• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ସୁନ୍ଦରଗଡ଼ ଜିଲ୍ଲାରେ କରାଯିବ ଅଧିକ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍ କରାଯିବ

Details
Odia Ray Admin
ଓଡିଶା
09 May 2021

 

 

ରାଉରକେଲା, ୯ ମେ’ ୨୦୨୧: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ। 

 

ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅସିତ୍ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅକ୍ସିଜେନଯୁକ୍ତ ବେଡ୍ ଓ ଆଇସିୟୁ ବେଡର ବ୍ୟବସ୍ଥା ରହିଛି। ଖୁବଶୀଘ୍ର ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ। ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି। 

 

ଶ୍ରୀଯୁକ୍ତ ତ୍ରିପାଠୀ ଆହୁରି କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ। 

 

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ୨୪ ଘଣ୍ଟିଆ କୋଭିଡ୍ ହେଲ୍ପଲାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ହେଲ୍ପଲାଇନ୍ ମାଧ୍ୟମରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ କିପରି ବିଭିନ୍ନ ସୂଚନା ଓ ସହାୟତା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ। ଏହା ସହିତ ଟିମ୍ ହାଇଟେକ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ପରେ ପରେ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା।

 

ଏହି ଅବସରରେ ଅସିତ୍ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ଆଧୁନିକ ବ୍ୟବସ୍ଥାର ଭିତ୍ତିଭୂମି ସୃଷ୍ଟି କରିବାରେ ବିଭିନ୍ନ ଶିଳ୍ପ କାରଖାନା ଏବଂ ଘରୋଇ ଉଦ୍ୟୋଗ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଧିକ ଡାକ୍ତର ମିଳିପାରିଲେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

 

ରାଉରକେଲା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର। ତେଣୁ କୋଭିଡ୍ ମୁକାବିଲା ପାଇଁ ଏଠାରେ ସରକାର ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଲକଡାଉନ୍ ଏବଂ ସଟଡାଉନ୍ ଘୋଷଣା କରିଛନ୍ତି।  ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ମିଳିତ ଭାବରେ ଏହିସବୁ ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ  ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। 

 

ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାକୁ ଆଉ ଗୋଟିଏ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ। ଏହା ଦ୍ୱାରା ଜିଲ୍ଲାରେ ଦୈନିକ କୋଭିଡ୍ ପରୀକ୍ଷା କ୍ଷମତା ୫୦୦କୁ ବୃଦ୍ଧି ପାଇବ। 

 

ଏହି ଗସ୍ତ ଓ ସମୀକ୍ଷା ସମୟରେ ସୁନ୍ଦରଗଡ଼ ଶ୍ରୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ଶ୍ରୀ ମୁକେଶ କୁମାର ଭାମୋ, ରାଉରକେଲା ଏଡିଏମ୍ ଶ୍ରୀମତୀ ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ ଶ୍ରୀ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲାରେ କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏଏମଓ ଡାକ୍ତର ଶଶାଙ୍କ କବି ଶତପଥୀଙ୍କ ସହ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

powered by social2s

ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁଗୁଲ୍ ମୀଟ ଜରିଆରେ ୧୬୮ ଓ ୧୬୯ ତମ କଥାମୃତ ଓ ଭଜନ

Details
Odia Ray Admin
ଓଡିଶା
09 May 2021

 

 

ଭୁବନେଶ୍ୱର: ୭.୫.୨୧ ଏବଂ ୮.୫.୨ ଦୁଇ ଦିନ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁଗୁଲ୍ ମୀଟ ଜରିଆରେ ୧୬୮ ଓ ୧୬୯ ତମ କଥାମୃତ ଓ ଭଜନ ପରିବେଷଣ କରାଯାଇଥିଲା। 

 

ମହାମାରୀ କରୋନା ପ୍ରଭାବରୁ ବିଶ୍ଵକୁ ରକ୍ଷା କରିବା ନିମନ୍ତେ  ସେହି ସର୍ବଶକ୍ତି ମାନ ଇଶ୍ଵର ଙ୍କ ପାଖରେ ନିବେଦନକରାଯାଇଥିଲା। ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ଆରୋଗ୍ୟ ନିମନ୍ତେ ସମସ୍ତ ସଦସ୍ୟ ମହାପ୍ରଭୁ ଙ୍କ ନିକଟରେ ପ୍ରଥନା  କରିଥିଲେ, ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ସମସ୍ତଙ୍କୁ ସ୍ବାଗତ କରି କାର୍ଯ୍ୟ କ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଥଲେ।

 

କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ଅଜୟ ହରିଚନ୍ଦନ, ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ଅଖିଳ ସାହୁ, ମଧୁସ୍ମିତା ଦାସ, ସୌଦାମିନୀ ପଣ୍ଡା, ତନୁଶ୍ରୀ ଜେନା ପରିଚାଳନା ସହିତ ଉଚ୍ଚକୋଟୀର ଭଜନ ମଧ୍ୟ ପରିବେଷଣ କରିଥିଲେ। ଭଜନ ପରେ  ପ୍ରବାଚକ୍ ଶ୍ରୀ ବିଭୁତି ଭୁଷଣ ପାଲ ଚଳିତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନାମ ସଙ୍କୀର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ, କାରଣ ଏହି ସଙ୍କଟପୂର୍ଣ୍ଣ ସମୟରେ ହରି ନାମ, ହରି ଗୁଣ ଚିନ୍ତନ୍ନ କରିବା ଛଡ଼ା ଅଲଗା ବାଟନାହିଁ, ସେ ପାରିବାରିକ ସମ୍ପର୍କ କିପରି ରହି ବା ଦରକାର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବହୁ ରୋଚକ ତଥ୍ୟ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। 

 

ସମ୍ପାଦକ ମାନ୍ୟବର ସମସ୍ତ ଆଜୀବନ ସଦସ୍ୟ ମାନଙ୍କର ସର୍ବଦା କଲ୍ୟାଣ ହେବା ନିମନ୍ତେ ମହାପ୍ରଭୁଙ୍କ ପାଖରେ କାମନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଲଲିତ ପଣ୍ଡା ଅଜୟ ଚୌଧୁରୀ, ବଂଶୀଧର ନାୟକ, ନରେନ୍ଦ୍ର  ସାହୁ, ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ, ପ୍ରତିମା ରାଉତ, ହରପ୍ରିୟା ବେହେରା, ସରୋଜିନୀ ପରମ ଗୁରୁ, ଉଷା ମିଶ୍ର, ଗୀତା ପଣ୍ଡା,ଚିନ୍ତାମଣି ମିଶ୍ର, ରମାକାନ୍ତ ମିଶ୍ର,ଗାନ୍ଧୀ ଚୌଧୁରୀ, ଗଣେଶ ମିଶ୍ର, ସୁରେଶମିଶ୍ର,ଶିବାନୀ ଦଳାଇ, ଦେବାଶିଷ ପ୍ରଧାନ, ବିବେକାନନ୍ଦ ସ୍ୱାଇଁ, ସୁଲୋଚନା ଚାନ୍ଦ, ତୃପ୍ତି ବିଶ୍ବାଳ, ନିବେଦିତାଭଞ୍ଜ, ସୁରେଶମିଶ୍ର, ଲାବନେନ୍ଦୁ ମହାନ୍ତି, ଗାନ୍ଧୀ ଚୌଧୁରୀ, ଅନୁପମା ମେହେର, ଅବିନାଶ ସ୍ୱାଇଁ, ସୁଧାକର ବେହେରା, କାର୍ତ୍ତିକ ଦୁବେ, ଅନ୍ନପୂର୍ଣ୍ଣା ମିଶ୍ର, ସ୍ଵାତୀ ଦାସ, କଲ୍ୟାଣୀଭଦ୍ରାସ୍ଵାଧୀନ ମହାନ୍ତି, ତପନ ପ୍ରଧାନ, ତନ୍ମୟ ସାହୁ, ମହେନ୍ଦ୍ର ସାହୁ, ହେମନ୍ତ ମିଶ୍ର, , ଦିନେଶ ଦାସ, ମାନସ ପଟନାୟକ, ଗୋଲକ ଦାସ, , ମଳୟ ଜେନା, ଅନୁପ ସାହୁ ଅମିତ ସାହୁ, ବିଶ୍ଵନାଥ ନାୟକ, ବନମାଳୀ ଦାସ, ଓ ପରିଷଦର ବହୁ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ।

 

ଦୁଇ ଦିନର କାର୍ଯ୍ୟକ୍ରମରେ ସମସ୍ତେ ବହୁ ସଂଖ୍ୟାରେ ଯୋଗଦେଇଥିବାରୁ ମହାହାପ୍ରଭୁଙ୍କ କୃପାରୁ ସମସ୍ତଙ୍କର ସର୍ବଦା କଲ୍ୟାଣ ହେବା ନିମନ୍ତେ କାମନା କରାଯାଇ କଥାମୃତ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା।

 

 

powered by social2s

୭ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର

Details
Odia Ray Admin
ଓଡିଶା
09 May 2021

 

 

ଖୋର୍ଦ୍ଧା: ବନ୍ୟପ୍ରାଣୀ ବିଭାଗ ଦ୍ୱାରା ୭ ଟି ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଚିଲିକା ରେ ପକ୍ଷୀ ଶିକାର ପରେ ବିକ୍ରି ପାଇଁ ଭୁଶୁଣ୍ଡୁପୁର ନେବା ବାଟରେ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କୁ ଧରିଲେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ।

 

ଗିରଫ ଯୁବକ ଜଣକ ବିଷ ଦେଇ ପକ୍ଷୀ ଶିକାର କରିଥିବା ଜଣାପଡ଼ିଛି।

 

powered by social2s

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ପ୍ରଶାସନର ଡାକରା ‘ବ୍ରେକ୍ ଦ ଚେନ୍’

Details
Odia Ray Admin
ଓଡିଶା
08 May 2021

 

ସୁନ୍ଦରଗଡ଼/ରାଉରକେଲା, ୮ ମେ’ ୨୦୨୧: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ‘ବ୍ରେକ୍ ଦ ଚେନ୍’ ଡାକରା ଦିଆଯାଇଛି। କରୋନା ଚେନ୍ ଭାଙ୍ଗିବାକୁ ଏହି ଲକଡାଉନ୍ ସମୟକୁ ସଠିକ୍ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ରାଉରକେଲା ସହରରେ ଲକଡାଉନ ନିୟମ ପାଳନ କରି ଏହି ମହାମାରୀକୁ ଜିତିବାକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି।

‘‘କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି ଏହାକୁ ସମସ୍ତେ ମାନି ଘରେ ରହିବା ଦରକାର। ଅତି ଆବଶ୍ୟକ ନହେଲେ କେହି ବାହାରକୁ ଆସନ୍ତୁ ନାହିଁ। ଘରେ ରହିଲେ ହିଁ ‘ବ୍ରେକ୍ ଦ ଚେନ୍’କୁ ଆମେ ସଫଳ କରିପାରିବା’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାପାଳ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହିଛି। ହେଲେ ଏଥିରେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ଦ୍ୱାରା ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସହ କରୋନା ଉପରେ ରୋକ୍ ଲଗାଇବା ସମ୍ଭବପର ହେବ। ଆଗକୁ ମଧ୍ୟ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରହିଛି।

ଜିଲ୍ଲାରେ କୋଭିଡ୍ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନସୁଦ୍ଧା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ରହିଛି। ରାଉରକେଲା ଏବଂ ସୁନ୍ଦରଗଡ଼ରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ କୋଭିଡ୍ କେୟାର ସେଣ୍ଟରରେ  ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସୀମାରେ ୬ଟି ଚେକ୍ ପୋଷ୍ଟ କରାଯାଇ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଏବଂ ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହା କରୋନା ଚେନକୁ ଭାଙ୍ଗିବା ଲାଗି ସହାୟକ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ରାଉରକେଲା ସହରରେ ‘ବ୍ରେକ୍ ଦ ଚେନ୍’ ଅଭିଯାନକୁ ସଫଳ କରିବା ପାଇଁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଲକଡାଉନ୍ ନିୟମ ପାଳନ କରି ଘରେ ରହିବାକୁ ସେ କହିଛନ୍ତି। କୋଭିଡ୍ ଟେଷ୍ଟିଂ, ଚିକିତ୍ସା, ଟିକାକରଣ ସହିତ ଆଇସିୟୁ, ଅକ୍ସିଜେନ୍ ଆଦି ବାବଦରେ ଜାଣିବା ପାଇଁ ଲୋକେ ରାଉରକେଲା ମହାନଗର ନିଗମ ୧୮୦୦ ୩୪୫ ୭୪୬୮ ଏବଂ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧୩୮ ରେ ମାଗଣାରେ କଲ୍ କରିପାରିବେ।

‘‘ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଲକଡାଉନ୍ ସମୟରେ ଲୋକଙ୍କ ଘର ପାଖରେ ଏସଏଚଜି ମା’ମାନଙ୍କ ସାହାଯ୍ୟ ନେଇ ଆଳୁ, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ତେଣୁ ଲୋକମାନେ ଭିଡ଼ ସ୍ଥାନକୁ ନଯାଇ ଘର ପାଖରୁ ଜିନିଷ କିଣନ୍ତୁ। ଜନସାଧାରଣଙ୍କ ସହଯୋଗରେ ଆମେ କୋଭିଡ୍ ମୁକାବିଲା କରିପାରିବା’’, କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଲକ୍ଷଣ ଥିବା କିମ୍ବା କୋଭିଡ୍ ପଜିଟିଭ୍ ବାହାରୁଥିବା ବ୍ୟକ୍ତିମାନଙ୍କୁ ହୋମ୍ ଆଇସୋଲେସନରେ ରହି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବାକୁ ପ୍ରଶାସନ ଅନୁରୋଧ କରିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଜିଲ୍ଲାରେ ୮୪ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ସେଥିମଧ୍ୟରୁ ରାଉରକେଲା ସହରରେ ୨୦ଟି ଟିମ୍ କାମ କରୁଛନ୍ତି। ଏହି ଟିମ୍ ଘର ଘର ବୁଲି ଲୋକଙ୍କ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିବା ସହ ରୋଗୀଙ୍କୁ ଔଷଧପତ୍ର ଦେଉଛନ୍ତି।

ଲକଡାଉନ୍ ଭିତରେ ରାଉରକେଲା ସହରରେ କୋଭିଡ୍ ଟେଷ୍ଟିଂକୁ ଆହୁରି ଜୋରଦାର କରାଯାଇଛି। ଏଥିପାଇଁ ସହରରେ ୯ଟି କେନ୍ଦ୍ର ଚାଲିଛି। ସେହିପରି ମହାନଗର ନିଗମବାସୀଙ୍କ ପାଇଁ ୮ଟି ଟିକାକରଣ କେନ୍ଦ୍ର କାମ କରୁଛି। ତେବେ କୌଣସି ସ୍ଥାନରେ ଭିଡ଼ ନକରି କୋଭିଡ୍ ନିୟମ ପାଳନ କରି ଏସବୁ କାର୍ଯ୍ୟ କରିବା ପାଇଁ କମିଶନର ଅନୁରୋଧ କରିଛନ୍ତି।

powered by social2s

ବୁଲା ଗାଈ, କୁକୁର ଙ୍କ ଖାଦ୍ୟ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

Details
Odia Ray Admin
ଓଡିଶା
09 May 2021

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏ ସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ ,ସମ୍ବଲପୁର,ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ।

powered by social2s

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡିଶା ଖୁଦ୍ର ଶିଳ୍ପ ନିଗମ ତରଫରୁ ୧୦ ଲକ୍ଷ ଟଙ୍କା ଦାନ

Details
Odia Ray Admin
ଓଡିଶା
08 May 2021

 

 

ଭୁବନେଶ୍ୱର: ରାଜ୍ୟର କୋଭିଡ଼ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡିଶା ଖୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ୍ୟ ଟଙ୍କା ଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବୋର୍ଡ଼ର ଅଧକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ସାହାଣୀଙ୍କ ଠାରୁ ଏହି ରାଶିର ଚେକ ଗ୍ରହଣ କରିଛନ୍ତି।

 

ଚେକ ପ୍ରଦାନ ସମୟରେ ନିଗମର ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୂରଦର୍ଶୀ କୋଭିଡ ପରିଚାଳନା ଯୋଗୁ ଓଡ଼ିଶାର କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି। ଜନ ସାଧାରଣଙ୍କ ସହଯୋଗରେ ରାଜ୍ୟ ଅଧିକ ସଫଳତା ହାସଲ କରିବ। 

 

ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଖୁଦ୍ର ଶିଳ୍ପ ନିଗମ କତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଦପ୍ତର ତଥା ବ୍ୟକ୍ତିଗତ ସ୍ତରରେ କୋରନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ।

 

powered by social2s

କଟକ ଏସସିବି ରେ ବଢିବ ଆଉ ୧୦୦ କୋଭିଡ ଶଯ୍ୟା: ସିଏମସି କମିଶନର

Details
Odia Ray Admin
ଓଡିଶା
08 May 2021

 

 

କଟକ: କଟକ ଏସସିବି ମେଡିକାଲରେ କୋରନା ରୋଗୀଙ୍କ ପାଇଁ ଆଉ ୧୦୦ ବେଡ଼ ବଢାଯିବ। ଏଥିରୁ ୪୧ ଟି ଆଇସିୟୁ ବେଡ୍ ମଧ୍ୟ ରହିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ। 

 

କୋଭିଡ ସମ୍ପର୍କିତ ସଚେତନତା ଓ ସୂଚନା ଦେଇ ସେ ଏହା କହିଛନ୍ତି। 

ସେ କହିଛନ୍ତି ଯେ, କରୋନା ରୋଗୀଙ୍କ ପାଇଁ ଏସସିବିକୁ ମିଶାଇ କଟକରେ ଏବେ ୧୨୦୦ ସାଧାରଣ ବେଡ଼ ଓ ୩୦୦ ଆଇସିୟୁ ବେଡ୍ ରହିଛି। ତେବେ ଖୁବ ଶୀଘ୍ର ଆଉ ୧୦୦ ବେଡ଼ ବଢାଯିବ। 

 

କୋଭିଡ ସଂପର୍କିତ ସୂଚନା ଦେଇ ସିଏମସି କମିଶନର କହିଛନ୍ତି, ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି। 

ଏମାନଙ୍କ ମଧ୍ୟରୁ ୮୮% ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି। 

କୋଭିଡ କେୟାର ସେଣ୍ଟରରେ ୪୦ରୁ  ୫୦% ଶଯ୍ୟା ଭର୍ତ୍ତି ଅଛି।

ସେଥିରୁ ୧୦ % ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବାକୁ ପଡୁଛି। 

 

ଘରେ ରହି ଚିକିତ୍ସିତ ହୁଅନ୍ତୁ। 

ତେବେ ଲକ୍ଷଣ ଥାଇ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଆସିଲେ ମଧ୍ୟ ଆମ ଫୋନ ନମ୍ବର ୧୮୦୦ ୩୪୫୮୨୮୯ରେ ସମ୍ପର୍କିତ କରନ୍ତୁ ବୋଲି କମିଶନର ଅନନ୍ୟା ଦାସ କହିଛନ୍ତି।

 

 

powered by social2s

More Articles ...

  1. ଆଜିକୁ ୧୨ ଦିନ ହେବ କରୋନା ପୀଡ଼ିତ ଙ୍କ ଘରେ ଖାଦ୍ୟ ବଣ୍ଟନ
  2. ଭୁବନେଶ୍ୱରରେ ଟ୍ରକ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ମୃତ
  3. ବାଣ ଫୁଟି ଯୁବକଙ୍କ ଆଖି ନଷ୍ଟ
Page 1800 of 2256
  • Start
  • Prev
  • 1795
  • 1796
  • 1797
  • 1798
  • 1799
  • 1800
  • 1801
  • 1802
  • 1803
  • 1804
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.