ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର
ଭୁବନେଶ୍ୱର: ଆଜି ତା ୧୭/୦୧/୨୦୨୧ ଦିନ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଭୁବନେଶ୍ୱର ରୁଚିକା ମାର୍କେଟ ଦୁର୍ଗା ପୂଜା ମଣ୍ଡପରେ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରାଯାଇଥିଲା ।
ଏଥିରେ ରକ୍ତ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଦାନ୍ତର ପରୀକ୍ଷା, ହୋମିଓପାଥି ଚିକିତ୍ସକ ପରାମର୍ଶ ଓ ମାଗଣା ଔଷଧ ବଣ୍ଟନ ସହ ଆୟର୍ବେଦିକ ଡାକ୍ତରଙ୍କ ପରାମର୍ଶ ଦିଆଯାଇଥିଲା।
ଆଜିର ଚେକ କ୍ୟାମ୍ପ ରେ ଏ ସ ଜି ଆଖି ବିଭାଗ, ମୋହନ ଡାଇବେଟିସ, ଡ ସଂଯିତ୍ ପଣ୍ଡା, ଡ ଅମୂଲ୍ୟ ରତ୍ନ ବିଶ୍ଵାଳ, ଡ ରବିନ କର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଲଲିତ ମୋହନ ପଣ୍ଡା, ନାରାୟଣ ମହାପାତ୍ର, ଅଚ୍ୟୁତ ପ୍ରସାଦ ବେହେରା, ହେମନ୍ତ କୁମାର ମାଳିଆ ଶ୍ରୀ ରବିନାରାୟଣ ମିଶ୍ର, କେ ରଞ୍ଜନ କୁମାର, ବସନ୍ତ କୁମାର ମହାନ୍ତି, ଦିଲ୍ଲୀପ କୁମାର ଭୁଇଆଁ, ସୁବୋଧ ମହାପାତ୍ର, ଆଶିଷ କୁମାର ପତି, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
