ଭୁବନେଶ୍ୱର ତା ୫.୫.୨୧ ଏବଂ ୬.୫.୨୧ ଦୁଇ ଦିନ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁଗୁଲ୍ ମୀଟ ଜରିଆରେ ୧୬୬ ଓ ୧୬୭ତମ କଥାମୃତ ଓ ଭଜନ ପରିବେଷଣ କରାଯାଇଥିଲା। ମହାମାରୀ କରୋନା ପ୍ରଭାବରୁ ବିଶ୍ଵକୁ ରକ୍ଷା କରିବା ନିମନ୍ତେ ସେହି ସର୍ବଶକ୍ତିମାନ ଇଶ୍ଵରଙ୍କ ପାଖରେ ନିବେଦନ କରାଯାଇଥିଲା ।
ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ଆରୋଗ୍ୟ ନିମନ୍ତେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନିକଟରେ ପ୍ରଥନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ସମସ୍ତଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଥଲେ।
ଆଜିର କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ଅଜୟ ହରିଚନ୍ଦନ, ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ଅଖିଳ ସାହୁ, ମଧୁସ୍ମିତା ଦାସ, ସୌଦାମିନୀ ପଣ୍ଡା ପରିଚାଳନା ସହିତ ଉଚ୍ଚକୋଟୀର ଭଜନ ମଧ୍ୟ ପରିବେଷଣ କରିଥିଲେ। ଭଜନ ପରେ ପ୍ରବାଚକ୍ ଶ୍ରୀ ଗୋପାଳ ଦାସ ଚଳିତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନାମ ସଙ୍କୀର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ, କାରଣ ଏହି ସଙ୍କଟପୂର୍ଣ୍ଣ ସମୟରେ ହରି ନାମ, ହରି ଗୁଣ ଚିନ୍ତନ୍ନ କରିବା ଛଡା ଅଲଗା ବାଟନାହିଁ, ତାଙ୍କର ଉକ୍ତି ମନିଆ ସାହୁ ମନିଆ ସାହୁ ବଗ ବେକ ଥଣ୍ଟ ରୁ କଣ୍ଟା ଯାଉ ଓ ତାଙ୍କର ମହାପ୍ରଭୁ ଙ୍କ ଭକ୍ତ ଜଗନ୍ନାଥ ଦାସ ଓ ଅରକ୍ଷିତ ଦାସଙ୍କ ଙ୍କ କଥାକୁ ଶୁଣି ସମସ୍ତଙ୍କୁ ବହୁତ ଆନନ୍ଦିତ ହୋଇଥିଲେ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଷୟ ରେ ବହୁ ରୋଚକ ତଥ୍ୟ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ସମ୍ପାଦକ ମାନ୍ୟବର ସମସ୍ତ ଆଜୀବନ ସଦସ୍ୟ ମାନଙ୍କର ସର୍ବଦା କଲ୍ୟାଣ ହେବା ନିମନ୍ତେ ମହାପ୍ରଭୁଙ୍କ ପାଖରେ କାମନା କରିଥିଲେ ।
କାର୍ଯ୍ୟକ୍ରମରେ ଲଲିତ ପଣ୍ଡା ଅଜୟ ଚୌଧୁରୀ, ବଂଶୀଧର ନାୟକ, ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ, ପ୍ରତିମା ରାଉତ, ହରପ୍ରିୟା ବେହେରା, ସରୋଜିନୀ ପରମ ଗୁରୁ, ଚିନ୍ତାମଣି ମିଶ୍ର, ସରୋଜ ନନ୍ଦ, ରମାକାନ୍ତ ମିଶ୍ର,ଗାନ୍ଧୀ ଚୌଧୁରୀ, ଗଣେଶ ମିଶ୍ର, ସୁରେଶମିଶ୍ର,ଶିବାନୀ ଦଳାଇ, ଦେବାଶିଷ ପ୍ରଧାନ, ବିବେକାନନ୍ଦ ସ୍ୱାଇଁ, ସୁଲୋଚନା ଚାନ୍ଦ, କଲ୍ୟାଣୀ ଭଦ୍ରା, ବୈଭବ ଯୋଶୀ, ତୃପ୍ତି ବିଶ୍ବାଳ, ଅନୁପମା ମେହେର, ଅବିନାଶ ସ୍ୱାଇଁ, ସୁଧାକର ବେହେରା, କାର୍ତ୍ତିକ ଦୁବେ, ୟୋଗେଶ ଅଗ୍ରୱାଲା, ଅନ୍ନପୂର୍ଣ୍ଣା ମିଶ୍ର,ସ୍ଵାତୀ ଦାସ, ସ୍ଵାଧୀନ ମହାନ୍ତି, ତପନ ପ୍ରଧାନ, ନଗେନ୍ଦ୍ର ସିଂ, ହେମନ୍ତ ମିଶ୍ର, , ଦିନେଶ ଦାସ, ମାନସ ପଟନାୟକ, କୃଷ୍ଣ ଅର୍ଜୁନ, ସୁରଜ ପ୍ରକାଶ, ମଳୟ ଜେନା, ଅନୁପ ସାହୁ ଅମିତ ସାହୁ, ବିଶ୍ଵନାଥ ନାୟକ, ବନମାଳୀ ଦାସ, ଓ ପରିଷଦର ବହୁ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ।
ସମସ୍ତେ ବହୁ ସଂଖ୍ୟାରେ ଯୋଗଦେଇଥିବାରୁ ମହାହାପ୍ରଭୁଙ୍କ କୃପାରୁ ସମସ୍ତଙ୍କର ସର୍ବଦା କଲ୍ୟାଣ ହେବା ନିମନ୍ତେ କାମନା କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।