ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମିଳିବ ପରୀକ୍ଷା ଦର୍ପଣ ପୁସ୍ତକ
ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ହଜାର ପିଲାଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ ପୁସ୍ତକ ଉପଲବ୍ଧ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପୂର୍ବରୁ ଏହି ପୁସ୍ତକ ପିଲା ମାନଙ୍କ ପାଖରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର କୁ ନେଇ ଏହି ପୁସ୍ତକ ପ୍ରକାଶ ପାଇବ।
ଏହି ପରୀକ୍ଷା ଦର୍ପଣ ପୁସ୍ତକ ୭୦୦ପୄଷ୍ଠାର ହେବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ୭୦ପ୍ରତିଶତ ସିଲାବସ୍ କୁ ନେଇ ପୁସ୍ତକ ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି।
