ଭୁବନେଶ୍ୱର: ପୁରାତନ ଓ ପାରମ୍ପରିକ ଭକ୍ତି ସଙ୍ଗୀତର ମହାନାୟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ବିଶିଷ୍ଠ ସଙ୍ଗୀତଜ୍ଞ ଶ୍ରୀ ପ୍ରଶାନ୍ତ ପାଢ଼ୀ, ଶ୍ରୀ ଆଶାମୁକୁଲ ବାରିକ, ପ୍ରତିମା ରାଣୀ ପଣ୍ଡା ଓ ଦାମୋଦର ସେନାପତି ଙ୍କ ମାର୍ଗଦର୍ଶନରେ ପରିଷଦ ର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ୧୦.୮.୨୧ ସନ୍ଧ୍ୟା ୪ ଟା ରୁ ୭ ଘଟିକା ପର୍ଯ୍ୟନ୍ତ" ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ" ପରି ଏକ ପୁରାତନ ଭଜନ ମାଳା କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ଦିବଙ୍ଗତ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ମାସିକିଆ ଅବସରରେ କରାଯାଉଛି। ଏହାକୁ ସବୁ ମାସରେ କରିବାକୁ ଚେଷ୍ଟା କରାଯିବ। ଆପଣ ମାନେ ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ର ପେଜ ରେ ଲାଇଭ ଦେଖିପାରିବେ। ଆଜିର କାର୍ଯ୍ୟକ୍ରମରେ ସଭାପତି ପ୍ରଭାତ କୁମାର ନନ୍ଦ, ଉପସଭାପତି ରବିନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ମଳୟ ଜେନା, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ବାବାଜୀ ବିଶ୍ଵାଳ, ଶରତ ବେହେରା, ସରୋଜ ସୁତାର, ସଂଚିତା ମହାନ୍ତି, ମଧୁସ୍ମିତା ଦାସ, ସ୍ୱର୍ଣଲତା ପାଣି, ସୁମିତା ତ୍ରିପାଠୀ, ଅନିନ୍ଦୀତା ସାହୁ, ମୀରା ପଣ୍ଡା, ମଞ୍ଜୁଶ୍ରୀ ମହାନ୍ତି ଓ ତନୁଶ୍ରି ଜେନା ଯୋଗଦାନ କରିଥଲେ ।