• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ନଭେମ୍ବର ୧୬ ରୁ ୧୯ ପର୍ଯ୍ୟନ୍ତ କୋଲକାତାଠାରେ ଆୟୋଜିତ ହେବ ଗ୍ଲୋବାଲ ମାଇନିଙ୍ଗ ସମିଟ୍ ଏବଂ ମାଇନିଙ୍ଗ ମେସିନାରୀ ପ୍ରଦର୍ଶନୀ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
02 November 2022

ଭୁବନେଶ୍ୱର: : କନ୍‌ଫେଡେରେଶନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ପକ୍ଷରୁ ଆସନ୍ତା ନଭେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲ୍‌କାତାର ରାଜର୍‌ହାଟ୍‌ସ୍ଥିତ ଇକୋ ପାର୍କଠାରେ ଏହାର ଦ୍ୱିବାର୍ଷିକ ଅଭିଯାନ ଗ୍ଲୋବାଲ ମାଇନିଙ୍ଗ୍ ସମିଟ୍ (ଜିଏମ୍‌ଏସ୍‌) ସମେତ ଇଂଟରନ୍ୟାଶନାଲ ମାଇନିଙ୍ଗ୍ ଆଣ୍ଡ ମେଶିନେରୀ ଏଗ୍‌ଜିବିଶନ (ଆଇଏମ୍‌ଏମ୍‌ଇ)ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ଆଜି ସଂନ୍ଧ୍ୟାରେ ଭୁବନେଶ୍ୱରର ହୋଟେଲ ପାଲ୍ ହାଇଟ୍ ଠାରେ ଏକ ରୋଡ଼ ଶୋର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ଶିଳ୍ପପତି ତଥା ଖଣି ଏବଂ ଖଣିଜ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି କହିଛନ୍ତି ଯେ, “ଆଇଏମଏମଇ ଏବଂ ଜିଏମଏସ ହେଉଛି ଖଣିଜ କ୍ଷେତ୍ରର ସର୍ବବୃହତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱର ପାଖାପାଖି ୫୦୦ରୁ ଅଧିକ ପ୍ରଦର୍ଶନୀକାରୀ ଏଥିରେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ଉତ୍ପାଦ ଏବଂ ସମାଧାନ ଗୁଡ଼ିକୁ ପ୍ରଦର୍ଶିତ କରିବେ ବୋଲି ଅନୁମାନ କରାଯାଉଛି । ଏକ ଖଣି ସମୃଦ୍ଧ ରାଜ୍ୟ ଭାବେ ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ଆମେ ଭୁବନେଶ୍ୱର ଠାରେ ଏହି ରୋଡ଼ ଶୋ ଆୟୋଜନ କରିବାର ନିଷ୍ପତି ନେଲୁ, ଯାହା ମାଧ୍ୟମରେ ଖଣି ବ୍ୟବସାୟମାନେ ଲାଭାନ୍ୱିତ ହୋଇପାରିବେ ।” ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି, ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ, ବୈଦେଶିକ ବ୍ୟାପାର ମୁଖ୍ୟ ଶ୍ରୀ ସୁନୀଲ ପାଣ୍ଡେ, ସିଆଇଆଇ ଇଆର ଏମଏସଏମଇ ସବ୍ କମିଟି ଅଧ୍ୟକ୍ଷ ଶ୍ରୀ ରବି ତୋଡି, , ନାଲ୍‌କୋ, ପ୍ରଡକ୍ସନ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଦାସ, ଓଡ଼ିଶା ସରକାରଙ୍କ ଡାଇରେକ୍ଟୋରେଟ ଅଫ ମାଇନ୍ସ ଏବଂ ଜିଓଲୋଜି, ମାଇନ୍ସର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଲିଳ କୁମାର ବେହେରା ଏବଂ ଟାଟା ଷ୍ଟିଲ ମାଇନିଙ୍ଗ ଏମଡି ଶ୍ରୀ ପଙ୍କଜ ସତିଜା, ଖଣିଜ ଉତୋଳନ ଏବଂ ଖଣିଜ ଦ୍ରବ୍ୟ ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି । ଚଳିତ ବର୍ଷର ଗ୍ଲୋବାଲ ମାଇନିଙ୍ଗ ସମ୍ମିଳନୀ ୨୦୨୨ର ବିଷୟବସ୍ତୁ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଖଣିଜର ଭୂମିକା’ । ଏହି ସମ୍ମିଳନୀରେ ଭାରତର ଖଣିଜ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଉଦୀୟମାନ ଧାରାକୁ ଆଲୋକିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଖଣିଜ ବ୍ୟବସାୟର ଉଚ୍ଚ ପ୍ରାଥମିକ ଦିଗ ଗୁଡ଼ିକ ଉପରେ ଧ୍ୟାନ ଦେବ, ଯେଉଁଥିରେ ଅନୁସନ୍ଧାନ, ବ୍ୟବସାୟ କରିବାର ସୁଗମତା, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ଖଣିଜ ଉତୋଳନ ପାଇଁ ନୀତିଗତ ଢାଂଚା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଏବଂ ପୃଥିବୀର ବିରଳ ସ୍ଥାନ ଏବଂ ସହରାଂଚଳ ଖଣିଜ ଉତୋଳନ କ୍ଷେତ୍ରରେ ବିକଶିତ ସୁଯୋଗ ଇତ୍ୟାଦି ଅନ୍ତର୍ଭୁକ୍ତ । ବିଶ୍ୱ ତଥା ଭାରତର ଖଣିଜ, କୋଇଲା, ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ କ୍ଷେତ୍ରର ପ୍ରମୁଖ ଖେଳାଳୀମାନେ ଏହି ଫୋରମ ମାଧ୍ୟମରେ ସେମାନଙ୍କ ମତ ବିନିମୟ ସହିତ ଯୋଜନାର ଆଦାନ ପ୍ରଦାନ ଏବଂ ବ୍ୟବସାୟିକ ସହଭାଗିତାର ଅନୁସନ୍ଧାନ କରିବେ ।

powered by social2s

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍ଘାଟିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
28 October 2022

 

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, “କୋଭିଡ଼ ମହାମାରୀର ଏତେ ଦିନ ବ୍ୟବଧାନ ପରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଟିତ ହେଉଥିବାରୁ ଆମ୍ଭେମାନେ ବହୁତ ଆନନ୍ଦିତ, ଯାହାକି ଘରୋଇ ଏବଂ ବିଦେଶ ଟ୍ୟୁରିଜିମ୍ ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେବ । ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି, ଯାହାକି ସ୍ୱର୍ଗିୟ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ । ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଯିବେ । ଯେବେକି ବହୁଳ ଭିତିମୂମିର ବିକାଶ ହୋଇଛି, ତେଣୁ ଆମେ ଆଶା କରୁଛୁଯେ, ଆଗାମୀ ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେବ, ଯାହାକି ଏହି କ୍ଷେତ୍ରରୁ ରାଜକୋଶ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିବ ।”

 

powered by social2s

Odisha Chief Secretary lays foundation stone for permanent infrastructure of Bhubaneswar unit of NCCBM

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
23 October 2022

 

 

Bhubaneswar(23/10/2022): Odisha Chief Secretary Suresh Chandra Mohapatra on Sunday laid the foundation stone to construct permanent infrastructure of Bhubaneswar unit of National Council for Cement and Building Materials (NCCBM) at Mancheswar Industrial Estates, Bhubaneswar in presence of Dr.Bibekananda Mahapatra, Director General, NCCBM, Dr.S K Chaturvedi, Secretary NCCBM, Dr.B.Pandu Ranga Rao, Unit In Charge NCCBM Hyderabad & Bhubaneswar.

 

Te Chief Scretary congratulated Bibekananda Mahapatra and NCCBM for taking such an initiative in Odisha and bringing this to Odisha. This With the help of Government of Odisha we have provided this plan for construction of the upcoming research lab, which is going to be setup in last one and halp year time. This is going be a game changer not only for Odisha government but also for industries that are operating in Odisha. In Odisha, we have large number of Industries which have come in last few years, especially in steel, aluminum, fertilizer and so many other sectors who are generating huge amount of waste materials like slag, fly ash, gypsum and so many other types of waste materials, but now with the research of NCCBM we are able to use them in cement industries.    

 

Anurag Jain, Secretary, Department for Promotion of Industry and Internal Trade, Ministry of Commerce and Industry, Government of India thanked the Government of Odisha for providing support for establishment of NCCBM Unit at Bhubaneshwar. HE ADDED, I called upon the leadership of NCCBM to proactively fulfil additional responsibilities entrusted to them by setting up of this Unit. I sincerely hope that the project will be completed within the stipulated time and sanctioned cost.

Post the ceremony the guests and dignitaries visited the Cement and Building Material’s Mechanical testing, Chemical analysis, Concrete mix proportioning lab, Concrete-Non-Destructive Testing laboratory facilities at NCCBM Bhubaneswar followed by plantation of Saplings in the NCCBM Bhubaneswar premises.

 

NCCBM is an autonomous Research & Development Institute under the Department for Promotion of Industry and Internal Trade (DPIIT), Ministry of Commerce and Industry, Government of India, with its corporate office at Ballabgarh (Delhi NCR) and units at Hyderabad, Ahmedabad and Bhubaneswar.

 

 

Shashank Priya, Special Secretary & Financial Adviser, Ministry of Commerce & industry, Government of India, expressed his happiness and said, the expansion of NCCBM unit has come at a very opportune time when the entire country is witnessing an unprecedented development and growth in the various industrial sectors and thus India becoming a role model for rest of the world for economic strengthening and progress. The country is looking forward for rapid industrialisation following the path of "lndustry 4.0 and Industry 5.0" and the setting up a permanent unit of NCCBM at Bhubaneshwar will make significant contribution towards the development of infrastructure and society in the eastern part of the country.

 

Dr.BN Mohapatra, Director General, NCCBM informed about the benefits of expansion of NCCBM’s Bhubaneswar unit to the state of Odisha and entire eastern region of India. NCCBM Bhubaneswar unit can provide Third Party Quality Assurance services in construction sector for Buildings, Roads, Bridges, Tunnels & other utility projects to enhance quality, productivity and cost effectiveness. Bhubaneswar unit can also provide the technical services in assessment of old structures, identifying the retrofitting measures, concrete mix proportioning, etc.

Earlier, NCCBM provided Third party quality assurance services to Odisha State Disaster Management Authority (OSDMA) during 2001-2010 and to IDCO during 2016-2021. Now, NCCBM is providing TPQA services to ULBs of Housing & Urban Development Department, National Building Construction Corporation and other government entities in the state of Odisha.

 

As Odisha is having huge quantity of industrial wastes like Phosphogypsum, Fly Ash, Red mud and slag; hence research can be done for the maximum utilization of this materials in both cement and construction sector. The ISO 17025:2017 NABL accredited physical and chemical laboratories of NCCBM Bhubaneswar will cater to the 14 cement plants & grinding units of Odisha for testing of all the raw materials, in-process materials, cement and fresh & hardened concrete sample testing. Bhubaneswar unit can undertake skill development training programs for construction trade workers in the region to develop competency and productivity in human resources.

 

Recently, NCCBM has signed MoUs with premier educational institutes in the state of Odisha like IIT Bhubaneswar, KIIT DU, Ravenshaw University, Sambalpur University and NIT Rourkela, for involvement of PhD research scholars in industrial oriented R&D projects at NCCBM, to provide  a platform   for   academia-industry-research institute interaction, for getting site work exposure promoting  beneficiation of students, and resource sharing between the organizations to get the maximum resource utilization.

 

The construction of new research & laboratory facility of NCCBM at Mancheswar Industrial Estates, Bhubaneswar will commence soon and is expected to be complete in 18 months. Green building technologies will be imbibed during the construction.

 

More than 100 officials representing Government of Odisha, PSUs, Academicians, Industrial waste generating plants in Odisha, cement manufacturing plants in Odisha, students and other dignitaries attended the ceremony

powered by social2s

ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪,୫୧୮ କୋଟି ଟଙ୍କା

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
22 October 2022

 

 

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି । ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା ।

 

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି ଟଙ୍କା ହୋଇଛି । ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା ।

 

ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିଅନ ଜିବିରେ ପହଂଚିଛି । ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨.୭୬ କୋଟି ରହିଛି । 

 

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୂତୟନ ଜାରି ରଖିଛି ଯାହା ଭାରତରେ ହାଇ ସ୍ପିଡ୍ ଇଟଂରନେଟ୍‌ର ଏକ ନୂଆ ଯୁଗ ଆରମ୍ଭ କରିବ । ଚଳିତ ମାସରେ ଜିଓ ପକ୍ଷରୁ ଦେଶର ଚାରିଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଅକ୍ଟୋବର ୪ ତାରିଖରେ କିଛି ନିର୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି ।

 

powered by social2s

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍ଘାଟିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
28 October 2022

 

 

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, “କୋଭିଡ଼ ମହାମାରୀର ଏତେ ଦିନ ବ୍ୟବଧାନ ପରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଟିତ ହେଉଥିବାରୁ ଆମ୍ଭେମାନେ ବହୁତ ଆନନ୍ଦିତ, ଯାହାକି ଘରୋଇ ଏବଂ ବିଦେଶ ଟ୍ୟୁରିଜିମ୍ ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେବ । ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି, ଯାହାକି ସ୍ୱର୍ଗିୟ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ।  ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଯିବେ । ଯେବେକି ବହୁଳ ଭିତିମୂମିର ବିକାଶ ହୋଇଛି, ତେଣୁ ଆମେ ଆଶା କରୁଛୁଯେ, ଆଗାମୀ ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେବ, ଯାହାକି ଏହି କ୍ଷେତ୍ରରୁ ରାଜକୋଶ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିବ ।”

 

powered by social2s

ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇର ଶୁଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
22 October 2022

ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍‌, କମର୍ସିଆଲ୍ ହବ୍ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଜିଓ) ପକ୍ଷରୁ ଘୋଷଣା କରାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ନିକଟରେ ଶୁଭାରମ୍ଭ କରାଯାଇଥିବା ଜିଓ ଟ୍ରୁ-୫ଜି ସେବା ଏବଂ ଜିଓ ୱେଲ୍‌କମ ଅଫର ସହ ଏହି ସେବାକୁ ଯୋଡ଼ାଯାଇଛି । ଅଧିକରୁ ଅଧିକ ସହରରେ ଏହି ସେବା ପହଂଚାଇବା ଏବଂ ଟ୍ରୁ-୫ଜି ଲାଗି ପ୍ରସ୍ତୁତ ହାଣ୍ଡସେଟ୍ ଉପଲବ୍ଧତା ବଢ଼ାଇବା ଲାଗି ଜିଓ ଟିମ୍ ଅବିରତ କାର୍ଯ୍ୟ କରୁଛନ୍ତି । ଏକ ଶୁଭ ଆରମ୍ଭ ସ୍ୱରୂପ, ଜିଓ ଟ୍ରୁ-୫ଜି ସେବା ସହିତ ରାଜସ୍ଥାନର ନାଥଦ୍ୱାରାରେ ଜିଓ ପକ୍ଷରୁ ଆଜି ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି । ଜିଓ ୱେଲକମ୍ ଅଫର ଅବଧିରେ ଜିଓର ଗ୍ରାହକମାନେ ବିନା କୌଣସି ଚାର୍ଜରେ ଏହି ସେବା ପାଇପାରିବେ ଏବଂ ଅଣ-ଜିଓ ଗ୍ରାହକମାନେ ଜିଓକୁ ଆସି ପୂର୍ଣ୍ଣ ଏବଂ ଅସୀମିତ ସେବା ଅନୁଭବ ହାସଲ କରିବା ପୂର୍ବରୁ ମଧ ଏହି ସେବାକୁ ବ୍ୟବହାର କରିପାରିବେ । ଜିଓର “ଉଇ କେୟାର’ ଦର୍ଶନ ଯାହା ଏହାର ବ୍ରାଣ୍ଡ୍ ମୂଲ୍ୟବୋଧର ମୂଳମନ୍ତ୍ର ରହିଛି ସେଥିପ୍ରତି ଏହା ହେଉଛି ଆଉ ଏକ ପରିଚାୟକ । ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ମାନବତା ପ୍ରତି ସେବା ହେଉଛି ଭାରତୀୟ ସଂସ୍କୃତିର ଏକ ସ୍ନେହଭରା ଦିଗ ଯାହାର ମୂଳ ଆମର ସାମାଜିକ-ଧାର୍ମିକ ପରମ୍ପରାରେ ଦେଖିବାକୁ ମିଳୁଛି । ପୂର୍ବରୁ କୁହାଯାଇଥିବା ଅନୁସାରେ ୫ଜି କେବଳ କିଛି ସ୍ୱଚ୍ଛଳ କିମ୍ବା ବୃହତ ସହରରେ ବାସ କରୁଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନାହିଁ । ଏହା ଭାରତର ପ୍ରତି ନାଗରିକ, ପ୍ରତି ଘର ଏବଂ ପ୍ରତି ବ୍ୟବସାୟ ପାଇଁ ନିଶ୍ଚିତ ରୂପେ ଉପଲବ୍ଧ ହେବ । ପ୍ରତି ଭାରତୀୟଙ୍କ ପାଖରେ ଜିଓ ଟ୍ରୁ-୫ଜି ପହଂଚାଇବା ଦିଗରେ ଏହା ହେଉଛି ଏକ ପଦକ୍ଷେପ । ଆଜି ଆମେ ପବିତ୍ର ସହର ନାଥଦ୍ୱାରା ଏବଂ ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ପ୍ରଥମ ଟ୍ରୁ-୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରିଛୁ । ଏହା ସହିତ ଆମେ ଏଭଳି ଆହୁରି ଅଧିକ ସ୍ଥାନରେ ଏହି ସେବା ପହଂଚାଇବୁ ଏବଂ ଆମ ସେବାକୁ ବ୍ୟବହାର କରିବା ଲାଗି ସେମାନଙ୍କୁ ସୁଯୋଗ ଦେବୁ । ଏହା ସହିତ ଜିଓ ଟ୍ରୁ-୫ଜି ୱେଲକମ୍ ଅଫରରେ ଯୋଡ଼ି ହେବା ଲାଗି ଆମେ ଆମର ବୃହତ ସହର ଚେନ୍ନାଇକୁ ସ୍ୱାଗତ କରୁଛୁ ।’’ ନିକଟରେ ହୋଇଥିବା ଉନ୍ମୋଚନ ଅବସରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଜିଓ ଟ୍ରୁ-୫ଜିକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରିତ କରାଯିବ ଏବଂ ଜିଓ ୱେଲକମ୍ ଅଫରରେ ସାମିଲ କରାଯିବ । ଏବେ ଚେନ୍ନାଇରେ ଆମନ୍ତ୍ରିତ କରାଯାଇଥିବା ଜିଓ ବ୍ୟବହାରକାରୀମାନେ ୧ ଜିବିପିଏସ୍ ପର୍ଯ୍ୟନ୍ତ ଅସୀମିତ ଡାଟାକୁ ହାସଲ କରିପାରିବେ ଏବଂ ଜିଓ ଟ୍ରୁ-୫ଜିର ଅନୁଭବ ନେଇପାରିବେ ।

powered by social2s

ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
18 October 2022



ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ । ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ । ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ଦୁଇଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ । ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହିତ ଏହି ଦୁଇ ପ୍ଲାନ୍ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍ କରିବାକୁ ହେବ । ଏହି ଦୁଇ ପ୍ଲାନ୍ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ । ତେବେ ଏଥି ସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ ।

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ୨୦୨୨ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ଦୁଇ ଅତିିରିକ୍ତ ଲାଭ ମିଳିବ । ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍ ଓ ୧୫ ଦିନର ଅତିରିକ୍ତ ବୈଧତା ।

ଯେଉଁ ଗ୍ରାହକମାନେ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବିକଳ୍ପ ଚୟନ କରିବେ ସେମାନଙ୍କୁ ସେଥିରେ ୩୦ ଏମବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିପି ଆପ୍ ଏବଂ ୫୫୦ରୁ ଅଧିକ ଅନ୍‌-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ଜଣକ ୪,୨୪୧ ଟଙ୍କା (୩୫୯୪ ଟଙ୍କା+ ୬୪୭ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ  କରି ତାହା ଉପରେ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇବେ । ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୧୦୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ । ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ।

୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୬,୩୬୫ ଟଙ୍କା (୫୩୯୪ ଟଙ୍କା+୯୭୧ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୬୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ । ଏଥି ସହିତ ଆଜିଓର ୨୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୩୦୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ । ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ।

୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୨,୬୯୭ ଟଙ୍କା (୩୧୮୨ ଟଙ୍କା+୪୮୫ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୩୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ । ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୫୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ । ଏହି ପ୍ଲାନ୍‌ରେ ଅତିରିକ୍ତ ବୈଧତା ମିଳିବ ନାହିଁ ।
ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓଫାଇବର ସେଟ୍ ଟପ୍ ବକ୍ସ ମିଳିବ ।

 

 

 

 

powered by social2s

More Articles ...

  1. ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀରେ ୬୦୦ ଏମ୍‌ବିପିଏସ୍ ୫ଜି ସ୍ପିଡ୍ ହାସଲ
  2. ୫ଜି ଜରିଆରେ ବଦଳିବ ଗାଁର ରୂପରେଖ, “ଜିଓ ଗୋ-ସମୃଦ୍ଧି” ଜରିଆରେ ଲମ୍ପି ଭଳି ରୋଗ ଦୂର ହେବ
  3. Admissions open for Ben-Gurion University’s MSc. in Mechanical Engineering
Page 2064 of 2253
  • Start
  • Prev
  • 2059
  • 2060
  • 2061
  • 2062
  • 2063
  • 2064
  • 2065
  • 2066
  • 2067
  • 2068
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.