ୍ୟାନ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି ଯେ ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରା ଲୋକଲୋଚନକୁ ଆଣିବା ଏହି ମହୋତ୍ସବର ଲକ୍ଷ୍ୟ। ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ରୁ ମାଲକାନଗିରି ପର୍ଯ୍ୟନ୍ତ ଓ ନୂଆପଡ଼ା ରୁ କେନ୍ଦ୍ରପଡ଼ା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଯୋଉ ବିବିଧତା ଅଛି ସେ ବିବିଧତା କୁ ଗୋଟିଏ ସ୍ଥାନରେ ପରିବେଷଣ କରାଯିବ।

powered by social2s

More Articles ...

  1. ଓଡ଼ିଶାର ବିଭିନ୍ନ ମନ୍ଦିରରୁ ଚୋରି
  2. ୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନ ଫସଲ
  3. ବିକଶିତ ଓଡ଼ିଶା ଗଠନରେ ଶୈକ୍ଷିକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଉଚ୍ଚଶିକ୍ଷା ମନ୍ତ୍ରୀ
Page 280 of 2255
  • Start
  • Prev
  • 275
  • 276
  • 277
  • 278
  • 279
  • 280
  • 281
  • 282
  • 283
  • 284
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.