ଭୁବନେଶ୍ୱର: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।
ପୂର୍ବରୁ ଛତିଶଗଡ଼କୁ ଲାଗି ରହିଥିବା ୧୦ ଟି ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ରହିଥିଲା କିନ୍ତୁ ଆସନ୍ତା କାଲିଠାରୁ ଏହି ୧୦ ଟି ଜିଲ୍ଲାର ସହରାଞ୍ଚଳରେ ନାଇଟ କରଫ ର ସମୟ ରାତି ୯ ରୁ ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୬ଟାରୁ ସକାଳ ୫ ଟା କରାଯାଇଛି। ଏବଂ ଗ୍ରାମାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ତେବେ ରାଜ୍ୟର ଅନ୍ୟ ୨୦ ଟି ଜିଲ୍ଲାରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଉଛି। କେବଳ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦ ପାଇଁ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ।
ତେବେ ଅନ୍ୟ ସମସ୍ତ ଜରୁରୀ କାଳୀନ ସେବା ଯଥା ଚିକିତ୍ସା ସେବା, ଇଲେକ୍ଟ୍ରିକାଲ ଡିଭିଜନ, ଜଳ ଯୋଗାଣ, ଗ୍ୟାସ ସେବା, ଖାଦ୍ୟ ଡେଲିଭରି ଭଳି ଅତ୍ୟାବଶିକ ସେବା ପ୍ରଦାନ କରାଯାଇପାରିବ ବୋଲି ସେ କହିଛନ୍ତି।
ସେହିଭଳି ମାଲ ପରିବହନ ମଧ୍ୟ ଜାରି ରହିପାରିବ ବୋଲି ସୂଚନା ଦେଇଛନ୍ତି।
ତେବେ ରାଜ୍ୟରେ ବଢୁଥିବା କରୋନା ପରିସ୍ଥିତିର ମୁକାବଲା ପାଇଁ ସରକାର ବହୁ କଟକଣା ଲଗାଇଛନ୍ତି।
ବିବାହ ଓ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟକ୍ରମ ରେ ମଧ୍ୟ ଲୋକଙ୍କ ଉପସ୍ଥିତ ଉପରେ କଟକଣା ଲାଗୁ କରାଯାଇଛି।
ବିବାହ ପାଇଁ ୫୦ଜଣଙ୍କ ଉପସ୍ଥିତି ଓ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ୨୦ ଜଣ ଲୋକଙ୍କ ଉପସ୍ଥିତିକୁ ଅନୁମତି ମିଳିଛି।
ସେହିଭଳି ଅନ୍ୟାନ୍ୟ ଉତ୍ସବ, ସଭା ସମିତି ତଥା ରାଜନୈତିକ ରାଲି, ପ୍ରୋସେସନ୍ ସବୁକୁ ବନ୍ଦ କରାଯାଇଛି।
ମନ୍ଦିର ରୀତିନୀତି ଅଳ୍ପ ସଂଖ୍ୟକ ବ୍ରାହ୍ମଣଙ୍କ ଉପସ୍ଥିତିରେ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ତେବେ କେତେ ଭକ୍ତ ଦର୍ଶନ ପାଇଁ ଯାଇପାରିବେ ଏହା ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ହୋଟେଲ / ରେଷ୍ଟୁରାଣ୍ଟ , ଏବଂ ବାର ଆଦି ସ୍ଥାନରେ କାପାସିଟିର ୫୦% ଲୋକଙ୍କ ପାଇଁ ଖୋଲାଯାଇପାରିବ ବୋଲି କୁହାଯାଉଛି।
ସେହିଭଳି ସିନେମାହଲ ମଧ୍ୟ ୫୦% ଦର୍ଶକଙ୍କ ପାଇଁ ଖୋଲାଯାଇପାରିବ।
ଯାତ୍ରା, ଅପେରା ଆଦିରେ କେବଳ ଏକ ହଜାର ଦର୍ଶକ ସାମିଲ ହୋଇପାରିବେ।
ସରକାରୀ ଅଫିସରେ ମଧ୍ୟ ୫୦% କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ।
ଘରୋଇ ଅଫିସ, ବ୍ୟାଙ୍କ ଓ ଫାଇନାନ୍ସ କଂପାନୀ ଗୁଡିକ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ପରିଚାଳନା କରିବାକୁ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।