ଓଡ଼ିଶାରେ ୪,୨୬୭ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ

|
ଭୁବନେଶ୍ୱର: ଓଡ଼ିଶାରେ ତିନି ମାସ ପାଇଁ ରଦ୍ଦ ହେଲା ୪,୨୬୭ ଡ୍ରାଇଭିଂ ଲାଇସେନ୍ସ।
ଜାନୁଆରୀ ୧ ରୁ ୨୧ ସୁଦ୍ଧା ଟ୍ରାଫିକ ନିୟମ ଉଲଂଘନ କରିଥିବା ଲୋକଙ୍କ ଲାଇସେନ୍ସ ରଦ୍ଦ ହୋଇଛି।
ହେଲମେଟ ପିନ୍ଧି ନଥିବାରୁ ୨,୬୮୮, ଅଧିକ ବେଗରେ ଗାଡି ଚାଲୁଥିବାରୁ ୭୨୮ ଓ ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ପାଇଁ ୨୫୫ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିବା ସୂଚନା ମିଳିଛି। |
ସପ୍ତାହକ ଭିତରେ ଓଡିଶା ଆସିବ ୧୪୯୭୬୦ ଡୋଜ କୋଭ୍ୟାକସିନ୍ ଟିକା
ଭୁବନେଶ୍ୱର: ରାଜ୍ୟକୁ ସପ୍ତାହ ମଧ୍ୟରେ କୋଭ୍ୟାକସିନର ଆଉ ୧୪୯୭୬୦ ଡୋଜ ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଏହି ସବୁ ଟିକା ଭୁବନେଶ୍ବର ରେ ଦିଆଯିଵ ବୋଲି ସେ କହିଛନ୍ତି।
ସିଏଚ୍ସି ଓ ପିଏଚ୍ସି ଗୁଡିକରେ ୩ଦିନ ଧରି ଟିକା ଦିଆଯିବ।
ମେଡିକାଲ କଲେଜ ଗୁଡିକରେ ଛୁଟି ଦିନ ଛାଡି ଅନ୍ୟ ଦିନ ମାନଙ୍କରେ ମିଳିବ ଟିକା।
ମଙ୍ଗଳ, ବୁଧ, ଶୁକ୍ର ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି ପାଣିଗ୍ରାହୀ କହିଛନ୍ତି।
ଗତକାଲି ସୁଧ୍ୟା ଓଡ଼ିଶାରେ ୧୧୩୬୨୩ଟିକାକରଣ ହୋଇଛି।
ରାଜ୍ୟର ୨୦ଟି ଜିଲ୍ଲା ରେ ୧୦୦ ପ୍ରତିଶତ ରୁ ଅଧିକ ଟିକାକରଣ ହୋଇଛି ବୋଲି ସେ କହିଛନ୍ତି।
ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ପାଇଁ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା
ସୁନ୍ଦରଗଡ଼, ୨୧ ଜାନୁୟାରୀ ୨୦୨୧: ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ ବର୍ଗରେ ସେମି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ସୁନ୍ଦରଗଡ଼।
“ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାଧ୍ୟମରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ପହଁଚିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ହିତ ପାଇଁ ଓଡ଼ିଶା ସରକାର ସବୁବେଳେ ଧ୍ୟାନ ଦେଇଆସୁଛନ୍ତି”, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସ୍କଚ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ୭୦ତମ ସ୍କଚ୍ ସମ୍ମିଳନୀ ଓ ଭର୍ଚୁଆଲ ପ୍ରଦର୍ଶନୀରେ ସାରା ଦେଶରୁ ୧ ହଜାରରୁ ଅଧିକ ବିଶେଷଜ୍ଞ ତଥା ପ୍ରତିନିଧି ଯୋଗ ଦେଇଥିଲେ। ସେଠାରେ ସୁନ୍ଦରଗଡ଼ ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଅଭିନବ କାର୍ଯ୍ୟ ଓ ପ୍ରକଳ୍ପ ଏବଂ ତାହାର ପ୍ରଭାବ ସମ୍ପର୍କରେ ତଥ୍ୟ ଉପସ୍ଥାପିତ ହୋଇଥିଲା। ବିଚାରକ ମଣ୍ଡଳୀର ମୂଲ୍ୟାୟନ ଅନୁସାରେ ସ୍କଚ୍ ଆୱାର୍ଡର ସେମିଫାଇନାଲ ପର୍ଯ୍ୟାୟଭୁକ୍ତ ହୋଇ ଅର୍ଡର ଅଫ୍ ମେରିଟ୍ ଲାଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ।
“ସାଧାରଣ ଜନତାଙ୍କ ହିତ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଖଣିଜ ପ୍ରତିଷ୍ଠାନର ସହଯୋଗରେ ବିଭିନ୍ନ ପ୍ରଭାବୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷ କରି କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ”, ସମ୍ମିଳନୀ ଅବସରରେ କହିଥିଲେ ସ୍କଚ୍ ଗ୍ରୁପ୍ର ଅଧ୍ୟକ୍ଷ ସମୀର କୋଚ୍ଚର।
ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛି। ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ। ସେଥିମଧ୍ୟରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଗର୍ଭାବସ୍ଥାରେ ଯତ୍ନ, ପୁଷ୍ଟିଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଚାଷ, ଶିଶୁଙ୍କ ପୋଷଣ, ସଡ଼କ ଓ ଯୋଗାଯୋଗ, ମୋବାଇଲ୍ ମେଡିକାଲ ୟୁନିଟ୍ ଓ ଆମ୍ବୁଲାନ୍ସ, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଯତ୍ନ ପାଇଁ ବ୍ୟବସ୍ଥା, ଅତ୍ୟାଧୁନିକ ପରିମଳ ସେବା ଭଳି ଅନେକ କାର୍ଯ୍ୟକ୍ରମ ରହିଛି।
ଫ୍ରେବୃୟାରୀ ୩ୟ ସପ୍ତାହ ମଧ୍ୟରେ ଓଡ଼ିଶା ବଜେଟ ଅଧିବେଶନ
ଭୁବନେଶ୍ୱର:ଫ୍ରେବୃୟାରୀ ୩ୟ ସପ୍ତାହ ରେ ରାଜ୍ୟର ବଜେଟ ଅଧିବେଶନ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଏଥର ଇ-ବିଧାନସଭା ପାଇଁ ହୋଇଛି ବ୍ୟବସ୍ଥା।
ଅନ୍ଲାଇନ ମାଧ୍ୟମରେ ବିଧାୟକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସେ କହିଛନ୍ତି।
ଅଢେଇ ଘଣ୍ଟା ବଦଳରେ ଦୁଇ ଘଣ୍ଟା ରହିବ ମ୍ୟାଟ୍ରିକ ପରୀକ୍ଷାର ଅବଧି
ଭୁବନେଶ୍ୱର: ଏ ବର୍ଷ ଅଢେଇ ଘଣ୍ଟା ବଦଳରେ ଦୁଇ ଘଣ୍ଟା ରହିବ ମ୍ୟାଟ୍ରିକ ପରୀକ୍ଷାର ଅବଧି।
କୋଭିଡ ପାଇଁ ଛାତ୍ରଛାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ନିଷ୍ପତ୍ତି ହୋଇଛି ଯେ ଛାତ୍ରଛାତ୍ରୀ ନିଜ ସ୍କୁଲ ରେ ପରୀକ୍ଷା ଦେବେ। ଅନ୍ୟ ସ୍କୁଲର ଶିକ୍ଷକ ରହିବେ ପରୀକ୍ଷା ନିରୀକ୍ଷକ।
ମେ ୩ ରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା।
ଭୁବନେଶ୍ୱରରେ ଉଦ୍ଘାଟିତ ହେଲା ତୋଷାଳି ମେଳା
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଜାତୀୟ ତୋଷାଳି ମେଳା ୨୦୨୧ ଜନତା ମଇଦାନରେ ଆରମ୍ଭ ହୋଇଛି।
ଭିଡ଼ିଓ କନ୍ଫରେନ୍ସିଙ୍ଗ ଜରିଆରେ ମେଳାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନାବିନ ପଟ୍ଟନାୟକ |।
ଫେବୃଆରୀ ୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ ରହିଛି।
ଓଡ଼ିଶାର ୧୭୦ ଓ ଅନ୍ୟ ରାଜ୍ୟର ୮୦ଟି ଷ୍ଟଲ ଏଥିରେ ପ୍ରଦର୍ଶିତ ହୋଇଛି।
ତେବେ ଏବର୍ଷ କୋଭିଡ଼ ଯୋଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ।
