ପାର୍ସଲ ବୋମା ମାମଲା: ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର: ଆସିଲା ବଲାଙ୍ଗୀର ‘ପାର୍ସଲ ବୋମା’ ମାମଲା ରାୟ। ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା। ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ହୋଇଛି। ରାୟ ଶୁଣାଇଲେ ପାଟଣାଗଡ଼ ADJ କୋର୍ଟ।
ଭୁବନେଶ୍ୱର: ଆସିଲା ବଲାଙ୍ଗୀର ‘ପାର୍ସଲ ବୋମା’ ମାମଲା ରାୟ। ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା। ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ହୋଇଛି। ରାୟ ଶୁଣାଇଲେ ପାଟଣାଗଡ଼ ADJ କୋର୍ଟ।
ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ଦ୍ୱିତୀୟ କୋଭିଡ୍ ମାମଲା। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ରାଜ୍ୟରେ ପ୍ରଥମ କୋଭିଡ୍ ମାମଲା ୬ ଦିନ ପୁର୍ବରୁ ଚିହ୍ନଟ ହୋଇଥିଲା।
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ। ମାସିକ ଗାଡ଼ି ଭଡ଼ା ବଢ଼ି ୫୦,୪୦୦ ଟଙ୍କା ହେଲା। ପ୍ରାୟ ୬ ବର୍ଷ ପରେ ହେଲା ଭଡ଼ା ସଂଶୋଧନ। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କୋରାପୁଟ : ନୂଆପଡା ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଁ ତାରିଣୀ ସାହିତ୍ୟ ସଂସଦ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଆୟୋଜିତ କବିତା ଲିଖନୀ ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି lଏହି ଅନୁଷ୍ଠାନ ତରଫରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ କବିତା ଶୀର୍ଷକ "ସାବିତ୍ରୀ ବ୍ରତ" ଆସର ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪0 ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ନିଳାଞ୍ଚଳ ମୁନି, ପ୍ରତିଷ୍ଠାତ୍ରୀ କୋଶଲୀ କୁଇନ୍ ମୀରା ବାଇ ପାଣିଗ୍ରାହୀଙ୍କ ସହ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଆଭାସୀ ଜରିଆରେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଅଛନ୍ତି l ଲେଖନୀ ପ୍ରତିଯୋଗୀତାରେ ଭାଗ ନେଇ ଅନୁଷ୍ଠାନ ତଥା ଅଞ୍ଚଳର ନାମକୁ ଗୌରବାନ୍ନିତ କରିଥିବାରୁ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ ପ୍ରତିଭାକୁ ସମ୍ମାନ ପ୍ରଦାନ ସ୍ୱରୂପ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିବା ଦେଖିବାକୁ ମିଳିଅଛି l ଏହି ଅବସରରେ ଯୁବ ଅଧ୍ୟାପକ ତ୍ରିନାଥ ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ତାଙ୍କର ପ୍ରତ୍ୟେକ ସଫଳତାର ଶ୍ରେୟ ସେ ତାଙ୍କ ଧର୍ମପତ୍ନୀ ନିତୁ(ଗେଲି)ଙ୍କୁ ପ୍ରଦାନ କରିବାକୁ ଚାହୁଁଥିବା ସୂଚନା ମିଳିଅଛି l
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି। କ୍ରମଶଃ ଉତ୍ତର ଦିଗକୁ ଗତି କରି ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨ ରୁ ୩ ମଧ୍ୟରେ ଓଡ଼ିଶାରେ ପହଁଚିପାରେ ମୌସୁମୀ।
ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା ଗସ୍ତକରି ନାରୀଶକ୍ତିର ଜୀବନ ଗାଥା ଏବଂ ରାଜମାତାରୁ ଲୋକମାତା ସାଜିଥିବା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଉପଲକ୍ଷେ ନିମାପଡ଼ା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମାଜ ପାଇଁ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ଅନେକ ମହିଳାଙ୍କୁ ସମ୍ମାନିତ କରିଥିଲେ । "ପ୍ରଜା ଈଶ୍ୱରଙ୍କ ରୂପ ଏବଂ ପ୍ରଜାଙ୍କ ସେବା ହିଁ ମୋ ପାଇଁ ଈଶ୍ୱର ପୂଜା" ଭାବନା ରଖିଥିବା ରାଣୀ ଅହିଲ୍ୟାବାଇ ଆମ ପାଇଁ ପ୍ରେରଣାର ଉତ୍ସ ଏବଂ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତାଙ୍କ ସେବାରେ ବ୍ରତୀ ହେବା ହିଁ ଆମର କର୍ତ୍ତବ୍ୟ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସମଗ୍ରଶିକ୍ଷା ଯୋଜନାରେ ନିମାପଡା ପଞ୍ଚାୟତ ସମିତି ଅଧିନସ୍ଥ ତେରୁଣ୍ଡିଆ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଧୀରପୁର ଠାରେ ୧୮ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ଏବଂ ନିମାପଡ଼ା ବ୍ଲକ ଅଧିନସ୍ଥ ଅରିଷଣ୍ଢ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ,ଅରିଷଣ୍ଢ ଠାରେ ୧୮ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସଂଧ୍ୟାରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଆଶ୍ରମ ଛକ ବ୍ରିଜ ନିକଟରେ ଦୀର୍ଘ ଦିନରୁ ଦାବି ରହି ଆସୁଥିବା ସହରର ମୁଖ୍ୟ କଂକ୍ରିଟ ନଳାର ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପର ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। ଏହି ପ୍ରକଳ୍ପ ଜଳ ନିକାସ ବିଭାଜନ, ପୁରୀ ଦ୍ଵାରା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହେବ। ଏହାର ଦ୍ଵିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ମଧ୍ୟ ଆବଶ୍ୟକୀୟ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଅଛି। ଏହା ଦ୍ବାରା ବିଜ୍ଞାପିତ ଅଞ୍ଚଳର ଦୀର୍ଘ ଦିନରୁ ରହିଥିବା ଜଳ ନିଷ୍କାସନ ଭଳି ଏକ ପ୍ରମୁଖ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏବଂ ଡେଲ୍ଟା ଛକ ନିକଟରେ ଭେଣ୍ଡିଂ ଯୋନରେ ୨୧ ଜଣ ଉଠା ଦୋକାନୀଙ୍କୁ ଦୋକାନ ଘର ଯୋଗାଇବା ସହ ବସ ଷ୍ଟାଣ୍ଡରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ୧୨ ଗୋଟି ଦୋକାନ ଘରକୁ ଲଟେରୀ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟବସାୟୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଥିଲେ ।
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ "A Brief History of Odisha Legislative Assembly"ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ ବୋଲି ବାଚସ୍ପତି ଆଶାବ୍ୟକ୍ତ କରିଛନ୍ତି । ୧୯୩୬ ମସିହା ଅପ୍ରେଲ ପହିଲାରେ ବି୍ରଟିଶ ଶାସନାଧିକ ଭାରତବର୍ଷରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଶାସନଗତ ସ୍ୱାଧୀନତା ତଥା ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତି ହାସଲ କଲା । ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍ ସ୍ୱାଧୀନତା) ପ୍ରଥମ ବିଧାନସଭାଠାରୁ ଚଳିତ ସପ୍ତଦଶ ଓଡ଼ିଶା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ଦାୟିତ୍ୱରେ ଥିବା ମାନ୍ୟବର ରାଜ୍ୟପାଳ, ମାନ୍ୟବର ବାଚସ୍ପତି, ମାନ୍ୟବର ଗୃହର ନେତା (ମୁଖ୍ୟମନ୍ତ୍ରୀ), ମାନ୍ୟବର ବିରୋଧୀ ଦଳ ନେତା, ମାନ୍ୟବର ଉପବାଚସ୍ପତି, ବିଧାନସଭା ସଚିବାଳୟର ସଚିବଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳ ଗଠନ, ସାଧାରଣ ନିର୍ବାଚନ, ଉପନିର୍ବାଚନ, ଦଳୀୟ ସ୍ଥିତି ସହିତ ବିଧାନସଭା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ପୁସ୍ତକରେ ପ୍ରକାଶିତ ହୋଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକବୃନ୍ଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ, ପୁସ୍ତକ ସଂକଳନରେ ସଂପୃକ୍ତ ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ, ଶ୍ରୀ ପ୍ରଶାନ୍ତ ଦାସ ଓ ଶ୍ରୀ ଅମୂଲ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।