ଭୁବନେଶ୍ୱର: ଗତ ୫ଦିନ ଧରି ଗୋପୀନାଥ ମହାନ୍ତିଙ୍କ ମାସିକିଆ ଶ୍ରଦ୍ଧାଞ୍ଜଳି ଅବସରରେ ପ୍ରବଚନରେ ପ୍ରଥମ ଦିନ ବାବା ସତ୍ୟାନନ୍ଦ ଦାସ ମହାରାଜ, ଦ୍ୱିତୀୟ ଦିନରେ, ଡ.ଗୁରୁପ୍ରାଦ ମହାପାତ୍ର, ତୃତୀୟ ଦିନରେ ବଂଶୀବାଦନ ମହାରାଜ ଓ ଚତୁର୍ଥ ଦିନରେ ବୀରେନ୍ଦ୍ର କୁମାର ପଣ୍ଡା ଗୁଗଲ ମିଟ ମାଧ୍ୟମରେ ପ୍ରବଚନ ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମ ଅବସରରେ ସଭାପତି ପ୍ରଭାତ କୁମାର ନନ୍ଦ ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ । ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ସ୍ମୃତି ବିଷୟରେ ସମ୍ୟକ ଆଲୋଚନା କରାଯାଇଥିଲା ।ତତ୍ପରେ ପରିଷଦର କଳାକାର ଦାମୋଦର ସେନାପତି, ମଞ୍ଜୁଶ୍ରୀ ମହାନ୍ତି, ସୌଦାମିନୀ ପଣ୍ଡା, ମଧୁସ୍ମିତା ବିଶ୍ଵାଳ ଓ ବି.ଏମ ବୈଶାଳୀଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା । ସରୋଜିନୀ ପରମ ଗୁରୁ ଗୋପୀନାଥ ମହାନ୍ତିଙ୍କ ଉପରେ ନିଜେ ଲେଖିଥିବା ଏକ କବିତା ପାଠ କରିଥିଲେ । ପରେ ପରେ ଦାଶରଥି ସାମନ୍ତରାୟ ୧୭୫ ତମ କଥାମୃତ ଅବସରରେ ତାଙ୍କର ଗୋପୀନାଥ ମହାନ୍ତିଙ୍କ ସହିତ ଥିବା ବ୍ୟକ୍ତିଗତ ସମ୍ପର୍କ କହିଲା ବେଳେ ଭାବବିହ୍ୱଳ ହୋଇଯାଇଥିଲେ ।
ସମସ୍ତେ ମିଳିମିଶି କାର୍ଯ୍ୟ କରି ପରିଷଦକୁ ଚଳାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ତତ୍ ପରେ ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀ କ୍ଷେତ୍ରର ମାହାତ୍ମ୍ୟ ବିଷୟରେ ପ୍ରବଚନ ଦେଇଥିଲେ । ତାଙ୍କର ଆତ୍ମା ଓ ଜୀବ ବିଷୟରେ ପ୍ରଭେଦ କଣ ଆଲୋଚନା ଅତି ଉଚ୍ଚ କୋଟିର ହୋଇଥିଲା । ସମସ୍ତଙ୍କୁ ମହାପ୍ରଭୁଙ୍କୁ ଆରାଧନା କରିବାକୁ ପରାମର୍ଶ ଦେଇଥିଲେ ।ଆଜିର କାର୍ଯ୍ୟକ୍ରମରେ ମ୍ୟାଡାମ ସଞ୍ଚିତା ମହାନ୍ତି ମଧ୍ୟ ଯୋଗଦେଇଥିଲେ।
ବମ୍ୱେରୁ ଭଗବାନ ପଣ୍ଡା, ସମ୍ପାଦକ ନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର, ଅଜୟ ହରିଚନ୍ଦନ, ଅଖିଳ ସାହୁ, ବାଳକୃଷ୍ଣ ପଣ୍ଡା, ପ୍ରଭାକର ମଲ୍ଲିକ, କାମେଶ୍ୱର ରାଓ, ଚୌଦ୍ଵାରରୁ ସନ୍ତୋଷ ଧର ବାବାଜୀ ବିଶ୍ଵାଳ ଓ ଅନ୍ୟ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଯୋଗଦେଇଥିଲେ ।
ଆଜିର କାର୍ଯ୍ୟକ୍ରମରେ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଥିବାରୁ ସମ୍ପାଦକ ନାରାୟଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କର ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ କଲ୍ୟାଣ ହେଉ ବୋଲି କାମନା କରିଥିଲେ ।