ଟୁଇନ୍ ସିଟିରେ ନାଇଟ୍ କର୍ଫ୍ୟୁ ସମୟରେ ୧୪୪ ଧାରା: ପୁଲିସ କମିଶନର
ଭୁବନେଶ୍ୱର: କଟକ ଭୁବନେଶ୍ୱର ଟୁଇନ୍ ସିଟିରେ ନାଇଟ୍ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି କରାଯାଇଛି।
ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ପୁଲିସ ସେବା ଭବନରୁ ସୂଚନା ଦେଇଛନ୍ତି।
କରୋନା କଟକଣା କୁ ମାନିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
ଆଜି ଟୁଇନ୍ ସିଟିରେ ୧୪୪ ଧାରା ସମୟରେ ଅମାନିଆ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନାଆଯିବ ବୋଲି ସେ କହିଛନ୍ତି।
ଏହି ସମୟରେ ଭୁବନେଶ୍ୱର ର ୨୫ ଟି ସ୍ଥାନରେ ଚେକିଂ ପୋଷ୍ଟ କରାଯାଇଛି। ଏଥିପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ସହ ୬୦ରୁ ଉର୍ଦ୍ଧ୍ବ ପୁଲିସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିଭଳି ୩୫ ଟି ପିସିଆର୍ ଭ୍ୟାନ ରାତି ତମାମ ବୁଲିବା ସହ ୧୫ ଟି ସୁପରଭିଜନ ଗାଡି ମୃତୟନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ଲୋକମାନଙ୍କୁ ସେମାନଙ୍କ କାଗଜପତ୍ର ଦେଖାଇ ଅନୁମତି ଦିଆଯିବ।
ସେହିଭଳି ଅନ୍ୟ ସମସ୍ତ ଅତ୍ୟାବଶ୍ୟକୀୟ ସେବାପ୍ରଦାନକାରୀଙ୍କ ପାଇଁ ନିଜ ନିଜର ଆଇଡେଣ୍ଟିକାଡ୍ ଦେଖିଲା ପରେ ଛଡାଯିବ ବୋଲି ଜଣାପଡିଛି।
