ଆଜିକୁ ୧୨ ଦିନ ହେବ କରୋନା ପୀଡ଼ିତ ଙ୍କ ଘରେ ଖାଦ୍ୟ ବଣ୍ଟନ
ଭୁବନେଶ୍ୱର ତା ୮.୫.୨୧ ଭୁବନେଶ୍ୱରରେ ରହୁଥିବା ବହୁ ଜନସାଧରଣଙ୍କ ମଧ୍ୟରୁ ବରିଷ୍ଠ ନାଗରିକ ଓ ସେମାନଙ୍କର ପରିବାର କରୋନାରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରି ପାରୁନାହାନ୍ତି। ସେମାନଙ୍କ ସାଙ୍ଗରେ ଏହି ଦୁର୍ଦ୍ଦିନ ସମୟରେ ଆପଣ ଏକା ନୁହନ୍ତି। ଆମେ ଆପଣଙ୍କ ସଙ୍ଗେ ଛିଡ଼ା ହୋଇଛି ବୋଲି କରୋନା ପୀଡ଼ିତ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ସଂସ୍ଥା କହିଛନ୍ତି।
ଆଜିକୁ ୧୨ଦିନ ହେଲା ସେମାନଙ୍କ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ ଦିଆଯାଉଛି। ତତ୍ ସଙ୍ଗେ ସଙ୍ଗେ କାହାର ସକାଳର ଜଳଖିଆ, ବ୍ରେଡ ଓ କଦଳୀ ପାହଞ୍ଚା ଯାଉଛି।
ଭୁବନେଶ୍ୱରର ଇୟୁନିଟ ୯, ଜୟଦେବ ବିହାର, ପଲାଶୁଣି, ନାଗେଶ୍ଵରଟାଙ୍ଗୀ,ବରମୁଣ୍ଡା, ଚନ୍ଦ୍ରଶଖରପୁର ବାଳକାଟି,ଲକ୍ଷ୍ମିଶାଗର , ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା ଓ ଅନ୍ୟାନ୍ୟ ଜାଗା ଗୁଡିକରେ ରହୁଥିବା ମହାମାରୀରେ ପୀଡ଼ିତ ପରିବାର ମାନଙ୍କୁ ଦେୟ ମୁକ୍ତ ଖାଦ୍ୟ ବଣ୍ଟା ଯାଉଛି।
ଏହି କାର୍ଯ୍ୟକ୍ରମକୁ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘର ମିଳିତ ସହଯୋଗରେ କରାଯାଉଛି। ଏହି କାର୍ଯ୍ୟକ୍ରମ ଲକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଦିଲ୍ଲୀପ ପଟନାୟକ, ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ରାହୁଲ ପଲେଇ , ହେମନ୍ତ କୁମାର ମଳିଆ,ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି।
