ବନ୍ଦ ହେଲା ଶ୍ରୀ ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର: ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ୪ ଜଣ ସେବାୟତ କୋରନା ସଂକ୍ରମିତ ଚିହ୍ନଟ ହେବା ପରେ ମନ୍ଦିରକୁ ଅନ୍ନିଦିଷ୍ଟ ସମୟ ପାଇଁ ପ୍ରଶାସନ ବନ୍ଦ ରଖିବାକୁ ନିଷ୍ପତି ନେଇଛି।
କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଆଯାଇଛି ନିଷ୍ପତି।
ଭୁବନେଶ୍ୱର: ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ୪ ଜଣ ସେବାୟତ କୋରନା ସଂକ୍ରମିତ ଚିହ୍ନଟ ହେବା ପରେ ମନ୍ଦିରକୁ ଅନ୍ନିଦିଷ୍ଟ ସମୟ ପାଇଁ ପ୍ରଶାସନ ବନ୍ଦ ରଖିବାକୁ ନିଷ୍ପତି ନେଇଛି।
କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଆଯାଇଛି ନିଷ୍ପତି।
ଭୁବନେଶ୍ୱର: ଓଡିଶାରେ କୋଭିଡ ବେଡ଼ ସଂଖ୍ୟା ୪ ରୁ ୫ ଗୁଣା ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଏହାସହ ୨ ଗୁଣା ବଢାଯିବ ଆଇସିୟୁ ବେଡ଼। ସେହିଭଳି ୬ % ବଢାଯିବ ଅକ୍ସିଜେନ ସପୋଟ ଥିବା ବେଡ ସଂଖ୍ୟା। ଅକ୍ସିଜେନ ସିଲିଣ୍ଡର ୧୦ ଗୁଣା ବଢାଯିବ ବୋଲି ମିଶ୍ର କହିଛନ୍ତି। ଏବେ ୨୫ ପ୍ରତିଶତ ବ୍ୟବହାର ହେଉଛି ସାଧାରଣ ବେଡ଼। ୬୦% ବ୍ୟବହାର ହେଉଛି ଆଇସିୟୁ ବେଡ଼। ସେହିଭଳି ୧୮% ଭେଣ୍ଟିଲେଟର ମଧ୍ୟ ବ୍ୟବହୃତ ହେଉଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ବେଡ଼ ସମସ୍ୟା ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
କରୋନା ପାଇଁ ଘୁଞ୍ଚିଲା JEE Main ପରୀକ୍ଷା ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଘୁଞ୍ଚିଲା JEE Main ପରୀକ୍ଷା। ଏପ୍ରିଲ ୨୭, ୨୮ ଓ ୩୦ ରେ ହେବାକୁଥିବା ପରୀକ୍ଷା ଘୁଞ୍ଚିଲା। ପରୀକ୍ଷାର ଅତି କମରେ ଦୁଇ ଦିନ ପୂର୍ବରୁ ଘୋଷଣା ହେବ ପରବର୍ତ୍ତୀ ତାରିଖ । National Testing Agency (NTA) ଅଭ୍ୟାସ ଆପ ରେ ପ୍ରଶ୍ନୋତ୍ତର ଅଭ୍ୟାସ କରିବାକୁ ପରାମର୍ଶ ଦେଇଛି NRA.
ଭୁବନେଶ୍ୱର: ମହାନ ଜନନାୟକ, ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ବାରା ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ରେ ଆୟୋଜିତ ଉତ୍ସବରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଲେ ଯେ,ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ଆଧୁନିକ ଓଡିଶାର ନିର୍ମାତା, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ,ସଭିଙ୍କ ଆଦର୍ଶ, ଲୋକ ପ୍ରତିମା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୋର ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି l ସେ ଥିଲେ ଓଡ଼ିଆ ସ୍ୱାଭିମାନ ର ପ୍ରତୀକ, ଓଡିଶା ବାହାରେ ଓଡ଼ିଶାର ଅନ୍ୟ ଏକ ପରିଚୟ l ସେ ଏବେ ବି ଆମ ପାଇଁ ଚିରନ୍ତନ ପ୍ରେରଣାର ଉତ୍ସ l ଓଡିଶା ପ୍ରଗତିର ନକ୍ସା ସେ ଆଙ୍କି ଥିଲେ ତାହା ଚିର ପ୍ରାସଙ୍ଗିକ l ଯୁବ ଶକ୍ତି ରେ ଅଗାଧ ଆସ୍ଥା ରଖୁଥିବା ସେହି ମହାନାୟକଙ୍କ ଜୀବନାଦର୍ଶ ଆମ ସମସ୍ତଙ୍କର ଧେୟ ହେଉ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥା ରାଜ୍ୟ ଯୁବ କଲ୍ୟାଣ ପରିଷଦ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ସ୍ମୃତିଚାରଣ କରିଥିଲେ।
ଭୁବନେଶ୍ୱର: ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିବ।
ପୁରୀ:- ଆଜି ପୁରୀ ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯାଇଛି। କାଲିଠାରୁ ଲାଗୁହେବ ଦର୍ଶନ ପାଇଁ ନୂଆ SOP । ରାଜ୍ୟ ବାହାର ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭି ରିପୋର୍ଟ ବାଧ୍ୟତାମୂଳକ।
ଏପ୍ରିଲ ୨୪ରୁ ପ୍ରତି ଶନିବାର ଓ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ସମ୍ମୁଖରେ ୪ଟି କାଉଣ୍ଟର ରଖାଯାଇଛି। ୩ଟି କାଉଣ୍ଟର ରେ ଓଡିଶା ଲୋକଙ୍କର ପରିଚୟପତ୍ର ଯାଞ୍ଚ ହେବ ଓ ଅନ୍ୟ ଗୋଟିଏ କାଉଣ୍ଟର ରେ ପର୍ଯ୍ୟଟଙ୍କଙ୍କର RTPCR ଟେଷ୍ଟ ନେଗେଟିଭି ରିପୋର୍ଟ, ପରିଚୟପତ୍ର ଓ କୋଭିଡ ଟିକାର ସେକେଣ୍ଡ ଷ୍ଟେଜ ପ୍ରମାଣ ପତ୍ର ଯାଞ୍ଚ କରାଯିବ।
ଭୁବନେଶ୍ୱର ତା ୧୭.୪.୨୧ ୱୀନର ଆସୋସିଏସନ୍ ଶହୀଦନଗର ଠାରେ ଦେଶ ଓ ଜାତି ପାଇଁ ସମର୍ପିତ ଜନନେତା, ସ୍ବାଧୀନତା ସଂଗ୍ରାମର ଦୁର୍ଦ୍ଦଶ ଯୋଦ୍ଧା, ବିଶ୍ବର ସବୁଠାରୁ ଉଚ୍ଚତମ ବ୍ୟକ୍ତିତ୍ଵ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ପୂଣ୍ୟ ତିଥିରେ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଅମରେଶ ଜେନା, ଶ୍ରୀ ନରେନ୍ ସାହୁ, ଉମାନାଥ ମିଶ୍ର, ଶ୍ରୀ ଶିବ ସୁଆର, ଶ୍ରୀନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା,
ପ୍ରମୁଖ ଉପସ୍ଥିତ ରହିଥିଲେ। ତତତ୍ପରେ କଳାକାର ସଙ୍ଗୀତଜ୍ଞ ଶ୍ରୀ ଅଶୋକ ପରିଡ଼ା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଏହି ସଭାରେ କ୍ଲବର ଶ୍ରୀନିବାସ ରାଓ,ଲାଲା ରାୟ,ଭି ସନ୍ତୋଷ ରାଓ, ଜଳେନ୍ଦ୍ର ବେହେରା, ଶକ୍ତି ବେହେରା, ସୂର୍ଯ୍ୟ ପ୍ରଧାନ, ମନୋରଞ୍ଜନ ପଲେଇ, ଗୁରୁଦେବ ମହାନ୍ତି, ଗଣେଶ ରାଓ, ମଳୟ ଜେନା, ଶିବ ମହାରଣା, ଭବାନୀ ଶଙ୍କର ଜେନା, ରିସବ ପ୍ରତୀକ,ପ୍ରଭାତ ବେହେରା,ବିଭୁ ପଟନାୟକ ମଧ୍ୟ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।